ବିନା କହି ସବୁ କହି ଦେଇଗଲ ମୋତେ କରିଲ ବାଇଆ
ହୃଦୟକୁ ମୋର ଚୋରି କରିନେଲ ଦେହରେ ଭରିଲ ତାତି
ତୁମେ ମୋ ସପନ ରାଜକୁମାରୀ ଗୋ ତୁମେ ମୋର ଜହ୍ନରାତି
ତୁମେ ମୋର ପ୍ରିୟା ସପନ ବଣିକ ସପନରେ ଦିଅ ଧରା
କେମିତି ବଞ୍ଚିବି ତୁମ ବିନା ପ୍ରିୟା କିଏ ଅଛି ବା ସାହାରା
ମଳୟ ପବନେ ଭାସିଆସ ତୁମେ ଆଗୋ ମୋ ରଜନୀଗନ୍ଧା
ମୋତି ଝରିଯାଏ ହସିଦେଲେ ତୁମେ ତୁମେ ମୋ ଅଳକାନନ୍ଦା
କବରୀ ଖୋଲିଲେ ରାତି ଆସିଯାଏ ହସିଦେଲେ ଆସେ ଦିନ
ଚାଲିରେ ତୁମର ମଲ୍ଲି ଫୁଲ ଫୁଟେ ଦର୍ଶନେ ପ୍ରଫୁଲ୍ଲ ମନ
ତୁମ ପାଇଁ ଗୋରୀ ସବୁ ଭୁଲିଗଲି ପାଉଛି ଅଶେଷ ଦୁଃଖ
କେଉଁଠି ଲୁଚିଛ ମୋ ଚନ୍ଦ୍ରବଦନୀ ଚୋରେଇ ସକଳ ସୁଖ l
No comments:
Post a Comment