AFFILIATE MARKETING

https://binomo.com?a=90810425bb57&t=0

Thursday, September 11, 2025

ଭାରତ ସୀମାରେ ଅଟକ ୩୫ରୁ ଉର୍ଦ୍ଧ୍ବ ନେପାଳୀ କଏଦୀ

ନେପାଳ ସେନାର ଗୁଳିରେ ୨ କଏଦୀ ମୃତ, ଏକାଧିକ ଆହତ

କାଠମାଣ୍ଡୁ, ୧୧/୯: ନେପାଳରେ ଜେନ-ଜି ଆକ୍ରୋଶରେ ପୂରା ଦେଶ ଜଳୁଥିବା ବେଳେ ଏବେ ଧିରେ ଧିରେ ପରିସ୍ଥିତି ଶାନ୍ତ ହେଉଛି‌। ବିଦ୍ରୋହର ସୁଯୋଗ ନେଇ କଏଦୀମାନେ ଜେଲରୁ ଫେରାର ହୋଇ ଯିବାକୁ ଚେଷ୍ଟା କରୁଛନ୍ତି। କାଠମାଣ୍ଡୁ, ପୋଖରା ଏବଂ ଲଲିତପୁରର ଜେଲଗୁଡ଼ିକରୁ ଶହ ଶହ କଏଦୀ ପଳାୟନ କରିଛନ୍ତି।

ରାମେଛାପ ଜିଲ୍ଲା ଜେଲର ଦ୍ୱାର ଭାଙ୍ଗି କିଛି କଏଦୀ ଖସି ପଳାଉଥିବା ସମୟରେ ସେନାର ଗୁଳିମାଡ଼ର ଶିକାର ହେବାକୁ ପଡିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଅଧିକ କଏଦୀ ଆହତ ହୋଇଛନ୍ତି।

ଏହା ମଧ୍ୟରେ ଭାରତର ସଶସ୍ତ୍ର ସୀମା ବାହିନୀ ଭାରତ-ନେପାଳ ସୀମାରେ ୩୫ ଜଣ ନେପାଳୀ କଏଦୀଙ୍କୁ ଅଟକ ରଖିଛି। ସଶସ୍ତ୍ର ସୀମା ବଳ ଦ୍ବାରା ସୀମାନ୍ତ ଉତ୍ତର ପ୍ରଦେଶରୁ ସର୍ବାଧିକ ୨୨ କଏଦୀ, ବିହାରରେ ୧୦ ଓ ପଶ୍ଚିମବଙ୍ଗ ସୀମାରୁ ୩ କଏଦୀ ଧରାପଡ଼ିଛନ୍ତି।

ନେପାଳରେ ବିଦ୍ରୋହ ବଢିଲା ପରେ ଭାରତ ସୀମା ନିକଟରେ ଅଧିକ ସଶସ୍ତ୍ର ସୀମା ବଳ ନିୟୋଜିତ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...