AFFILIATE MARKETING

https://binomo.com?a=90810425bb57&t=0

Monday, June 29, 2026

ସମୁଦି samuduni

ସମୁଦୁଣୀଙ୍କୁ ଚିଠି !
                
ସମୁଦୁଣୀ ! ମୋର ନମସ୍କାର ନେବ,
ଚିଠିଟିଏ ଆଜି ଲେଖୁଛି,
ବୋହୁ ବିରୁଦ୍ଧରେ, ଅଭିଯୋଗ ନୁହେଁ,
ଜଣାଉଛି ଯାହା ଦେଖୁଛି !
ସମୁଦୁଣୀ ତୁମେ, କେଉଁ ଇସ୍କୁଲରେ,
ପାଠ ପଢ଼େଇଲ ଝିଅକୁ,
ଭଲ କଥାଟିଏ, କହୁଥିଲେ ମଧ୍ୟ,
ନେଇ ଯାଉଅଛି ଦିହକୁ !
ଦିନସାରା ବସି, ଟିଭି ଦେଖୁଅଛି,
ଶାଶୁଟା ବିଚରା ଖଟୁଛି,
ସଞ୍ଜ ହେଲାପରେ, ଖାଇ ଶୋଉଛି ଯେ,ଦିନ ବାରଟାରେ ଉଠୁଛି !
ମୋବାଇଲ ଫୋନ୍, କାନରୁ ହଟୁନି,                                 
ଚୁପୁଚୁପୁ କହି ହସୁଛି,
ଯାହା ସାଥେ ଆମ, ଭଲ ପଡୁନାହିଁ,
ତାହା ଘରେ ଯାଇ ବସୁଛି !
ଶାଢ଼ୀ ପିନ୍ଧା ତାକୁ, ଶିଖେଇନ ବୋଧେ,କହିଲେ  ଫାଇଟି କରୁଛି,
ନାଇଟି ଗୋଟିଏ ବେକଠାରୁ ଗୋଡ଼, ଗଳେଇ ଖାଲି ବୁଲୁଛି ।
ଚପଲ ମଡ଼େଇ, ପଶି ଯାଉଅଛି,
ରୋଷେଇ ଘରର ଭିତରେ,
ଶାଶୁ ଶ୍ୱଶୁର ଦିଅରଙ୍କ ପ୍ରତି,
ସ୍ନେହ ନାହିଁ ତାର ଚିତ୍ତରେ !
ପଟେ ପଟେ ଚୁଡ଼ି, ହାତରେ ପିନ୍ଧୁଛି,
ଘାଆ ହୋଇଯିବ କହୁଛି,
ସିନ୍ଥିରେ ସିନ୍ଦୁର ଜମା ଲଗାଉନି,                                
ଟିକିଲି ଗୋଟାଏ ନାଉଛି !
ଗୋଡ଼ ଆଙ୍ଗୁଠିରେ, ଝୁଣ୍ଟିଆ ପିନ୍ଧୁନି,
କହୁଛି ମୋଜାରେ ଲାଗିବ,
କିଛି କାମ ତାକୁ, କରିବାକୁ ଦେଲେ,
ନାକ ଫୁଲେଇକି ରାଗିବ !
ଉପର-ବେଳାରେ, ଭ୍ୟାନିଟି ଝୁଲେଇ,ପଟ୍ଟାମୁଣ୍ଡାଇ କୁ ଯାଉଛି,
ଗୁପୁଚୁପୁ, ଚାଟ୍, ମୋମୋ, ଦହିବରା,ପେଟ ପୂରେଇକି ଖାଉଛି !
ପୁନେଇଁ, ସଂକ୍ରାନ୍ତି, ସୋମ, ଗୁରୁବାର,ଆମିଷରେ ନାହିଁ ବାରଣ,
ପରିବାର ମଧ୍ୟେ, ସୁଖ, ଶାନ୍ତି ନାହିଁ,                
ସବୁ ଅନର୍ଥର କାରଣ !
ଯେଉଁ ରାଗ ତୁମ, ଆମଠାରେ ଅଛି,
ଝିଅ ଦ୍ୱାରା ଦେଲ ଶୁଝେଇ,
ଆର ମାସେ ଝିଅ, ତୁମ ଘର ଗଲେ,
ତାକୁ ଟିକେ ଦେବ ବୁଝେଇ !
ତୁମେ ମଧ୍ୟ ଜଣେ ନାରୀ ଓ଼ ଗୃହିଣୀ,
ଏ କଥା ଭାବିବ ମନରେ,
ମଣିଷ-ପଣିଆ, ବ୍ୟବହାରେ ଥାଏ,
ନ ଥାଏ ସେ ସବୁ ଧନରେ !
ଖୋଲା ଚିଠିଟିଏ, ଲେଖି ପଠେଇଲି,ଲଫାପା ମୁହଁକୁ ନ ମୁଦି,
ଚିଠି ପଢି କେବେ, ରାଗ କରିବନି,
*ଇତି  ତୁମର "ସମୁଦି"* !                   

*ଵି :ଦ୍ର.*
 *ସମୁଦୁଣୀ ଙ୍କ ଉତ୍ତର  !*

*ସମୂଦି!*

କାଲି ନୁହେଁ ଏବେ ଚିଠି ମୁଁ ଲେଖୁଛି
ଚିହ୍ନି ନାହଁ ମୋତେ ତୁମେ,
କଅଣ ଭାବିଲ   କଅଣ ଲେଖିଛ
ଭାବିଛ କି ଟିକେ ମନେ ?
ଝିଅ ବାହା ଦେଇ ପସ୍ତେଇ ହଉଛି 
ଏତେ କମ୍ପ୍ଲେନ୍ କରୁଛ ?
ଆପଲ୍ ଫୋନ୍ କୁ ଧରି ଶିଖିଲନି  
ପୋଷ୍ଟ କାର୍ଡ ରେ ଲେଖିଛ ? 
ଲଜ୍ଜା ଟିକେ ନାହିଁ ମୁହଁକୁ ତୁମର  
ସ୍କୁଲ ପାଟିରେ ପଶୁନି, 
ମାନ୍ଧାତା ଅମଳ  ଇସ୍କୁଲ୍ କହୁଛ 
ଯୁକ୍ତାକ୍ଷର ବି ଦିଶୁନି ।
ଗୁଡ଼ ମର୍ଣ୍ଣିଂ  ଲେଖି ଆସୁନାହିଁ 
ନମସ୍କାର ତୁମ ରଖ,
କମ୍ପ୍ଲେନ କେତେ ଯେ କରୁଛ
ସାମାନ୍ୟ କଟସି ଶିଖ ।
ଏଇ ଫେବ୍ରୁଆରି ଗଲା କାଲି ମୋର 
ଛୟାଳିଶି ମୋତେ ହେଲା, 
କେକ୍ କଟା ଫଟୋ, ଲିଚୁ ଲାଇଟ୍ ର ଭିଡିଓ ଛାଡିଛି ଗଲା ।
ଷାଠିଏ ବରଷ ଟପିଲା ତୁମକୁ 
ଧିକ ମୋ ଲାଇଫ ହେଲା,  
କାହାକୁ କହିବି ମୁହଁ ଲୁଚାଉଛି 
ବୁଢ଼ା ସମୁଦି ମିଳିଲା ।
ତୁମେ କି  ବୁଝିବ  ଜେନେରେସନ ଗ୍ଯାପ୍  ମଡର୍ଣ୍ଣ ବୋହୁଙ୍କ କଥା, 
ଏଇ କେତେ ବର୍ଷ ବିଭାଘର ହେଲା 
ଏତେ ଶୀଘ୍ର ମୁଣ୍ଡ ବ୍ୟଥା ? 
ଜିଦ୍ କଲ ତୁମେ ସାମ୍-ସଙ୍ଗ ଟିଭି 
ମାସକ ମଧ୍ୟରେ ନେବେ , 
ଅଲିଅଳି ଝିଅ ଦେଖିବନି ମୋର 
ଗାଁ ବାଲା ଆସି ଦେଖିବେ ? 
ଯାଜପୁରି ଝିଅ ମୋ କେନ୍ଦ୍ରାପଡ଼ା ବୋହୁ ସହଜେ  ଥଣ୍ଡା ପଡିଲା,
ଭୋର୍ ବାରଟାରେ  ଉଠିଲା ବେଳକୁ ତୁମ ପ୍ରାଣ ଛାଡିଗଲା ? 
ଡିମାଣ୍ଡ ତୁମର ପୁଅ କରି ଥିଲେ 
ଆଇ ଫୋନ ଟାଏ ଦବ,   
ମୁଣ୍ଡ ଟା ତୁମର ବେକାର ବିନ୍ଧୁଛି 
ପଇସା କିପରି ଉଠିବ ? 
ରାତି ନ ପାହୁଣୁ  ଦାଣ୍ଡ କମ୍ପୁଅଛି  
ସମସ୍ତ ଙ୍କ ସହ କଳି,  
କା ' ସାଥେ ପଡନ୍ତା  କିପରି ଭାବୁଛ 
ଝିଅ ମୋ ପାରୁନି ଚଳି ।
ରମାଦେବୀ ଛାତ୍ରୀ, ଶାଢ଼ୀ ପିନ୍ଧା ପିନ୍ଧି କୋର୍ସ ରେ ତାଙ୍କର ନାହିଁ, 
ନାଇଟି ଲେହେଙ୍ଗା ଯୁଗ ଚାଲିଅଛି 
ଏତିକି ଶିଖିଲ ନାହିଁ ? 
ରୋଷେଇ ଘରଟା ଖାଲି ବାଲି ମାଟି 
ଚପଲ ମାଡ଼ୁଛି ଝିଅ,  
ପାଦ ଧୂଳି ହେବ ଜାଣି ପାରୁନ କି 
କିପରି ଚାଲିବ କୁହ ? 
ଯୌତୁକ ଡିମାଣ୍ଡ ଲିଷ୍ଟ ରେ ନଥିଲା 
ସେନେହ ହାଣ୍ଡିଏ ପାଇଁ, 
ଶ୍ୱଶୁର ଶାଶୁ ଦିଅର ମୁଣ୍ଡରେ 
ଘସିଥାନ୍ତା ଏଠୁ ନେଇ ।
ବୋଝେ ବୋଝେ ଚୂଡି ପିନ୍ଧିବା ପାଇଁ କି ଡାକ୍ତର ମନା କରୁଛି, 
ସିନ୍ଦୁରଟା ପରା କେବଳ ପାରଦ 
କେମିଷ୍ଟ୍ରି ବହିରେ ସେ ପଢିଛି ।
ମାଇଚିଆ ତୁମେ ଗୋଡ଼କୁ ଦେଖୁଛ 
ଝୁଣ୍ଟିଆ ଅଛିକି ନାହିଁ,
ଗାଆଁରେ ଶୁଣିଲେ କଅଣ କହିବେ 
ଟିକିଏ ଚେତିଲ ନାହିଁ ? 
ଛବିଶି ବରଷ ଝିଅକୁ ମୋହର 
ବେଶି ତ ବଳେଇ ନାହିଁ, 
ସକ ତାର ଦେଖିବା ପାଇଁକି ଦେହରେ କି ଯାଉ ନାହିଁ ? 
ଲଜ୍ଜା ନାହିଁ ଟିକେ ଭାନିଟି ନେବନି 
ଅଖାଟାଏ ଧରି ଯିବ ? 
ବରା ଗୁପ୍ ଚୁପ୍ ଖାଇବନି ଆଉ 
ଏଣ୍ଡୁରି ପିଠା ଖାଇବ ? 
ସମୁଦୁଣି ଆମ ଏଣ୍ଡୁଳ ଝିଅ ଏଣ୍ଡୁରି ପିଠା ଖାଇଚି l
ସେ ଯାହା ଖାଇଲେ ମୋ ଝିଅ ଖାଇବ କୋଉ ଶାସ୍ତ୍ରେ ଲେଖା ହୋଇଛି l
ମାଛ ମାଂସ ଅଣ୍ଡା ପ୍ରୋଟିନରେ ଭରା 
ଦେହ ପାଇଁ ହିତକର,  
ପିଲାଟି ଦିନରୁ  ଝିଅ ମୋ ଖାଇଛି 
*ରଖ ତୁମ ଗୁରୁ ବାର* ।
ଫାଲତୁ କଥାକୁ କହିବନି ତୁମେ  
ମୋ ରାଗ ଜାଣିନା ତମେ, 
ସମାସ୍କନ୍ଦ ବନ୍ଧୁ ନୁହେଁ କେବେ ତୁମେ 
ପସ୍ତଉଛୁ ଆଜି ଆମେ ।
ଲେଖିବନି ଆଉ  କହିଦେଲି ସଫା 
କୋଓଟ୍ ଦେଖେଇ ଦେବି,
ଚିହ୍ନି ନାହଁ ମୋତେ ରୂପ ମୋ ଦେଖିନା ଛଇ ମୁଁ ଛଡେଇ ଦେବି ।
*ତୁମ ବଇଁଶୀ ବଜେଇ ଦେବି*
 ଇତି         ‌                   
 *ସମୁଦୁଣୀ*😂😂😜

ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ ରାଜ୍ୟ ସରକାର

 ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କଲେ ରାଜ୍ୟ ସରକାର

ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମବାୟ ବିଭାଗ ଦ୍ୱାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି।

Untitled-8.jpg

ଭୁବନେଶ୍ବର: ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମବାୟ ବିଭାଗ ଦ୍ୱାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି, ଯାହା ଚାଷୀମାନଙ୍କୁ ସାର ବଣ୍ଟନ ପ୍ରକ୍ରିୟାକୁ ସହଜ ଓ ସୁଗମ କରିବ। ସମବାୟ ବିଭାଗର କମିଶନର-ତଥା-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ରାଜ୍ୟ ଯୋଜନାର ନାମ ହେଉଛି— "ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।" ଏଠାରେ ଉଲ୍ଲେଖ କରାଯାଇପାରେଯେ, ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି।

ଏହି ଯୋଜନା ସମବାୟ ସମିତିଗୁଡ଼ିକର (PACS/LAMPCS) ଏକ ପ୍ରମୁଖ ଆର୍ଥିକ ସମସ୍ୟାର ସମାଧାନ କରିବ। ସାଧାରଣତଃ ଚାଷ ସମୟ ପୂର୍ବରୁ (ଅଗ୍ରୀମ ଭାବେ) ସାର ଆଣି ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ମାତ୍ରାଧିକ ସୁଧ ବୋଝ ପଡ଼ିଥାଏ। କ୍ୟାଶ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଧ ରିହାତି ପ୍ରଦାନ କରି ରାଜ୍ୟ ସରକାର ଏହି ଆର୍ଥିକ ବାଧାକୁ ଦୂର କରୁଛନ୍ତି, ଯାହାଦ୍ୱାରା ସମବାୟ ସମିତିଗୁଡ଼ିକ ପାଇଁ ସାରର ଅଗ୍ରୀମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧ-ମୁକ୍ତ ହୋଇପାରିବ।

ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ:

· ୬୦% ବଜାର ଅଂଶଧନ ହାସଲ ଲକ୍ଷ୍ୟ: ବେସରକାରୀ ଚ୍ୟାନେଲ ଦ୍ୱାରା ହେଉଥିବା ସାରର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ, ସମବାୟ କ୍ଷେତ୍ର ମାଧ୍ୟମରେ ସାର ବଣ୍ଟନ ପରିମାଣକୁ ବର୍ତ୍ତମାନର ୨୫-୩୦% ରୁ ବୃଦ୍ଧି କରି ଖରିଫ ୨୦୨୬ ରୁ ୬୦% କୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

· ଆର୍ଥିକ ବ୍ୟୟବରାଦ: ପାଞ୍ଚ ବର୍ଷ ଅବଧି (୨୦୨୬-୨୭ ରୁ ୨୦୩୦-୩୧) ପାଇଁ ସର୍ବମୋଟ ୪୨.୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି, ଯେଉଁଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାରମ୍ଭିକ ଭାବେ ୫.୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

· ବ୍ୟାପକ ସାଂସ୍ଥାନିକ ପରିସର: ରାଜ୍ୟର ପ୍ରାୟ ,୭୦୦ ପ୍ରାଥମିକ କୃଷି ସମବାୟ ସମିତି (PACS/LAMPCS) କୁ ଏହି ଯୋଜନାରେ ସାମିଲ କରାଯିବ। ସେମାନଙ୍କର ଆବଶ୍ୟକତା ଆଧାରରେ କ୍ୟାଶ୍ କ୍ରେଡିଟ୍ (CC) ସୀମା ପ୍ରଦାନ କରାଯିବ।

· ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ (QR Code) ମାଧ୍ୟମରେ କାରବାର କରିବାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରାଯିବ।

ସାର କାରବାରକୁ ଆଧୁନିକୀକରଣ କରି, ଏହି ଚାଷୀ-ଅନୁକୂଳ ପଦକ୍ଷେପ ଓଡ଼ିଶାର କୃଷକମାନଙ୍କ ନିକଟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଏବଂ ସଠିକ୍ ସମୟରେ ସାର ପହଞ୍ଚାଇବା ନିଶ୍ଚିତ କରିବ।

ବିଜେଡିରେ ସୁଜାତା

 ବିଜେଡି ରେ ସୁଜାତା ରାଉତ କାର୍ତ୍ତିକେୟନ

ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି: ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ସୁଜାତା ରାଉତ କାର୍ତ୍ତିକେୟନ । ଆଜି ଶଙ୍ଖ ଭବନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ସୁଜାତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । 

ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ଦୀର୍ଘ ୨୪ ବର୍ଷ ଧରି ମୋତେ ସୁଯୋଗ ମିଳିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସେବା କରିବା ପାଇଁ । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ ।

୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ସେହିପରି ୨୦୦୬ ରେ ମଧ୍ୟାହ୍ନ ଭୋଜନ (MDM) ରେ ଅଣ୍ଡା ସାମିଲ କରିବାରେ ସେ ଥିଲେ ପ୍ରମୁଖ ବିନ୍ଧାଣୀ, ଯାହା ପରେ ସମଗ୍ର ରାଜ୍ୟରେ ଲାଗୁ ହୋଇଥିଲା। ସୁନ୍ଦରଗଡ଼ରେ ସେ ବିଶେଷ କରି ଫୁଟବଲ ଏବଂ ହକି ଖେଳକୁ ପ୍ରୋତ୍ସାହିତ କରି 'ଫୁଟବଲ କଲେକ୍ଟର' ଭାବେ ଲୋକପ୍ରିୟତା ହାସଲ କରିଥିଲେ।

କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ 'ମମତା ଯୋଜନା' ଆରମ୍ଭ କରିଥିଲେ। ଏହାବ୍ୟତୀତ ଓଡ଼ିଶାରେ ମହିଳା ସଶକ୍ତୀକରଣର ଅନ୍ୟତମ ପ୍ରମୁଖ ଯୋଜନା ମିଶନ ଶକ୍ତିର ସେ ନେତୃତ୍ୱ ନେଇଥିଲେ। ତାଙ୍କ ସଫଳ ନେତୃତ୍ୱରେ ଏହି ଯୋଜନାରେ ୭୦ ଲକ୍ଷ ମହିଳା ସାମିଲ ହୋଇଥିଲେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକର ଋଣ ପ୍ରଦାନ ପରିମାଣ ୭ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କାରୁ ୧୫,୦୦୦ କୋଟି ଟଙ୍କା କୁ ବୃଦ୍ଧି ପାଇଥିଲା।

Minister Dharmendra Pradhan pats Kendrapara district plumbers

କୋଷ୍ଟାଲ ନ୍ୟୁଜ୍ - କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ାର ପ୍ଲମ୍ବରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଟ୍ଟାମୁଣ୍ଡାଇର SIPTକୁ ଉନ୍ନତ କରିବାକୁ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ କଲେ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ପ୍ଲମ୍ବରମାନଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରାପଡ଼ାର ହଜାର ହଜାର ପ୍ଲମ୍ବର ଦେଶ ଓ ବିଦେଶରେ କାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ଏବଂ ସେମାନଙ୍କର ପରିଶ୍ରମ ଓ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା।
ଏହି ଅବସରରେ ସେ ପଟ୍ଟାମୁଣ୍ଡାଇସ୍ଥିତ **ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲମ୍ବିଂ ଆଣ୍ଡ ଟେକ୍ନୋଲୋଜି (SIPT)**କୁ ଅଧିକ ଦକ୍ଷ ପ୍ଲମ୍ବର ସୃଷ୍ଟି ପାଇଁ ଉନ୍ନତ କରାଯିବ ବୋଲି ଘୋଷଣା କରିଛନ୍ତି।
ଏକ ଘରୋଇ ମହାବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଜାତୀୟ ଶିକ୍ଷା ନୀତି–୨୦୨୦ ମାତୃଭାଷା ଆଧାରିତ ଶିକ୍ଷା, ଗବେଷଣା, ନବସୃଜନ ଏବଂ କୃତ୍ରିମ ବୁଦ୍ଧିମତା (AI) ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି। ଭାରତୀୟ ଜ୍ଞାନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହ ଯୋଡ଼ି ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏହାର ଲକ୍ଷ୍ୟ।
ପରେ ସେ ବିଜେପି କର୍ମୀମାନଙ୍କ ଏକ ବୈଠକରେ ଯୋଗଦେଇ କହିଥିଲେ ଯେ, ଡବଲ୍ ଇଞ୍ଜିନ୍ ସରକାର ଗରିବ, ମହିଳା, ଯୁବକ, କୃଷକ, ପଛୁଆ ବର୍ଗ ଓ ଆଦିବାସୀଙ୍କ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଉଛି। ସେ ଦଳୀୟ କର୍ମୀମାନଙ୍କୁ ସଦସ୍ୟତା ଅଭିଯାନକୁ ଅଧିକ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ।
କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।
ଅନ୍ୟପଟେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ବିରୋଧ କରି ପ୍ରାୟ ୧୫୦ ଜଣ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ। ପୁଲିସ କେତେକ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା।
ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମା ଅଭିଯୋଗ କରି କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥାଗତ ତ୍ରୁଟି, ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ NEET-UG ସମେତ ଅନ୍ୟାନ୍ୟ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ପଦତ୍ୟାଗ କରିବା uchit

Sunday, June 28, 2026

ମହାମୃତ୍ୟୁଞ୍ଜୟ ମନ୍ତ୍ର

Suno Prompt (English):
Create a peaceful, meditative Hindu devotional chant based on the authentic Mahamrityunjaya Mantra. Use a soft, soothing spiritual atmosphere with gentle tanpura drone, bansuri (Indian flute), veena, soft temple bells, subtle sitar, and light meditation percussion. Maintain a slow tempo (60–70 BPM) with deep, reverent male and female chorus vocals. The complete Mahamrityunjaya Mantra should be chanted 108 times continuously with proper Sanskrit pronunciation, allowing a brief pause between repetitions. The music should remain calm, divine, and suitable for meditation, yoga, prayer, healing, and Shiva worship. End with the sacred sound "Om Shanti Shanti Shantiḥ" fading into temple bells and ambient nature sounds.
Lyrics (Devanagari):
ॐ त्र्यंबकं यजामहे सुगन्धिं पुष्टिवर्धनम् । उर्वारुकमिव बन्धनान्मृत्योर्मुक्षीय मामृतात् ॥
(उपरोक्त महामृत्युंजय मंत्र का १०८ बार श्रद्धापूर्वक एवं शुद्ध उच्चारण के साथ जप करें।)
ॐ शान्तिः शान्तिः शान्तिः ॥

Monday, June 22, 2026

SOMANATH

(Gauranga Vandana / Slow Intro)
​(Soft, melodic opening with Khol and Flute, building the spiritual mood)
​ହେ ପ୍ରଭୁ ସୋମନାଥ... ହେ ଭୋଳାନାଥ ...
ଓଁ ନମଃ ଶିବାୟ, ଓଁ ନମଃ ଶିବାୟ,
ଜୟ ସୋମନାଥ, ଜୟ ସୋମନାଥ।
ହର ହର ମହାଦେବ, ଜୟ ଜୟ ସୋମେଶ୍ୱର ମହାଦେବ॥
​ (Chorus - The Catchy Dancing Rhythm)
​(The Khol hits a fast 8-beat Kaharwa or Dadra kirtan tal. High energy, clapping, and swinging side-to-side!)
​(ଭଜ) ଜୟ ସୋମନାଥ, ଜୟ ସୋମନାଥ!
ପ୍ରଥମ ଜ୍ୟୋତିର୍ଲିଙ୍ଗ ହେ ଭୋଳା ନାଥ!
ହେ ବିଶ୍ୱନାଥ, ହେ ଭୋଳାନାଥ, 
ଭକ୍ତଙ୍କର ଉଦ୍ଧାର କର ଆହେ ନାଥ!
ଜୟ ସୋମନାଥ, ଜୟ ସୋମନାଥ॥
​ (Verse 1 - Narrative with Syncopated Beats)
​(Melodious and driving, describing the journey from Odisha to Gujarat)
ଶ୍ରୀ​ଜଗନ୍ନାଥଙ୍କ ପବିତ୍ର ଭୂମିରୁ, ରାଷ୍ଟ୍ରବାଦୀ ଦଳ ଆସିଛନ୍ତି,
ସୋମନାଥଙ୍କର ପବିତ୍ର ଧାମରେ, ଭକ୍ତିର ଦୀପ ଜାଳିଛନ୍ତି।
ହଜାର ହଜାର ଭକ୍ତ ମିଳି, 
ପ୍ରଭାସ କ୍ଷେତ୍ର କୁ ଆସି ଅଛୁ ,
ପ୍ରଭୁ ସୋମନାଥଙ୍କ ଆଶୀର୍ବାଦେ, ଜୀବନ ଧନ୍ୟ ଆମେ କରିଅଛୁ !
​(Fast Bridge)
ନତମସ୍ତକ ରେ ଆସିଛୁ ଆମେ, ସୌଭାଗ୍ୟ ଆମ ଜଗାଇଛୁ,
ମହାଦେବଙ୍କ ଦିବ୍ୟ ଦର୍ଶନେ, ହରିବୋଲ ଧ୍ୱନି ଉଚାରିଛୁ!
ଶିବ ପାର୍ବତୀ ବିବାହ ବେଳାରେ, ସନ୍ଧ୍ୟା ଆଳତି ସମୟରେ, 
ଏଗାର ଶହ ଦୀପ ଜଳିଲା ଓଡ଼ିଆ ଭକ୍ତଙ୍କ ହସ୍ତରେ l
ଏଗାର ଶହ ଶିବ ଜୟ ଧ୍ୱନି ଆରବ ସାଗର ଚହଲାଇ l
 ଓମ୍ ନମଃ ଶିବାୟ ଧ୍ୱନି ରେ ଗଗନ ପବନ ଦେଲେ ଉଛୁଳାଇ l

​[Repeat Chorus: ଜୟ ସୋମନାଥ, ଜୟ ସୋମନାଥ...]
​ପଦ - ୨ (Verse 2 - Sweet and Melodious)
​(Focusing on the sacred geography, beautifully swaying)
​ତ୍ରିବେଣୀର ଏହି ପବିତ୍ର ସଙ୍ଗମ,  ଜଗତର ପାପ ହରି ନିଏ,
ଭାଲକା ତୀର୍ଥେ କୃଷ୍ଣ କନ୍ହାଇ, 
ଭକ୍ତ ମନେ ଶୋକ ଭରି ଦିଏ।
ଗୀତା ମନ୍ଦିର, ଲକ୍ଷ୍ମୀନାରାୟଣ, ଧନ୍ୟ ଧନ୍ୟ ମା ପୃଥି ମାତ,
ସାଗର ତଟର ଦିବ୍ୟ ଶୋଭା, ବିମୋହିତ କଲା ଆମ ଚିତ୍ତ!
​(Fast Bridge)
ତ୍ରିବେଣୀ ତୀର, ଶ୍ୟାମଳ ସୁନ୍ଦର, ଶିବ-କୃଷ୍ଣଙ୍କ ଲୀଳା ସ୍ଥଳୀ,
ଦେଖି ଦେଖି ଆମେ ଭାବ ବିଭୋର, 
ନାଚୁ ଅଛୁ ଆମେ ହାତ ତୋଳି!
ଜଗନ୍ନାଥ ଙ୍କର ଅନ୍ତରଙ୍ଗ ଭକ୍ତ ଆସିଛନ୍ତି bhakti ଅର୍ଘ୍ୟ ନେଇ, 
ବାବା ସୋମନାଥ haribe ଆରତ ଚରଣରେ ତାଙ୍କ ଆଶ୍ରା ଦେଇ, 

​[Repeat Chorus: ଜୟ ସୋମନାଥ, ଜୟ ସୋମନାଥ...]
​ (High Energy Peak / Jhulan & Jhuntar)
​(The tempo doubles! The Kartals ring loudly, and the Mridanga plays wildly. Pure ecstatic dancing.)
​ହର ହର ମହାଦେବ! ଜୟ ଜୟ ସୋମେଶ୍ୱର!
ହର ହର ମହାଦେବ! 
ଜୟ ଜୟ ବିଶ୍ୱେଶ୍ୱର!
​ସାଗର ଲହରୀ ମୁଣ୍ଡ ନୁଆଏ, ମହିମା ତୁମର ଗାଉ ଥାଇ ,ହଜାର ଓଡ଼ିଆ ଭକ୍ତ କଣ୍ଠେ, 
ଜୟ ସୋମନାଥ ଧ୍ୱନି ଗାଈ, 
ବଙ୍ଗୋପସାଗର କୂଳରୁ ପ୍ରଭୁ ହେ ଆସି ଅଛୁ ବହୁ ଆଶା ନେଇ, 
ଆରବ ସାଗର କୂଳରେ ଆମର ବାବା ବସିଛନ୍ତି ପଥ ଚାହିଁ, 
ଡାକରା ପାଇକି ଆସିଛୁ ହେ ପ୍ରଭୁ ମନକୁ ଆସିନୁ ଆମେ କେହି, 
ଦୟାର ସାଗର ଦୁଃଖ ଦୂର କର କାଣିଚାଏ କୃପା ବିନ୍ଦୁ ଦେଇ, 
​(ଜୟ) ସୋମନାଥ ଗାଅ, ସୋମନାଥ ଗାଅ!
ଭୋଳାନାଥ ଗାଅ, ମହାଦେବ ଗାଅ!
ହରିବୋଲ ହରିବୋଲ, ଶିବବୋଲ ଶିବବୋଲ!
​(Outro - Gradual Slowdown)
​(The heavy beats fade into a slow, blissful hum with cymbals)
ଧନ୍ଯ ଧନ୍ଯ ତୁମେ ପ୍ରଧାନମନ୍ତ୍ରୀ ଦେଶର ମଉଡ଼ମଣି, 
ସୁଦୂର ଓଡିଶା ରାଜ୍ୟରୁ ଆମକୁ ଗୁଜରାଟ ନେଲ ଟାଣି, 
ଧନ୍ଯ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗୁଜରାଟ ପ୍ରଶାସନ. 
ଧନ୍ଯ ସାଂସ୍କୃତିକ ବିଭାଗ ସଚିବ ପ୍ରୀତୀଶ ପଣ୍ଡା ମହାନ. 
ଧନ୍ଯ ଧନ୍ଯ ମନ୍ତ୍ରୀ ସୂର୍ଯ୍ୟବଂଶୀ ଧନ୍ଯ ରାଜ୍ଯ ପ୍ରଶାସନ. 
ଧନ୍ଯ ସ୍ଵେଚ୍ଛାସେବୀ ଧନ୍ଯ ରାଷ୍ଟ୍ରୀୟ ସ୍ଵୟଂ ସେବକ ଗଣ, 
ଉତ୍କଳ ବିପନ୍ନ ସହାୟତା ସମିତି କାର୍ଯ୍ୟକର୍ତ୍ତା ଧନ୍ଯ, 
ଅବିରତ ଦେଶ ସେବାରେ ନିଯୁକ୍ତ ସଂଘ କାର୍ଯ୍ୟକର୍ତ୍ତା ଗଣ, 
ଯାହାଙ୍କ କୃପାରୁ ମହାର୍ଘ ସୁଯୋଗ ପାଇଲେ ଶ୍ରଦ୍ଧାଳୁ ଗଣ, 
ସେବା ଭାରତୀ, ସାଗର ଭାରତୀ, ସାମାଜିକ ସଦ୍ଭାବନା, 
କିଷାନ ସଂଘ, ସ୍ଵୟଂ ସେବିଙ୍କର ପୂରଣ ହେଲା କାମନା, 
ଜୟ ଜଗନ୍ନାଥ ନୀଳାଚଳ ନାଥ ତୁମ ଅନୁମତି ନେଇ. 
ସୋମନାଥ ଙ୍କର ଅଭିଷେକ ହେଲା ତୁମ ତୀର୍ଥଜଳ ନେଇ. 
ହିନ୍ଦୁ ଜାଗରଣ ପର୍ବରେ ଆମ୍ଭର ତୁଚ୍ଛ ଯୋଗଦାନ ପାଇଁ, 
ସୋମନାଥ ତବ ଚରଣେ ଶରଣ ଦିଅ ଜଗତର ସାଇଁ, 

​ଓଁ ନମଃ ଶିବାୟ...
ଜୟ ସୋମନାଥ...
ଭୋଳାନାଥ ...
ଓ ପ୍ରଭୁ ଭୋଳାନାଥ ...
ଜୟ ସୋମନାଥ॥

Jyotirlinga darshan

🚩 ସ୍ୱାଭିମାନ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପର୍ବ ଯାତ୍ରା – ଆସ୍ଥା, ସଂସ୍କୃତି ଓ ଜାତୀୟ ଗୌରବର ମହାଯାତ୍ରା 🚩
ଶ୍ରୀ ଜଗନ୍ନାଥ କ୍ଷେତ୍ରରୁ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ଯାତ୍ରାରେ, ଆମ କେନ୍ଦ୍ରାପଡ଼ା ଜିଲ୍ଲାରୁ ମୋଟ ୪୮ ଜଣ ତୀର୍ଥଯାତ୍ରୀ ଏହି ପବିତ୍ର ଯାତ୍ରାରେ ଯୋଗଦେଇଥିବା ବେଳେ, ଓଡ଼ିଶା ପ୍ରାନ୍ତରୁ ପ୍ରାୟ ୫୦୦ ଜଣ ଯାତ୍ରୀ ଏହି ଐତିହାସିକ ଅଭିଯାନରେ ସାମିଲ ହେଉଛନ୍ତି। ସଂଘ ପରିବାରର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଯଥା ସାମାଜିକ ସଦ୍ଭାବନା, ସେବା ଭାରତୀ, ସାଗର ଭାରତୀ ଓ କିଶାନ ସଂଘର କାର୍ଯ୍ୟକର୍ତ୍ତାମାନେ ପ୍ରଥମ ପର୍ଯ୍ୟାୟରେ ଏହି ଯାତ୍ରାରେ ଯୋଡ଼ି ହୋଇଛନ୍ତି।

ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ରେଳଗାଡ଼ି ୧୫ ତାରିଖ ଦିନ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ ଏବଂ ୨୧ ତାରିଖ ଦିନ ଫେରି ଆସିବ। ଏହି ସାତ ଦିନିଆ ତୀର୍ଥଯାତ୍ରା ମାଧ୍ୟମରେ ଯାତ୍ରୀମାନେ ଭାରତର ଗୌରବମୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ନିଜକୁ ଅଧିକ ନିବିଡ଼ ଭାବରେ ଯୋଡ଼ିପାରିବେ।
ଏହି ଐତିହାସିକ ଯାତ୍ରାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦ୍‌ଘାଟନ କରିବେ। ଏହା ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଜାତୀୟ ସ୍ୱାଭିମାନ ଓ ଏକତାର ଏକ ଅନନ୍ୟ ପ୍ରତୀକ।
ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୋମନାଥଙ୍କ କୃପାରେ ଏହି ପବିତ୍ର ଯାତ୍ରା ସମସ୍ତ ଯାତ୍ରୀଙ୍କ ଜୀବନରେ ଶାନ୍ତି, ଶକ୍ତି, ପ୍ରେରଣା ଓ ରାଷ୍ଟ୍ରଭକ୍ତିର ନୂତନ ଚେତନା ଜାଗ୍ରତ କରୁ।
🙏 ଜୟ ଜଗନ୍ନାଥ
🚩 ବନ୍ଦେ ମାତରମ୍
🇮🇳 ଭାରତ ମାତା କି ଜୟ
Tagline (English):
"From Jagannath Dham to Somnath Jyotirlinga — Celebrating India's Eternal Heritage, Unity and National Pride."
#SomnathSwabhimanParvYatra #Kendrapara #Bhubaneswar #JaiJagannath #VandeMataram #BharatMataKiJai #CulturalHeritage #SpiritualJourney #SevaBharati #KisanSangh #SagarBharati #SocialHarmony #OdishaTourism #SwabhimanParvYatra 🚩🇮🇳🙏

Saturday, June 20, 2026

ओडिशा की स्कूली पुस्तकों में हजारों गलतियां, शिक्षा व्यवस्था पर उठे गंभीर सवाल

ओडिशा की स्कूली पुस्तकों में हजारों गलतियां, शिक्षा व्यवस्था पर उठे गंभीर सवाल

भुवनेश्वर: ओडिशा के सरकारी स्कूलों में वितरित नई पाठ्यपुस्तकों में बड़ी संख्या में छपाई, वर्तनी और तथ्यात्मक त्रुटियां सामने आने के बाद राज्य की शिक्षा व्यवस्था सवालों के घेरे में आ गई है। इस मुद्दे को लेकर राजनीतिक गलियारों से लेकर अभिभावकों और शिक्षाविदों तक में चिंता और नाराजगी देखी जा रही है।

सोशल मीडिया पर वायरल हो रहे एक पोस्टर में विभिन्न कक्षाओं की पुस्तकों में पाई गई गलतियों को व्यंग्यात्मक अंदाज में दर्शाया गया है। पोस्टर में दावा किया गया है कि अलग-अलग कक्षाओं की पुस्तकों में बड़ी संख्या में त्रुटियां मौजूद हैं, जिससे विद्यार्थियों के सही ज्ञान अर्जन पर प्रतिकूल प्रभाव पड़ सकता है।

जानकारी के अनुसार, प्राथमिक से लेकर उच्च प्राथमिक स्तर तक की पुस्तकों में वर्तनी, भाषा, चित्रों और तथ्यों से जुड़ी अनेक गलतियां पाई गई हैं। विशेषज्ञों का कहना है कि पाठ्यपुस्तकें छात्रों के ज्ञान का आधार होती हैं, इसलिए इनमें इस प्रकार की त्रुटियां गंभीर चिंता का विषय हैं।
विपक्षी दलों ने इस मामले को लेकर सरकार और शिक्षा विभाग की कार्यप्रणाली पर सवाल उठाए हैं। उनका आरोप है कि पुस्तकों के संपादन, प्रूफरीडिंग और प्रकाशन प्रक्रिया में भारी लापरवाही बरती गई है। वहीं अभिभावकों का कहना है कि ऐसी गलतियां बच्चों के भविष्य और उनकी शिक्षा की गुणवत्ता को प्रभावित कर सकती हैं।

मामले को गंभीरता से लेते हुए राज्य सरकार ने जांच के आदेश दिए हैं और जिम्मेदार अधिकारियों एवं संबंधित एजेंसियों की भूमिका की समीक्षा शुरू कर दी है। शिक्षा विभाग ने भी आश्वासन दिया है कि त्रुटियों को जल्द से जल्द सुधारा जाएगा और आवश्यक संशोधन विद्यार्थियों तक पहुंचाए जाएंगे।

अब सबसे बड़ा सवाल यह है कि जिन पुस्तकों के सहारे बच्चों का भविष्य संवारा जाना है, उनमें इतनी बड़ी संख्या में गलतियां आखिर कैसे रह गईं? और इसके लिए जिम्मेदार लोगों पर क्या कार्रवाई होगी?

10 लाख रुपये रिश्वत मामले में गिरफ्तार IAS अधिकारी को मिली नई जिम्मेदारी, नियुक्ति पर उठे सवाल

10 लाख रुपये रिश्वत मामले में गिरफ्तार IAS अधिकारी को मिली नई जिम्मेदारी, नियुक्ति पर उठे सवाल


भुवनेश्वर: ओडिशा सरकार के एक हालिया प्रशासनिक निर्णय को लेकर राजनीतिक और प्रशासनिक गलियारों में चर्चा तेज हो गई है। रिश्वतखोरी के मामले में गिरफ्तार और निलंबित रहे IAS अधिकारी धिमान चकमा को पुनः सेवा में बहाल कर राजस्व एवं आपदा प्रबंधन विभाग में डिप्टी सेक्रेटरी के पद पर नियुक्त किए जाने को लेकर विभिन्न पक्षों से प्रतिक्रियाएं सामने आ रही हैं।

जानकारी के अनुसार, वर्ष 2021 बैच के IAS अधिकारी धिमान चकमा को कुछ समय पूर्व एक व्यापारी से कथित रूप से 10 लाख रुपये रिश्वत लेते हुए गिरफ्तार किया गया था। जांच के दौरान उनके ठिकानों से लगभग 47 लाख रुपये नकद बरामद किए जाने की भी खबरें सामने आई थीं। मामले के बाद उन्हें निलंबित कर दिया गया था और जांच प्रक्रिया शुरू की गई थी।

बताया जा रहा है कि कानूनी प्रक्रिया के तहत उन्हें जमानत मिलने के बाद सेवा नियमों के अनुरूप पुनः सरकारी सेवा में बहाल किया गया है। इसके बाद राज्य सरकार ने उन्हें राजस्व विभाग में डिप्टी सेक्रेटरी के पद पर नियुक्त किया है।

इस नियुक्ति को लेकर विपक्षी दलों और विभिन्न सामाजिक संगठनों ने सवाल उठाए हैं। उनका कहना है कि जब किसी अधिकारी के खिलाफ गंभीर भ्रष्टाचार के आरोपों की जांच जारी हो, तब उसे महत्वपूर्ण प्रशासनिक जिम्मेदारी सौंपना शासन की पारदर्शिता और जवाबदेही पर प्रश्नचिह्न खड़ा करता है।

हालांकि प्रशासनिक विशेषज्ञों का मानना है कि किसी भी अधिकारी को अदालत द्वारा दोषी सिद्ध किए जाने से पहले कानून की नजर में निर्दोष माना जाता है। सेवा नियमों के तहत निलंबन और बहाली की प्रक्रिया निर्धारित प्रावधानों के अनुसार की जाती है।

फिलहाल यह मामला राजनीतिक बहस का विषय बना हुआ है। सरकार की ओर से अभी तक इस नियुक्ति को लेकर कोई विस्तृत सार्वजनिक प्रतिक्रिया सामने नहीं आई है। वहीं विपक्ष इस मुद्दे को भ्रष्टाचार और प्रशासनिक नैतिकता से जोड़कर सरकार को घेरने का प्रयास कर रहा है।

अब सवाल यह है कि गंभीर भ्रष्टाचार के आरोपों का सामना कर रहे किसी अधिकारी को जांच पूरी होने से पहले महत्वपूर्ण पद पर नियुक्त किया जाना कितना उचित है? यह बहस अब जनता और राजनीतिक दलों के बीच चर्चा का विषय बन गई है।

ओडिशा में युवती के साथ अमानवीय बर्ताव, देशभर में आक्रोश

ओडिशा में युवती के साथ अमानवीय बर्ताव, देशभर में आक्रोश

रायगढ़ा, ओडिशा: ओडिशा के रायगढ़ा जिले के कल्याणसिंहपुर थाना क्षेत्र के इंटालीगुड़ा गांव के निकट एक बेहद शर्मनाक और अमानवीय घटना सामने आई है, जिसने पूरे राज्य को झकझोर कर रख दिया है।

प्राप्त जानकारी के अनुसार, दिल्ली की एक युवती और गुजरात का एक युवक एक गैर-सरकारी संगठन (NGO) के तहत ग्रामीण क्षेत्र में फील्ड इंटर्नशिप कर रहे थे। वे ग्रामीण जीवन और विकास कार्यों का अध्ययन करने के उद्देश्य से दारिंगबाड़ी से कालाहांडी जिले के थुआमूल रामपुर की ओर जा रहे थे। इसी दौरान गूगल मैप के सहारे यात्रा करते समय वे रास्ता भटककर रायगढ़ा जिले के इंटालीगुड़ा गांव के निकट पहुंच गए।

आरोप है कि वहां कुछ स्थानीय युवकों ने उनकी स्कूटी रोक ली और उन पर बच्चा चोर होने का संदेह जताते हुए भीड़ इकट्ठा कर दी। इसके बाद दोनों के साथ मारपीट की गई। पीड़ित युवती के साथ दुर्व्यवहार किए जाने तथा उसके कपड़े फाड़कर सार्वजनिक रूप से अपमानित करने के आरोप भी सामने आए हैं।

घटना के दौरान मौजूद कई लोग पीड़ितों की सहायता करने के बजाय मोबाइल फोन से वीडियो बनाने में व्यस्त रहे। इस घटना के वीडियो सोशल मीडिया पर वायरल होने के बाद व्यापक जनाक्रोश देखने को मिल रहा है।

यह घटना न केवल कानून-व्यवस्था पर गंभीर सवाल खड़े करती है, बल्कि समाज में बढ़ती भीड़ हिंसा और संवेदनहीनता को भी उजागर करती है। विभिन्न सामाजिक संगठनों और नागरिकों ने इस मामले की निष्पक्ष जांच तथा दोषियों के खिलाफ कड़ी कानूनी कार्रवाई की मांग की है।

पुलिस ने मामले को गंभीरता से लेते हुए जांच शुरू कर दी है। अधिकारियों का कहना है कि घटना में शामिल सभी आरोपियों की पहचान कर उनके खिलाफ कानून के अनुसार कठोर कार्रवाई की जाएगी।

यह घटना ओडिशा की सामाजिक छवि और मानवीय मूल्यों पर एक गहरा आघात मानी जा रही है। समाज के विभिन्न वर्गों ने पीड़ितों को न्याय दिलाने और भविष्य में ऐसी घटनाओं की पुनरावृत्ति रोकने के लिए सख्त कदम उठाने की मांग की है।

ସୋମନାଥ ସ୍ୱାଭିମାନ ପର୍ବ "ଜଗନ୍ନାଥରୁ ସୋମନାଥ: ୧୧୦୦ ରାଷ୍ଟ୍ରବାଦୀ ଶ୍ରଦ୍ଧାଳୁଙ୍କ ସ୍ୱାଭିମାନ ଯାତ୍ରା ସଫଳ"

"ଜଗନ୍ନାଥରୁ ସୋମନାଥ: ୧୧୦୦ ରାଷ୍ଟ୍ରବାଦୀ ଶ୍ରଦ୍ଧାଳୁଙ୍କ ସ୍ୱାଭିମାନ ଯାତ୍ରା ସଫଳ"

ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନ ପରେ ଆରମ୍ଭ, ଗୁଜରାଟରେ ଭବ୍ୟ ସ୍ୱାଗତ ଓ ସୋମନାଥ ଧାମରେ ଆଧ୍ୟାତ୍ମିକ ମିଳନର ଅନନ୍ୟ ଅନୁଭୂତି।

ସୋମନାଥ ଧାମ, ଗୁଜରାଟ, ୨୦ ଜୁନ: ଓଡ଼ିଶା ସରକାରଙ୍କ ଆୟୋଜନରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ଆରମ୍ଭ 
ହୋଇଥିବା “ସୋମନାଥ ସ୍ୱାଭିମାନ ଯାତ୍ରା” ସଫଳତାର ସହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରୁ ଗତ ୧୫ ତାରିଖରେ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ରେଳଗାଡ଼ିରେ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ରାଷ୍ଟ୍ରଭକ୍ତ ଶ୍ରଦ୍ଧାଳୁମାନେ ଭାରତର ଗୌରବମୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ନିଜକୁ ଅଧିକ ନିବିଡ଼ ଭାବେ ଯୋଡ଼ିବାର ସୁଯୋଗ ପାଇଥିଲେ। ଏହି ଯାତ୍ରା ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଜାତୀୟ ସ୍ୱାଭିମାନ ଓ ଏକତାର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଗଣିତ ହୋଇଛି।

ଗୁଜରାଟର ବେରାବଲ ରେଳ ଷ୍ଟେସନରେ ପହଞ୍ଚିବା ପରେ ଶ୍ରଦ୍ଧାଳୁମାନଙ୍କୁ ଗୁଜରାଟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ, ସଙ୍ଗୀତ ଓ ବାଦ୍ୟଯନ୍ତ୍ର ସହ ଭବ୍ୟ ସ୍ୱାଗତ କରାଯାଇଥିଲା।

 ତୀର୍ଥଯାତ୍ରୀମାନେ ଶ୍ରୀରାମ ମନ୍ଦିର, ତ୍ରିବେଣୀ ଘାଟ, ଗୀତା ମନ୍ଦିର, ବଲ୍କା ତୀର୍ଥ, ବାଣଗଙ୍ଗା, ଗୋଲକଧାମ ଓ ସୋମନାଥ ସଂଗ୍ରହାଳୟ ପ୍ରଭୃତି ପବିତ୍ର ସ୍ଥାନ ପରିଦର୍ଶନ କରିଥିଲେ।

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବେ ପରିଚିତ ଶ୍ରୀ ସୋମନାଥ ମନ୍ଦିରରେ ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା।
 
ଭକ୍ତମାନେ ଜଳାଭିଷେକ, ଆରତି ଦର୍ଶନ ଓ ବିଶେଷ ପୂଜାରେ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ଅନୁଭୂତି ଲାଭ କରିଥିଲେ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଉତ୍ତରୀୟ, ପ୍ରସାଦ ଓ ସ୍ମାରକ ଉପହାର ପ୍ରଦାନ କରାଯାଇଥିଲା।

ସନ୍ଧ୍ୟାରେ ଆଳତୀ ସମୟରେ ୧୧୦୦ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ମାଧ୍ୟମରେ ସୋମନାଥ ମନ୍ଦିରର ଐତିହ୍ୟ ଓ ପୁନର୍ନିର୍ମାଣର ଗୌରବମୟ ଇତିହାସ ଉପସ୍ଥାପିତ କରାଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଏବଂ ଆଧୁନିକ ବିକାଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

ଗୁଜରାଟ ସରକାର ଙ୍କ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଉତ୍କୃଷ୍ଟ ଆତିଥ୍ୟ ବ୍ୟବସ୍ଥା କରାଯାଇଥିଲା। ଶୀତତାପ ନିୟନ୍ତ୍ରିତ ହୋଟେଲରେ ରହଣି ସହ ବିଭିନ୍ନ ତୀର୍ଥସ୍ଥାନ ପରିଦର୍ଶନ ପାଇଁ ପ୍ରାୟ ୨୫ଟି ଏସି ବସ୍‌ର ବ୍ୟବସ୍ଥା ହୋଇଥିଲା।

ଓଡ଼ିଶା ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ପ୍ରୀତୀଶ ପଣ୍ଡା ଙ୍କ ମେଡିକାଲ୍ ଟିମ୍ ସହିତ ଯାତ୍ରୀମାନଙ୍କ ସହିତ ଯାତ୍ରା ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରାର ଅନୁଭୂତି ପ୍ରଦାନ କରିଥିଲା , ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବକମାନଙ୍କ ସୁଚାରୁ ପରିଚାଳନା ଯୋଗୁଁ ତୀର୍ଥଯାତ୍ରୀମାନେ ଆନନ୍ଦିତ  ହୋଇଥିଲେ l ବଙ୍ଗୋପସାଗର କୂଳରୁ ଆରମ୍ଭ ହୋଇ ଆରବ ସାଗର କୂଳରେ ସମାପ୍ତ ହୋଇଥିବା ଏହି ଆଧ୍ୟାତ୍ମିକ ଯାତ୍ରା ଓଡ଼ିଶା ଓ ଗୁଜରାଟ ମଧ୍ୟରେ ସାଂସ୍କୃତିକ ବନ୍ଧନ ଓ ଭାତୃଭାବକୁ ଆହୁରି ସୁଦୃଢ଼ କରିଛି।

ରାଷ୍ଟ୍ରପ୍ରେମୀ ଶ୍ରଦ୍ଧାଳୁ ମାନେ ଏହି ସଫଳ ଯାତ୍ରା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ଅଧିକାରୀ ଶ୍ରୀଯୂକ୍ତ ପ୍ରୀତୀଶ ପଣ୍ଡା, ସ୍ଵେଚ୍ଛାସେବୀ, ସ୍ବାସ୍ଥ୍ୟକର୍ମୀ, ସୁରକ୍ଷା କର୍ମୀ ତଥା ପ୍ରଧାନମନ୍ତ୍ରୀ, ଓଡିଶା ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

SOMANATH

ଶ୍ରୀଜଗନ୍ନାଥ କ୍ଷେତ୍ରରୁ ଶ୍ରୀ ସୋମନାଥ କ୍ଷେତ୍ର ଯାତ୍ରା
ଓଡିଶା ରାଜ୍ଯ ସରକାର ଙ୍କ ଦ୍ଵାରା ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରା ସଫଳ 

ସୋମନାଥ ଧାମ୍ :
ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ରେଳଗାଡ଼ି ୧୫ ତାରିଖ ଦିନ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ୨୧ ତାରିଖ ଦିନ ଫେରି ଆସିବ। ଏହି ସାତ ଦିନିଆ ତୀର୍ଥଯାତ୍ରା ମାଧ୍ୟମରେ ରାଷ୍ଟ୍ର ଭକ୍ତ ଯାତ୍ରୀମାନେ ଭାରତର ଗୌରବମୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ନିଜକୁ ଅଧିକ ନିବିଡ଼ ଭାବରେ ଯୋଡ଼ିପାରିବେ।

ଏହା ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଜାତୀୟ ସ୍ୱାଭିମାନ ଓ ଏକତାର ଏକ ଅନନ୍ୟ ପ୍ରତୀକ।
ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୋମନାଥଙ୍କ କୃପାରେ ଏହି ପବିତ୍ର ଯାତ୍ରା ସମସ୍ତ ରାଷ୍ଟ୍ର ଭକ୍ତ ଯାତ୍ରୀଙ୍କ ଜୀବନରେ ଶାନ୍ତି, ଶକ୍ତି, ପ୍ରେରଣା ଓ ରାଷ୍ଟ୍ରଭକ୍ତିର ନୂତନ ଚେତନା ଜାଗ୍ରତ କରିଛି ।

ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଉପଲକ୍ଷେ 1100 ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତମାନେ କେନ୍ଦ୍ରସରକାର ଓ ଓଡିଶା ତଥା ଗୁଜରାଟ ରାଜ୍ୟସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଗତ 15 ତାରିଖ ଦିନ ଯାତ୍ରା ଆରମ୍ଭ କରିଥିଲେ l ଏ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଓ ଭଲ୍ଯୁଣ୍ଟର ମାନେ ମୁତୟନ ହୋଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଏହି ଯାତ୍ରାରେ କଟକ ରୁ 35, ଜଗତସିଂହପୂର ରୁ 18 କେନ୍ଦ୍ରାପଡ଼ା ରୁ 48, ଗଞ୍ଜାମ ରୁ 52, .ବାଲେଶ୍ୱର, ରୁ 31 ଗଜପତି ରୁ 21 ଖୋର୍ଦ୍ଧା ରୁ 39 ଯାଜପୁର ରୁ 12 ପୁରୀ, ରୁ 71,    କେନ୍ଦୁଝର ରୁ - 15 ଢେଙ୍କାନାଳ ରୁ 15.ମୌରଭଞ୍ଜ ରୁ 29 ନୟାଗଡ଼ ରୁ 23 ଭଦ୍ରକ ରୁ 51 ଅନଗୁଳ ରୁ 12 ଓ କନ୍ଧମାଳ ରୁ 41 ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ l

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ l 

ଗୁଜରାଟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ଏହି ଶ୍ରଦ୍ଧାଳୁ ମାନଙ୍କୁ ନାଚ ଗୀତ ସହ ବାଜା ବାଦ୍ୟ ବଜାଇ ବହୁ ଆଡମ୍ବର ସହକାରେ ବେରାବଲ୍ ରେଳ ଷ୍ଟେସନ ଠାରେ ସ୍ଵାଗତ ଜଣା ଯାଇଥିଲା l

ଶ୍ରଦ୍ଧାଳୁ ମାନେ ଶ୍ରୀରାମ ମନ୍ଦିର, ତ୍ରିବେଣୀ ଘାଟ, ଗୋଲକଧାମ୍ , ଗୀତା ମନ୍ଦିର, ବଲ୍‍କା ତୀର୍ଥ, ବାଣ ଗଙ୍ଗା, ସୋମନାଥ ମ୍ୟୁଜିୟମ୍ ପ୍ରଭୃତି ଦର୍ଶନ କରି ଅଭିଭୂତ ହୋଇଥିଲେ l 

ହିନ୍ଦୁ ମାନଙ୍କର ଆସ୍ଥା, ବିଶ୍ଵାସ ଓ ସ୍ବାଭିମାନର ପ୍ରତୀକ ସମଗ୍ର ଭାରତ ବର୍ଷରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ଯ ରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ପ୍ରଭୁ ଶ୍ରୀ ସୋମନାଥଙ୍କ ପୀଠରେ ଓଡ଼ିଶାର ଶ୍ରଦ୍ଧାଳୁଙ୍କ ଅପୂର୍ବ ସମାଗମ ଦେଖ‌ିବାକୁ ମିଳିଥିଲା ।

 ଓଡ଼ିଶାରୁ ବିଭିନ୍ନ ଜିଲ୍ଲାରୁ ଯାଇଥିବା ପ୍ରାୟ ୧୧୦୦ ତୀର୍ଥଯାତ୍ରୀ ଭାରତର ପୂର୍ବରୁ ପଶ୍ଚିମ ଗୁଜରାଟର ସୌରାଷ୍ଟ୍ର ରେ ଆରବ ସାଗର କୂଳ ସ୍ପର୍ଶ କରିଥିବା ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ କରିବା ସହ ଜଳାଭିଷେକ ଓ ଆରତି ଦର୍ଶନ କରିବାର ଏକ ମହାର୍ଘ ସୁଯୋଗ ଲାଭ କରିଥିଲେ । ଗୁଜରାଟର ସରକାରଙ୍କ ତରଫରୁ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରେଇବା ସହିତ ସମସ୍ତ ଭକ୍ତଙ୍କୁ ମନ୍ଦିର ଟ୍ରଷ୍ଟ ତରଫରୁ ଉତ୍ତରୀୟ ସହ ପ୍ରସାଦ ଓ ଉପଢୌକନ ପ୍ରଦାନ କରଯାଇଥିଲା l ସନ୍ଧ୍ୟା ସମୟରେ ଆରତି ସମୟରେ ଏକକାଳୀନ 1100 ପ୍ରଦୀପ ପ୍ରଜ୍ଜଳନ ଓ ଲାଇଟ୍ ଆଣ୍ଡ ଶୋ ମାଧ୍ୟମରେ ସୋମନାଥ ମନ୍ଦିର ର ସ୍ରୁଷ୍ଟି ଓ ଇତିହାସର ସୂଚନା ଦିଆଯାଇଥିଲା l ବିଧର୍ମୀ ମାନଙ୍କ ଆକ୍ରମଣରେ ଧ୍ଵଂସ ହୋଇଥିବା ମନ୍ଦିରର ପୁନର୍ଗଠନ ରେ ଲୌହ ପୁରୁଷ ଶ୍ରୀ ପଟେଲ ଓ ବର୍ତ୍ତମାନ ହୋଇ ଥିବା ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଯୋଗଦାନ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l ବଙ୍ଗୋପସାଗର କୂଳରୁ ଆରମ୍ଭ ଯାତ୍ରାର ଆରବ ସାଗର କୂଳରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦୁଇ ରାଜ୍ୟର ସଂସ୍କୃତି ଓ ଭାତୃଭାବକୁ ଆହୁରି ସଦୃଢ଼ କରିଛି।

ଗୁଜରାଟ ପ୍ରଶାସନ ପକ୍ଷରୁ ଓଡ଼ିଶାରୁ ଯାଇଥିବା ଏହି ବିଶାଳ ତୀର୍ଥଯାତ୍ରୀ ଦଳଙ୍କୁ ସେଠାରେ  ଭବ୍ୟ
ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ଗୁଜରାଟ ସରକାର ଓ ପ୍ରଶାସନ ପକ୍ଷରୁ ଅତିଥ୍ୟ ସେବାର ସୁନ୍ଦର ବ୍ୟବସ୍ଥା କରାଯାଇଥିଲା l ଶୀତତାପ ନିୟନ୍ତ୍ରିତ ହୋଟେଲ ରେ ରହଣି ବ୍ୟବସ୍ଥା ସହିତ ବିଭିନ୍ନ ମନ୍ଦିର ଓ ତୀର୍ଥସ୍ଥାନ ମାନଙ୍କୁ ଗସ୍ତ ନିମନ୍ତେ ପ୍ରାୟ 25 ଗୋଟି ଶୀତତାପ ନିୟନ୍ତ୍ରିତ ବସ୍ ଯୋଗାଇ ଦେଇଥିଲେ l 

ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସଚିବ ଶ୍ରୀଯୁକ୍ତ ପ୍ରୀତୀଶ , ବରିଷ୍ଠ ଅଧିକାରୀ ଏବଂ ସୋମନାଥ ମନ୍ଦିର ସନାତନ ସ୍ବାଭିମାନର ପ୍ରତୀକ
କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ଦର୍ଶନ କାର୍ଯ୍ୟ ପରିଚାଳନା କରିଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁପରିଚାଳନା, ମୃଦୁ ବ୍ୟବହାର ପାଇଁ ତୀର୍ଥଯାତ୍ରୀମାନେ ଭାବବିହ୍ବଳ ହୋଇପଡ଼ିଥିଲେ। 

Friday, May 15, 2026

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।


SIR Phase 3

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ କରାଯିବ। ଯେଉଁଥିରେ ଅନ୍ୟାନ୍ୟା ରାଜ୍ୟ ସହିତ ଓଡିଶାରେ ବି ଏସଆଇଆର୍ କରାଯିବ। ଓଡ଼ିଶା ପାଇଁ ୩୮୧୨୩ ବିଏଲଏ (Booth Level Officers), ୮୩୯୧ ବିଏଲଏ ( Booth Level Agents​​​​​​​)ଙ୍କୁ ନିଯୁକ୍ତ କରାଯାଇଛି। 

ତେବେ ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ ବାଦ ଦିଆଯାଇଛି। ଏହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଭୌଗଳିକ ଓ ପାଣିପାଗ ସମ୍ପର୍କିତ ସମସ୍ୟା ରହିଥିବାରୁ ପରେ ଏହିଠାରେ ଏସଆଇଆର୍ କରାଯିବ ବୋଲି ମୁଖ୍ୟ ଇଲେକ୍ସନ କମିଶନ କହିଛନ୍ତି। ଗୁରୁବାର ଏନେଇ ଇସିଆଇଙ୍କ ପକ୍ଷରୁ ଘୋଷଣା କରାଯାଇଛି।

​​​​​​​​​​​​​​ତୃତୀୟ ପର୍ଯ୍ୟାୟରେ, ୩.୯୪ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟାରେ ନିୟୋଜିତ ହେବେ। ପ୍ରାୟ ୩୬.୭୩ କୋଟି ଭୋଟରଙ୍କ ଘରେ ଘରେ ଯାଇ ଏମାନେ ଯାଞ୍ଚ କରିବେ। ଏହି ପର୍ଯ୍ୟାୟରେ ଦିଲ୍ଲୀ ମଧ୍ୟ ସାମିଲ ହେବ।

May be an image of text

ଜାତୀୟ ଜନଗଣନା ଅଧୀନରେ ଚାଲିଥିବା ଘର ଗଣନା କାର୍ଯ୍ୟ ସହିତ ଏସଆଇଆର କାର୍ଯ୍ୟସୂଚୀକୁ ସଂଲଗ୍ନ କରାଯାଇଛି। ଫଳରେ ଦୁଇଟି କାର୍ଯ୍ୟ ଏକା ସହିତ କରାଯିବ। ଫଳରେ ଉଭୟ ପ୍ରକ୍ରିୟାରେ ପ୍ରଶାସନିକ କଳର ସୁବିନିଯୋଗ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।

ଇସିଆଇଙ୍କ ସୂଚନା ଅନୁସାରେ, ବାକି ରହିଯାଇଥିବା ଅଞ୍ଚଳଗୁଡ଼ିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପୃଥକ ଭାବରେ କାର୍ଯ୍ୟସୂଚୀ ଜାରି କରାଯିବ।। ଏଥିରେ ଜଗଣନାର ଦ୍ୱିତୀୟ ପର୍ଯ୍ୟାୟ ପୂରା ହେବା, ଉଚ୍ଚ-ପାହାଡ଼ିଆ ଓ ତୁଷାରପାତ ଅଞ୍ଚଳ ଭଳି ପାଣିପାଗ ସମ୍ବିନ୍ଧୀୟ ଚ୍ୟାଲେଞ୍ଜ ଥିବା ଅଞ୍ଚଳଗୁଡ଼ିକୁ ଧ୍ୟାନ ଦିଆଯିବ।

ଏଥିରେ ଆହୁରି କୁହାଯାଇଛି ଯେ ବର୍ତ୍ତମାନ ଏହିସବୁ ଅଞ୍ଚଳରେ ନାନା ବାଧାବିଘ୍ନ ରହିଥିବାରୁ ଏହି ତିନୋଟି ଅଞ୍ଚଳ ପାଇଁ ଏସଆଇଆର୍ କାର୍ଯ୍ୟକାରୀକୁ ସ୍ଥଗିତ ରଖାଯାଇଛି। ପରିସ୍ଥିତି ଉପଯୁକ୍ତ ହେବା ପରେ ଏହିସବୁ ଅଞ୍ଚଳମାନଙ୍କରେ ଏସଆଇଆର କାର୍ଯ୍ୟକାରୀ କରାଯିବ।

May be an image of text​​​​​​​

ତୃତୀୟ ପର୍ଯ୍ୟାୟ ଏସଆଇଆର୍ ଶୁଭାରମ୍ଭ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି “ମୁଁ ସମସ୍ତ ଭୋଟରଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ଗଣନା ଫର୍ମ ଦାଖଲ କରିବାକୁ ନିବେଦନ କରୁଛି।” ଏସଆଇଆର ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଏବଂ ଅଯୋଗ୍ୟ ନାମ ଅନ୍ତର୍ଭୁକ୍ତ ହେବାରୁ ରୋକିବା ବୋଲି କହିଛନ୍ତି ସିଇସି।

ପୂର୍ବରୁ ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଂଶୋଧନ

​​​​​​​SIRର ପ୍ରଥମ ପର୍ଯ୍ୟାୟ କିଛି ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ କରାଯାଇଥିଲା, ଯେଉଁଥିରେ ବିହାର ବି ସାମିଲ ଥିଲା। ଏହା ଜୁନରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ହୋଇଥିଲା। ଯାଞ୍ଚ ପରେ, ବିହାରରେ ପ୍ରାୟ ୪୭ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା। ଯାହା ରାଜ୍ୟର ମୋଟ ଭୋଟରଙ୍କ ପ୍ରାୟ ୫-୬ ପ୍ରତିଶତ ଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଏସଆଇଆର ୨୭ ଅକ୍ଟୋବର, ୨୦୨୫ରେ ଆରମ୍ଭ ହୋଇଥିଲା ଏବଂ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ୯ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିରେ କଭର କରାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ୨.୦୪ କୋଟି ଭୋଟରଙ୍କ ନାଁ କାଟି ଦିଆଯାଇଛି। ଏହାପରେ ପଶ୍ଚିମବଙ୍ଗରେ ୮୩.୮୬ ଲକ୍ଷ ଭୋଟରଙ୍କ ନା ବି କାଟି ଦିଆଯାଇଛି। ଏବେ ଯେହେତୁ ତୃତୀୟ ପର୍ଯ୍ୟାୟ ଏସଆଇଆର୍‌ ଭିତରେ ଓଡ଼ିଶା ରହିଛି, ତେଣୁ ଏଥିରେ କେତେ ଭୋଟର କଟିବେ ତାହା ଦେଖିବା ବାକି ରହିଲା। 

Monday, May 11, 2026

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ରୁଫ୍‌ଟପ୍ ସୋଲାର କାର୍ଯ୍ୟକାରୀ କରିବା ପାଇଁ ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ, ବ୍ୟାଙ୍କ ଏବଂ ଭେଣ୍ଡରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି

ଭୁବନେଶ୍ୱର, ୦୮/୦୩: ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ସଫଳ ରୂପାୟନ ପାଇଁ ଟିପିସିଓଡିଏଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟୁତ ବିତରଣ କମ୍ପାନୀ, ବ୍ୟାଙ୍କ ପ୍ରତିନିଧି ଏବଂ ପଞ୍ଜିକୃତ ଭେଣ୍ଡରମାନେ ଏକତ୍ରିତ ହୋଇଥିଲେ। ରାଜ୍ୟରେ ରୁଫ୍‌ଟପ୍ ସୋଲାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ପରିଚାଳନା କ୍ଷେତ୍ରରେ ଥିବା ଅସୁବିଧାକୁ ଦୂର କରିବା, ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ଓଡ଼ିଶାର ରୁଫ୍‌ଟପ୍ ସୋଲାର କ୍ଷେତ୍ରରେ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି। ବ୍ୟାଙ୍କ, ଭେଣ୍ଡର ଏବଂ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ, ଯାହାଦ୍ୱାରା ଠିକ୍ ସମୟରେ ଋଣ ପ୍ରଦାନ ଏବଂ ସୁରୁଖୁରୁରେ ଯୋଜନାର କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ ଏବଂ ଅଧିକରୁ ଅଧିକ ପରିବାର ସ୍ୱଚ୍ଛ ଓ ସୁଲଭ ଶକ୍ତି ଦ୍ୱାରା ଉପକୃତ ହୋଇପାରିବେ।”

ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ କାଲେ, ଏହି ଯୋଜନା ଅଧୀନରେ ଥିବା ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପାଇଁ ସୁଦୃଢ଼ ଭାଗିଦାରୀର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, “ଏହି ପଦକ୍ଷେପର ସଫଳତା ଆର୍ଥିକ ଅନୁଷ୍ଠାନ, ଭେଣ୍ଡର ଏବଂ ଡ଼ିସକମ ଗୁଡ଼ିକ ମଧ୍ୟରେ ଥିବା ନିରନ୍ତର ସହଯୋଗ ଉପରେ ନିର୍ଭର କରେ। ପରିଚାଳନା କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ମିଳିତ ଭାବେ ସମାଧାନ କରି ଆମେ ରୁଫ୍‌ଟପ୍ ସୋଲାର ଗ୍ରହଣ କରିବା ପ୍ରକ୍ରିୟାକୁ ବୃଦ୍ଧି କରିପାରିବା ଏବଂ ଓଡ଼ିଶାର ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନରେ ଅବଦାନ ରଖିପାରିବା।”

ଏହି ପାରସ୍ପରିକ ଆଲୋଚନା ଅଧିବେଶନ ମାଧ୍ୟମରେ ବ୍ୟାଙ୍କର ଏବଂ ଭେଣ୍ଡରମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହ ବାସ୍ତବିକ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ଏବଂ ସଂଯୋଗ ପ୍ରକ୍ରିୟାକୁ ଶୀଘ୍ର କରିବା ପାଇଁ ତଥା ଉପଭୋକ୍ତାମାନଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ସମାଧାନର ପନ୍ଥା ଖୋଜିଥିଲେ। ସମଗ୍ର ଓଡ଼ିଶାରେ ଏହି ଯୋଜନାର ପ୍ରଭାବଶାଳୀ ରୂପାୟନ ଏବଂ ସମନ୍ୱୟ ରକ୍ଷା ପାଇଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଏକ ମିଳିତ ପ୍ରତିବଦ୍ଧତା ସହିତ ବୈଠକ ଶେଷ ହୋଇଥିଲା।

ଏହି ବୈଠକରେ ଶ୍ରୀମତୀ ସାଗରିକା ହୋତା, ନିର୍ଦ୍ଦେଶିକା, ଇନଷ୍ଟିଚ୍ୟୁସନାଲ ଫାଇନାନ୍ସ , ଅର୍ଥ ବିଭାଗ; ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇ ଦତ୍ତ ବିପ୍ଳବ କେଶରୀ ପ୍ରଧାନ; ଏସଏଲବିସି ଓଡ଼ିଶା ଇନଚାର୍ଜ ଶ୍ରୀ ଲିଙ୍ଗରାଜ ନାୟକ; ଶ୍ରୀ ଅରଭିନ୍ଦ ସିଂହ, ସିଇଓ, ଟିପିସିଓଡିଏଲ ଏବଂ ଆରଇସି ଭୁବନେଶ୍ୱରର ଚିଫ ପ୍ରୋଜେକ୍ଟ ମ୍ୟାନେଜର ଜୋଗୀନାଥ ପ୍ରଧାନଙ୍କ ସମେତ ଡ଼ିସକମ, ବ୍ୟାଙ୍କ ଏବଂ ପଞ୍ଜିକୃତ ଭେଣ୍ଡରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

हनुमान चालीसा

श्रीगुरु चरण सरोज रज, निज मन मुकुर सुधारि ।
बरनऊँ रघुबर बिमल जसु, जो दायक फल चारि ॥

बुद्धिहीन तनु जानिके, सुमिरौं पवन-कुमार ।
बल बुद्धि विद्या देहु मोहिं, हरहु कलेश विकार ॥


जय हनुमान ज्ञान गुण सागर ।
जय कपीस तिहुँ लोक उजागर ॥

रामदूत अतुलित बलधामा ।
अंजनि-पुत्र पवनसुत नामा ॥

महाबीर बिक्रम बजरंगी ।
कुमति निवार सुमति के संगी ॥

कंचन बरन बिराज सुबेसा ।
कानन कुंडल कुंचित केसा ॥

हाथ वज्र औ ध्वजा विराजे ।
काँधे मूँज जनेऊ साजे ॥

शंकर सुवन केसरी नंदन ।
तेज प्रताप महा जग वंदन ॥

विद्यावान गुनी अति चातुर ।
राम काज करिबे को आतुर ॥

प्रभु चरित्र सुनिबे को रसिया ।
राम लखन सीता मन बसिया ॥

सूक्ष्म रूप धरि सियहिं दिखावा ।
विकट रूप धरि लंक जरावा ॥

भीम रूप धरि असुर संहारे ।
रामचन्द्र के काज संवारे ॥

लाय सजीवन लखन जियाए ।
श्रीरघुवीर हरषि उर लाए ॥

रघुपति कीन्ही बहुत बड़ाई ।
तुम मम प्रिय भरतहि सम भाई ॥

सहस बदन तुम्हरो जस गावैं ।
अस कहि श्रीपति कंथ लगावैं ॥

सनकादिक ब्रह्मादि मुनीसा ।
नारद सारद सहित अहीसा ॥

यम कुबेर दिगपाल जहाँ ते ।
कवि कोविद कहि सके कहाँ ते ॥

तुम उपकार सुग्रीवहिं कीन्हा ।
राम मिलाय राजपद दीन्हा ॥

तुम्हरो मंत्र विभीषन माना ।
लंकेश्वर भए सब जग जाना ॥

जुग सहस्र जोजन पर भानू ।
लील्यो ताहि मधुर फल जानू ॥

प्रभु मुद्रिका मेलि मुख माहीं ।
जलधि लाँघि गये अचरज नाहीं ॥

दुर्गम काज जगत के जेते ।
सुगम अनुग्रह तुम्हरे तेते ॥

राम द्वारे तुम रखवारे ।
होत न आज्ञा बिनु पैसारे ॥

सब सुख लहैं तुम्हारी सरना ।
तुम रक्षक काहू को डर ना ॥

आपन तेज सम्हारो आपै ।
तीनों लोक हांक ते काँपै ॥

भूत पिशाच निकट नहिं आवै ।
महाबीर जब नाम सुनावै ॥

नासै रोग हरे सब पीरा ।
जपत निरंतर हनुमत बीरा ॥

संकट से हनुमान छुड़ावै ।
मन क्रम वचन ध्यान जो लावै ॥

सब पर राम तपस्वी राजा ।
तिनके काज सकल तुम साजा ॥

और मनोरथ जो कोई लावै ।
सोई अमित जीवन फल पावै ॥

चारों जुग परताप तुम्हारा ।
है परसिद्ध जगत उजियारा ॥

साधु संत के तुम रखवारे ।
असुर निकंदन राम दुलारे ॥

अष्ट सिद्धि नव निधि के दाता ।
अस वर दीन जानकी माता ॥

राम रसायन तुम्हरे पासा ।
सदा रहो रघुपति के दासा ॥

तुम्हरे भजन राम को पावै ।
जनम-जनम के दुख बिसरावै ॥

अंत काल रघुवर पुर जाई ।
जहाँ जन्म हरि-भक्त कहाई ॥

और देवता चित्त न धरई ।
हनुमंत सेइ सर्ब सुख करई ॥

संकट कटै मिटै सब पीरा ।
जो सुमिरै हनुमत बलबीरा ॥

जय जय जय हनुमान गोसाईं ।
कृपा करहु गुरु देव की नाईं ॥

जो शत बार पाठ कर कोई ।
छूटहिं बंदि महासुख होई ॥

जो यह पढ़ै हनुमान चालीसा ।
होय सिद्धि साखी गौरीसा ॥

तुलसीदास सदा हरि चेरा ।
कीजै नाथ हृदय महँ डेरा ॥

पवनतनय संकट हरन, मंगल मूरति रूप ।
राम लखन सीता सहित, हृदय बसहु सुर भूप ॥

“जय बजरंगबली!
जय हनुमान!
जय श्री राम!”

Sunday, May 10, 2026

ସମ୍ବଲପୁରରେ ସେବା ଭାରତୀ, ଓଡ଼ିଶା ପଶ୍ଚିମର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରତିଟି କ୍ଷେତ୍ରରେ ଏହି ଅନୁଷ୍ଠାନର ସମର୍ପିତ କାର୍ଯ୍ୟଧାରା ପ୍ରଶଂସନୀୟ

‘ସେବା ଭାରତୀ’ ନିଃସ୍ୱାର୍ଥପର ମାନବସେବାର ଜ୍ୱଳନ୍ତ ଉଦାହରଣ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୦୯/୦୫: ସେବା ଭାରତୀ କେବଳ ଏକ ସଂଗଠନର ନାମ ନୁହେଁ, ବରଂ ଏହା ନିଃସ୍ୱାର୍ଥପର ସେବାର ଏକ ଅନନ୍ୟ ପ୍ରତୀକ ବୋଲି ଶନିବାର ସମ୍ବଲପୁର ଠାରେ ଆୟୋଜିତ ‘ସେବା ଭାରତୀ’ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, “ସେବା ହିଁ ଭଗବାନ” ମନ୍ତ୍ରକୁ ପାଥେୟ କରି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରତିଟି କ୍ଷେତ୍ରରେ ଏହି ଅନୁଷ୍ଠାନର ସମର୍ପିତ କାର୍ଯ୍ୟଧାରା ଅତ୍ୟନ୍ତ ପ୍ରଶଂସନୀୟ । ସମାଜର ଅବହେଳିତ ଓ ବଞ୍ଚିତ ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେବା ଭାରତୀ ଯେଉଁ ସଂକଳ୍ପ ନେଇଛି, ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଆମେ କାହାକୁ ଦୟା କରିବା ଉଚିତ ନୁହେଁ, କାହାକୁ ଅନୁକମ୍ପା ଦେଖେଇବା ଉଚିତ ନୁହେଁ, ଆମେ ଆମର ନିଜର କର୍ତ୍ତବ୍ୟ କରିବା ଉଚିତ। କର୍ତ୍ତବ୍ୟଟା ଆମର ସମାଜର ସଂସ୍କାର ।

ସ୍ଥାନୀୟ ପ୍ରସଙ୍ଗ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେବା ଭାରତୀ ସଦାସର୍ବଦା ନିଜକୁ ସମାଜ ସହ ଯୋଡ଼ି ରଖିଛି । ସାମାଜିକ ସ୍ୱାବଲମ୍ବନ ସହ ପାରମ୍ପାରିକ କାର୍ଯ୍ୟକ୍ରମ ଏବଂ ପାନୀୟ ଜଳ ବ୍ୟବସ୍ଥା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏକ ଆତ୍ମୀୟତା ଓ ସାମୂହିକ ସଦଭାବ ସୃଷ୍ଟି କରିବାରେ ଏହି ସଂଗଠନ ସଫଳ ହୋଇଛି । ତେବେ ଆଜି ଜିଲ୍ଲା ପ୍ରଶାସନ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ସେବା ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଆହୁରି ତ୍ୱରାନ୍ୱିତ କରିବ । ସେହିପରି ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ଗୋଶାଳା ଓ ଚିକିତ୍ସା ଶିବିର କାର୍ଯ୍ୟରେ ସେବା ଭାରତୀ ସହ ସମାଜର ପ୍ରତିଟି ବ୍ୟକ୍ତି ମଧ୍ୟ ମିଳିତ ଭାବେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଆଜିର ସମୟରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣକୁ ଏକ ଚିନ୍ତାଜନକ ବିଷୟ ଭାବେ ଦର୍ଶାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ଆମ ସମସ୍ତଙ୍କର ମିଳିତ କର୍ତ୍ତବ୍ୟ । ଏହା ସହ ବଢୁଥିବା ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଯେତେବେଳେ ଆମେ ସମାଜକୁ ନିଜର ପରିବାର ଭାବେ ଗ୍ରହଣ କରିବା, ସେତେବେଳେ ଯାଇ ଏକ ସୁସ୍ଥ ଓ ସୁବ୍ୟବସ୍ଥିତ ସମାଜ ଗଠନ ସମ୍ଭବ ହେବ।”

ଏହି ବାର୍ଷିକ ଉତ୍ସବରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ସମେତ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସମସ୍ତ ବର୍ଗଙ୍କୁ ସାଥିରେ ନେଇ ସେବା ଭାରତୀ ଏହି ମହତ ସେବା ଜାରି ରଖିଥିବାରୁ ଶ୍ରୀ ପ୍ରଧାନ ସଂଗଠନକୁ ସାଧୁବାଦ ଜଣାଇଛନ୍ତି।

ବିଜୟଙ୍କ ମନ୍ତ୍ରୀମଣ୍ଡଳରେ ଅଭିନେତାଙ୍କଠୁ ନେଇ ଅଭିଜ୍ଞ ରାଜନେତା ସାମିଲ

ମନ୍ତ୍ରୀ ଭାବେ ଶପଥ ନେଲେ ୯ ବିଧାୟକ

ଚେନ୍ନାଇ, ୧୦/୦୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଥାଲାପତି ବିଜୟ। ବିଜୟଙ୍କ ସହ ୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଲେ ଏନ୍. ଆନନ୍ଦ। ଏହା ପରେ ଆଦବ ଅର୍ଜୁନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

TVK ମହାସଚିବ କେ.ଜି ଅରୁଣରାଜ ଯିଏ କି ପୂର୍ବତନ ପ୍ରଶାସନିକ ଅଧିକାରୀ, ଅଭିଜ୍ଞ ରାଜନେତା କେ.ଏ ସେଙ୍ଗୋଟେୟନ, ଥିରୁ ଭେଙ୍କଟରମଣନ, ପୂର୍ବତନ ବିଜେପି କର୍ମକର୍ତ୍ତା ସିଟିଆର ନିର୍ମଳ କୁମାର, ଅଭିନେତା ରାଜମୋହନ, ଜଣେ ଦନ୍ତ ଚିକିତ୍ସକ କେଟି ପ୍ରଭୁଙ୍କ ସହ ଏକମାତ୍ର ମହିଳା ମନ୍ତ୍ରୀ ଭାବେ ସେଲ୍‌ଭି ଏସ୍. କୀର୍ତ୍ତନ ଶପଥ ନେଇଛନ୍ତି।

ଦୁଇ ବର୍ଷ ପୂର୍ବେ ଗଠିତ ଟିଭିକେ ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏକ ବ୍ଲକବଷ୍ଟର ଡେବ୍ୟୁ କରିଥିଲା ଏବଂ ରାଜ୍ୟର ୨୩୪ ଆସନ ମଧ୍ୟରୁ ୧୦୮ଟି ଜିତିଥିଲା । ତଥାପି, ଦଳ ୧୧୮ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। କିନ୍ତୁ ଅନ୍ୟ ଦଳର ସମର୍ଥନରେ ସରକାର ଗଢ଼ିବାରେ ସମର୍ଥ ହୋଇ ପାରିଥିଲେ ବିଜୟ।

Saturday, May 9, 2026

ବାଘା ଯତିନ୍‌ଙ୍କ ସେହି ଅଦମ୍ୟ ସାହସ ଏବଂ ବଳିଦାନକୁ ନେଇ ଏହି ମର୍ମସ୍ପର୍ଶୀ କାହାଣୀ

ବାଘା ଯତିନ୍‌ଙ୍କ ସେହି ଅଦମ୍ୟ ସାହସ ଏବଂ ବଳିଦାନକୁ ନେଇ ଏହି ମର୍ମସ୍ପର୍ଶୀ କାହାଣୀ:

​ସେଦିନ ଯଦି ବିଶ୍ୱାସଘାତକତା ହୋଇନଥାନ୍ତା...
​"ସେଦିନ ଯଦି ସେହି ବିଶ୍ୱାସଘାତକତା ହୋଇନଥାନ୍ତା, ତେବେ ୧୯୧୫ ମସିହାରେ ହିଁ ଭାରତ ସ୍ୱାଧୀନ ହୋଇସାରିଥାନ୍ତା ଏବଂ ଆମ ଦେଶର 'ରାଷ୍ଟ୍ରପିତା'ଙ୍କ ପରିଚୟ ହୁଏତ ଅଲଗା ହୋଇଥାନ୍ତା!"

​ଭାବିଲେ ଆଜି ବି ରକ୍ତ ଗରମ ହୋଇଯାଏ ଯେ, ଯେଉଁ ସିଂହ ସଦୃଶ ବୀର ଏକାକୀ ନିଜ ହାତରେ ରୟାଲ ବେଙ୍ଗଲ ଟାଇଗରର ଜାବଡ଼ା ଚିରି ଦେଇଥିଲେ, ତାଙ୍କୁ ଆମେ ଭାରତୀୟମାନେ ହିଁ ଏକାକୀ ଛାଡ଼ିଦେଲେ। ଆମେ ୧୯୪୭ର ସ୍ୱାଧୀନତା ଦିବସ ତ ପାଳନ କରୁଛୁ, କିନ୍ତୁ ୧୦ ସେପ୍ଟେମ୍ବର ୧୯୧୫ର ସେହି କଳା ଅପରାହ୍ନକୁ ଭୁଲିଗଲେ, ଯେଉଁଦିନ ଜଣେ ମହାନାୟକଙ୍କ ସ୍ୱପ୍ନ ନିଜ ଲୋକଙ୍କ ବିଶ୍ୱାସଘାତକତା ଯୋଗୁଁ ଅଧୁରା ରହିଗଲା।

​ଆଜି ମନ ବହୁତ ଭାରି ହୋଇଯାଉଛି ଏହା ଭାବି ଯେ, ଆମ ଦେଶର ଇତିହାସ କେତେ ଅଲଗା ହୋଇଥାନ୍ତା, ଯଦି ସେଦିନ ଆମର କିଛି ନିଜ ଲୋକ ପଛପଟୁ ଛୁରୀ ମାରିନଥାନ୍ତେ। ମୁଁ କହୁଛି ଜତୀନ୍ଦ୍ରନାଥ ମୁଖାର୍ଜୀଙ୍କ କଥା, ଯାହାଙ୍କୁ ସାରା ବିଶ୍ୱ 'ବାଘା ଯତିନ୍‌' ଭାବେ ଜାଣେ।

​ଜଣେ ବୀରର ସଂକଳ୍ପ

​ଭାବନ୍ତୁ ତ, ସେ କେମିତିକା ଇସ୍ପାତ ସଦୃଶ ମଣିଷ ହୋଇଥିବେ, ଯିଏ ବିନା କୌଣସି ବନ୍ଧୁକରେ କେବଳ ଏକ ଛୋଟ 'ଖୁକୁରୀ'ରେ ବାଘକୁ ମାରିଦେଇଥିଲେ। କିନ୍ତୁ ତାଙ୍କର ପ୍ରକୃତ ଲଢ଼େଇ ସେହି 'ଧଳା ଗଧିଆ'ଙ୍କ ସହ ଥିଲା, ଯେଉଁମାନେ ମାତୃଭୂମିକୁ ଶୃଙ୍ଖଳିତ କରି ରଖିଥିଲେ। ଯତିନ୍ ଦା’ଙ୍କର ଗୋଟିଏ ମନ୍ତ୍ର ଥିଲା: "ଦେଶ ପାଇଁ ମରିବା ଶିଖ, ଯେପରି ଦେଶ ବଞ୍ଚି ରହିପାରିବ।"

​ତାଙ୍କର ସାହସର କାହାଣୀ ଆଜି ବି ଶିହରଣ ସୃଷ୍ଟି କରେ:

​ଅଦମ୍ୟ ସାହସ: ଯେତେବେଳେ ଟ୍ରେନ୍ ଛାତ ଉପରେ ବସି କିଛି ଇଂରେଜ ସୈନ୍ୟ ଭାରତୀୟ ମହିଳାଙ୍କୁ ଅପମାନିତ କରୁଥିଲେ, ଯତିନ୍ ଦା’ ଏକାକୀ ସେମାନଙ୍କ ଉପରେ ଝାମ୍ପି ପଡ଼ିଥିଲେ ଏବଂ ସେମାନଙ୍କୁ ସେ ପର୍ଯ୍ୟନ୍ତ ମାଡ଼ ମାରିଥିଲେ ଯେ ପର୍ଯ୍ୟନ୍ତ ସେମାନେ ତାଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗିନାହାନ୍ତି।

​ବିବେକାନନ୍ଦଙ୍କ ପ୍ରଭାବ: ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ତାଙ୍କ ଭିତରେ ବଜ୍ର ପରି ସଂକଳ୍ପ ଭରି ଦେଇଥିଲା। ସେ କହୁଥିଲେ ଯେ ଲୁହାର ମାଂସପେଶୀ ଭିତରେ ହିଁ ଦୃଢ଼ ଆତ୍ମବିଶ୍ୱାସ ରହିଥାଏ।

​ବୁଢ଼ାବଳଙ୍ଗ ନଦୀ କୂଳର ସେହି ଶେଷ ସଂଗ୍ରାମ
​ସେ ଜର୍ମାନୀରୁ ଅସ୍ତ୍ରଶସ୍ତ୍ର ମଗାଇ ସାରା ଦେଶରେ ଏକାସାଙ୍ଗରେ ବିଦ୍ରୋହ କରିବାର ଏକ ବିରାଟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଚେକ୍ ଗୋଇନ୍ଦା ରସ୍ ହେଡୱିକ୍ ନିଜେ ଲେଖିଥିଲେ ଯେ, ଯଦି ସେହି ଯୋଜନା ସଫଳ ହୋଇଥାନ୍ତା, ତେବେ ୧୯୧୫ରେ ହିଁ ଭାରତ ସ୍ୱାଧୀନ ହୋଇଥାନ୍ତା। କିନ୍ତୁ ଦୁର୍ଭାଗ୍ୟବଶତଃ, ଜଣେ ବିଶ୍ୱାସଘାତକର ଗୋଇନ୍ଦାଗିରି ଯୋଗୁଁ ଆମକୁ ଆଉ ୩୨ ବର୍ଷ ଗୋଲାମିର ନିଆଁରେ ଜଳିବାକୁ ପଡ଼ିଲା।
​ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ କୂଳରେ ଯେତେବେଳେ ସେ ଏବଂ ତାଙ୍କର ଚାରିଜଣ ସାଥୀ ଇଂରେଜ ବାହିନୀ ସହ ସମ୍ମୁଖ ଯୁଦ୍ଧ କରୁଥିଲେ, ସେହି ଦୃଶ୍ୟ ଥିଲା ଅତି ଭୟାନକ। ୧୦ ସେପ୍ଟେମ୍ବର ୧୯୧୫ରେ ଯେତେବେଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ, ତାଙ୍କ ଶରୀର ଗୁଳିରେ ଜର୍ଜରିତ ଥିଲା, କିନ୍ତୁ ମୁହଁରେ ହାରିବାର ଦୁଃଖ ନଥିଲା, ଥିଲା ମାତୃଭୂମି ପାଇଁ ସମର୍ପଣର ଚମକ।

​ଆମ ପାଇଁ ବାର୍ତ୍ତା

​ଇତିହାସ ସାକ୍ଷୀ ଅଛି ଯେ, ଆମେ ଶତ୍ରୁଙ୍କଠାରୁ କେବେ ହାରିନାହୁଁ; ଆମେ ସେତେବେଳେ ହାରିଛୁ ଯେତେବେଳେ ଘରର କେହି ଜଣେ ଶତ୍ରୁ ପାଇଁ କବାଟ ଖୋଲି ଦେଇଛି। ବାଘା ଯତିନ୍‌ଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ସେତେବେଳେ ହେବ, ଯେତେବେଳେ:
୧. ଆମେ ଆମ ଇତିହାସର ଏହି ପରି 'ବିସ୍ମୃତ ନାୟକ' (Forgotten Heroes) ମାନଙ୍କୁ ଚିହ୍ନିବା।
୨. ବ୍ୟକ୍ତିଗତ ଲାଭ ଅପେକ୍ଷା ରାଷ୍ଟ୍ରହିତକୁ ଉପରେ ରଖିବା।
୩. ଆଗାମୀ ପିଢ଼ିକୁ ଜଣାଇବା ଯେ, ସ୍ୱାଧୀନତା କେବଳ ଅହିଂସାରେ ମିଳିନି, ଏଥିପାଇଁ ଯତିନ୍ ଦା’ଙ୍କ ପରି ଅନେକ ଶେରଙ୍କ ରକ୍ତ ନଦୀ ବହିଯାଇଛି।

​"ଉଠ! ଜାଗ୍ରତ ହୁଅ! ନିଜ ଭିତରର ସେହି 'ବାଘା'କୁ ଜଗାଅ, ଯିଏ ଦେଶ ପାଇଁ ମରିବା ପୂର୍ବରୁ ଦେଶ ପାଇଁ ବଞ୍ଚିବା ଜାଣିଥାଉ।"

​ଆଜି ଯେତେବେଳେ ଆମେ ମୁକ୍ତ ବାୟୁରେ ନିଶ୍ୱାସ ନେଉଛେ, ଥରେ ଚିନ୍ତା କରନ୍ତୁ... ଆମେ କ’ଣ ସେହି ବଳିଦାନର ଯୋଗ୍ୟ ହୋଇପାରିଛୁ? ବାଘା ଯତିନ୍‌ଙ୍କ ପରି ନାୟକମାନେ ଇତିହାସ ବହିର କୌଣସି କୋଣରେ ହଜି ଯାଇଥାଇ ପାରନ୍ତି, କିନ୍ତୁ ଆମ ହୃଦୟରେ ତାଙ୍କ ସ୍ମୃତିର ମଶାଲ ସଦାବେଳେ ଜଳିବା ଉଚିତ୍।

​ମହାନ୍ ବିପ୍ଳବୀ ବାଘା ଯତିନ୍‌ଙ୍କ ଚରଣରେ କୋଟି କୋଟି ପ୍ରଣାମ। 🙏🙏🚩🚩

ସେଣ୍ଟ୍ରାଲ ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିପିସିଓଡିଏଲ୍ ପକ୍ଷରୁ ଜାତୀୟ ଲୋକ ଅଦାଲତ

ବିଦ୍ୟୁତ ଚୋରି ଓ ଅନଧିକୃତ ବ୍ୟବହାର ମାମଲାର ଶୀଘ୍ର ସମାଧାନ ପାଇଁ ଲୋକ ଅଦାଲତ

ଭୁବନେଶ୍ୱର, ୦୯/୦୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌‌), ପକ୍ଷରୁ ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ମେ ୯, ୨୦୨୬ରେ ଏହାର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର ଆୟୋଜନ କରାଯାଉଛି ।

ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ (ନାଲସା) ର ମାର୍ଗଦର୍ଶିକା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ ପ୍ରବର୍ତ୍ତନ ସମ୍ବନ୍ଧୀୟ ପେଣ୍ଡିଂ ମାମଲାଗୁଡ଼ିକର ସମାଧାନ ପାଇଁ ଉପଭୋକ୍ତାମାନଙ୍କୁ ଏକ ସୁଲଭ ଏବଂ ସମୟାନୁବର୍ତ୍ତୀ ପ୍ଲାଟଫର୍ମ ପ୍ରଦାନ କରିବା ।

ଟିପିସିଓଡିଏଲ୍ ଅଧୀନରେ ଥିବା ସମସ୍ତ ଡିଭିଜନ, ସବ୍‌-ଡିଭିଜନ ଏବଂ ସେକ୍ସନ ଅଫିସଗୁଡ଼ିକରେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ । ଉପଭୋକ୍ତାମାନେ ଏହି ଶିବିର ମାଧ୍ୟମରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ ଏବଂ ବିଦ୍ୟୁତ ସଂଯୋଗର ନିୟମିତକରଣ ପାଇଁ ତୁରନ୍ତ ସହାୟତା ପାଇପାରିବେ ।

ଯେଉଁ ଉପଭୋକ୍ତାମାନଙ୍କର ବିଦ୍ୟୁତ ପ୍ରବର୍ତ୍ତନ ସମ୍ବନ୍ଧୀୟ ମାମଲା ବାକି ରହିଛି, ସେମାନେ ଭବିଷ୍ୟତର ଆଇନଗତ କିମ୍ବା ଆର୍ôଥକ ଅସୁବିଧାରୁ ବଞ୍ଚିବା ପାଇଁ ଏହି ସୁଯୋଗର ଉପଯୋଗ କରି ଆପୋଷ ବୁଝାମଣା ଜରିଆରେ ବିବାଦର ସମାଧାନ କରିବାକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି ।

ସମସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରତ୍ୟେକ ନିର୍ଦ୍ଧାରିତ ସ୍ଥାନରେ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନଜୀବୀ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ଟିମ୍ ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ କାଗଜପତ୍ର, ଯୋଗ୍ୟତା ଏବଂ ସମାଧାନ ପ୍ରକ୍ରିୟା ବିଷୟରେ ସହାୟତା ପ୍ରଦାନ କରୁଛନ୍ତି ।

ଜିଲ୍ଲାସ୍ତରୀୟ ବ୍ୟବସ୍ଥା ଏବଂ ସମାଧାନ ସମ୍ବନ୍ଧୀୟ ସବିଶେଷ ମାର୍ଗଦର୍ଶିକା ସମସ୍ତ ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ଉପଲବ୍ଧ କରାଯାଇଛି । ଉପଭୋକ୍ତାମାନେ ଅଧିକ ସହାୟତା ପାଇଁ ସେମାନଙ୍କର ନିକଟସ୍ଥ କଷ୍ଟମର କେୟାର ସେଣ୍ଟର କିମ୍ବା ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି) ସହିତ ଯୋଗାଯୋଗ କରିପାରିବେ ।

ଆଇନଜୀବୀଙ୍କ ସମନ୍ୱୟରେ ଆୟୋଜିତ ଏହି ଜାତୀୟ ଲୋକ ଅଦାଲତ ବହୁ ଦିନରୁ ପଡ଼ି ରହିଥିବା ଏନଫୋର୍ସମେଣ୍ଟ ବିବାଦଗୁଡ଼ିକୁ ହ୍ରାସ କରିବା, ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଏକ ସ୍ୱଚ୍ଛ ବିଦ୍ୟୁତ ବ୍ୟବସ୍ଥାରେ ଜନସାଧାରଣଙ୍କ ସହଭାଗିତାକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଟିପିସିଓଡିଏଲ୍ ସମସ୍ତ ଯୋଗ୍ୟ ଉପଭୋକ୍ତାଙ୍କୁ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ଏବଂ ସିଙ୍ଗଲ୍ ୱିଣ୍ଡୋ ସମାଧାନ ବ୍ୟବସ୍ଥାର ଲାଭ ଉଠାଇବାକୁ ନିବେଦନ କରିଛି ।

ଶୁଭେନ୍ଦୁଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେଲେ ୫ ମନ୍ତ୍ରୀନୂଆ ମନ୍ତ୍ରୀମାନେ ଶପଥ ନେଲେ

ନୂଆ ମନ୍ତ୍ରୀମାନେ ଶପଥ ନେଲେ

କୋଲକାତା, ୦୯/୦୫: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ। ତାଙ୍କ ସହ ୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ।

ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦିଲ୍ଲୀପ ଘୋଷ। ଏହା ପରେ ମନ୍ତ୍ରୀ ଭାବେ ଶପଥ ନେଲେ ଅଗ୍ନିମିତ୍ର ପାଲ୍। ଅଶୋକ କିର୍ତ୍ତନିଆ, ଆଦିବାସୀ ନେତା ଖୁଦିରାମ ଟୁଡୁ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶିଥ ପାରମାଣିକ ପ୍ରମୁଖ ଶପଥ ନେଇଥିଲେ।

ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ ସବୁ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପିର ବଡ଼ ଦାୟିତ୍ୱ


ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପିର ବଡ଼ ଦାୟିତ୍ୱ

ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବାଛିବେ ନେତା

ନୂଆଦିଲ୍ଲୀ, ୦୫/୦୫: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି।

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଦ୍ୱାରା ଜାରି ଏକ ସରକାରୀ ସୂଚନା ଅନୁଯାୟୀ, ଦଳର ସଂସଦୀୟ ବୋର୍ଡ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି, ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ସହାୟତା କରିବେ।

ପର୍ଯ୍ୟବେକ୍ଷକମାନେ ବିଧାନସଭା ଦଳ ନେତାଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବେ। ଯାହା ପଶ୍ଚିମବଙ୍ଗ ପାଇଁ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ଣ୍ଣୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

Tuesday, May 5, 2026

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ରୁଫ୍‌ଟପ୍ ସୋଲାର କାର୍ଯ୍ୟକାରୀ କରିବା ପାଇଁ ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ, ବ୍ୟାଙ୍କ ଏବଂ ଭେଣ୍ଡରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି

ଭୁବନେଶ୍ୱର, ୦୮/୦୩: ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ସଫଳ ରୂପାୟନ ପାଇଁ ଟିପିସିଓଡିଏଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସେଣ୍ଟରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟୁତ ବିତରଣ କମ୍ପାନୀ, ବ୍ୟାଙ୍କ ପ୍ରତିନିଧି ଏବଂ ପଞ୍ଜିକୃତ ଭେଣ୍ଡରମାନେ ଏକତ୍ରିତ ହୋଇଥିଲେ। ରାଜ୍ୟରେ ରୁଫ୍‌ଟପ୍ ସୋଲାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ପରିଚାଳନା କ୍ଷେତ୍ରରେ ଥିବା ଅସୁବିଧାକୁ ଦୂର କରିବା, ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ଓଡ଼ିଶାର ରୁଫ୍‌ଟପ୍ ସୋଲାର କ୍ଷେତ୍ରରେ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି। ବ୍ୟାଙ୍କ, ଭେଣ୍ଡର ଏବଂ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ, ଯାହାଦ୍ୱାରା ଠିକ୍ ସମୟରେ ଋଣ ପ୍ରଦାନ ଏବଂ ସୁରୁଖୁରୁରେ ଯୋଜନାର କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ ଏବଂ ଅଧିକରୁ ଅଧିକ ପରିବାର ସ୍ୱଚ୍ଛ ଓ ସୁଲଭ ଶକ୍ତି ଦ୍ୱାରା ଉପକୃତ ହୋଇପାରିବେ।”

ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ କାଲେ, ଏହି ଯୋଜନା ଅଧୀନରେ ଥିବା ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପାଇଁ ସୁଦୃଢ଼ ଭାଗିଦାରୀର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, “ଏହି ପଦକ୍ଷେପର ସଫଳତା ଆର୍ଥିକ ଅନୁଷ୍ଠାନ, ଭେଣ୍ଡର ଏବଂ ଡ଼ିସକମ ଗୁଡ଼ିକ ମଧ୍ୟରେ ଥିବା ନିରନ୍ତର ସହଯୋଗ ଉପରେ ନିର୍ଭର କରେ। ପରିଚାଳନା କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ମିଳିତ ଭାବେ ସମାଧାନ କରି ଆମେ ରୁଫ୍‌ଟପ୍ ସୋଲାର ଗ୍ରହଣ କରିବା ପ୍ରକ୍ରିୟାକୁ ବୃଦ୍ଧି କରିପାରିବା ଏବଂ ଓଡ଼ିଶାର ଦୀର୍ଘସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନରେ ଅବଦାନ ରଖିପାରିବା।”

ଏହି ପାରସ୍ପରିକ ଆଲୋଚନା ଅଧିବେଶନ ମାଧ୍ୟମରେ ବ୍ୟାଙ୍କର ଏବଂ ଭେଣ୍ଡରମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହ ବାସ୍ତବିକ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ଏବଂ ସଂଯୋଗ ପ୍ରକ୍ରିୟାକୁ ଶୀଘ୍ର କରିବା ପାଇଁ ତଥା ଉପଭୋକ୍ତାମାନଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ସମାଧାନର ପନ୍ଥା ଖୋଜିଥିଲେ। ସମଗ୍ର ଓଡ଼ିଶାରେ ଏହି ଯୋଜନାର ପ୍ରଭାବଶାଳୀ ରୂପାୟନ ଏବଂ ସମନ୍ୱୟ ରକ୍ଷା ପାଇଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଏକ ମିଳିତ ପ୍ରତିବଦ୍ଧତା ସହିତ ବୈଠକ ଶେଷ ହୋଇଥିଲା।

ଏହି ବୈଠକରେ ଶ୍ରୀମତୀ ସାଗରିକା ହୋତା, ନିର୍ଦ୍ଦେଶିକା, ଇନଷ୍ଟିଚ୍ୟୁସନାଲ ଫାଇନାନ୍ସ , ଅର୍ଥ ବିଭାଗ; ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇ ଦତ୍ତ ବିପ୍ଳବ କେଶରୀ ପ୍ରଧାନ; ଏସଏଲବିସି ଓଡ଼ିଶା ଇନଚାର୍ଜ ଶ୍ରୀ ଲିଙ୍ଗରାଜ ନାୟକ; ଶ୍ରୀ ଅରଭିନ୍ଦ ସିଂହ, ସିଇଓ, ଟିପିସିଓଡିଏଲ ଏବଂ ଆରଇସି ଭୁବନେଶ୍ୱରର ଚିଫ ପ୍ରୋଜେକ୍ଟ ମ୍ୟାନେଜର ଜୋଗୀନାଥ ପ୍ରଧାନଙ୍କ ସମେତ ଡ଼ିସକମ, ବ୍ୟାଙ୍କ ଏବଂ ପଞ୍ଜିକୃତ ଭେଣ୍ଡରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରେରଣାଦାୟୀ କଥା

0️⃣3️⃣❗0️⃣5️⃣❗2️⃣0️⃣2️⃣6️⃣

   *​♨️ ଆଜିର ପ୍ରେରଣାଦାୟୀ ପ୍ରସଙ୍ଗ ♨️*

            *​!! ଚାରି ଅଣାର ହିସାବ !!*

​ବହୁ ସମୟ ପୂର୍ବର କଥା, ଚନ୍ଦନପୁରର ରାଜା ଅତ୍ୟନ୍ତ ପ୍ରତାପୀ ଥିଲେ। ଦୂର-ଦୂରାନ୍ତ ପର୍ଯ୍ୟନ୍ତ ତାଙ୍କ ସମୃଦ୍ଧିର ଚର୍ଚ୍ଚା ହେଉଥିଲା। ତାଙ୍କ ପ୍ରାସାଦରେ ସମସ୍ତ ସୁଖ-ସୁବିଧା ଉପଲବ୍ଧ ଥିଲା, ତଥାପି ରାଜାଙ୍କ ମନ ଭିତରୁ ଅଶାନ୍ତ ରହୁଥିଲା। ସେ ଅନେକ ବିଦ୍ଵାନଙ୍କୁ ଭେଟିଲେ, କିନ୍ତୁ କେହି ବି ତାଙ୍କୁ ଶାନ୍ତିର ମାର୍ଗ ଦେଖାଇ ପାରିଲେ ନାହିଁ।

​ଦିନେ ରାଜା ବେଶ ବଦଳାଇ ନିଜ ରାଜ୍ୟ ଭ୍ରମଣରେ ବାହାରିଲେ। ବୁଲୁବୁଲୁ ସେ ଏକ କ୍ଷେତ ନିକଟ ଦେଇ ଗଲେ, ସେଠାରେ ତାଙ୍କ ନଜର ଜଣେ ଚାଷୀ ଉପରେ ପଡ଼ିଲା। ଚାଷୀଟି ଚିରା-ଫଟା ପୋଷାକ ପିନ୍ଧି ଗଛ ଛାଇରେ ବସି ଭୋଜନ କରୁଥିଲା।

​ଚାଷୀର ପୋଷାକ ଦେଖି ରାଜାଙ୍କ ମନରେ ବିଚାର ଆସିଲା କି ସେ ତାକୁ କିଛି ସ୍ଵର୍ଣ୍ଣ ମୁଦ୍ରା ଦେଇଦେବେ, ଯାହାଫଳରେ ତା’ ଜୀବନରେ କିଛି ଖୁସି ଆସିପାରିବ।

​ରାଜା ଚାଷୀ ପାଖକୁ ଯାଇ କହିଲେ- "ମୁଁ ଜଣେ ପଥିକ, ମତେ ତୁମ କ୍ଷେତରେ ଏହି ଚାରୋଟି ସ୍ଵର୍ଣ୍ଣ ମୁଦ୍ରା ପଡ଼ିଥିବାର ମିଳିଲା। ଯେହେତୁ ଏହି କ୍ଷେତ ତୁମର, ତେଣୁ ଏହି ମୁଦ୍ରାଗୁଡ଼ିକ ତୁମେ ହିଁ ରଖିନିଅ।"

​ଚାଷୀ କହିଲା- "ନା ନା ସେଠ୍ ଜୀ, ଏହି ମୁଦ୍ରାଗୁଡ଼ିକ ମୋର ନୁହେଁ। ଏହାକୁ ଆପଣ ହିଁ ରଖନ୍ତୁ କିମ୍ବା ଅନ୍ୟ କାହାକୁ ଦାନ କରିଦିଅନ୍ତୁ, ମୋର ଏହାର କୌଣସି ଆବଶ୍ୟକତା ନାହିଁ।"

​ଚାଷୀର ଏହି ପ୍ରତିକ୍ରିୟା ରାଜାଙ୍କୁ ଅଜବ ଲାଗିଲା। ସେ କହିଲେ- "ଧନର ଆବଶ୍ୟକତା କାହାକୁ ବା ନଥାଏ? ଆପଣ ଲକ୍ଷ୍ମୀଙ୍କୁ କିପରି ମନା କରିପାରୁଛନ୍ତି?"

​ଚାଷୀ କହିଲା- "ସେଠ୍ ଜୀ, ମୁଁ ଦିନକୁ ମାତ୍ର ଚାରି ଅଣା ରୋଜଗାର କରେ ଏବଂ ସେତିକିରେ ହିଁ ବହୁତ ପ୍ରସନ୍ନ ରହେ।"

​ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ- "କ’ଣ? ତୁମେ ମାତ୍ର ଚାରି ଅଣା ରୋଜଗାର କରୁଛ ଏବଂ ସେତିକିରେ ଖୁସି ଅଛ? ଏହା କିପରି ସମ୍ଭବ!"

​ଚାଷୀ କହିଲା- "ସେଠ୍ ଜୀ, ପ୍ରସନ୍ନତା ଏହି କଥା ଉପରେ ନିର୍ଭର କରେ ନାହିଁ କି ଆପଣ କେତେ ରୋଜଗାର କରୁଛନ୍ତି ବା ଆପଣଙ୍କ ପାଖରେ କେତେ ଧନ ଅଛି... ପ୍ରସନ୍ନତା ସେହି ଧନର ବିନିଯୋଗ ଉପରେ ନିର୍ଭର କରେ।"

​ରାଜା ପରିହାସ କରି ପଚାରିଲେ- "ତାହେଲେ ତୁମେ ଏହି ଚାରି ଅଣାରେ କ’ଣ କ’ଣ କରିଦିଅ?"

​ଚାଷୀ ଯୁକ୍ତିତର୍କରେ ପଡ଼ିବାକୁ ଚାହୁଁନଥିଲା, ସେ ଉତ୍ତର ଦେଲା- "ଏହି ଚାରି ଅଣାରୁ ଗୋଟିଏ ଅଣା ମୁଁ କୂଅରେ ପକାଇଦିଏ, ଦ୍ଵିତୀୟରେ ଋଣ ପରିଶୋଧ କରେ, ତୃତୀୟଟି ଉଧାର ଦିଏ ଏବଂ ଚତୁର୍ଥଟି ମାଟିରେ ପୋତିଦିଏ।"

​ରାଜାଙ୍କୁ ଏହି ଉତ୍ତରର ଅର୍ଥ ବୁଝାପଡ଼ିଲା ନାହିଁ। ସେ କିଛି ପଚାରିବା ପୂର୍ବରୁ ଚାଷୀଟି ସେଠାରୁ ଚାଲିଯାଇଥିଲା। ପରଦିନ ରାଜା ଦରବାରରେ ଏହି କଥା କହିଲେ, କିନ୍ତୁ କେହି ବି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ଶେଷରେ ସେହି ଚାଷୀକୁ ଦରବାରକୁ ଡକାଗଲା।

​ରାଜା ଚାଷୀକୁ ସମ୍ମାନର ସହ ବସାଇ ପଚାରିଲେ- "ମୁଁ ତୁମ ଉତ୍ତରରେ ପ୍ରଭାବିତ, କିନ୍ତୁ ସେହି ଚାରି ଅଣାର ହିସାବ ଜାଣିବାକୁ ଚାହୁଁଛି।"

​ଚାଷୀ ବିନମ୍ରତାର ସହ କହିଲା- "ହଜୁର!

*୧. ଗୋଟିଏ ଅଣା କୂଅରେ ପକାଏ:* ଅର୍ଥାତ୍ ନିଜ ପରିବାରର ଭରଣପୋଷଣରେ ଖର୍ଚ୍ଚ କରେ।

*୨. ଦ୍ଵିତୀୟଟିରେ ଋଣ ପରିଶୋଧ କରେ:* ଅର୍ଥାତ୍ ମୋର ବୃଦ୍ଧ ପିତାମାତାଙ୍କ ସେବାରେ ଲଗାଏ (ଯେଉଁମାନେ ମତେ ପାଳିଛନ୍ତି)।

*୩. ତୃତୀୟଟି ଉଧାର ଦିଏ:* ଅର୍ଥାତ୍ ମୋ ସନ୍ତାନମାନଙ୍କ ଶିକ୍ଷାଦୀକ୍ଷାରେ ଲଗାଏ (ଯେଉଁମାନେ ଭବିଷ୍ୟତରେ ମୋର ସହାରା ହେବେ)।

*୪. ଚତୁର୍ଥଟି ମାଟିରେ ପୋତିଦିଏ:* ଅର୍ଥାତ୍ ମୁଁ କିଛି ସଞ୍ଚୟ କରେ, ଯାହାଫଳରେ ବିପଦ ସମୟରେ କାହାକୁ ମାଗିବାକୁ ନପଡ଼େ ଏବଂ ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟରେ ଲଗାଇପାରିବି।"

​ରାଜାଙ୍କୁ ନିଜ ସମସ୍ୟାର ସମାଧାନ ମିଳିଗଲା। ସେ ବୁଝିଗଲେ କି ପ୍ରସନ୍ନ ରହିବା ପାଇଁ ଧନର ପରିମାଣ ନୁହେଁ, ବରଂ ଧନର ସଠିକ୍ ବିନିଯୋଗ ଜରୁରୀ।

*​ଶିକ୍ଷା:*

ଆମକୁ ନିଜର ଆୟ ଏବଂ ତା’ର ବ୍ୟବହାର ଉପରେ ଧ୍ୟାନ ଦେବା ଉଚିତ୍। ଜୀବନରେ ସନ୍ତୁଳନ ରହିଲେ ହିଁ ମଣିଷ ପ୍ରସନ୍ନ ଓ ସନ୍ତୁଷ୍ଟ ରହିପାରିବ।

*​ସଦାସର୍ବଦା ପ୍ରସନ୍ନ ରୁହନ୍ତୁ - ଯାହା ପ୍ରାପ୍ତ ହୋଇଛି, ତାହା ପର୍ଯ୍ୟାପ୍ତ ଅଟେ।*

*ଯାହାର ମନ ମସ୍ତ ଅଛି - ତା’ ପାଖରେ ସମସ୍ତ ଅଛି।।*

Sunday, May 3, 2026

RAHUL VS MODIJI

कृपया इस *अनुवादित पत्र* को अवश्य पढ़ें। बैंगलोर की एक लड़की ने एक खुला पत्र (राहुल गांधी पर सवाल उठाते हुए) अंग्रेजी में लिखा है, मीडिया पर वायरल हो रहा है। वह राहुल गांधी से खुद तय करने को कहती हैं कि क्या उनकी तुलना पीएम नरेंद्र मोदी से की जा सकती है ... पत्र इस प्रकार है.....

 *“प्रिय श्री राहुल गांधी",* 
नरेंद्र मोदी को अपने नेता के रूप में लाखों लोग फॉलो करते हैं, वे उन्हें अपना आदर्श मानते हैं। हमारे देश में कितने लोग आपको,(राहुल गांधी को) अपना आदर्श मानते हैं ? 

देश के जिस व्यक्ति को वंशवादी अनुयायियों को सत्ता नहीं सौंपनी है, वह नरेंद्र मोदी को निर्वाचित करता है और आप उसी वंश का प्रतिनिधित्व करते हैं जिसे लोगों ने अस्वीकार कर दिया है। गांधी टैग होने के अलावा, जीवन के किसी भी क्षेत्र में आपकी क्या उपलब्धि है ? वास्तव में, जनता को बहुत लंबे समय तक धोखे में रखा  गया है, कृपया हमें बताएं - वास्तव में आपने क्या हासिल किया है ?

हर साल, नरेंद्र मोदी, अपने जन्मदिन पर, अपनी माँ से मिलते हैं और माँ उन्हें भगवद् गीता की एक प्रति भेंट करती हैं, सही रास्ते पर चलने के संकेत के रूप में। 
आपकी माता क्या करती हैं ? 

नरेंद्र मोदी ने जब पहली बार संसद में प्रवेश किया था, तो सदन के फर्श पर प्रणाम किया था, और इसे लोकतंत्र का मंदिर कहा। क्या आप भी ऐसा ही मानते हैं ? क्या आपने कभी संसद का इस तरह सम्मान किया है ? 

पीएम बनने के बाद, जब उन्होंने गुजरात के मुख्यमंत्री के रूप में इस्तीफा दिया था, तो उन्होंने सरकारी कर्मचारियों के बच्चों के लिए अपने वेतन की राशि रु. 21,00,000 को बाल शिक्षा कोष में दान कर दिया था। क्या आपने कभी देश के लिए कुछ भी योगदान दिया है, राहुलजी ? 

पीएम मोदी के नेतृत्व में  मात्र 4 साल की अवधि में ही 600 आतंकवादियों को समाप्त कर दिया गया। जब आपकी सरकार सत्ता में थी, तब कितने आतंकवादी मारे गए थे ? 

आजादी के बाद से गरीबों को कुकिंग गैस कनेक्शन नहीं मिल सका था, लेकिन 4 साल की अवधि में मोदी ने 50 मिलियन से अधिक गरीब लोगों को कुकिंग गैस कनेक्शन दिए हैं । 

इसी प्रकार गांवों में बिजली की आपूर्ति सुनिश्चित की, आपकी कांग्रेस सरकार सत्ता में रहते हुए ऐसा क्यों नहीं कर सकी?

मोदी किसी भी परिवार के पक्षधर या भाई-भतीजावाद को प्रोत्साहित नहीं करते हैं, लेकिन आपके परिवार ने पूरी पार्टी पर अपना वर्चस्व कायम किया है और पार्टी को अपनी निजी संपत्ति मानते हैं । क्यों ? जब आपकी सरकार सत्ता में थी तब रॉबर्ट वाड्रा को इतनी बेशुमार आय के साधन कैसे मिले?

पीएम मोदी की सरकार के सत्ता में आने के बाद डोकलाम मुद्दा शुरू नहीं हुआ। यह कई साल पहले से शुरू हो चुका था, जब आपकी सरकार सत्ता में थी। यह पीएम मोदी हैं, जिन्होंने चीनियों को मजबूर कर दिया कि वह अपने सैनिक वापस बुलाए। क्या आपकी सरकार और आप ऐसा करने में सक्षम थे ? 

6 साल की अवधि के दौरान, पीएम मोदी या उनकी सरकार के खिलाफ एक भी भ्रष्टाचार का मामला नहीं है। क्या आप कांग्रेस सरकार के छह दशक (60 वर्ष) के दौरान कोई भी अवधि दिखा सकते हैं जब कोई भ्रष्टाचार नहीं था?
नहीं ! 

आप और आपकी पार्टी के लोग पीएम मोदी को चायवाला बताते हैं। वह स्वीकार भी करता है कि हाँ, उसने चाय बेची। हम उनकी आय और ईमानदारी से जीवनयापन करने को कुछ भी गलत नहीं मानते हैं। क्या आप हमें बता सकते हैं कि आपने अपनी आय और जीवन यापन हेतु  क्या कार्य किया है ?

नरेंद्र मोदी राष्ट्र के हित के लिए विभिन्न देशों की यात्रा करते हैं। क्या आप हमें बता सकते हैं कि आप विदेश में किस उद्देश्य के लिए जाते हैं ? 

पीएम मोदी ने सैनिकों के लिए OROP को मंजूरी दे दी, हमारे सैनिकों के लिए बुलेटप्रूफ जैकेट, हेलमेट और अन्य सुरक्षा / सैन्य उपकरण खरीदे। आपकी सरकार ने उनके लिए क्या किया? 

उन्होंने 3 साल के भीतर 300 मिलियन से अधिक लोगों को "जन धन योजना"  में शामिल किया। आपकी पार्टी के 10 वर्षों के शासन के दौरान यह क्यों संभव नहीं था ? 

बालिकाओं को बचाने के लिए, पीएम मोदी ने  "बेटी बचाओ, बेटी पढ़ाओ"  अभियान शुरू किया। देश में बालिकाओं को बचाने के लिए कांग्रेस (आप) ने क्या किया है ? 

श्री मोदी ने "MUDRA जीवन बीमा योजना" शुरू कीं, जो देश के लाखों लोगों को लाभान्वित कर रही हैं। इस देश के लोगों के लाभ के लिए कांग्रेस 10 वर्षों के दौरान कितनी योजनाएं लाईं?

मोदी ने हमारी सीमाओं की रक्षा के लिए पाकिस्तान में सर्जिकल स्ट्राइक करने का साहसी फैसला लिया। कांग्रेस सरकार के दौरान हमारी सीमाओं की रक्षा के लिए आपकी पार्टी ने क्या किया?

पीएम मोदी के काम और नेतृत्व की सराहना करते हुए, अपनी संसद को संबोधित करने के लिए अमेरिका, ब्रिटेन, ऑस्ट्रेलिया, कनाडा, भूटान, श्रीलंका, अफगानिस्तान, नेपाल और जापान द्वारा उन्हें आमंत्रित किया गया था। जब कांग्रेस सरकार में थी तो कितने देशों ने तत्कालीन प्रधानमंत्री को आमंत्रित किया था ? 

केवल कुछ वर्षों में ही, पीएम मोदी दुनिया के सबसे प्रभावशाली व्यक्ति बन गए और उन्हें  "टाइम्स पर्सन ऑफ द वर्ल्ड" नाम दिया गया। आप 2004 से राजनीति में हैं। आपने अब तक क्या हासिल किया है ?

नरेन्द्र मोदी ने न्यूयॉर्क के मैडिसन स्क्वायर गार्डन में 22,000 लोगों के सामने घोषणा की कि हम भिखारियों और सपेरों के राष्ट्र नहीं हैं, बल्कि शासन करने वाले राष्ट्र हैं। क्या आपके पास उनकी तरह हमारे राष्ट्र की प्रशंसा करने का हौसला और  हिम्मत है,राहुलजी ? 

आजादी के बाद से, आपके परिवार द्वारा चलाई गई कांग्रेस सरकार यह कहने में हमेशा व्यस्त रही कि "गरीबी हटाओ "और हमेशा यह साबित करने में सफल रही कि हमारा भारत बहुत गरीब देश है । क्या आपकी सरकार ने कभी विदेशों में हमारे राष्ट्र के गौरव और प्रभाव को बेहतर बनाने का प्रयास किया ???

केवल 6 वर्षों में मोदीजी आपकी इच्छानुसार उस बदलाव को कैसे ला सकते है, जब हर क्षेत्र में आपकी पार्टी असहयोग करने तथा उनकी टांग खींचने के लिए अपने कार्यकर्ताओं को प्रेरित करती रहती है । 

पीएम मोदी दिन में 18 घंटे काम करते हैं, वे समय और पैसे बचाने के लिए विमान यात्रा के दौरान सोते हैं। आप देश के लिए कितने घंटे काम करते हैं राहुलजी ? 

पीएम मोदी की कोई मजबूत राजनीतिक पृष्ठभूमि नहीं है। अपनी कड़ी मेहनत, प्रतिबद्धता और समर्पण के बाद वे देश के प्रधानमंत्री बने। क्या आप गांधी टैग को त्यागने बाद अपनी क्षमताओं और कड़ी मेहनत के बलबूते पर कुछ हासिल करने में सक्षम है ?

18 साल की उम्र में, मोदी ने देश की सेवा के लिए अपना घर छोड़ दिया और RSS से जुड़ गए। 
18 साल की उम्र में आप क्या कर रहे थे राहुल गांधी ?

 इस देश का बहुसंख्यक नागरिक पीएम मोदी जैसा कुछ हासिल करने का सपना देखता है। कितने लोग आपका अनुसरण करना चाहेंगे और आप जैसे बनेंगे? 

केवल गांधी टैग इस देश को चलाने के लिए आवश्यक नहीं है, राहुलजी, लेकिन जो देश को आगे ले जाने की इच्छाशक्ति और प्रतिबद्धता दिखा सकता है, उस व्यक्ति की आवश्यकता है।

 *(पूरे देश को इसे पढ़ने की जरूरत है, इसलिए कृपया अन्य क्षेत्रीय भाषाओं में भी अनुवाद करके पोस्ट करें।)*
साभार
@highlight

Saturday, May 2, 2026

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV)ର ଶୁଭାରମ୍ଭ

*ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା*

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର 
ଚତୁର୍ଥ ପର୍ଯ୍ୟାୟ (PMGSY-IV)ର ଶୁଭାରମ୍ଭ


ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

୮ଟି ଜିଲ୍ଲାର ୮୯୮ଟି ଗାଁକୁ ମିଳିବ ୧୭୦୨ କିଲୋମିଟର ପକ୍କା ରାସ୍ତା

ରାୟଗଡ଼ା ବିକାଶ: ୨୦୦ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

୧୦୪.୫୬ କୋଟି ଟଙ୍କାର ୧୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ


ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡିଶା ପାଇଁ ୬୩୦ କୋଟି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ-ଜଳବିଭାଜିକା ବିକାଶ ଉପାଦାନରେ ଓଡିଶା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର



ଓଡ଼ିଶା ପାଇଁ ବିକାଶର ପେଡ଼ି: ପାନୀୟ ଜଳ ଓ ଭିତ୍ତିଭୂମି ଉପରେ ଜୋର୍ ଦେଲେ କେନ୍ଦ୍ରମନ୍ତ୍ରୀ ଚୌହାନ


ଓଡ଼ିଶା ଆସିବ ବୈଜ୍ଞାନିକ ଦଳ, ଗଢ଼ାହେବ ‘ସିଡ୍ ଭିଲେଜ୍’- କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ


ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ହେବ ‘ମିଶନ ପାୱାର’-ମୁଖ୍ୟମନ୍ତ୍ରୀ

ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର 
1 ମଇ 2026 


ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି।


 ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

 ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ   ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। 

ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ। ଏଥିପାଇଁ ୧୭୦୨ କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂତନ ରାସ୍ତା ନିର୍ମାଣ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ। ଏହି ଶୁଭ ଅବସରରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାର ବଡ଼ ଘୋଷଣା କରାଯାଇଛି।

ଏହା ସହିତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ୬୩୦ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ଜଳ ବିଭାଜିକା ବିକାଶ ଉପାଦାନ (WDC-PMKSY 2.0) ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଶିବରାଜ ଜୀଙ୍କ ଓଡ଼ିଶା ପ୍ରୀତିକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାକୁ ମନେ ପକାଇ ସେ କହିଥିଲେ ଯେ, ଏହି ଯୋଜନା ଗ୍ରାମୀଣ ଭାରତର ଦଶା ଓ ଦିଶା ବଦଳାଇ ଦେଇଛି।

ବିଶେଷ କରି ଦୁର୍ଗମ ଅଞ୍ଚଳରେ ବିକାଶ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପିଏମ୍‌ଜିଏସ୍‌ୱାଇ-୪ରେ କେବଳ ରାୟଗଡ଼ ଓ ମାଲକାନଗିରି ଜିଲ୍ଲାରେ ୪୪୨ଟି ନୂତନ ରାସ୍ତା ନିର୍ମାଣ କରାଯିବ।

 ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କୋଲନରା, ମୁନିଗୁଡା ଓ ରାୟଗଡ ବ୍ଲକରେ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି, ଯାହାଦ୍ୱାରା ୯୮ଟି ଗାଁର ଜନସାଧାରଣ ଉପକୃତ ହେବେ। ରାୟଗଡ଼ା, କାଶିପୁର, କେ. ସିଙ୍ଗପୁର, କୋଲନରା ଓ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ୧୦୪ କୋଟି ୫୬ ଲକ୍ଷ ଟଙ୍କା ବିନିଯୋଗରେ ୧୩ଟି ନୂଆ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ସଡ଼କ ଓ ସେତୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ସୁଦୂର ଗ୍ରାମାଞ୍ଚଳଗୁଡ଼ିକ ମୁଖ୍ୟ ସ୍ରୋତ ସହ ଯୋଡ଼ି ହୋଇପାରିବେ।

ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ‘Mission Powar’ (Power-Water-Road) ଅଭିଯାନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ ୫୦ରୁ ଅଧିକ ଜନସଂଖ୍ୟା ଥିବା କ୍ଷୁଦ୍ର ପଡ଼ା ଗ୍ରାମଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ୩୪,୧୦୪ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦,୨୦୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀକୁ ମନେ ପକାଇ କହିଛନ୍ତି ଯେ, "ଭାରତର ଆତ୍ମା ଗାଁରେ ବାସ କରେ। ଯଦି ଆମ ଗାଁ ଗୁଡିକର ବିକାଶ ନ ହୁଏ, ତେବେ ଦେଶର ବିକାଶ ସମ୍ଭବ ନୁହେଁ। ଗ୍ରାମାଞ୍ଚଳର ଭଲ ଗମନାଗମନ ବ୍ୟବସ୍ଥା ହିଁ ହେଉଛି ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିର ମୌଳିକ ଆଧାର।" ସେ ଆହୁରି ମଧ୍ୟ କହିଛନ୍ତି, "ରାସ୍ତା ଯେତେବେଳେ ଗାଁରେ ପହଞ୍ଚେ, ସେତେବେଳେ ବିକାଶର ଅନେକ ବାଟ ଆପେ ଆପେ ଖୋଲି ଯାଏ। ତେଣୁ, ଗ୍ରାମାଞ୍ଚଳ ପାଇଁ ଏହି ଯୋଜନା ସଂଜିବନୀ ସଦୃଶ୍ୟ କାର୍ଯ୍ୟ କରି ବିକାଶର ନୂଆ ଦିଗ ଉନ୍ମୁକ୍ତ କରିବ।" ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି।

ସଡ଼କ ନିର୍ମାଣରେ ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ରକ୍ଷା କରିବା ପାଇଁ ଏକ ସୁଦୃଢ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାସ୍ତା ରକ୍ଷଣାବେକ୍ଷଣ ନିମନ୍ତେ ବଜେଟରେ ୫୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ 'Incentive' ଆକାରରେ ମିଳିଥିବା ୧୫୦ କୋଟି ଟଙ୍କା ମଧ୍ୟ ପୁରୁଣା ରାସ୍ତାର ମରାମତି ପାଇଁ ବିନିଯୋଗ କରାଯିବ। ରାଜ୍ୟ ସରକାରଙ୍କ ନୂତନ ଅଭିଯାନ ‘Mission Powar’ (Power-Water-Road) ମାଧ୍ୟମରେ ୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଛୋଟ ପଡ଼ା, ଗାଁକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରାଯିବ। ଚଳିତ ବର୍ଷ ୯,୭୦୦ କିଲୋମିଟର ନୂତନ ରାସ୍ତା ଓ ୩୫୦ଟି ନୂଆ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶେଷରେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଢ଼ିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ୍ ସିଂହ ଚୌହାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର କେବଳ ପ୍ରତ୍ୟେକ ଗ୍ରାମକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଆସିନାହାଁନ୍ତି, ବରଂ ପ୍ରତିଟି ହୃଦୟ ସହ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। ଆମେ କେବଳ ଫମ୍ପା ପ୍ରତିଶ୍ରୁତି ଦେବାରେ ବିଶ୍ୱାସ କରୁନାହୁଁ, ବରଂ କାମ କରି ଦେଖାଇବାରେ ବିଶ୍ୱାସ କରୁ ବୋଲି ସେ ମଞ୍ଚରେ କହିଥିଲେ।

କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଏକ ପ୍ରସ୍ତାବ ରଖିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଦଳ ପଠାଇବେ। ଏହି ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ‘ସମନ୍ୱିତ କୃଷି ବ୍ୟବସ୍ଥା’ (Integrated Farming) ର ସମୀକ୍ଷା କରିବେ। କେବଳ ଧାନ ଚାଷ ନୁହେଁ, ବରଂ ଚାଷୀମାନେ ଯେପରି ସମସ୍ତ ପ୍ରକାରର ଅର୍ଥକାରୀ ଫସଲ ଉତ୍ପାଦନ କରି ଅଧିକ ରୋଜଗାର କରିପାରିବେ, ସେଥିପାଇଁ ସରକାର ମାର୍ଗଦର୍ଶନ ପ୍ରଦାନ କରିବେ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୬ ବର୍ଷ ତଳେ ଗାଁରେ ପକ୍କାରାସ୍ତା ନିର୍ମାଣର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ ଆଜି ଆମେ ଏହାର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛୁ। ଏହି ଯୋଜନା ଦ୍ବାରା ଜନସାଧାରଣଙ୍କ ଅର୍ଥନୈତିକ ଉନ୍ନତି ସହିତ ଗାଁର ବିକାଶ ମଧ୍ୟ ଦ୍ବିଗୁଣିତ ହୋଇଛି। ଗାଁର କିପରି ବିକାଶ ହେବ ସେଥିନେଇ ଅନେକ ଯୋଜନା ହାତକୁନିଆଯିବା ସହିତ ଏହାର ସଫଳ ରୂପାୟନ ଦିଗରେ ଧ୍ୟାନ ଦିଆଯାଉଛି। ଏଥି ସହିତ ରାଜ୍ୟରେ ମିଶନ ପାୱାର ଯୋଜନା କାର୍ଯ୍ୟକାରୀ ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଗରିମାମୟ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ୍ ଗମାଙ୍ଗୋ ଏବଂ ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର (MoRD) ନିର୍ଦ୍ଦେଶିକା ରୀନା ନାଗର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଜାମିନୀ ଷଡଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଆଶୁତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul


To

Sj. Baijayanta Panda 
Hon’ble Member of Parliament
Kendrapara, Odisha

Subject: Complaint regarding illegal allotment of RMC shop rooms to BJD workers instead of genuine farmers and AUL AGRO PRODUCER COMPANY LIMITED

Respected Sir,

With due respect, I would like to draw your kind attention towards the serious irregularities and corruption in the allotment of shop rooms under the Regulated Market Committee (RMC) at Aul, Kendrapara.

The RMC shopping complex was constructed for the benefit of genuine farmers, Farmer Producer Organizations (FPOs), and agricultural traders for selling agricultural inputs and outputs. However, the Secretary of RMC has allegedly allotted many shop rooms to BJD party workers, politically influential persons, and relatives of contractors instead of deserving farmers and agricultural organizations.

It is unfortunate that several persons who have received the shop rooms are not involved in agricultural activities. Many of them have occupied the rooms and are giving them to other persons on rental basis for personal financial benefit.

Our organization, AUL AGRO PRODUCER COMPANY LIMITED, had deposited the required security amount for two shop rooms for establishing agricultural input and output stores. However, even after three years, we have not been provided the allotted shop rooms. Despite repeated requests and follow-ups, no justice has been given to us.

Due to such unfair practices, genuine farmers and agricultural entrepreneurs are suffering badly, while politically connected persons are enjoying the benefits meant for the farming community.

Therefore, I humbly request your good office to:

  1. Conduct an impartial inquiry into the allotment process of the RMC shop rooms at Aul.
  2. Verify the eligibility of the present occupants of the shop rooms.
  3. Cancel the illegal allotments made in favour of politically connected and ineligible persons.
  4. Ensure allotment of shop rooms to genuine farmers, FPOs, and agricultural organizations like AUL AGRO PRODUCER COMPANY LIMITED.
  5. Take strict action against the officials involved in corruption and misuse of public property.

We believe in your leadership and hope that justice will be delivered to genuine farmers and agricultural organizations.

Thanking you.

                       Yours faithfully,


                      Jagannath Mohanty 
On behalf of AUL AGRO PRODUCER COMPANY LIMITED
Aul, Kendrapara, Odisha
9937491212 
Dated - 03.04.2026

COASTAL NEWS

ସମୁଦି samuduni

ସମୁଦୁଣୀଙ୍କୁ ଚିଠି !                  ସମୁଦୁଣୀ ! ମୋର ନମସ୍କାର ନେବ, ଚିଠିଟିଏ ଆଜି ଲେଖୁଛି, ବୋହୁ ବିରୁଦ୍ଧରେ, ଅଭିଯୋଗ ନୁହେଁ, ଜଣାଉଛି ଯାହା ଦେଖ...