AFFILIATE MARKETING

https://binomo.com?a=90810425bb57&t=0

Saturday, September 20, 2025

ଭିଜିଲାନ୍ସ ଜାଲରେ ASI

ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ବାଲେଶ୍ଵର, ୨୦/୯: ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ବର ଜିଲ୍ଲାର ସୋରୋ ଥାନା ଅନ୍ତର୍ଗତ ଅନନ୍ତପୁର ଆଉଟ ପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ହୃଷିକେଶ ବିଶ୍ୱାଳ। ଏକ ସଡ଼କ ଦୁର୍ଘଟଣାରେ ଅଟକ ଥିବା ଏକ ମୋଟରସାଇକେଲକୁ ରିଲିଜ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଏକ ଦୁର୍ଘଟଣା ପରେ ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲକୁ ଏଏସଆଇ ୭ ସେପ୍ଟେମ୍ବର ୨୦୨୫ ରେ ଜବତ କରିଥିଲେ। ଗାଡି ଛାଡିବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଏଏସଆଇ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏହି ପରିମାଣ ଦେବାକୁ ଅସମର୍ଥ ହେବାରୁ ଅଭିଯୁକ୍ତ ଲାଞ୍ଚ ଦାବିକୁ ୮,୦୦୦ ଦେବା ପାଇଁ ଅଡି ବସିଥିଲେ।

ଅନ୍ୟ କୌଣସି ଉପାୟ ନପାଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଆଜି ଏଏସଆଇ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଏସଆଇଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...