AFFILIATE MARKETING

https://binomo.com?a=90810425bb57&t=0

Sunday, December 7, 2025

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଆକୁଳ ନିବେଦନସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାକୁ ଅନୁରୋଧ

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାକୁ ଅନୁରୋଧ

କରାଚୀ, ୦୭/୧୨: ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ପାକିସ୍ତାନର କରାଚୀ ନିବାସୀ ନିକିତା ନାଗଦେବଙ୍କର ଏକ ଆବେଗପୂର୍ଣ୍ଣ ଭିଡିଓ। ଏହି ଭିଡିଓରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି।

ନିକିତାଙ୍କ ଅଭିଯୋଗ ଅନୁଯାୟୀ, ସେ ୨୦୨୦ ଜାନୁଆରୀ ୨୬ରେ କରାଚୀଠାରେ ହିନ୍ଦୁ ରୀତିନୀତିରେ ବିକ୍ରମ ନାଗଦେବଙ୍କୁ ବିବାହ କରିଥିଲେ। ବିକ୍ରମ ପାକିସ୍ତାନରେ ଜନ୍ମ ନେଇଥିଲେ ବି ଭାରତରେ ଦୀର୍ଘମିଆଦି ଭିସାରେ ରହୁଥିଲେ।

ବିବାହର ମାତ୍ର ଗୋଟିଏ ମାସ ପରେ ଫେବୃଆରୀ ୨୬ରେ ବିକ୍ରମ ନିକିତାଙ୍କୁ ଭାରତ ଆଣିଥିଲେ।

କିନ୍ତୁ କିଛି ମାସ ଭିତରେ ସବୁକିଛି ବଦଳି ଯାଇଥିଲା। ୨୦୨୦ ଜୁଲାଇ ୯ ତାରିଖରେ ଭିସା ସମସ୍ୟା ଦେଖାଇ ତାଙ୍କୁ ଅଟାରୀ ସୀମାରେ ଫିଙ୍ଗି ଦେଇ ବଳପୂର୍ବକ ପାକିସ୍ତାନ ପଠାଇ ଦିଆଯାଇଥିଲା। ତା’ପରେ ବିକ୍ରମ ତାଙ୍କୁ ଆଉ ଫେରାଇ ଆଣିବାକୁ ରାଜି ହେଲେ ନାହିଁ। ନିକିତା ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ବିକ୍ରମ ତାଙ୍କ କଥା ଶୁଣିଲେ ନାହିଁ।

ଏବେ ସେ ଜାଣିବାକୁ ପାଇଛନ୍ତି ଯେ ବିକ୍ରମ ଦିଲ୍ଲୀରେ ଅନ୍ୟ ଜଣେ ଝିଅଙ୍କ ସହିତ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି, ଯଦିଓ ନିକିତା ଏପର୍ଯ୍ୟନ୍ତ ତାଙ୍କର ଆଇନଗତ ପତ୍ନୀ।

ଭିଡିଓରେ ନିକିତା କହୁଛନ୍ତି, “ଯଦି ମୋତେ ନ୍ୟାୟ ନ ମିଳିବ, ତେବେ ମହିଳାମାନେ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ହରାଇବେ। ମୁଁ ସମସ୍ତଙ୍କୁ ମୋ ପାଖରେ ଠିଆ ହେବାକୁ ଅନୁରୋଧ କରୁଛି।”ସେ ଆହୁରି କହିଛନ୍ତି ଯେ ଭାରତ ଆସିବା ପରେ ଶଶୁର ଘର ଲୋକଙ୍କ ବ୍ୟବହାର ଏକ ପ୍ରକାର ବଦଳି ଯାଇଥିଲା। ସେ ଜାଣିପାରିଥିଲେ ଯେ ବିକ୍ରମଙ୍କର ତାଙ୍କ ଜଣେ ଘନିଷ୍ଠ ସମ୍ପର୍କୀୟାଙ୍କ ସହିତ ସମ୍ପର୍କ ରହିଛି। ଏ ବିଷୟରେ ଶଶୁରଙ୍କୁ କହିବାରୁ ସେ କହିଥିଲେ, “ପୁଅର ଯଦି ଏଭଳି ସମ୍ପର୍କ ଥାଏ, ଏଥି ଲାଗି କିଛି କରିହେବ ନାହିଁ।”

କୋଭିଡ ଲକଡାଉନ ସମୟରେ ବିକ୍ରମ ତାଙ୍କୁ ଜୋର କରି ପାକିସ୍ତାନ ପଠାଇ ଦେଇଥିଲେ। ଏହାପରେ ନିକିତା ୨୦୨୫ ଜାନୁଆରୀ ୨୭ରେ ଲିଖିତ ଅଭିଯୋଗ କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟ ଅଧୀନରେ ଥିବା ସିନ୍ଧୀ ମଧ୍ୟସ୍ଥତା ଓ ଆଇନଗତ ପରିଷଦ କେନ୍ଦ୍ରରେ ମାମଲା ପହଞ୍ଚିଥିଲା। ସେଠାରେ ମଧ୍ୟସ୍ଥତା ବିଫଳ ହେବାରୁ ଏପ୍ରିଲ ୩୦, ୨୦୨୫ରେ କେନ୍ଦ୍ର ରିପୋର୍ଟ ଦେଇଥିଲା ଯେ ଉଭୟ ପତି-ପତ୍ନୀ ଭାରତୀୟ ନାଗରିକ ନ ହୋଇଥିବାରୁ ଏହା ପାକିସ୍ତାନର ଅଧିକାର କ୍ଷେତ୍ରଭୁକ୍ତ ଏବଂ ବିକ୍ରମଙ୍କୁ ପାକିସ୍ତାନ ପଠାଇବା ଉଚିତ୍।

ଏହା ପୂର୍ବରୁ ମେ’ ୨୦୨୫ରେ ଇନ୍ଦୋରର ସାମାଜିକ ପଞ୍ଚାୟତ ମଧ୍ୟ ବିକ୍ରମଙ୍କୁ ପାକିସ୍ତାନ ପଠାଇବାକୁ ପରାମର୍ଶ ଦେଇଥିଲା। ଇନ୍ଦୋର କଲେକ୍ଟର ଆଶିଷ ସିଂହ ମଧ୍ୟ ଏ ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏବେ ନିକିତା ନାଗଦେବ କେବଳ ନିଜ ନ୍ୟାୟ ନୁହେଁ, ସମସ୍ତ ନିର୍ଯାତିତା ମହିଳାଙ୍କ ପାଇଁ ନ୍ୟାୟ ମାଗୁଛନ୍ତି।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...