ଉପକୁଳ ସମାଚାର
ନମସ୍କାର, କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ କୁ ସ୍ୱାଗତ ।
ଆଜି ଆମେ ନେଇଆସିଛୁ ଗୁରୁତ୍ତପୂର୍ଣ୍ଣ ଖବର —
ଉପସ୍ତାପକ ଶେଖର ସୁମନ ଦାସ
ମାଧ୍ୟମିକ ଶିକ୍ଷା ବୋର୍ଡ ହାଇସ୍କୁଲ ପରୀକ୍ଷା ୨୦୨୭ ପାଇଁ ରେଜିଷ୍ଟ୍ରେସନର ଶେଷ ତାରିଖ ଡିସେମ୍ବର ୩୦କୁ ଘୁଞ୍ଚିଲା।
ଓଡିଶାକୁ ଔଷଧ ଉତ୍ପାଦନର କେନ୍ଦ୍ର କରାଯିବ, କହିଲେ ସରକାର। ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ, ୬୨୬୩ କୋଟିରୁ ଟଙ୍କାର ପୁଞ୍ଜି ନିବେଶ ହେବ।
ଉପଯୁକ୍ତ କାରଣ ନ ଦର୍ଶାଇ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି ରେଜିଷ୍ଟ୍ରେସନ ବାତିଲ କରିପାରିବେ ନାହିଁ ଆରଟିଓ ବାତିଲ କଲେ କାରଣ ଜଣାଇବ ଆର୍ଟିଓ।
ପୁରୀରେ ନୂଆ ବର୍ଷ ପାଇଁ ମନ୍ଦିର ପ୍ରଶାସନର ନୂଆ ନିୟମ। କେବଳ ସିଂହ ଦ୍ୱାର ଦେଇ ପ୍ରବେଶ, ଅନ୍ୟ ୩ ଦ୍ଵାରରେ ପ୍ରସ୍ତାନ ହେବ।
ଡାକ୍ତର ସଂଘ ଓମସା ଦାବି ପୂରଣ ନହେଲେ ଜାନୁୟାରୀ ମାସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଲା।
ରାଜଧାନୀ ଧଉଳିରେ ବୁଲି ଆସିଥିବା ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଡେରିରେ ଚେତିଲେ ପୋଲିସ।
ନବୀନ ପଟନାୟକ କହିଲେ, ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ସରକାର ସଜାଗ ନାହାନ୍ତି।
ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଖାରଜ।
ଯାଜପୁର ଧର୍ମଶାଳା ବିଜେଡି ନେତାଙ୍କ ଘରେ ପଶି ଆକ୍ରମଣ ଘଟଣାରେ ୪ ଜଣ ଗିରଫ, ଆନ୍ଦୋଳନରୁ ଓହରିଲା ବିଜେଡି।
ସମ୍ବଲପୁର ରେଢ଼ାଖୋଲରେ କିଡନୀ ରୋଗ ଭୟ। ଡାକ୍ତରଖାନାରେ ମାସକୁ ୨୫୦ ଜଣଙ୍କ ଡାଏଲିସିସ୍ କରା ଯାଉଛି, ଆଉ ୬୦ ଜଣ ଔଷଧ ନେଉଛନ୍ତି।
ଭଦ୍ରକ ଜିଲ୍ଲା ଆରଡ଼ି ଧାମରେ ନୂଆ ପାନ୍ଥନିବାସ ବନ୍ଦ ପଡିଛି। ପାଲଟି ଯାଇଛି ଧାନ, ମେଟାଲ୍ ଚିପସ ଓ ବାଲିର ଗୋଦାମ।
ସମ୍ବଲପୁର ପୁଲିସ ହୋମଗାର୍ଡ ପରୀକ୍ଷାରେ ୧୮୭ ପଦବି ପାଇଁ ୯ ହଜାରରୁ ଊର୍ଦ୍ଧ୍ବ ପ୍ରାର୍ଥୀ। ପଞ୍ଚମ ଶ୍ରେଣୀ ଯୋଗ୍ୟତା ଥିଲେ ବି ଏମବିଏ ଓ ଅନେକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ।
କଟକରୁ ଦେବଦୂତ ବସ ଯାଜପୁର ରୋଡ ବାହାରିଲା ବେଳେ ବାଦାମବାଡ଼ିରେ ଚଢ଼ିଗଲା, ଜଣେ ପଥଚାରୀ ମୃତ।
ରାଉରକେଲା ଏନଆଇଟି ଛାତ୍ର ପିକନିକ ପାଇଁ ଆସି କନାକୁଣ୍ଡରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ।
କେନ୍ଦ୍ରାପଡାରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ପଟ୍ଟାମୁଣ୍ଡାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ପାଣ୍ଡେ ଭିଜିଲାନ୍ସ ଦ୍ବାରା ଗିରଫ।
ନୟାଗଡ଼ ଖଣ୍ଡପଡ଼ା ଶିଖରପୁର ଉଚ୍ଚ ବିଦ୍ୟାଳୟରୁ ଚାଉଳ ହଡ଼ପ ଘଟଣାରେ ତାତିଲେ ଅଭିବାବକ, ବିଦ୍ୟାଳୟ ଫାଟକରେ ତାଲା ମାରିଲେ
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବନମାଳୀପୁର ପ୍ରାଥମିକ ବିଦ୍ୟାଳୟ ଦିଦିଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଅଭିଭାବକ ଓ କମିଟି ମେମ୍ବର ଗେଟ ବନ୍ଦ କଲେ।
ଭଦ୍ରକରେ ଏନ୍କାଉଣ୍ଟରରେ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଗୁରୁତର । ଭଦ୍ରକ ମେଡିକାଲ୍ରେ ଚାଲିଛି ଚିକିତ୍ସା।
କଂଗ୍ରେସ ସଭାପତିଙ୍କ ବିରୁଦ୍ଧରେ ସୋଫିଆଙ୍କ ବାପା ମୁକିମ ଲେଖିଥିବା ଚିଠିକୁ ବିଜେପି ନେତା ଲେଖିଛନ୍ତି ବୋଲି ଉଠିଲା କଥା।
ଭଲ ପାଠ ପଢି ଚାକିରୀ ନାହିଁ। ରାଉରକେଲାରେ ବି. ଟେକ ପଢ଼ିଲା ପରେ ଚାହା ଦୋକାନ ଖୋଲିଲେ ମେଧାବୀ ଇଞ୍ଜିନିୟର।
ଆଇପିଏଲ କ୍ରିକେଟ ନିଲାମ ତାଲିକାରେ ଦୁଇଜଣ ଓଡ଼ିଆ ଖେଳାଳୀ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ିହେଲା।
ବେଙ୍ଗାଳୁରୁରେ ଓଡ଼ିଆ ଯାତ୍ରା କଳାକାରଙ୍କୁ ପ୍ରୋଗ୍ରାମ ପରେ ମାଡ। ଟଙ୍କା ଦିଆନିଆକୁ ନେଇ ଗୋଡେଇ ଗୋଡେଇ ପିଟିଲେ।
ଛତିଶଗଡ଼ରେ ହିଂସା ଛାଡି ୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ, ମୁଣ୍ଡରେ ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ଜନସଭାରେ ମୁସଲିମ ଯୁବତୀଙ୍କ ହିଜାବ ଟାଣି ବିବାଦରେ ଫସିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।
ଫୁଟବଲ ଖେଳାଳୀ ମେସିଙ୍କ ଭାରତ ଗସ୍ତବେଳେ ତାଙ୍କ ସହ ହାତ ମିଶାଇବାକୁ ଦରକାର ୧ କୋଟି ଟଙ୍କା।
ଲକ୍ଷ୍ନୌରେ ଆଜି ଚତୁର୍ଥ କ୍ରିକେଟ ଟି-ଟ୍ବେଣ୍ଟି ମ୍ୟାଚ ହେବ। ଆଜି ଜିତିଲେ ଭାରତର ୧୪ତମ ସିରିଜ ବିଜୟ ହେବ।
ଦିଲ୍ଲୀକୁ ଅନ୍ଧାର କଲେ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି। ସୂର୍ଯ୍ୟ ଦେଖା ଯାଉନାହିଁ, ରାସ୍ତାରେ ଚାଲି ହେଉନାହିଁ।
ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସୱେରେ ଘନ କୁହୁଡି ଯୋଗୁଁ ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେଲେ। ନିଆଁ ଲାଗି ଅନେକ ଗାଡ଼ି ପୋଡ଼ି ପାଉଁଶ, ୧୩ ଜଣ ଜୀବନ୍ତ ଦଗ୍ଧ।
ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ ଉପରେ କୋର୍ଟଙ୍କ ଭରସା ଆସିଲା ନାହିଁ। ଶୁଣାଣି କରିବାକୁ ମନା କଲେ କୋର୍ଟ।
ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହେଲା। ଡଲାରର ଦାମ ଏବେ ୯୧ ଟଙ୍କା ଡେଇଁଲା।
ଦରିଦ୍ର ଦେଶ ଇଥିଓପିଆରେ ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ସମ୍ମାନ ପାଇଲା ପରେ କହିଲେ, ମୁଁ ଗର୍ବିତ।
ଗତବର୍ଷ ଏଇ ସମୟରେ
ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଜମି ଜାଲିଆତି ହୋଇ ୧୯୦ ଟି ପ୍ଲଟ୍ ବିକ୍ରି ଉଦ୍ୟମ ହେଲା
ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ ମନ୍ତ୍ରୀ
ଓମଫେଡର ନୂଆ ପ୍ଲାଣ୍ଟ ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରରେ ହେବ ବୋଲି ଘୋଷଣା ହୋଇଥିଲା
ପାରାଦୀପ୍ ଘରୋଇ ବସ ମାଲିକ ସଂଘର ବାର୍ଷିକ ସାଧାରଣ ସଭା ବସ୍ ମାଲିକ ସଂଘର ସଭାପତି ଶ୍ରୀଯୁକ୍ତ ରଶ୍ମିରଞ୍ଜନ ପରିଡା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାରାଦୀପ୍ଠା ଠାରେ ଅନୁଷ୍ଠିତ ହୋଇଯାଇଛି l
ପୂର୍ବ ବୈଠକରେ ଗୃହିତ ପ୍ରସ୍ତାବ ର ବିବରଣୀ ପାଠ ପରେ ହିସାବ pradan, ନୂଆ ବର୍ଷରେ ବଣଭୋଜି ଓ ଉପଢୌକନ ବିତରଣ ଓ ସଙ୍ଗଠନ ର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା l
ଆପଣମାନେ କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲକୁ
ଲାଇକ୍, ଶେୟର ଓ ସବସ୍କ୍ରାଇବ୍ କରି ଆମ ସହ ଯୋଡ଼ି ରହନ୍ତୁ।
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ
No comments:
Post a Comment