AFFILIATE MARKETING

https://binomo.com?a=90810425bb57&t=0

Sunday, April 30, 2023

ମୃତ ସାଗର

Dead sea:  ମୃତ ସାଗର.. ଏହି ସମୁଦ୍ରରେ ବୁଡନ୍ତିନି ମଣିଷ, ଓଲଟା ଭାସନ୍ତି---

 ମୃତ ସାଗର 
ପୃଥିବୀରେ ଅନେକ ଅଜବ ସ୍ଥାନ ରହିଛି । ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏଇ ଯେମିତି ଡେଡ୍‌ ସି। ଇସ୍ରାଏଲର ମରୁଭୂମିରେ ଏହି ବିଶାଳ ସମୁଦ୍ର ଯେଉଁଠି ମଣିଷ ଚାହିଁଲେ ବି ବୁଡିବ ନାହିଁ। ଏହାର ଆଉ ଏକ ଆଶ୍ଚର୍ଯ୍ୟ କଥା ହେଲା ସମୁଦ୍ର କୂଳରେ ରହିଛି ଲୁଣର ବନ୍ଧ । ଯେବେଠୁ ପୃଥିବୀର ସୃଷ୍ଟି ହୋଇଛି ସେବେଠାରୁ ଏହି ଲୁଣ ପାହାଡ ଠିଆ ହୋଇଛି। ଏଠାରେ ବର୍ଷା ହୁଏ ନାହିଁ ତେଣୁ ଏହି ପାହାଡ଼ ବି ଭାଙ୍ଗୁ ନାହିଁ। ଏହି ସମୁଦ୍ରରେ ୩୫ ପ୍ରତିଶତ ମିନେରାଲ ଏବଂ ବାକି ଲୁଣର ମାତ୍ରା ଅଧିକ ରହିଛି । ଏହି ସମୁଦ୍ରର ପାଣି ସବୁଠୁ ଅଧିକ ଲୁଣିଆ। ଏତେ ଲୁଣିଆ ଯେ, ଏହି ସମୁଦ୍ର ଭିତରେ କୌଣସି ପ୍ରକାରର ମାଛ କି ସମୁଦ୍ର ଗଛ ଆପଣ ଦେଖିବେ ନାହିଁ । କିଛି ଜୀବାଣୁ ଏହି ସମୁଦ୍ର ଭିତରେ ଅଛନ୍ତି ଯାହା ଖାଲି ଆଖିରେ ଦେଖାଯାଆନ୍ତି ନାହିଁ । ଏହି କାରଣରୁ ଏହି ସମୁଦ୍ର ର ନାଁ Dead Sea ବା ମୃତ ସମୁଦ୍ର କୁହାଯାଏ । ପୃଥିବୀର ମଧ୍ଯପୂର୍ବ ଭାଗରୁ ଏକ ନଦୀ ବହି ଆସିଛି ଯାହା ସିଧା ସମୁଦ୍ର ମୁହଁରେ ବାଜୁଛି ହେଲେ ଆଶ୍ଚର୍ଯ୍ୟ କଥା ହେଲା ଏହା ସମୁଦ୍ର ଭିତରେ ମିଶୁନାହିଁ। ଆପେ ଆପେ ବାଟ କାଟି ବହି ଯାଉଛି । ଅନ୍ୟ ଛୋଟ ଛୋଟ ନଦୀର ଶାଖା ଏହି ମୃତ ସାଗରରେ ମିଶିଯାଇଛି, ହେଲେ ସେହି ନଦୀ ସହ ଭାସି ଆସିଥିବା ଛୋଟ ଛୋଟ ମାଛ ମୃତ ସାଗରରେ ପଡିବା କ୍ଷଣି ମରି ଯାଆନ୍ତି। ଏହି ସମୁଦ୍ରରେ ଛୋଟ ଛୋଟ ନଦୀ ମିଶିଛି ହେଲେ ଏହି ସମୁଦ୍ରରୁ କୌଣସି ନଦୀ ବାହାରିନି । ଏହି ସମୁଦ୍ରରୁ ପାଣି ସିଧା ସୂର୍ଯ୍ୟ କିରଣରେ ବାଷ୍ପ ହୋଇ ଉପରକୁ ଉଠେ।
ଜୀବଜନ୍ତୁଙ୍କ ପାଇଁ ନର୍କ ସାବ୍ୟସ୍ତ ହୋଇଛି ଏହି ମୃତ ସାଗର। ହେଲେ ମଣିଷଙ୍କ ପାଇଁ ଏକ ପ୍ରକାର ବରଦାନ ହୋଇଛି। ମୃତ ସାଗରର ମାଟିରେ ମାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ସୋଡ଼ିୟମ, ସଲ୍ଫର୍ ଏବଂ ଅନ୍ୟ ପଦାର୍ଥ ମିଶିଥିବାରୁ ଏହାର ମାଟି ଏବଂ ପାଣିରେ ରୋଗ ପ୍ରତିଶୋଧକ ଶକ୍ତି ବଢିଯାଏ। ଯାହା ମଣିଷଙ୍କ ଚର୍ମ ପାଇଁ ବହୁ ଲାଭଦାୟକ ହୋଇଥାଏ। ଏହି ସମୁଦ୍ର କୂଳରେ ଥିବା ଓଦା ମାଟି ରୋଗ ମୁକ୍ତ କରୁଥିବାରୁ, ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଜମେ । ଏବଂ ସମୁଦ୍ର ଭିତରେ ପାଣିରେ ଭାସିବାର ମଜା ଉଠାନ୍ତି। ଯେହେତୁ ଏହି ସମୁଦ୍ର ପାଣି ଓଜନିଆ ତେଣୁ ଏଥିରେ କେହି ମଣିଷ ବୁଡ଼ନ୍ତି ନାହିଁ, ତେଣୁ ପର୍ଯ୍ୟଟକ ପାଣି ଉପରେ ଭସିବାର ମଜା ନିଅନ୍ତି।
ତେବେ ଏହି ମାଟିରେ ଏତେ ଗୁଣ ଥିବା ଜାଣିବା ପରେ ଅନେକ ମଲ୍ଟି ନ୍ୟାସନାଲ କମ୍ପାନୀ, ଏହି ମାଟିକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ସମଗ୍ର ବିଶ୍ବରୁ ରୋଗ ମୁକ୍ତ ହେବାପାଇଁ ଲୋକ ଏହି ସମୁଦ୍ର ପାଖକୁ ଟାଣି ହୋଇ ଆସୁଛନ୍ତି । ଯାହା ପାଇଁ ଏହି ଅଞ୍ଚଳରେ ଲୋକ ମନେ ବ୍ୟବସାୟ ବଢ଼ାଇବା ସହିତ, ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇ ପାରୁଛି। ମୃତ ସାଗର ପାଣିରେ ବହୁତ୍ ଲୁଣ ଥିବାରୁ ଏହାର ଘନତ୍ଵ ମାନେ ଓଜନ ସମୁଦ୍ର ପାଣି ଠାରୁ ବହୁତ୍ ଅଧିକ ବଢିଯାଏ, ଯାହା ଫଳରେ ଲୋକ ଘଣ୍ଟା ଘଣ୍ଟା ପାଣି ଉପରେ ଶୋଇ ରୁହନ୍ତି। ପାଣିରେ ନବୁଡ଼ି ଏଭଳି ଭସିବା ହିଁ ଏହି ସମୁଦ୍ରକୁ ଆସିବା ପାଇଁ ଲୋକଙ୍କୁ ଆକର୍ଷିତ କରେ ।

ସାଇକେଲ ଯୋଗେ ଜଗନ୍ନାଥ ମନ୍ଦିର ଦର୍ଶନ ଯାତ୍ରା

ସାଇକେଲ ଯୋଗେ ଜଗନ୍ନାଥ ମନ୍ଦିର ଦର୍ଶନ ଯାତ୍ରା 

ରାଜକନିକାର ଦୁଇ କିଶୋର (ତୁଷାର ଓ ମନମୋହନ) ସାଇକେଲ ଯୋଗେ ଜଗନ୍ନାଥ ଙ୍କ ଦର୍ଶନ ଉଦ୍ଦେଶ୍ୟରେ ରାଜକନିକା ରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି |ମହାପ୍ରଭୁ ଜଗନ୍ନାଥ ସେମାନଙ୍କର ଯାତ୍ରା ସଫଳ କରାନ୍ତୁ




Friday, April 28, 2023

ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଅତ୍ୟାବଶ୍ୟକ ସେବା ଆଇନ---

ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଅତ୍ୟାବଶ୍ୟକ ସେବା ଆଇନ---
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପ୍ରତି ଏସମା (ଅତ୍ୟାବଶ୍ୟକ ସେବା ଆଇନ) ଲାଗୁ କରିଛନ୍ତି। ଜରୁରୀ ସେବାରେ ବ୍ୟାଘାତ ନ ଘଟାଇବା ପାଇଁ ରାଜ୍ୟ ସରକାର ଏସମା ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ଏସମା ଲାଗୁ କରାଯାଇଛି। ନର୍ସ, ଫାର୍ମାସିଷ୍ଟ, ପାରାମେଡ଼ିକ୍ସ, ଟେକ୍ନିସିଆନଙ୍କ ସମେତ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ମଧ୍ୟ ଏସମା ଲାଗୁ ହୋଇଛି।

ଏହାସହିତ ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ମଧ୍ୟ ସରକାର ଏସମା ଲାଗୁ କରିଛନ୍ତି। ସବୁ ସରକାରୀ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଲାଗୁହୋଇଥିବା ଅତ୍ୟାବଶ୍ୟକ ସେବା ଆଇନ୍ ବା ଏସମା ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ।

ଆଦିବାସୀ ହଷ୍ଟେଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, କଥା ନ ମାନିଲେ ମାଡ଼ ମାରିବାକୁ ମିଳୁଛି ଧମକ---

ଆଦିବାସୀ ହଷ୍ଟେଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, କଥା ନ ମାନିଲେ ମାଡ଼ ମାରିବାକୁ ମିଳୁଛି ଧମକ---

କଳାହାଣ୍ଡି : ଆଦିବାସୀ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ସାଂଘାତିକ ଅଭିଯୋଗ । ହଷ୍ଟେଲରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ କଥା ନ ମାନିଲେ ତାଙ୍କୁ ମାଡ଼ ମାରିବା ପାଇଁ ଦିଆଯାଉଛି ଧମକ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ଉଚ୍ଚ ବିଦ୍ୟାଳୟଠାରେ ଆଦିବାସୀ ଝିଅମାନଙ୍କ ପାଇଁ ଏକ ହଷ୍ଟେଲ ରହିଛି । ଏହି ହଷ୍ଟେଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ଜଣ ଆଦିବାସୀ ଝିଅ ରହି ପାଠ ପଢୁଛନ୍ତି । ସରକାରଙ୍କ ତରଫରୁ ସୁବିଧାରେ ସେମାନଙ୍କ ରହିବା ଖାଇବା ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରାଯାଇଛି । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସେହି ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଥିବା ଦେଖା ଦେଇଛି ।

ହଷ୍ଟେଲରେ ଛାତ୍ରୀମାନଙ୍କୁ ପୋକ ସାଲୁବାଲୁ ଖାଦ୍ୟ ଦିଆଯାଉଥିବା ବେଳେ ଖାଇବା ପାଇଁ ମନା କଲେ ମିଳୁଛି ଅଶ୍ଳୀଳ ଭାଷାରେ ଗାଳି । ସେହି ହଷ୍ଟେଲରେ ପାଚିକା ଭାବରେ କାର୍ଯ୍ୟ କରୁଥିବା ଭାନୁମତି ମାଝୀ ଜଣେ ବିଧବା । ଉକ୍ତ ସ୍କୁଲର ପୂର୍ବତନ ଖେଳ ଶିକ୍ଷକଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା କଥା ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ଜାଣିଛନ୍ତି । ସେହି ପୂର୍ବତନ ଖେଳ ଶିକ୍ଷକଙ୍କ ସହ ମିଶି ପାଚିକା ଜଣକ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ କଥା ନ ମାନିଲେ ଖେଳ ଶିକ୍ଷକଙ୍କୁ କହି ତାଙ୍କୁ ମାଡ଼ ମାରିବେ ବୋଲି ଧମକ ମଧ୍ୟ ଦେଉଥିବା ଛାତ୍ରୀମାନେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ।

ଛାତ୍ରୀମାନଙ୍କ ସାମ୍ନାରେ ପାଚିକା ଜଣକ ଉଲଗ୍ନ ହୋଇ ଖେଳ ଶିକ୍ଷକଙ୍କୁ ଭିଡିଓ କଲ କରି କଥା ହେଉଥିବା ଛାତ୍ରୀମାନେ କହିଛନ୍ତି । ଛାତ୍ରୀମାନେ ସୋଇଥିବା ଅବସ୍ଥାରେ ପାଚିକା ଜଣଙ୍କ ହଷ୍ଟେଲ ଭିତରକୁ ଯାଇ ସେଠାରୁ ଅନେକ ଯୁବକଙ୍କୁ ଭିଡିଓ କଲ୍ କରି ଛାତ୍ରୀମାନଙ୍କ ଶୋଇବା ଅବସ୍ଥାରେ ଦେଖାଉଥିବା ଏବଂ ଏ ଭିତରୁ ଯେଉଁ ଝିଅକୁ ପସନ୍ଦ କରୁଛ ଆସ ତା ସାଙ୍ଗରେ ଶୋଇବ ବୋଲି କହି ପୁରୁଷମାନଙ୍କୁ ହଷ୍ଟେଲକୁ ଡାକୁଥିବା ଛାତ୍ରୀମାନେ ନିଜେ କହିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁନଥିବା ଏବଂ ସବୁ କଥାକୁ ଅଣଦେଖା କରୁଥିବା ଦେଖାଯାଇଛି । ଉକ୍ତ ହଷ୍ଟେଲଟି ଡିଡବ୍ଲୁଡିଙ୍କ ଅଧୀନରେ ଥିବାବେଳେ ଡିଡବ୍ଲୁଓଙ୍କ ପାଖରେ ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଥିବା ବେଳେ ସେ ମଧ୍ୟ କିଛି ପଦକ୍ଷେପ ନ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଆଜି ---

ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଆଜି ---


 
ଡେସ୍କ: ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପୂର୍ବରୁ ଆସନ୍ତାକାଲି ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଯାତ୍ରା ହେବ। ଏହି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ କାଲି ସକାଳ ୬ଟା ୧୦ ମିନିଟରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ। ହାୱଡ଼ାରୁ ପୁରୀ ମଧ୍ୟରେ ୬ଟି ସ୍ଥାନରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ରହଣି କରିବ। ହାୱଡ଼ାରୁ ବାହାରିବା ପରେ ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହଣି କରିବା ପରେ ୧୨ଟା ୩୫ରେ ପୁରୀରେ ପହଂଚିବ।

ସେହିପରି ଦିନ ୧ଟା ୫୦ ମିନିଟରେ ପୁରୀ ଛାଡ଼ି ରାତି ୮ଟା ୩୦ ମିନିଟରେ ହାୱଡ଼ାରେ ପହଞ୍ଚିବ।

Thursday, April 27, 2023

ଜମ୍ମୁରେ ସେନା ଟ୍ରକ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା; ଶହୀଦ ହେଲେ ଜଣେ ଓଡ଼ିଆ ଯବାନ୍‌--

ଜମ୍ମୁରେ ସେନା ଟ୍ରକ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା; ଶହୀଦ ହେଲେ ଜଣେ ଓଡ଼ିଆ ଯବାନ୍‌---

-- ଜମ୍ମୁ-କାଶ୍ମୀରରେ ଜଳିଗଲା ସେନା ଟ୍ରକ୍‌। ୫ ଯବାନ ସହିଦ୍‌। ଏହି ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍‌ ସାମିଲ୍‌ ଅଛନ୍ତି। ଶହୀଦ ହୋଇଥିବା ଯବାନଙ୍କ ପରିଚୟ ଦେବାଶିଷ ବିଶ୍ୱାଳ। ସେ ପୁରୀର ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହି ବାସିନ୍ଦା ବୋଲି ଜଣାପଡ଼ିଛି। ଦେବାଶିଷଙ୍କ ବାପା ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳ। ଦେବାଶିଷଙ୍କର ଏକ ୭ ମାସର  ଶିଶୁ କନ୍ୟା ଓ ପତ୍ନୀ ଅଛନ୍ତି।
ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍‌ ପାଇଁ ସେଠାରେ ମୁତୟନ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏପରି ଦୁର୍ଘଟଣା ହୋଇଥିବା ସେନା ବିଭାଗ ସନ୍ଦେହ କରାଯାଇଛି।
ସୂଚନାଥାଉକି, ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଭୀମବେର୍‌ ଗଲି ଏବଂ ପୁଞ୍ଚ ମଧ୍ୟରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଭିଜିବିଲିଟି କମ୍‌ ଥିଲା, ଯାହାର ଫାଇଦା ନେଇ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି ବୋଲି ସେନାଧିକାରୀ କହିଛନ୍ତି। ଶହୀଦ ୫ ଯବାନ୍‌ କାଉଣ୍ଟର ଟେରରିଜିମ୍‌ ଅପରେସନରେ ମୁତୟନ ହୋଇଥିଲେ।

ଆତଙ୍କବାଦୀ ଆକ୍ରମଣ ଘଟଣା: ୫ ଶହୀଦ ଯବାନଙ୍କ ନାମ ଜାରି କଲା ସେନା---

ଜମ୍ମୁରେ ସେନା ଟ୍ରକ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା: ୫ ଶହୀଦ ଯବାନଙ୍କ ନାମ ଜାରି କଲା ସେନା---

ନୂଆଦିଲ୍ଲୀ, ୨୧/୦୪: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଗୁରୁବାର ଆତଙ୍କବାଦୀ ସେନା ଟ୍ରକ୍‌ ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ। ଯେଉଁଥିରେ ପାଞ୍ଚ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁର ରଜୌରୀ ସେକ୍ଟରରେ ଏହି ଆତଙ୍କୀ ଘଟଣା ଗୁରୁବାର ଦ୍ବିପ୍ରହରରେ ହୋଇଥିଲା। ଯେତେବେଳେ ସେନାର ଟ୍ରକ୍‌ ଭୀମବେର ଗଳି ଏବଂ ପୁଞ୍ଚ ମଧ୍ୟରେ ଥିଲା। ଏହି ସମୟରେ ଆତଙ୍କବାଦୀ ସେନାର ଟ୍ରକ୍‌ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ। ଏହି ଆକ୍ରମଣରେ ପାଞ୍ଚ ଯବାନଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ଏହି ଆତଙ୍କୀ ହମଲାରେ ତିନିରୁ ଚାରି ଆତଙ୍କବାଦୀ ସାମିଲ୍‌ ଥିଲେ। ସେମାନେ ଯବାନଙ୍କୁ ଭ୍ରମିତ କରିବା ପାଇଁ ଲଗାତାର ଗୁଳି ଚଳାଇଥିଲେ। ଏହି ଯବାନ ଅନ୍ୟ ଯବାନଙ୍କ ପାଇଁ ଖାଦ୍ୟ ଏବଂ ପାଣି ନେଇ ଯାଉଥିଲେ। ଏତିକିବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ତେବେ ଶହୀଦଙ୍କ ନାମ ଜାରି କରିଛି ସେନା। ଶହୀଦ ହୋଇଥିବା ପାଞ୍ଚ ଯବାନଙ୍କ ମଧ୍ୟରେ ପାଞ୍ଚ ଯବାନ ପଞ୍ଜାବର ଥିବାବେଳେ ଜଣେ ଯବାନ ଓଡ଼ିଶାର। ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ହାବିଲଦାର ମନଦୀପ ସିଂହ, ଲାନ୍ସ ନାଏକ ଦେବାଶିଷ ବିଶ୍ବାଳ, ଲାନ୍ସ ନାଏକ କୁଲଓ୍ବନ୍ତ ସିଂହ, ସିପାହୀ ହରିକିଶନ ସିଂହ ଏବଂ ସିପାହୀ ସେବକ ସିଂହଙ୍କ ନାମ ସାମିଲ୍‌ ରହିଛି ଏହି ସବୁ ଯବାନ ନାସନାଲ ରାଇଫଲ୍ସର ୟୁନିଟ୍‌ ସହ ଜଡ଼ିତ ଥିଲେ। ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ଏମାନଙ୍କୁ ନିୟୋଜିତ କରାଯାଇଥିଲା।

୧. ହାବିଲଦାର ମନଦୀପ ସିଂହ

ଗାଁ – ଚାନକୋୟାନ୍ କାକାନ୍

ତହସିଲ – ପାଇକ

ଜିଲ୍ଲା – ଲୁଧିଆନା

ରାଜ୍ୟ – ପଞ୍ଜାବ

୨. କନଷ୍ଟେବଳ ହରିକିଶନ୍ ସିଂ

ଗାଁ – ତାଲୱାଣ୍ଡି ଜନ୍ମ

ତହସିଲ – ବାଟାଲା

ଜିଲ୍ଲା – ଗୁରୁଦାସପୁର

ରାଜ୍ୟ – ପଞ୍ଜାବ

୩. ଲାନ୍ସ ନାୟକ କୁଲୱନ୍ତ ସିଂ

ଗାଁ – ଚାରିକ୍

ତହସିଲ – ମୋଗା

ଜିଲ୍ଲା – ମୋଗା

ରାଜ୍ୟ – ପଞ୍ଜାବ

୪. ସେପୋଇ ସେବା ସିଂ

ଗାଁ – ବାଗା

ତହସିଲ – ତଲୱାଣ୍ଡି ସାବୋ

ଜିଲ୍ଲା – ଭଟିଣ୍ଡା

ରାଜ୍ୟ – ପଞ୍ଜାବ

୫. ଲାନ୍ସ ନାୟକ ଦେବାଶିଷ ବିଶ୍ୱାଳ

ଗାଁ – ଆଲଗୁମ ଖଣ୍ଡାୟତ  

ତହସିଲ – ସତ୍ୟବାଦୀ

ଜିଲ୍ଲା – ପୁରୀ

ରାଜ୍ୟ – ଓଡ଼ିଶା

ଭୂତ ଚଳାଉଛି ସାଇକେଲ ବିଏମସି ନେଉଛି ଟଙ୍କା

ସ୍କାନ ହେଉଛି, ଟଙ୍କା ବି କଟୁଛି, ଖୋଲୁନି ତାଲା...

-- ରାଜଧାନୀର ମୋ ସାଇକେଲର ପରିଚୟ ଏବେ ଭଙ୍ଗା ଦଦରା ଖତଖୁଆ ସାଇଲେକରେ ସୀମିତ । ଏବେ କିନ୍ତୁ ମୋ ସାଇକେଲର ଅଲୋଡ଼ା ଭାଗ୍ୟରେ ଆଉ ଏକ ଅପବାଦ ଯୋଡ଼ି ହୋଇଛି ।  କେମିତି ସାଇକେଲକୁ ଭୂତ ଚଲାଉଛି ପଢନ୍ତୁ ପୂରା କାହାଣୀ । ଜଣେ ବ୍ୟକ୍ତି ମୋ ସାଇକେଲ ଚଲାଇବା ପାଇଁ ଆପ ଜରିଆରେ ସ୍କାନ କଲେ, ସ୍କାନ ବି ହେଲା । ମୋ ସାଇକେଲ ଚଳାଇବା ପାଇଁ ଉଦ୍ଦିଷ୍ଟ ଟଙ୍କା ବି କଟିଲା । ହେଲେ ସାଇକେଲର ତାଲା ଖୋଲିଲାନି । ଯାହାଫଳରେ ମୋ ସାଇକେଲରେ ସ୍ବର୍ଗୀୟ ସୁଖ ନେବାରୁ ବଞ୍ଚିତ ହେଲେ ବ୍ୟକ୍ତି ଜଣକ । ଅନ୍ୟପଟେ କିନ୍ତୁ 2 ମିନିଟ ଧରି ଜିପିଏସରେ କଳିଙ୍ଗ ଷ୍ଟାଡିୟମରୁ ଜୟଦେବ ବିହାର ପର୍ଯ୍ୟନ୍ତ ବୁଲୁଥିଲା ସାଇକେଲଟି । 

-କୋମାରେ `ମୋ ସାଇକେଲ'

ଗତ 16 ଫେବୃଆରୀ 2023 ରେ ବିଏମସି କମିଶନର ନିଜେ ପ୍ରତିକ୍ରିୟା ରଖି କହିଥିଲେ ଯେ ମୋ ସାଇକେଲର ବ୍ୟବସ୍ଥା କରାଯାଇଛି, କିଛି ମୋ ସାଇକେଲକୁ ସଜଡ଼ା ଯିବ କିଛି ମୋ ସାଇକେଲକୁ ବସ୍ତି ପିଲାଙ୍କୁ ଦିଆଯିବ । କେଉଁ ବସ୍ତି ପିଲା ସଇକେଲ ପାଇବା ପାଇଁ ଯୋଗ୍ୟ ତାକୁ ନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଉଛି । ଆଗରୁ ମୋ ସାଇକେଲ ଖତ ଖାଉଥିଲା, ହେଲେ ଏବେ ଆଉ ଏକ ଭିନ୍ନ ଘଟଣା ସମ୍ନାକୁ ଆସିଛି । ତେବେ ସାଇଲେକ ଚାଲୁନି ହେଲେ ଟଙ୍କା କେମିତି କଟୁଛି ତାକୁ ନେଉ ଉଠୁଛି ପ୍ରଶ୍ନ । ଏପଟେ ଆଉ କେତେ ଦିନ ଏମିତି ମୋ ସାଇକେଲ ପଡି ରହିବ, ତାହା ସମୟ ହିଁ କହିବ ।

ମେ ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ


 
ମେ’ ମାସରୁ ଓଡ଼ିଶାରେ ଚାଲିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌..

ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ପରେ ହାଇଆଲର୍ଟରେ ଓଡ଼ିଶାର ୩ ଜିଲ୍ଲା.. ଛତିଶଗଡ଼ ସୀମାକୁ ଲାଗିଥିବା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି..

ଦନ୍ତେୱାଡ଼ାରେ ବଡ଼ ଧରଣର ନକ୍ସଲ ଆକ୍ରମଣ, ୧୧ ଯବାନ ଶହୀଦ.. ଦନ୍ତେୱାଡାର ଅରଣପୁର ଜଙ୍ଗଲରେ ଆକ୍ରମଣ.. ରିଜର୍ଭ ଗାର୍ଡର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ନକ୍ସଲମାନେ କରାଇଛନ୍ତି ଆଇଇଡି ବିସ୍ଫୋରଣ..

ଜଳେଶ୍ୱର : ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ ଧରଣର ଲୁଟ୍‌‌.. ୭/୮ ଜଣ ଡକାୟତ ପିସ୍ତଲ ଦେଖାଇ ଲୁଟି ନେଲେ ନଗଦ ଟଙ୍କା ଓ ସୁନା..

ବୌଦ୍ଧ : ଜଙ୍ଗଲରୁ ୩.୮ କୋଟିର ଗଞ୍ଜେଇ ଜବତ..

ମନମୁଣ୍ଡା ଥାନା ନଳିକୁପା ଜଙ୍ଗଲରେ ଅବକାରୀ ବିଭାଗର ଚଢଉ..

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୯ ହଜାର ୬୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ..

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୦୧୩କୁ ବୃଦ୍ଧି..

ରାଜ୍ୟକୁ ଫେରିଲା ମାସ୍କ

ରାଜ୍ୟକୁ ପୁଣି ଫେରିଲା ମାସ୍କ, ସ୍ବାସ୍ଥ୍ୟ ସେବା ସହ ସମ୍ପୃକ୍ତ ସମସ୍ତେ ପିନ୍ଧିବେ ମାସ୍କ


ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ---
 ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଫେରୁଥିବାରୁ ପୁଣି ଫେରିଲା ମାସ୍କ। ସ୍ବାସ୍ଥ୍ୟ ସେବା ସହ ସମ୍ପୃକ୍ତ ସମସ୍ତେ ପିନ୍ଧିବେ ମାସ୍କ ପିନ୍ଧିବେ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆଜି ଚିଠି ଲେଖାଯାଇଛି।


ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଚିକିତ୍ସାଳୟରେ ଡ୍ୟୁଟିବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିବୁଜ ଘରେ ଏକାଧିକ ଲୋକ ଏକାଠି ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କ୍ଲିନକ ଓ ଲାବରେଟୋରିରେ କର୍ମଚାରୀ ମାସ୍କ ପିନ୍ଧିବେ। ତେବେ ଯେ କୌଣସି ବ୍ୟକ୍ତି ଥଣ୍ଡାକାଶରେ ପୀଡ଼ିତ ହେଲେ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ଓଡ଼ିଆ ଯୁବକକୁ ବିଭସ୍ଥ ହତ୍ୟା

ଝାଡ଼ଖଣ୍ଡରେ ଓଡ଼ିଆ ଯୁବକଙ୍କୁ ବୀଭତ୍ସ ହତ୍ୟା: କରତରେ ଖଣ୍ଡ ଖଣ୍ଡ କରି ଫୋପାଡ଼ିଦେଲେ.. ଦମ୍ପତି ଗିରଫ---




ରାଇରଙ୍ଗପୁର : ଝାଡ଼ଖଣ୍ଡରେ ଓଡ଼ିଆ ଯୁବକଙ୍କୁ ବୀଭତ୍ସ ହତ୍ୟା । କରତରେ କାଟି ଖଣ୍ଡ ଖଣ୍ଡ କରିଦେଲେ । ଶରୀର ଖଣ୍ଡକୁ ବ୍ୟାଗରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ ଅଭିଯୁକ୍ତ ଦମ୍ପତି । ଥାନାରେ ଅଭିଯୋଗ ପରେ ଝାଡ଼ଖଣ୍ଡ ଜାମସେଦପୁରର ଦମ୍ପତିଙ୍କୁ ଗିରଫ କରିଛି ରାଇରଙ୍ଗପୁର ପୁଲିସ । ମୃତକ ଜଣଙ୍କ ହେଲେ ରାଇରଙ୍ଗପୁର ୭ନଂ ୱାର୍ଡ ନମ୍ବରର ଡମ୍ବରୁଧର ମହାନ୍ତି (୩୫) । ଡମ୍ବରରୁ ଧର ଗତ ମାର୍ଚ୍ଚ ୨୦ରୁ ନିଖୋଜ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା । କେଉଁ କାରଣରୁ ଡମ୍ବରଙ୍କୁ ହତ୍ୟା କରାଗଲା ସେନେଇ ପୁଲିସ୍‌ ସ୍ପଷ୍ଟ ହୋଇନି । ଗିରଫ ଅଭିଯୁକ୍ତ ହେଲେ କମଳାକାନ୍ତ ସାଗର ଓ ତାଙ୍କ ପତ୍ନୀ ଖୁସବୁ ସାଗର ।
ପୁଲିସ୍‌ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୦ରୁ ନିଖୋଜ ଥିଲେ ଡମ୍ବରୁଧର । ଏନେଇ ଗତ ୧୩ ତାରିଖ ତାଙ୍କ ପତ୍ନୀ ଇନୁଶ୍ରୀ ମହାନ୍ତି ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ରାଇରଙ୍ଗପୁରର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜିଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଗଠନ କରାଯାଇଥିଲା । ପରେ ପୁଲିସ୍‌ ଜାଣିବାକୁ ପାଇଥିଲା, ଡମ୍ବରୁଧର ଜାମସେଦପୁର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ଘରକୁ ଅନେକ ସମୟରେ ଯାଆସ କରିଥାନ୍ତି । ତାଙ୍କ ସହ ଡମ୍ବରୁଧରଙ୍କ ଅନୈତିକ ସମ୍ପର୍କ ମଧ୍ୟ ଥିଲା । ପରେ ପୁଲିସ୍‌ ଟିମ୍‌ ଜାମସେଦପୁରର ସୋନାରି ପୁଲିସ୍‌ ସହାୟତାରେ ଉଭୟ ଅଭିଯୁକ୍ତ କମଳାକାନ୍ତ ଓ ତାଙ୍କ ପତ୍ନୀ ଖୁସବୁକୁ ଗିରଫ କରିଥିଲା । ଉଭୟଙ୍କୁ ପଚରାଉଚରା ପରେ ସେମାନେ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଅଭିଯୁକ୍ତ ଦମ୍ପତି କହିଥିଲେ, ଡମ୍ବରୁଧରଙ୍କୁ ହତ୍ୟା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ଏହାପରେ ଶରୀର ଖଣ୍ଡକୁ ତିନୋଟି ବ୍ୟାଗରେ ଭର୍ତ୍ତି କରି ଝାଡ଼ଖଣ୍ଡ ରାଜ୍ୟର ଥନଥନ ଘାଟି, ଜମ୍ବାନି ଏବଂ କମଲପୁର ବାଡମ ପୁଲିସ୍‌ ଷ୍ଟେସନ ଟାଟା ରାଞ୍ଚି ରୋଡ୍‌ ରାସ୍ତାରେ ଫୋପାଡ଼ି ଥିଲେ । ଦମ୍ପତିଙ୍କୁ ଗିରଫ ପରେ ପୁଲିସ୍‌ ଦୁଇଟି ସ୍ଥାନରୁ ବ୍ୟାଗ ଜବତ କରିଛି । ଜାମ୍ବାନିରୁ ମିଳିଥିବା ବ୍ୟାଗ୍‌ରେ ମୃତକଙ୍କ ମୁଣ୍ଡ ରହିଛି ଓ ରାଞ୍ଚି ରୋଡ୍‌ରେ ମିଳିଥିବା ବ୍ୟାଗରେ ଯୁବକଙ୍କ ଗୋଡ଼ ରହିଥିବା ଅଭିଯୁକ୍ତ କହିଛନ୍ତି । ଓଡ଼ିଶା ଫରେନସିକ୍‌ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ୟାଗରୁ ଶରୀର ଖଣ୍ଡକୁ ବାହାର କରାଯିବ । ଡମ୍ବରୁଧର ଜଣେ ଅଟୋ ଡ୍ରାଇଭର ଥିଲେ । କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

କେରଳରେ ଦେଶର ପ୍ରଥମ ୱାଟର ମେଟ୍ରୋ

କେରଳରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ---
ତିରୁବନନ୍ତପୁରମ୍ : କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ରାଜ୍ୟବାସୀଙ୍କୁ ଅନେକ ଉପହାର ଦେଇଛନ୍ତି। ତିରୁବନନ୍ତପୁରମ୍ ରେଳ ଷ୍ଟେସନରେ କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନ୍‌‌କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ୱାଟର ମେଟ୍ରୋକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହା ୧୦ଟି ଦ୍ୱୀପକୁ ସଂଯୋଗ କରିବ। ମୋଦୀ ୩,୨୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି।
ଏହି ଟ୍ରେନ୍ ତିରୁବନନ୍ତପୁରମ୍ ରୁ କାସାରାଗୋଡ୍ ପର୍ୟ୍ୟନ୍ତ ଚାଲିବ। ଏହି ଉଦଘାଟନ ସମୟରେ ତାଙ୍କ ସହ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ସାଂସଦ ଶଶି ଥରୁର ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,କେରଳ ଏକ ସଚେତନ, ବୁଦ୍ଧିମାନ ଏବଂ ଶିକ୍ଷିତ ଲୋକମାନଙ୍କର ଏକ ରାଜ୍ୟ। ଏଠାରେ ଥିବା ଲୋକଙ୍କ ଶକ୍ତି, ନମ୍ରତା, ପରିଶ୍ରମ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଦେଶ ତଥା ବିଦେଶର ପରିସ୍ଥିତି ବିଷୟରେ ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କେରଳ ଏହାର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ପାଇଥିବାବେଳେ କୋଚି ଏହାର ୱାଟର ମେଟ୍ରୋ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମୟରେ ବିଭିନ୍ନ ସଂଯୋଗୀକରଣ ଏବଂ ବିକାଶ ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦେ ଭାରତ ଟ୍ରେନ୍ ଭିତରକୁ ଯାଇ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ସ୍କୁଲ ପିଲାମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ।
ତିରୁବନନ୍ତପୁରମରେ ପ୍ରଧାନମନ୍ତ୍ରୀ ରୋଡ୍ ସୋ ମଧ୍ୟ କରିଥିଲେ। ଏଠାରେ ଡିଜିଟାଲ ସାଇନ୍ସ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ସହ କୋଚି ୱାଟର ମେଟ୍ରୋ ଏବଂ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...