AFFILIATE MARKETING

https://binomo.com?a=90810425bb57&t=0

Monday, December 1, 2025

ପ୍ରେମ ବିରହ ଗୀତ

Verse 1
ଆଶା ନଉକାରେ ଯାତ୍ରା କରୁଥିଲି
ତୋ ପ୍ରେମ ନଦୀରେ ଆହୁଲା ନେଇ
କେଉଁଠୁ ଆସିଲା ଘୂର୍ଣ୍ଣି ଝଡ଼
ମୋ ଡଙ୍ଗାକୁ ନଦୀରେ ଦେଲା ଡୁବାଇ

ତୁମର ବାହୁର ଉଷ୍ମ ସ୍ପର୍ଶରେ 
ପ୍ରେମ ଯାତ୍ରା ମୋର ଚାଲୁଥିଲା
ତୋ କଲା କବରୀ ଖସିଲେ ସୁନ୍ଦରୀ 
ରାତିଟା ମୋ ପାଇଁ ଆସୁଥିଲା


---



ମୁଖ ଚନ୍ଦ୍ରମା ତୋ ଅନ୍ଧାର ଭିତରେ 
ଶୁଭ୍ର ତେଜ ରଶ୍ମି ଝାରୁଥିଲା
ସେ ଜୋସ୍ନା ସ୍ପର୍ଦ୍ଧାରେ ହୃଦୟ ଭିତରେ
ପ୍ରେମର ଝରଣା ବୋହୁଥିଲା


---



ଚାନ୍ଦିନୀ ତୋହର ମୁଖ ପ୍ରତିବିମ୍ବ
ତାରକା କି ତୋର ଓଢ଼ଣୀ
ଚାହାଣିରେ ତୁମେ ଚଞ୍ଚଳ ହରିଣୀ
ବାଣୀରେ ବୀଣା ନିନାଦିନି


---



ପବନରେ ଏବେ ଆଉ ଆସୁନାହିଁ 
ତୋ ଦେହ ସୁବାସ ମନମୋହି
କେଉଁଠିକୁ ଗଲୁ ମୋର ପ୍ରାଣପ୍ରିୟା
ଠିକଣା ମୁଁ ତୋର ପାଉନାହିଁ

କେତେଦୂରେ ରହିଅଛୁ ମୋର ପ୍ରିୟା
ଏ ଚାନ୍ଦରାତିରେ ଛାଡିଦେଇ
କଟୁନାହିଁ ଦିନ, ଲିଭୁନାହିଁ ଚିହ୍ନ 
 ହୃଦେ ଚାଲିଗଲୁ ଆଙ୍କିଦେଇ


---

🎵

ମୁଁ ଯଦି ଦେହ, ତୁ ମୋର ଛାୟା
କହିଥିଲୁ —“ଛାଡି ଯିବୁ ମୋ ନାହିଁ”
ତଥାପି ଏଇ ନିଶ୍ୱାସରେ ଏବେ
ତୋ ଦେହ ସୁଗନ୍ଧ ଆସୁନାହିଁ

ରହିପାରୁନାହିଁ, ସହିପାରୁନାହିଁ
କାହାକୁ ବି କହି ପାରୁନାହିଁ 
କେଉଁଠି ଅଛୁ ରେ ମୋର ପ୍ରାଣପ୍ରିୟା
ତୋ ପଥକୁ ମୁହିଁ ଅଛି ଚାହିଁ 

---

🌙
ପ୍ରତ୍ୟେକ ରାତି ଟା ନରକ ହେଉଛି 
ସରଗ ସୁଖ ମୋ ଚାଲିଗଲା 
ଫେରିଆସ ପ୍ରିୟା, ପାଗଳ ହୃଦୟ 
ତୋ ବିହୁନେ ଦେଖ ଭାଙ୍ଗିଗଲା 

No comments:

COASTAL NEWS

“ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ ରିକୃଟମେଣ୍ଟ 2025” ର ବିସ୍ତୃତ ସମାଚାର

ନମସ୍କାର  କୋଷ୍ଟାଲ ନିଉଜ୍ ଓଡ଼ିଆ ରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଣିଛୁ ଏକ ନୂଆ ନିଯୁକ୍ତି ଖବର , ଯାହା ହେଉଛି  “ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ...