AFFILIATE MARKETING

https://binomo.com?a=90810425bb57&t=0

Tuesday, December 23, 2025

ପୁଣି ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ମାମଲା

ଭୁବନେଶ୍ୱର, ୨୧/୧୨: ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ରାଜଧାନୀରେ ଆଉ ଏକ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଭୁବନେଶ୍ୱରର ସହୀଦ ନଗରରେ ଜଣେ ନାବାଳିକାଙ୍କୁ ଚାକିରି ଦେବା ବାହାନାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସେମାନେ ସହୀଦ ନଗରରେ ଏକ ଭଡ଼ା ଘରେ ରହି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

ପୋଲିସର ସୂଚନା ଅନୁଯାୟୀ, ଶନିବାର ଦିନ ନାବାଳିକା ଜଣକୁ ଡାଟା ଏଣ୍ଟ୍ରି ଅପରେଟର ଚାକିରି କରାଇ ଦେବାକୁ କହି ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ସହୀଦ ନଗରର ଏକ ଭଡାଘରକୁ ନେଇଥିଲେ। ସେଠାରେ ରହୁଥିଲେ ଦୁଇ ଅଭିଯୁକ୍ତ ଅକ୍ଷୟ ରାଉତ (୨୮) ଏବଂ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦର ସାହିଲ ଖାନ (୨୬)। ସେଠାରେ ନାବାଳିକାଙ୍କୁ ଅପେକ୍ଷା କରିବାକୁ କହି ତାଙ୍କ ଠାରୁ ମୋବାଇଲ ଫୋନ୍ ନେଇ ସେଠାରୁ ପଳାଇ ଯାଇଥିଲେ। ସନ୍ଧ୍ୟାରେ ଇଣ୍ଟରଭିୟୁ ଥିବା କହିଥିଲେ ପୁରୁଷ ବନ୍ଧୁ। ଏହା ପରେ ଘର ଭିତରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ମାଡ଼ ମାରିଥିଲେ।

ତେବେ କୌଶଳକ୍ରମେ ନାବାଳିକା ଜଣକ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହି ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ। ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି।

No comments:

COASTAL NEWS

ମହୁଲ ଝରା ରାତି

ଗୀତର ଶୀର୍ଷକ: "ମହୁଲ ଝରା ରାତି" ​(Style: Modern Sambalpuri Romantic Fusion) ​[Intro] ( sweet bamboo flute sound, with ...