ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ
ନମସ୍କାର।
ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ ।
ଉପସ୍ତାପକ ଶେଖର ସୁମନ ଦାସ
ଚାଷୀଙ୍କ ପାଇଁ ବଡ଼ ଖବର।
ରାଜ୍ୟର ଚାଷୀ ପରିବାରଙ୍କୁ ମିଳିଛି ସିଏମ - କିଷାନ ଯୋଜନାର ପଞ୍ଚମ କିସ୍ତିର ଆର୍ଥିକ ସହାୟତା।
ଭୁବନେଶ୍ୱରର ଓ ଇଉ ଏ ଟି କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କ ଖାତାକୁ ସିଧାସଳଖ ଡି ବି ଟି ମାଧ୍ୟମରେ ଏହି ଅର୍ଥରାଶି ପଠାଇଛନ୍ତି।
ଏହି ପର୍ଯ୍ୟାୟରେ ୮୩୩ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଯୋଗ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି କିସ୍ତିରେ ୨,୦୦୦ ଟଙ୍କା ମିଳିଛି।
ଏହି ଅର୍ଥରାଶି ଚାଷୀମାନେ ଆଗାମୀ ରବି ଫସଲ ପାଇଁ ବିହନ, ସାର, କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ବ୍ୟବହାର କରିପାରିବେ।
ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଚାଷୀଙ୍କ ସମୃଦ୍ଧି ହେଉଛି ଓଡ଼ିଶାର ସମୃଦ୍ଧିର ମୁଖ୍ୟ ଆଧାର। ଚାଷୀଙ୍କ ଆୟ ବୃଦ୍ଧି, କୃଷିର ବିକାଶ ଏବଂ ଚାଷ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି।
ସିଏମ କିଷାନ ଯୋଜନାରେ କେବଳ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ନୁହେଁ, ଯୋଗ୍ୟ ଭୂମିହୀନ କୃଷି ପରିବାରଙ୍କ ପାଇଁ ମଧ୍ୟ ଜୀବିକା ସହାୟତାର ବ୍ୟବସ୍ଥା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଅର୍ଥ ହସ୍ତାନ୍ତର ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ରବି ଚାଷ ପୂର୍ବରୁ ଆର୍ଥିକ ସହାୟତା ପାଇଛନ୍ତି।
ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ପହଞ୍ଚାଇବା ଦ୍ୱାରା ସରକାରୀ ସହାୟତା ପାଇବା ପ୍ରକ୍ରିୟା ମଧ୍ୟ ଅଧିକ ସରଳ ଓ ସ୍ୱଚ୍ଛ ହୋଇଛି।
ତେବେ ସିଏମ କିଷାନ ଯୋଜନାର ଏହି ଆର୍ଥିକ ସହାୟତା ଚାଷୀଙ୍କ ରବି ଚାଷ ପ୍ରସ୍ତୁତିରେ କେତେ ସହାୟକ ହେଉଛି, ତାହା ଆଗାମୀ ଦିନରେ ଚାଷୀଙ୍କ ଅନୁଭୂତିରୁ ଜଣାପଡ଼ିବ।
ଏହି ଥିଲା ଆଜିର ପ୍ରମୁଖ କୃଷି ସମ୍ବାଦ।
ଅଧିକ ଓଡ଼ିଶା ଖବର ପାଇଁ କୋଷ୍ଟାଲ ନିଉଜ୍ କୁ ସବସ୍କ୍ରାଇବ କରନ୍ତୁ।
No comments:
Post a Comment