AFFILIATE MARKETING

https://binomo.com?a=90810425bb57&t=0

Sunday, December 7, 2025

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର

ଉପହାର ବି ମିଳିବ

ଭୁବନେଶ୍ଵର, ୦୬/୧୨: ଝିଅ ବାହାଘର ପାଇଁ ମିଳିବ ସହାୟତା। ଏ ନେଇ ଆସିଲା ଗାଇଡ ଲାଇନ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଗାଇଡ୍‌ ଲାଇନ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛି ମହିଳା ଓ ଶିଶୁ ବିକାଶ ବିଭାଗ।

ଏହି ଯୋଜନାରେ ବିବାହ ପାଇଁ କନ୍ୟାକୁ ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର। ବିବାହ ପାଇଁ ଝିଅର ବୟସ ୧୮ରୁ ୩୫ ବର୍ଷ ଓ ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଗୋଟିଏ ପରିବାରରେ ଜଣେ କନ୍ୟା ପାଇଁ ହିଁ ଏହି ସହାୟତା ରାଶି ମିଳିପାରିବ। ବିଧବା ମହିଳାଙ୍କ କ୍ଷେତ୍ରରେ ଦ୍ଵିତୀୟ ବିବାହ ପାଇଁ ମଧ୍ୟ ସରକାର ବିଚାର କରି ଆର୍ଥିକ ସହାୟତା ପ୍ରଦାନ କରିବେ। ଦିବ୍ୟାଙ୍ଗ, ଏସ୍‌ସି, ଆର୍ଥିକ ଅନଗ୍ରସର ମାନଙ୍କୁ ମଧ୍ୟ ଏହି ସହାୟତା ମିଳିବ।

ଯୋଜନା ଅନୁସାରେ, ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଡିବିଟି ମାଧ୍ୟମରେ ୩୫ ହଜାର ଟଙ୍କା ସିଧା କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଆଉ ୧୦ ହଜାର ଟଙ୍କାରେ କନ୍ୟାକୁ ଉପହାର ଦିଆଯିବ। ସେଥିରେ ଶାଢ଼ୀ, ଚୁଡ଼ି, ଟିକିଲି, ପାଉଞ୍ଜି ଓ ଝୁଣ୍ଟିଆ ଇତ୍ୟାଦି ରହିବ। ସେହିପରି ବିବାହ ଆୟୋଜନ କରିବାକୁ ଥିବା ସଂସ୍ଥାକୁ ୬ ହଜାର ଟଙ୍କା ଦେବେ ସରକାର।

୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୧୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ହେବାକୁ ଥିବା ଏହି ଯୋଜନାରେ ସରକାର ମୋଟ ୫୯ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...