AFFILIATE MARKETING

https://binomo.com?a=90810425bb57&t=0

Tuesday, December 9, 2025

ପଶ୍ଚିମବଙ୍ଗରେ ଘଟୁଥିବା ରୋହିଙ୍ଗିଆ ଅନୁପ୍ରବେଶକାରୀ ଙ୍କ ପଳାୟନ ଓ ଅସନ୍ତୋଷକୁ ନେଇ ଏବେ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଚାଲିଛି

ପଶ୍ଚିମବଙ୍ଗରେ ଘଟୁଥିବା ରୋହିଙ୍ଗିଆ ଅନୁପ୍ରବେଶକାରୀ ଙ୍କ ପଳାୟନ ଓ ଅସନ୍ତୋଷକୁ ନେଇ ଏବେ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଚାଲିଛି ।
କିଛି ରାଜନୈତିକ ମତାମତ ଅନୁଯାୟୀ, ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତିର ପଛରେ କେବଳ ସ୍ଥାନୀୟ ପଦକ୍ଷେପ ନୁହେଁ, ବରଂ କେନ୍ଦ୍ର ସରକାର ଆଣିଥିବା ନୂତନ ନିୟମ ଆଇ ଏ ଏଫ୍ 2025—କୁ ମଧ୍ୟ କାରଣ ବୋଲି ଜଣାଯାଇଛି ।

ସୂତ୍ର ଅନୁସାରେ, ଏହି ନୂତନ ବ୍ୟବସ୍ଥା ଦେଶରେ ବିଦେଶୀ ନାଗରିକଙ୍କ ପଞ୍ଜିକରଣ, ନିରୀକ୍ଷଣ ଓ ଦଣ୍ଡ ପ୍ରଦାନ ସମ୍ବନ୍ଧିତ ପ୍ରକ୍ରିୟାକୁ ଅଧିକ କଠୋର କରୁଛି।
ଏଥିରେ ଅବୈଧ ପ୍ରବେଶ, ଜାଲି ଡକ୍ୟୁମେଣ୍ଟ, ଓ ନିୟମିତ ସମୟରୁ ଅଧିକ ରହିବା ପାଇଁ ଜେଲ ଓ ଜୋରିମାନା ର ବ୍ୟବସ୍ଥା ଥିବା ଦାବି କରାଯାଉଛି।

କେନ୍ଦ୍ରୀୟ ସୂଚନା ଅନୁଯାୟୀ , ଏୟାରଲାଇନ୍ସ, ହୋଟେଲ, ହସ୍ପିଟାଲ, ଶିକ୍ଷା ଅନୁଷ୍ଟାନ ମାନଙ୍କ ପକ୍ଷରୁ ବିଦେଶୀ ନାଗରିକଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କୁ ଦେଇବାର ନୂତନ ପ୍ରଣାଳୀ ଲାଗୁ ହେଉଛି।

ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ଭିତରେ ଜନ୍ମିଥିବା ଉତ୍କଣ୍ଠା ବା ଭୟର ପଛରେ ଏହି ନୂତନ ନିୟମ ପ୍ରମୁଖ କାରଣ ହେବା ନେଇ ବିରୋଧୀ ଓ ଶାସକ ଦଳ ଦୁହିଁ ପକ୍ଷରୁ ଭିନ୍ନ-ଭିନ୍ନ ପ୍ରତିକ୍ରିୟା ଆସୁଛି।

ସେଇଥିରେ କେତେକ ମତବ୍ୟକ୍ତ କରୁଛନ୍ତି ଯେ 
ନୂତନ ନିୟମ ଲାଗୁ ହେବା ସହ ଦେଶରେ ଅବୈଧ ପ୍ରବେଶକାରୀ ଙ୍କୁ ଚିହ୍ନଟ କରିବା ଓ ନିୟନ୍ତ୍ରଣ କରିବା କାମ କେନ୍ଦ୍ର ପକ୍ଷରୁ ଅଧିକ ଜୋରଦାର ହୋଇଛି।

ଏପରିକି ସି ଏ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚାଲିଛି କେତେକ ସୂଚନା ଅନୁଯାୟୀ, ପଡ଼ୋଶୀ ଦେଶରୁ ଆସିଥିବା ହିନ୍ଦୁ, ସିଖ,  ଜୈନ , ପାରସୀ, ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ସି ଏ ଏ ଅନୁଯାୟୀ ସୁରକ୍ଷାଭୋଗୀ, କିନ୍ତୁ ଅନ୍ୟମାନେ ନୂତନ ନିୟମ ପାଇଁ ଅଧିକ ଚାପ ଅନୁଭବ କରୁଥିବା କଥା ଚର୍ଚ୍ଚାରେ ରହିଛି।

ଏଥିପାଇଁ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ସ୍ପଷ୍ଟ ମତଭେଦ ଦେଖାଯାଉଛି।

କେନ୍ଦ୍ର ପକ୍ଷରୁ ଏହି ନୂତନ ଆଇନକୁ ଜାତୀୟ ସୁରକ୍ଷା ଓ ଅନୁପ୍ରବେଶକାରୀ ବିରୋଧୀ ପଦକ୍ଷେପ ବୋଲି କୁହାଯାଉଛି, ଯେବେକି ବିରୋଧୀ ଦଳ ଏହାକୁ ଭୟ ସୃଷ୍ଟି କରୁଥିବା ଆଇନ ଭାବେ ଆକ୍ରୋଶ ବ୍ୟକ୍ତ କରିଛନ୍ତି।

ସମସ୍ତ ମିଳାଇ ଦେଶ ତଥା ପଶ୍ଚିମବଙ୍ଗରେ ଘଟୁଥିବା ସମ୍ପ୍ରତିକ ଅବସ୍ଥା ଓ ରାଜନୈତିକ ପ୍ରତିକ୍ରିୟା ଏବେ ସମ୍ବାଦ ମଞ୍ଚରେ ଗୁରୁତ୍ୱର ସହ ଆଲୋଚିତ ହେଉଛି।

Coastal News Odia ସହ ଯୋଡିଥାନ୍ତୁ — ଆମେ ଆପଣଙ୍କୁ ଦେଉଛୁ ସଠିକ୍‌, ସନ୍ତୁଳିତ ଓ ନିଷ୍ପକ୍ଷ ଖବର।

No comments:

COASTAL NEWS

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବିଧାନସଭାରେ ଦରମା ଓ ଭତ୍ତା ବିଲ୍‌ ଉପସ୍ଥାପନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବୃଦ୍ଧି ଭୁବନେଶ...