AFFILIATE MARKETING

https://binomo.com?a=90810425bb57&t=0

Saturday, December 13, 2025

ବ୍ରାହ୍ମଣୀ ବ୍ଲକ

ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଲକ ଗଣ ସଂଗ୍ରାମ ସମିତି ବୈଠକ 
ଆଳି - ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୮ଟି ପଞ୍ଚାୟତରେ ବସବାସ କରୁଥିବା ହଜାର ହଜାର ଜନସାଧାରଣ ନାହିଁ ନଥ‌ିବା ଅସୁବିଧାରେ ସମ୍ମୁଖୀନ ହେଉଥ‌ିବା ଅଭିଯୋଗ କରି ବୁଧବାର ଆଳି ବ୍ଲକ ନୂଆପଡ଼ା ପଞ୍ଚାୟତ ସ୍ଥିତ ପ୍ରସନ୍ନ ମଣ୍ଡପ ଠାରେ ବ୍ରାହ୍ମଣୀ ବ୍ଲକ ଗଣ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ସମାବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l ଏହି ସଭାରେ ନୂତନ ବ୍ଲକ ଓ ତହସିଲ ଗଠନ ଦାବି କରିଛନ୍ତି।

ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଲକ ଗଣ ସଂଗ୍ରାମ ସମିତି ଆବାହକ ଅଭିମନ୍ୟୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆଳି ବ୍ଲକର ୧୧ଟି ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଳକର ୭ଟି ପଞ୍ଚାୟତର ସାଧାରଣ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ ଦାବୀ ଉପସ୍ଥାପନ କରାଯାଇଛି।

ସମିତି ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ଉପରୋକ୍ତ ପଞ୍ଚାୟତୟର ଲୋକମାନେ ବ୍ଲକ ଠାରୁ ବହୁ ଦୂରରେ ବସବାସ କରୁଛନ୍ତି । ଧୋୟାଞ୍ଚଳ ହୋଇଥିବାରୁ ବନ୍ୟା ସମୟରେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବିଶେଷ କରି
ଘରର ମହିଳାମାନେ ଏହା ଦ୍ବାରା ପ୍ରଭାବିତ ହୁଅନ୍ତି। ପୁଣି ନଦୀଗୁଡିକରେ କୁମ୍ଭୀର ଆତଙ୍କ ସଦାବେଳେ ଲାଗି ରହିଛି। ଏହା ଦ୍ବାରା ଲୋକେ ଭୟଭୀତ ହେଉଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବହୁ ଜଟିଳତା ଦେଖା ଦେଉଛି । ଏହି କାରଣରୁ ଜରୁରିକାଳୀନ ସେବା ପ୍ରଦାନରୁ ଧୋୟାଞ୍ଚଳବାସୀ “ ବଞ୍ଚିତ ହେଉଛନ୍ତି । 

ଏହି ସମସ୍ତ ସମସ୍ୟାକୁ ନେଇ ୧୯୯୩ ମସିହାରୁ ସଂଗ୍ରାମ ସମିତି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ ଏ ଦିଗରେ କର୍ଣ୍ଣପାତ କରାଯାଉ ନଥିବା ସମିତିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଏଣୁ ଉଭୟ ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ପୁନଃଗଠନ ପ୍ରକ୍ରିୟାରେ ତୁରନ୍ତ ଏକ ନୂତନ ବ୍ରାହ୍ମଣୀ ବ୍ଲକ ଗଠନ କରିବା ସହ ୭ଟି ରାଜସ୍ୱ ନିରୀକ୍ଷକ ମଣ୍ଡଳକୁ ନେଇ ଏକ ତହସିଲ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଧନେଶ୍ଵର ପ୍ରଧାନ, ଜୟୀରାମ ମିଶ୍ର, ସ୍ଵଭାଗ୍ୟ ରଞ୍ଜନ ରାଉତ, ହୃଷିକେଶ ବେହୁରା ପ୍ରମୁଖଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ଅଭୟ କୁମାର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଷମାନିଧ୍ ସାମଲ ଧନ୍ୟବାଦ ଦେଇଥିଲେ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...