AFFILIATE MARKETING

https://binomo.com?a=90810425bb57&t=0

Thursday, April 27, 2023

ଓଡ଼ିଆ ଯୁବକକୁ ବିଭସ୍ଥ ହତ୍ୟା

ଝାଡ଼ଖଣ୍ଡରେ ଓଡ଼ିଆ ଯୁବକଙ୍କୁ ବୀଭତ୍ସ ହତ୍ୟା: କରତରେ ଖଣ୍ଡ ଖଣ୍ଡ କରି ଫୋପାଡ଼ିଦେଲେ.. ଦମ୍ପତି ଗିରଫ---




ରାଇରଙ୍ଗପୁର : ଝାଡ଼ଖଣ୍ଡରେ ଓଡ଼ିଆ ଯୁବକଙ୍କୁ ବୀଭତ୍ସ ହତ୍ୟା । କରତରେ କାଟି ଖଣ୍ଡ ଖଣ୍ଡ କରିଦେଲେ । ଶରୀର ଖଣ୍ଡକୁ ବ୍ୟାଗରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ ଅଭିଯୁକ୍ତ ଦମ୍ପତି । ଥାନାରେ ଅଭିଯୋଗ ପରେ ଝାଡ଼ଖଣ୍ଡ ଜାମସେଦପୁରର ଦମ୍ପତିଙ୍କୁ ଗିରଫ କରିଛି ରାଇରଙ୍ଗପୁର ପୁଲିସ । ମୃତକ ଜଣଙ୍କ ହେଲେ ରାଇରଙ୍ଗପୁର ୭ନଂ ୱାର୍ଡ ନମ୍ବରର ଡମ୍ବରୁଧର ମହାନ୍ତି (୩୫) । ଡମ୍ବରରୁ ଧର ଗତ ମାର୍ଚ୍ଚ ୨୦ରୁ ନିଖୋଜ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା । କେଉଁ କାରଣରୁ ଡମ୍ବରଙ୍କୁ ହତ୍ୟା କରାଗଲା ସେନେଇ ପୁଲିସ୍‌ ସ୍ପଷ୍ଟ ହୋଇନି । ଗିରଫ ଅଭିଯୁକ୍ତ ହେଲେ କମଳାକାନ୍ତ ସାଗର ଓ ତାଙ୍କ ପତ୍ନୀ ଖୁସବୁ ସାଗର ।
ପୁଲିସ୍‌ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୦ରୁ ନିଖୋଜ ଥିଲେ ଡମ୍ବରୁଧର । ଏନେଇ ଗତ ୧୩ ତାରିଖ ତାଙ୍କ ପତ୍ନୀ ଇନୁଶ୍ରୀ ମହାନ୍ତି ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ରାଇରଙ୍ଗପୁରର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜିଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ଗଠନ କରାଯାଇଥିଲା । ପରେ ପୁଲିସ୍‌ ଜାଣିବାକୁ ପାଇଥିଲା, ଡମ୍ବରୁଧର ଜାମସେଦପୁର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ଘରକୁ ଅନେକ ସମୟରେ ଯାଆସ କରିଥାନ୍ତି । ତାଙ୍କ ସହ ଡମ୍ବରୁଧରଙ୍କ ଅନୈତିକ ସମ୍ପର୍କ ମଧ୍ୟ ଥିଲା । ପରେ ପୁଲିସ୍‌ ଟିମ୍‌ ଜାମସେଦପୁରର ସୋନାରି ପୁଲିସ୍‌ ସହାୟତାରେ ଉଭୟ ଅଭିଯୁକ୍ତ କମଳାକାନ୍ତ ଓ ତାଙ୍କ ପତ୍ନୀ ଖୁସବୁକୁ ଗିରଫ କରିଥିଲା । ଉଭୟଙ୍କୁ ପଚରାଉଚରା ପରେ ସେମାନେ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଅଭିଯୁକ୍ତ ଦମ୍ପତି କହିଥିଲେ, ଡମ୍ବରୁଧରଙ୍କୁ ହତ୍ୟା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ଏହାପରେ ଶରୀର ଖଣ୍ଡକୁ ତିନୋଟି ବ୍ୟାଗରେ ଭର୍ତ୍ତି କରି ଝାଡ଼ଖଣ୍ଡ ରାଜ୍ୟର ଥନଥନ ଘାଟି, ଜମ୍ବାନି ଏବଂ କମଲପୁର ବାଡମ ପୁଲିସ୍‌ ଷ୍ଟେସନ ଟାଟା ରାଞ୍ଚି ରୋଡ୍‌ ରାସ୍ତାରେ ଫୋପାଡ଼ି ଥିଲେ । ଦମ୍ପତିଙ୍କୁ ଗିରଫ ପରେ ପୁଲିସ୍‌ ଦୁଇଟି ସ୍ଥାନରୁ ବ୍ୟାଗ ଜବତ କରିଛି । ଜାମ୍ବାନିରୁ ମିଳିଥିବା ବ୍ୟାଗ୍‌ରେ ମୃତକଙ୍କ ମୁଣ୍ଡ ରହିଛି ଓ ରାଞ୍ଚି ରୋଡ୍‌ରେ ମିଳିଥିବା ବ୍ୟାଗରେ ଯୁବକଙ୍କ ଗୋଡ଼ ରହିଥିବା ଅଭିଯୁକ୍ତ କହିଛନ୍ତି । ଓଡ଼ିଶା ଫରେନସିକ୍‌ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ୟାଗରୁ ଶରୀର ଖଣ୍ଡକୁ ବାହାର କରାଯିବ । ଡମ୍ବରୁଧର ଜଣେ ଅଟୋ ଡ୍ରାଇଭର ଥିଲେ । କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...