AFFILIATE MARKETING

https://binomo.com?a=90810425bb57&t=0

Saturday, July 18, 2026

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ

ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୮/୦୭: ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ସୃଷ୍ଟି ହୋଇଛି ଏକ ନୂଆ ଇତିହାସ। ଦେଶର ପ୍ରଥମ ଘରୋଇ ରକେଟ ‘ବିକ୍ରମ-୧’ (Vikram-1) ର ସଫଳ ଉତକ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସହାୟତାରେ ଏହି ମାଇଲଖୁଣ୍ଟ ହାସଲ ହୋଇପାରିଛି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହି ଅତ୍ୟାଧୁନିକ ରକେଟର ଉତକ୍ଷେପଣ କରାଯାଇଥିଲା। ତେବେ ଉତକ୍ଷେପଣ ପୂର୍ବରୁ କିଛି ବୈଷୟିକ କାରଣ ପାଇଁ ପ୍ରକ୍ରିୟାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସମସ୍ତ ଯାଞ୍ଚ ପରେ ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ବିଳମ୍ବରେ ରକେଟ୍‌ଟି ମହାକାଶ ଅଭିମୁଖେ ସଫଳତାର ସହ ଉଡ଼ାଣ ଭରିଥିଲା।

ଏହି ରକେଟ୍‌କୁ ହାଇଦ୍ରାବାଦ ଭିତ୍ତିକ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍‌ ଏରୋସ୍ପେଶ’ (Skyroot Aerospace) ନିର୍ମାଣ କରିଛି। ଭାରତୀୟ ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ପାଇଁ ଖୋଲାଯିବା ପରେ ଏହା ଦେଶର ପ୍ରଥମ ସଫଳ ଘରୋଇ ମିଶନ ହୋଇଛି।

ଏହି ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍ ସହ ସିଧାସଳଖ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତାଙ୍କୁ ଏହି ବଡ଼ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଭାରତର ମହାକାଶ କ୍ଷେତ୍ରକୁ ଏହା ଆହୁରି ମଜବୁତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Friday, July 17, 2026

ଭାରତୀୟ ରେଳବାଇର ନୂଆ ଯୁଗ: ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ବିନା ଡିଜେଲ ଓ କୋଇଲାରେ ଚାଲିବ ଟ୍ରେନ୍, ଧୂଆଁ ବଦଳରେ ବାହାରିବ ପବନ

ନୂଆଦିଲ୍ଲୀ, ୧୭/୦୭: ଭାରତୀୟ ରେଳବାଇ ଇତିହାସରେ ଏକ ନୂତନ ଏବଂ ସବୁଜ ଯୁଗର ଆରମ୍ଭ ହୋଇଛି। ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅତ୍ୟାଧୁନିକ ଏବଂ ପରିବେଶ ଅନୁକୂଳ ଟ୍ରେନର ଶୁଭାରମ୍ଭ ହୋଇଛି।

ଏହି ଟ୍ରେନ୍ ହରିୟାଣାର ଜିନ୍ଦ୍-ସୋନିପତ ରୁଟ୍ ମଧ୍ୟରେ ଚାଲିବ। ଏହି ସମ୍ପୂର୍ଣ୍ଣ ରୁଟର ଦୂରତା ହେଉଛି ୮୯ କିଲୋମିଟର। ଏହି ଟ୍ରେନ ଜିନ୍ଦ୍ ସିଟି, ପାଣ୍ଡୁ ପିଣ୍ଡାରା, ଲଲିତ ଖେରା, ଭାମ୍ବେଭା, ଇଶାପୁର ଖେରୀ, ବୁଟାନା, ଖାନ୍ଦ୍ରାଇ, ଗୋହାନା, ରାଭ୍ରା, ଲାଠ୍, ମୋହାନା ଏବଂ ବରୱାସନି ଭଳି ପ୍ରମୁଖ ଷ୍ଟେସନରେ ରହିବ।ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୭୫ ରୁ ୧୧୦ କିଲୋମିଟର ରହିବ।

ଏଥିରେ ୨ଟି ଡ୍ରାଇଭିଂ ପାୱାର କାର୍ ଏବଂ ୮ଟି ଯାତ୍ରୀବାହୀ କୋଚ୍ ମିଶି ସମୁଦାୟ ୧୦ଟି କୋଚ୍ ରହିଛି। ଏହା ଏକ ସମୟରେ ପ୍ରାୟ ୨,୬୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ।

ଏହା କିପରି ଚାଲିବ?

ଏହି ଟ୍ରେନ୍‌ ପାରମ୍ପରିକ ଡିଜେଲ କିମ୍ବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ବିନା କାମ କରିଥାଏ। ଟ୍ରେନ୍ ଭିତରେ ଥିବା ସିଲିଣ୍ଡରରୁ ହାଇଡ୍ରୋଜେନ୍ ଏବଂ ବାୟୁମଣ୍ଡଳରୁ ଅକ୍ସିଜେନ୍ ମିଶ୍ରିତ ହୋଇ ଫ୍ୟୁଲ ସେଲ୍ ଭିତରେ ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରନ୍ତି।ଏହି ପ୍ରତିକ୍ରିୟା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ, ଯାହା ଟ୍ରେନର ମୋଟରକୁ ଚଲାଇଥାଏ।

ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକ୍ରିୟାରେ କୌଣସି କ୍ଷତିକାରକ ଧୂଆଁ ବାହାରେ ନାହିଁ। ଏଥିରୁ କେବଳ ଜଳୀୟ ବାଷ୍ପ ଏବଂ ଗରମ ପବନ ନିର୍ଗତ ହୋଇଥାଏ, ଯାହା ପରିବେଶ ପାଇଁ ସମ୍ପୂର୍ଣ୍ଣ ନିରାପଦ।

ହରିୟାଣାର ଜିନ୍ଦ୍ ରେଲୱେ ଜଙ୍କସନଠାରେ ଭାରତର ପ୍ରଥମ ଓ ସବୁଠାରୁ ବଡ଼ ରେଳ ହାଇଡ୍ରୋଜେନ ରିଫ୍ୟୁଲିଂ ଷ୍ଟେସନ ଓ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏହି ପ୍ଲାଣ୍ଟରେ ପାଣିରୁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନକୁ ଇଲେକ୍ଟ୍ରୋଲାଇସିସ୍ ପ୍ରକ୍ରିୟାରେ ଅଲଗା କରି ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତ କରାଯାଏ। ଏହି ଗ୍ୟାସକୁ ଅତ୍ୟଧିକ ଚାପରେ ପ୍ରା଼ୟ ୫୦୦ ବାରରେ ସାଇତି ରଖାଯାଏ ଏବଂ ଟ୍ରେନରେ ୩୫୦ ବାର ଚାପରେ ଭର୍ତ୍ତି କରାଯାଏ।

ହାଇଡ୍ରୋଜେନ୍ ଅତ୍ୟନ୍ତ ଜ୍ୱଳନଶୀଳ ହୋଇଥିବାରୁ, ଭାରତୀୟ ରେଳବାଇ ଏଥିରେ ମଲ୍ଟି-ଲେୟାର ସୁରକ୍ଷା ପ୍ରଣାଳୀ ଖଞ୍ଜିଛି। ଲିକ୍ ଡିଟେକ୍ଟର: ଯଦି କେଉଁଠି ସାମାନ୍ୟତମ ହାଇଡ୍ରୋଜେନ୍ ଲିକ୍ ହୁଏ, ତେବେ ସେନ୍ସର ତୁରନ୍ତ ଏହାକୁ ଚିହ୍ନଟ କରିବ।ଅଟୋମେଟିକ୍ ସଟ୍-ଡାଉନ୍: କୌଣସି ବିପଦ ଆଭାସ ମିଳିଲେ ସୁରକ୍ଷା ପ୍ରଣାଳୀ ଆପେ ଆପେ ହାଇଡ୍ରୋଜେନ୍ ଯୋଗାଣ ବନ୍ଦ କରିଦେବ। ନିରନ୍ତର ଭେଣ୍ଟିଲେସନ୍: ଟ୍ରେନ୍ ଭିତରେ ସବୁବେଳେ ବାୟୁ ଚଳାଚଳ ଜାରି ରହିବ, ଯାହାଫଳରେ ଗ୍ୟାସ୍ ଜମା ହୋଇ ରହିପାରିବ ନାହିଁ।

ଏହି ଟ୍ରେନର ମହତ୍ତ୍ୱ:-

ଏହା ଡିଜେଲ ଉପରେ ନିର୍ଭରଶୀଳତା କମାଇବା ସହ ଭାରତର ନେଟ୍ ଜିରୋ କାର୍ବନ ଏମିସନ ୨୦୭୦ ଲକ୍ଷ୍ୟ ହାସଲ କରିବାରେ ବଡ଼ ସହାୟକ ହେବ। ଏହି ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଭାରତର ସ୍ୱଦେଶୀ ଡିଜାଇନ୍ ଏବଂ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଦ୍ୱାରା ନିର୍ମିତ ହୋଇଛି। ଏହା ସଫଳତାର ସହ ଗଡିଲେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ଐତିହାସିକ ସ୍ଥାନକୁ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଦ୍ୱାରା ଯୋଗାଯୋଗ କରିବାକୁ ଯୋଜନା କରୁଛି।

Tuesday, July 14, 2026

wind power 2

That is a creative reuse of a water purifier booster pump! Since those are permanent magnet DC (PMDC) motors, they work quite well as small-scale wind generators.
​Because wind speed is inherently unpredictable, the voltage your dynamo generates will fluctuate constantly based on how fast the blades spin. To get a stable, constant 12V DC output, you need to regulate the voltage.
​Here is the setup you need to get a stable 12V DC output:
​1. The Core Solution: An Automatic Buck-Boost DC-to-DC Converter
​Since your pump is rated for 24V, it might produce anywhere from 2V (low wind) to over 24V (high wind). A standard step-down regulator won't work when the wind drops.
​What to use: Look for an Automatic Buck-Boost Converter module (like an XL6009 or LM2596-LM2577 combo module) rated for at least 2 Amps.
​How it works: It automatically steps the voltage up when the wind is low and steps it down when the wind is high, maintaining a steady 12V output.
​Setup: Connect the wires from your pump to the IN+ and IN- terminals, use a multimeter on the OUT terminals, and turn the small potentiometer screw on the module until the output reads exactly 12V.
​2. Add a Blocking Diode (Essential for Battery/Load Protection)
​If you connect your dynamo directly to a battery or a smart device without a diode, two problems happen:
​When the wind stops, the battery will feed power back into the motor, causing it to spin like a fan and drain your battery.
​Solution: Place a standard diode (like a 1N5408 or a Schottky diode for higher efficiency) on the positive wire between the pump and the converter, with the silver stripe facing toward the converter.
​3. Use a 12V Battery for True "Constant" Power
​Even with a buck-boost converter, if the wind drops completely, the power cuts out. To get true, reliable 12V power, you should introduce a small storage buffer:
​The Flow: Dynamo \rightarrow Diode \rightarrow Buck-Boost Converter (set to ~13.8V for charging) \rightarrow 12V Lead-Acid or LiFePO4 Battery \rightarrow Your 12V Load.
​This ensures your devices run smoothly even during brief lulls in the wind.
​Summary Wiring Guide

[ Pump / Dynamo ] ---> [ Diode (A ->|-- K) ] ---> [ Buck-Boost Converter ] ---> [ 12V Battery / Load ]



Using your wind-powered dynamo to run a 12V light and fan is a fantastic, practical application!
​Because a fan (which has its own motor) and lights require a steady, uninterrupted flow of current to run smoothly without flickering or stalling, incorporating a small 12V rechargeable battery into your system is highly recommended. The wind will charge the battery, and the battery will provide stable, reliable power to your light and fan.
​Here is the step-by-step setup to make this work safely and efficiently:
​1. The Wiring Layout
​To connect everything safely, follow this layout. The battery acts as a "buffer" so your light and fan don't turn off every time the wind slows down.
​Dynamo to Diode: Connect the positive (red) wire of your booster pump dynamo to the positive input of your converter. Put a blocking diode (like a 1N5408) in line on this wire (with the silver stripe pointing away from the pump) to prevent the battery from spinning the pump when the wind stops.
​Diode to Buck-Boost Converter: Connect the wires to the IN+ and IN- terminals of your DC-to-DC Buck-Boost converter.
​Adjust the Voltage: Before connecting your battery, spin your wind turbine (or use a drill on the shaft to spin it), test the OUT terminals of the converter with a multimeter, and adjust the converter's dial until it outputs exactly 13.8V to 14.2V (the standard charging voltage for a 12V lead-acid battery).
​Converter to Battery: Connect the OUT+ and OUT- of the converter to the corresponding terminals of a 12V Lead-Acid battery (like a motorcycle or UPS battery).
​Battery to Light and Fan: Connect your 12V DC light and 12V DC fan directly to the battery terminals, ideally through a simple on/off switch.
​2. Sizing Your Components
​To make sure your system runs smoothly without overheating, keep these electrical limits in mind:
​The Fan & Light Power: Your booster pump dynamo can realistically generate about 10 to 15 Watts of continuous power in good wind (roughly 0.8\text{ A} to 1.0\text{ A} at 12\text{V}).
​Choosing the Light: Use highly efficient 12V LED bulbs (usually 3W to 5W). They draw very little current and will run for hours.
​Choosing the Fan: A small 12V DC brushless fan (like a car cooling fan, a cabin fan, or a high-velocity 12V PC fan) typically draws around 3W to 6W.
​Battery Size: A small 12V 7Ah (Amp-hour) battery (commonly used in home UPS systems or emergency lights) is perfect for this. It is affordable, easy to charge with your pump, and can run a 5W light and 5W fan together for about 6 to 8 hours on a full charge even if there is absolutely no wind.
​3. Quick Safety Tip
​Always place a simple 3-Amp or 5-Amp fuse on the wire coming out of the battery's positive terminal before it goes to your light and fan. This protects your wiring and components in case there is ever a short circuit.
​How do you plan to mount the blades to the pump's shaft? If you need ideas for a simple pulley or hub connection, let me know!

କୋଠ ଭୋଗ ଖିଆ

କୋଠ ଭୋଗ ଖିଆ..
କୋଠ ଭୋଗ ଖିଆ ମୋ ଚକା ଆଖିଆ
କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ.. ॥

ତୁଳସୀର ମାଳ ଦୟଣାର ଚୂଳ
ଉଭା ଘେନି ଦେବଦାସୀ
ଉଭା ଘେନି ଦେବଦାସୀ
ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ
ଉଭା ହୋଇଲେଣି ଆସି
ମଣିମା ମଣିମା ଡାକ ପଡ଼ୁଅଛି
ମଣିମା ମଣିମା ଡାକ ପଡ଼ୁଅଛି
ଛାମୁ ଦରଶନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ.. ॥୧॥ 

ନିଦା ପଥର ହେ ନିଦେ କେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତି ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନଭୋଗୀ
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ.. ॥୨॥  

ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁନାହିଁ
ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ
କୁହ ତେବେ କାହା ଲାଗି
ହେବାକୁ ଚନ୍ଦନ ଲାଗି

କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ..
କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି ॥୩॥


Suno AI Command (English)

Title: Kotha Bhoga Khia Mo Chaka Akhia (Traditional Jagannath Bhajan)

Prompt:

Create a 7-minute long traditional Odia Jagannath devotional bhajan inspired by the sacred atmosphere of Shree Jagannath Temple, Puri.

The song should have a slow devotional beginning, gradually building into an emotional congregational kirtan. Maintain deep bhakti throughout.

Musical Style

Traditional Odia Bhajan

Jagannath Temple devotional style

Nadiya–Puri Sankirtan influence

Soft Folk-Classical fusion

Grand spiritual atmosphere

Royal temple ambience

Emotional yet majestic

Vocals

Warm expressive male lead singer

Soft female chorus responses

Devotee group chanting during chorus

Rich temple-style call and response

Clear Odia pronunciation

Instruments

Mardala

Mridanga

Harmonium

Bamboo Flute

Veena

Santoor

Violin ensemble

Tanpura drone

Kartal

Jhanja (large temple cymbals)

Temple bells

Ghanta

Conch (Shankha)

Deep orchestral strings

Soft devotional choir

Song Structure (Approx. 7 Minutes)

00:00–00:45 Temple ambience Birds Conch Temple bells Tanpura drone Soft flute improvisation

00:45–01:30 Slow instrumental introduction Harmonium Mardala enters gently Violin pads

01:30–02:30 Verse 1 Gentle rhythm

02:30–03:00 Instrumental interlude Flute solo Temple bells

03:00–04:00 Verse 2 Female chorus joins

04:00–04:40 Extended devotional music Veena Violin Mardala variations

04:40–05:40 Verse 3 Full chorus Emotional singing

05:40–06:20 Instrumental climax Conch Temple bells Large choir chanting "Jaya Jagannatha" "Hari Bol"

06:20–07:00 Final chorus repeated slowly Fade with flute Temple bells Tanpura Soft conch Peaceful ending

Mood

Sacred Divine Emotional Royal Temple worship Morning Chandan Lagi Seva atmosphere Devotional Soulful Timeless

Audio Quality

Professional studio recording High dynamic range Wide stereo mix Warm acoustic sound Natural temple reverb Cinematic devotional production

Lyrics

Use the provided Odia lyrics exactly as written, without changing the wording. Repeat the chorus naturally where needed to achieve a total duration of approximately 7 minutes, inserting the instrumental sections described above between verses while keeping the lyrics fully intelligible and devotional.

Friday, July 10, 2026

ଟିକା ଗୋବିନ୍ଦ ଚନ୍ଦ୍ର

(Dhruba pada) 
ଭଜୁ କିନା ରାମନାମରେ ଗୋବିନ୍ଦ,
ଭଜୁ କିନା ରାମନାମ।
ଭଜି ନପାରିଲେ କୂଳ ଚନ୍ଦ୍ରମା ରେ, 
ବାନ୍ଧି ନେବ କାଳ ଜମ, 
କୁମର ରେ ବାନ୍ଧି ନେବ କାଳ ଜମ , 
(Antra 1)
ସେହି କାଳ ଜମ ବଡ଼ ଦାରୁଣ ରେ, 
ନବୁଝଇ ସୁଖ ଦୁଃଖ, 
ବାନ୍ଧି ନେବ କଞ୍ଚା ରଖିବ ପାଚିଲା, 
ଦେବଟି ଦାରୁଣ ଦୁଃଖ, 
ରେ କୁମର ଦେବ ଟି ଦାରୁଣ ଦୁଃଖ, 
(chorus)
ସେଥିପାଇଁ ତୁହି କୁମର ମଣିରେ, 
ଆଜି ଯାଅ ଯୋଗୀ ଘର, 
ବଜ୍ର ଦେହ ତୋର ହେବରେ କୁମର, 
ହୋଇବୁ ତୁହି ଅମର,! 
ତୁହି ଯୋଗୀ ଘର ଗଲେ ରେ କୁମର, 
ହୋଇବି ମୁହିଁ ସନ୍ତୋଷ, 
ସଂସାର ମାୟା କୁ ତ୍ୟାଗ କଲେ ତୁହି, 
ହୋଇବୁ  ଦୀର୍ଘ ଆୟୁଷ! 
(Antara 2)
ମାୟାର ସଂସାର ସ୍ୱପ୍ନର ସମାନ, 
ରାଜ୍ଯ ରାଜପଦ ମାୟା, 
ସ୍ତ୍ରୀ ପିଲା କେହି ନୁହନ୍ତି କାହାର, 
ସବୁ ସେ ମାୟାର ଛାୟା,
ରାଜପଦ ସୁଖ ନଥିବ ସାଥିରେ, 
ନଥିବେ ବନ୍ଧୁ ସ୍ଵଜନ, 
ମରିଗଲେ କେହି ଯିବେନି ସାଥିରେ, 
ସାଥେ ଥିବ ଏକା ଧର୍ମ, 
କେ କାନ୍ଦିବ ଦିନ ଦଶ ରେ କୁମର, 
କେ କାନ୍ଦିବ ଦିନ ବାର, 
ମାତା ଜନ୍ମ ଦାତ୍ରୀ ନୀରତେ କାନ୍ଦିବ ମରିବାର ଯୁଗାନ୍ତରରେ, 
କୁମର ମରିବାର ଯୁଗାନ୍ତର.! 
(Antara 3)
ଧନ ଜନ ଯଶ ସବୁ ଛାଡ଼ି ଯିବ,
ସାଥୀ ହେବ ନାହିଁ କେହି।
ହରିନାମ ଧନ ହୃଦେ ସଞ୍ଚି ରଖ,
 ସଙ୍ଗେ ଜୀବ ସିନା ସେହି ॥
ଜନମ ମରଣ ଚକ୍ରର ଭିତରେ,
ଘୁରୁଛି ଜୀବ ଅଜ୍ଞାନେ।
ରାମ କୃଷ୍ଣ ହରି ବୋଲ ଧନ ,
ମୁକ୍ତି ମିଳିବ ଶ୍ରୀଚରଣେ॥
(Antara 4) 
ଜଗନ୍ନାଥ ନାମ ଅମୃତ ସୁଧା,
ବହିଲେ ଭକ୍ତ ହୃଦୟେ ।
ଗୋବିନ୍ଦ ଗୋପାଳ ରାଧାରମଣ,
ଦୁଃଖ ସବୁ ହରି ନିଏ ॥
(End) 
ଭଜ ରେ ମନ ରାମନାମ ସଦା,
ଏହି ଜୀବନର ସାର।
ଜୟ ଜଗନ୍ନାଥ ଜଗତର ନାଥ, 
ସଂସାରୁ କରିବେ ପାର, 

Suno AI Prompt (English)
Genre: Traditional Odia Devotional Bhajan
Mood: Peaceful, spiritual, emotional, uplifting
Tempo: 80 BPM
Vocals: Soulful male lead with gentle female chorus in response
Instruments: Harmonium, Mardala, Kartal, Manjira, Flute, Veena, Tanpura drone, Temple bells, Conch shell
Style: Authentic Odia temple bhajan inspired by classical saint-poet traditions, devotional call-and-response singing, warm acoustic sound, rich reverberation, serene temple ambience, emotionally expressive vocals, ending with repeated chanting of "ରାମ ରାମ ଜୟ ରାଜା ରାମ, ଜୟ ଜଗନ୍ନାଥ, ହରି ବୋଲ" fading into temple bells.

ଟିଏମ୍‌ସି ପାଣ୍ଠିରେ କିଣାଯାଇଥିବା ବିମାନକୁ ଭଡ଼ାରେ ନେଉଥିଲେ ମମତା;୪୪୦ କୋଟି ଟଙ୍କା ଜମା ରଖିଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଟିଏମ୍‌ସି ପାଣ୍ଠିରେ କିଣାଯାଇଥିବା ବିମାନକୁ ଭଡ଼ାରେ ନେଉଥିଲେ ମମତା;୪୪୦ କୋଟି ଟଙ୍କା ଜମା ରଖିଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟ ଜବତ

ମମତା ବାନାର୍ଜୀଙ୍କ ସହିତ ଜଡିତ କୋଲକାତା ସମେତ ପାଞ୍ଚଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା । ଚଢାଉ ସମୟରେ ଇଡି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଘଟ କରିଛି, ଯାହା ପୁଣି ଥରେ ମମତା ବାନାର୍ଜୀଙ୍କ ସମସ୍ୟା ବୃଦ୍ଧି କରିଛି । ଇଡି ଟିଏମସିର ବ୍ୟାଙ୍କ ଆକାଉଣ୍ଟ ଓ ଏକ ଚାର୍ଟର ଫ୍ଲାଇଟ୍ କମ୍ପାନୀ ମଧ୍ୟରେ କୋଟି କୋଟି ଟଙ୍କାର ସନ୍ଦେହଜନକ କାରବାର ଠାବ କରିଥିବା ଦାବି କରିଛି ।

MAMATA

ତୃଣମୂଳ କଂଗ୍ରେସ ବିରୋଧରେ ଚାଲିଥିବା ଆର୍ଥିକ ଅନିୟମିତତା ଓ ଅବୈଧ ଭାବେ ପାଣ୍ଠି ସଂଗ୍ରହ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ବଡ଼ ତଥ୍ୟ ଲାଗିଛି । ମମତା ବାନାର୍ଜୀଙ୍କ ସହିତ ଜଡିତ କୋଲକାତା ସମେତ ପାଞ୍ଚଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା । ଚଢାଉ ସମୟରେ ଇଡି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଘଟ କରିଛି, ଯାହା ପୁଣି ଥରେ ମମତା ବାନାର୍ଜୀଙ୍କ ସମସ୍ୟା ବୃଦ୍ଧି କରିଛି । ଇଡି ଟିଏମସିର ବ୍ୟାଙ୍କ ଆକାଉଣ୍ଟ ଓ ଏକ ଚାର୍ଟର ଫ୍ଲାଇଟ୍ କମ୍ପାନୀ ମଧ୍ୟରେ କୋଟି କୋଟି ଟଙ୍କାର ସନ୍ଦେହଜନକ କାରବାର ଠାବ କରିଥିବା ଦାବି କରିଛି । ଇଡିର ପ୍ରାଥମିକ ତଦନ୍ତରୁ ଏହି ମାମଲା ଟିଏମ୍‌ସିର ଦଳୀୟ ପାଣ୍ଠି ଆତ୍ମସାତ୍‌ କରିବା ଓ ମନି ଲଣ୍ଡରିଂ ମାମଲା ବୋଲି ଜଣାପଡ଼ିଛି ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ଯେ, ତୃଣମୂଳ କଂଗ୍ରେସ ନିଜର ବ୍ୟାଙ୍କ ଆକାଉଣ୍ଟରୁ କେୟରୱେଲ ଏଭିଏସନ୍‌ ନାମକ ଏକ ଚାର୍ଟର୍ଡ ବିମାନ କମ୍ପାନିକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର କରିଥିଲା । ଏହି ବିପୁଳ ଅର୍ଥରାଶି ମାଧ୍ୟମରେ ଏକ ନୂଆ ବିମାନ ଓ ହେଲିକପ୍ଟର କିଣାଯାଇଥିଲା । ତେବେ ଆଶ୍ଚର୍ଯ୍ୟ କରିବା କଥା ହେଉଛି ଯେ, ଏହି ବିମାନଗୁଡ଼ିକ କିଣିବା ପରେ, ସେଗୁଡ଼ିକୁ ପୁଣି ଥରେ ଟିଏମସିର ବରିଷ୍ଠ ନେତା ବିଶେଷକରି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଭଳି ଭିଭିଆଇପିମାନଙ୍କ ବିମାନ ଯାତ୍ରା ପାଇଁ ସେହି କମ୍ପାନୀରୁ ନିଜ ବିମାନକୁ ଭଡ଼ା ନିଆଯାଇଥିଲା ଓ ବଦଳରେ ଦଳୀୟ ପାଣ୍ଠିରୁ ପୁଣି ଥରେ କୋଟି କୋଟି ଟଙ୍କା ଦିଆଯାଇଥିଲା । ଇଡି ସନ୍ଦେହ କରୁଛି ଯେ ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଦଳୀୟ ପାଣ୍ଠିର ଦୁରୁପଯୋଗ ଓ ଆତ୍ମସାତ୍‌ କରିବା ଉଦ୍ଦେଶ୍ୟରେ ରଚିତ ହୋଇଥିଲା ।

ଏହି ଆର୍ଥିକ ଠକେଇର ସୁରାକ ମିଳିବା ପରେ ଇଡି କୋଲକାତା ଓ ଏହାର ଆଖପାଖରେ ପାଞ୍ଚଟି ପ୍ରମୁଖ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଚଢାଉରେ ଚାର୍ଟର ବିମାନର ମୁଖ୍ୟ କାର୍ଯ୍ୟାଳୟ, ଏହାର ପ୍ରମୋଟରଙ୍କ ବ୍ୟକ୍ତିଗତ ବାସଭବନ, ନ୍ୟୁ ଟାଉନସ୍ଥିତ ଏକ ସ୍ଥାନ, ଏକ ସନ୍ଦିଗ୍ଧ ଟ୍ରଷ୍ଟର କାର୍ଯ୍ୟାଳୟ ଓ କେନ୍ଦ୍ରୀୟ କୋଲକାତାରେ କାର୍ଯ୍ୟ କରୁଥିବା ଏକ ଚାର୍ଟର୍ଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ଥିଲା। ଚଢଉ ସମୟରେ ତଦନ୍ତକାରୀ ଅଧିକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଡକ୍ୟୁମେଣ୍ଟ, ହାର୍ଡ ଡିସ୍କ ଓ ଡିଜିଟାଲ୍ ଉପକରଣ ଜବତ କରିଥିଲେ ।

ଇଡିର ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏପ୍ରିଲ ୨୦୨୩ରୁ ଜୁନ ୨୦୨୬ ମଧ୍ୟରେ, ଟିଏମସିର ଆକାଉଣ୍ଟରୁ ୧୬୦ କୋଟି ଟଙ୍କା ସିଧାସଳଖ କେୟାରୱେଲ ଆଭିଏସନ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଟଙ୍କା ତା'ପରେ ସେଲ୍ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା । କେୟାରୱେଲ ଏକ ନୂତନ ଭାବରେ ଗଠିତ କମ୍ପାନୀର ଆକାଉଣ୍ଟକୁ ୮୨.୯୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲା । ପରେ ୧୧୨ କୋଟି ଟଙ୍କା ଖର୍ଚ୍ଚ କରି ଏକ ଏମ୍ବ୍ରାଏର୍‌ ଲିଗାସି ଜେଟ୍‌ ୬୦୦ ଓ ଏକ ୱେଷ୍ଟଲ୍ୟାଣ୍ଡ ୧୦୯ ଏସ୍‌ପି ହେଲିକପ୍ଟର କିଣା ଯାଇଥିଲା । କୁହାଯାଉଛି ଯେ, ଏହି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣିବା ପାଇଁ ବିଦେଶୀ ପାଣ୍ଠି ନିୟମର ଉଲ୍ଲଂଘନ କରି ୨୦୨୩ ମସିହାରେ ଟିକସ ଭୂସ୍ୱର୍ଗ ଭାବରେ ବିବେଚିତ କେମ୍ୟାନ୍ ଦ୍ୱୀପର ଏକ ବିଦେଶୀ କମ୍ପାନୀଠାରୁ ଋଣ ମଧ୍ୟ ନିଆଯାଇଥିଲା । ଦଳୀୟ ପାଣ୍ଠିରୁ ଏହି ଏମ୍ବ୍ରାଏର ୬୦୦ ବିମାନ ଓ ଅଗଷ୍ଟା ହେଲିକପ୍ଟର କିଣାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଟିଏମସିକୁ ଭଡା ଦିଆଯାଇଥିଲା । ଏହି ଆଳରେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ସ୍ଥାନାନ୍ତର କରାଯାଇଥିଲା । ତେବେ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଛି । ଦଳ ‘ଏକ୍ସ’ରେ ଏକ ପୋଷ୍ଟ କରି ଦାବି କରିଛି ଯେ, ଏହାର ଆକାଉଣ୍ଟରେ ଥିବା ସମସ୍ତ ପାଣ୍ଠି ସ୍ୱଚ୍ଛ ଭାବରେ ପ୍ରକାଶ କରାଯାଇଥିଲା। ଟିଏମ୍‌ସିର ବିଦ୍ରୋହୀ ବିଧାୟକ ବିଶ୍ବନାଥ ଦାସ ବିଧାନନଗର ପୁଲିସ ଷ୍ଟେସନରେ କରିଥିବା ଏତଲା ଆଧାରରେ ଏହି ତଦନ୍ତ ଚାଲିଛି । ଇଡି ଟିଏମସିର ୪୪୦ କୋଟି ଟଙ୍କା ଜମା ରଖିଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରିଛି ।

Tuesday, July 7, 2026

insta lover

[Intro]
(Synthesizer build-up, heavy heartbeat sub-bass)
ହେ ହେ... 
ଇନଷ୍ଟା ଲଭର...
(Beat drops slightly)
ସନ୍ଧ୍ଯା ବେଳକୁ ପାର୍କ କୁ ଆସ 
ସେଠୁ ଆମେ ହୋଇଯିବା ଫେରାର୍ 

[Verse 1]
(Pulsing bass, clean synth plucks)
ଇନଷ୍ଟାରେ ଦେଖିଲି ତୋ ହସ,
ଦିଲ୍‌ଟା ହେଲା ପୁରା ବେହୋସ।
ରିଲ୍‌ରେ ତୋର ଝଲକ ଦେଖି,
ମନ ମୋର ହେଲା ପାଗଳ ପକ୍ଷୀ ।

[Pre-Chorus]
(Rhythm accelerates, rising snare roll, dramatic tension)
ଲାଇକ୍ ଆଉ କମେଣ୍ଟ ବଢ଼ୁଛି,
ତୋ ପାଇଁ ହୃଦୟ ଧକ୍ ଧକ୍ କରୁଛି ।
ଆସ ନା ଆଜି ପାଖକୁ ମୋର,
ହେଇଯା ମୋର ଇନଷ୍ଟା ଲଭର୍ !

[Chorus]
(Massive Beat Drop, explosive EDM breakdown, energetic dancing rhythm)
ଇନଷ୍ଟା ଲଭର... ଓ ମୋର ଲଭର!
ତୋ ପାଇଁ ବଢୁଛି ହାର୍ଟ ବିଟ୍ ମୋର !
ଡାନ୍ସ କରିବା ସାରା ରାତି,
ତୁ ଆଉ ମୁଁ କରିବା ମସ୍ତି !

[Bridge]
(Music slows down, atmospheric and emotional synth pads, dramatic vocal focus)
ଡିଜେ ବଜାଅ ଫୁଲ୍ ଭଲ୍ୟୁମ୍...
ଆଜି ରାତି ସୁଦ୍ଧା ହେଉ ମଜାର ରୁମ୍।
বিଟ୍ ସହିତ ମୁଭ୍ କର ଧୀରେ,
(Rising intensity)
ପ୍ରେମ ଲେଖିବା ନୂଆ ନୀଳ ଆକାଶ ତଳେ!

[Chorus]
(Final powerful drop, maximum energy, strobe light vibe)
ଇନଷ୍ଟା ଲଭର... ଓ ମୋର ଲଭର!
ତୋ ପାଇଁ ଧଡ଼କେ ଏ ହାର୍ଟ ବିଟ୍ ଓଭର!
ଡାନ୍ସ କରିବା ସାରା ରାତି,
ତୁ ଆଉ ମୁଁ—ମସ୍ତି ମାତି!

[Outro]
(Synth echo fading out, heavy bass ringing)
ତୋ ହସରେ ମୋର ସାରା ଦୁନିଆ...
ଇନଷ୍ଟା ଲଭର... ତୁ ମୋର ପ୍ରିୟା...
(Fade to silence)

https://www.facebook.com/share/r/1BKFE1JuGt/

COASTAL NEWS

ବନ୍ୟା ବିପନ୍ନଙ୍କ ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ବିପନ୍ନଙ୍କ ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରନ୍ଧା, ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ଯୋଗାଣ ଜାରି ରହିବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର -...