ମାଲକାନଗିରି, ୨୩/୧୨: ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନକୁ ବଡ଼ ଝଟକା। ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କଲେ ୨୨ ନକ୍ସଲ। ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ନାଁରେ ଥିଲା ୨ କୋଟିର ପୁରସ୍କାର।
ଡିଭିଜନାଲ କମିଟି ସଦସ୍ୟ (ଡିଭିସିଏମ୍) ରାଙ୍କ୍ ର ଜଣେ ବରିଷ୍ଠ କର୍ମକର୍ତ୍ତା ଏବଂ ୬ ଜଣ ଏରିଆ କମିଟି ସଦସ୍ୟ (ଏସିଏମ୍) ସମେତ ମୋଟ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ସେମାନଙ୍କ ପାଖରୁ ଗୋଟିଏ AK-୪୭ ରାଇଫଲ୍, ଦୁଇଟି INSAS ରାଇଫଲ୍, ଗୋଟିଏ SLR ରାଇଫଲ୍, ତିନୋଟି ୩୦୩ ରାଇଫଲ୍ ଏବଂ ଦୁଇଟି ସିଙ୍ଗଲ୍-ସଟ୍ ରାଇଫଲ୍ ମିଳିଛି।

No comments:
Post a Comment