AFFILIATE MARKETING

https://binomo.com?a=90810425bb57&t=0

Monday, September 1, 2025

ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ବଡ଼ ପ୍ରତିବନ୍ଧକ

ଏସସିଓ ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୧/୯: ଚୀନର ତିଆନଜିନରେ ଅନୁଷ୍ଠିତ ହେଉଛି ୨୫ତମ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ବୈଠକରେ ଅଭିଭାଷଣ ବେଳେ ଆତଙ୍କବାଦ ବିରୋଧରେ କଡା ବାର୍ତ୍ତା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ର” ଦ୍ୱାରା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଖୋଲା ସମର୍ଥନ ଆଉ ସହ୍ୟ କରାଯାଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, “ଆତଙ୍କବାଦ କେବଳ କୌଣସି ଗୋଟିଏ ଦେଶର ସୁରକ୍ଷା ପାଇଁ ବିପଦ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ବିପଦ। ଗତ ୪ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି। ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ମଧ୍ୟ ଅନାଥ ହୋଇଛନ୍ତି। ନିକଟରେ ପହଲଗାମ ହମ୍‌ଲା ମାନବିକତା ଉପରେ ଆକ୍ରମଣ ଥିଲା। ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି।

ଭାରତ ଟେରର ଫଣ୍ଡିଂ ବିରୋଧରେ ବି ସ୍ବର ଉଠାଇଛି। ଆମେ ଆତଙ୍କବାଦର ପ୍ରତ୍ୟେକଟି ସ୍ବରୂପକୁ ବିରୋଧ କରୁଛୁ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ। ଆତଙ୍କବାଦ ପ୍ରସଙ୍ଗରେ କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି।

ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ। ତେଣୁ ସବୁ ପ୍ରକାର ଆତଙ୍କବାଦକୁ ମୂଳପୋଛ କରିବା ଉଚିତ୍।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...