AFFILIATE MARKETING

https://binomo.com?a=90810425bb57&t=0

Tuesday, September 1, 2026

ଶ୍ରୀମଦ୍ଭାଗବତପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ


🕉️ ଶ୍ରୀମଦ୍ଭାଗବତ
ପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ

ଏମନ୍ତେ ଭାଗବତବାଣୀ ।
ସୂତମୁନିଙ୍କ ମୁଖୁ ଶୁଣି ॥ ୧
ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ ।
ଶୌନକ ନାମେ କୁଳବୃଦ୍ଧ ॥ ୨
ସର୍ବମୁନିଙ୍କ ଅବଧାନେ ।
ପୁଚ୍ଛନ୍ତି ମଧୁର-ବଚନେ ॥ ୩
ଶୌନକ ଉବାଚ
ହେ ସୂତ ତୁମ୍ଭେ ମହାଧୀର ।
ବକତାଜନ ମଧ୍ୟେ ବର ॥ ୪
ଗଙ୍ଗାର ତୀରେ ରାଜା ଆଗେ ।
ଶୁକ କହିଲେ ବ୍ରହ୍ମଭାଗେ ॥ ୫
ଏ ଭାଗବତଧର୍ମ କେବେ ।
ବ୍ୟାସ ରଚିଲେ କେଉଁ ଯୁଗେ ॥ ୬
ସେ କଥା କହ ଆମ୍ଭ ଆଗ ।
ତୁମ୍ଭେ ସେ ଅଟ ମହାଭାଗ ॥ ୭
କାହାର ବୋଲେ କାହିଁ ବସି ।
କି ଭାବେ କି ହେତୁ ଉଦ୍ଦେଶି ॥ ୮
ଶୁକ ଯେ ତାହାଙ୍କ କୁମର ।
ସମଦରଶୀ ନିର୍ବିକାର ॥ ୯
ଏକାନ୍ତ-ମତି ରାତ୍ର ଦିନେ ।
କୃଷ୍ଣ-ମହିମା ଯାର ମନେ ॥ ୧୦
ନିର୍ମାୟା ମୂଢ଼ତା ପ୍ରତୀତି ।
ଲକ୍ଷି ନ ପାରେ କେହି ଗତି ॥ ୧୧
ଯାହାର ଆଗମନ କାଳେ ।
ଦେବକନ୍ୟାଏ ଥିଲେ ଜଳେ ॥ ୧୨
ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ।
ଧାଇଁଲେ ଲଜ୍ଜାକୁ ଉପେକ୍ଷି ॥ ୧୩
ଦେଖିବା ଅର୍ଥେ ଜଳତଟେ ।
ମିଳିଲେ ମୁନିଙ୍କ ନିକଟେ ॥ ୧୪
ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ।
ଜଳେ ପଶିଲେ ବେଗେ ଯାଇ ॥ ୧୫
ସ୍ୱଭାବେ ସେ ସୁର-ଯୁବତୀ ।
ଜାଣନ୍ତି ସର୍ବପ୍ରାଣୀ ଗତି ॥ ୧୬
ଦେଖି କନ୍ୟାଙ୍କ ମୂଢ଼ଗତି ।
ଚଞ୍ଚଳ ବ୍ୟାସଙ୍କର ମତି ॥ ୧୭
ଏମନ୍ତେ କନ୍ୟାଗଣେ ଚାହିଁ ।
ବ୍ୟାସ କହନ୍ତି ଖେଦ ବହି ॥ ୧୮
ପୁଣି କ୍ଷଣକେ ପାଇ ଶାନ୍ତି ।
କନ୍ୟାଙ୍କୁ ଚାହିଁ ପଚାରନ୍ତି ॥ ୧୯
ଅଇଲ ମୋର ପୁତ୍ର ଚାହିଁ ।
କିମ୍ପା ପଶିଲ ଜଳେ ଯାଇ ॥ ୨୦
ଏ କିସ ତୁମ୍ଭର ବେଭାର ।
ସେ ଶୁକ ମୋହର କୁମର ॥ ୨୧
ତରୁଣ ବୟସ ତାହାର ।
ଏ ବୃଦ୍ଧ-ଶରୀର ମୋହର ॥ ୨୨
ବ୍ୟାସ-ବଚନେ ନାରୀଗଣେ ।
ତକ୍ଷଣେ ନମିଲେ ଚରଣେ ॥ ୨୩
ବୋଲନ୍ତି ବ୍ୟାସ ମୁଖ ଚାହିଁ ।
ସଂସାର ତାଙ୍କ ଦେହେ ନାହିଁ ॥ ୨୪
ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ ।
ବିଷୟରସେ ଅଛି ସଧ ॥ ୨୫
ଏ ଘେନି ହୋଇଲୁ ଅନ୍ତର ।
ଆମ୍ଭର ଦୋଷ କ୍ଷମାକର ॥ ୨୬
ଏମନ୍ତେ ଗଲେ ନାରୀଗଣେ ।
ଶୁକ ରହିଲେ ସେହି ବନେ ॥ ୨୭
ସେ ଶୁକମୁନି କିସ କାର୍ଯ୍ୟେ ।
ପ୍ରବେଶ କଲେ କୁରୁରାଜ୍ୟେ ॥ ୨୮
ଉନ୍ମତ୍ତ ଜଡ଼ରୂପ ବହି ।
ତାହାଙ୍କୁ କେହି ନ ଜାଣଇ ॥ ୨୯
କେମନ୍ତେ ପରୀକ୍ଷିତ ମେଳେ ।
ମିଳିଲେ ଜାହ୍ନବୀର କୂଳେ ॥ ୩୦
ତହିଁ ଅନେକ ମୁନିମଧ୍ୟେ ।
ଏ ଭାଗବତର ସମ୍ବାଦେ ॥ ୩୧
ପ୍ରଜାଙ୍କ ଦ୍ୱାରେ ସାୟଂକାଳେ ।
ଯେ ନିତ୍ୟେ ଭିକ୍ଷାଅର୍ଥେ ମିଳେ ॥ ୩୨
ଗୋଦୋହ ମାତ୍ର ଦ୍ୱାରେ ରହି ।
ଗୃହୀଙ୍କି ତୀର୍ଥଫଳ ଦେଇ ॥ ୩୩
ସେ ମୁନି ପରୀକ୍ଷିତ ମେଳେ ।
ମିଳିଲେ ପୂର୍ବ-ପୁଣ୍ୟ-ଫଳେ ॥ ୩୪
ସେ ପୁଣି ଭାଗବତ-ଶାସ୍ତ୍ର ।
କହିଲେ ଏତ ଆଚମ୍ବିତ ॥ ୩୫
ସେ ଭାଗବତ ପରୀକ୍ଷିତ ।
ସ୍ୱଭାବେ ଅଭିମନ୍ୟୁ-ସୁତ ॥ ୩୬
ତାହାଙ୍କ ଜନ୍ମ-କର୍ମ ଯେତେ ।
କହିବା ଆମ୍ଭର ଅଗ୍ରତେ ॥ ୩୭
ଅଦ୍ଭୁତ ପ୍ରାୟ ତାହା ଶୁଣି ।
ତରିବୁ ଭବ-ତରଙ୍ଗିଣୀ ॥ ୩୮
ସେ ସର୍ବ-ରାଜାଙ୍କର ସାର ।
ପାଣ୍ଡବବଂଶେ କୀର୍ତ୍ତିଧର ॥ ୩୯
ଏଡ଼େ ସମ୍ପଦ କରି ଦୂର ।
କିମ୍ପା ରହିଲେ ଗଙ୍ଗାତୀର ॥ ୪୦
ଶତ୍ରୁ ରାଜାଏ ଯାର ପାଦ ।
ନମନ୍ତି ଦେଇଣ ସମ୍ପଦ ॥ ୪୧
ଯୁବାବୟସେ ନରପତି ।
ତେଜିଣ ଅଚଳ ବିଭୂତି ॥ ୪୨
ଯେହୁ ଶରୀର ଏ ସଂସାରେ ।
ବହଇ ପର ଉପକାରେ ॥ ୪୩
ହରିଚରଣ ଚିନ୍ତି ଚିତ୍ତେ ।
ଯେ ରାଜା ବର୍ତ୍ତେ ଜନହିତେ ॥ ୪୪
ସେ କିମ୍ପା ଛାଡ଼ିଲେ ଜୀବନ ।
ଉପେକ୍ଷି ଗୃହ-ଦାରା-ଧନ ॥ ୪୫
କହ କାରଣ କିବା ଅର୍ଥେ ।
ସଂଶୟ ଛାଡ଼ିବ ଯେମନ୍ତେ ॥ ୪୬
ତୁମ୍ଭେ ସର୍ବଜ୍ଞ ନିର୍ବିକାର ।
କହ ସଂଶୟ ଯାଉ ଦୂର ॥ ୪୭
ଏମନ୍ତେ ଶୌନକ ବଚନେ ।
ସକଳ ପ୍ରଶ୍ନ ଅନୁମାନେ ॥ ୪୮
କହନ୍ତି ସୂତ ମହାଋଷି ।
ମୁନିଙ୍କ ପ୍ରଶ୍ନ ପରଶଂସି ॥ ୪୯
ସୂତ ଉବାଚ
ଶୁଣ ସକଳ ମୁନିଜନ ।
ଶ୍ରୀକୃଷ୍ଣ ଚରିତ ବିଧାନ ॥ ୫୦
ତ୍ରେତୟା ଯୁଗ ଭୋଗ ଅନ୍ତେ ।
ଦ୍ୱାପର ଯୁଗ ଉପଗତେ ॥ ୫୧
ବିଷ୍ଣୁର ଅଂଶେ ବ୍ୟାସମୁନି ।
ଜନ୍ମିଲେ ନରଦେହ ଘେନି ॥ ୫୨
ପରାଶରଙ୍କ ବୀର୍ଯ୍ୟେ ଜାତ ।
ଯୋଜନଗନ୍ଧା ଗର୍ଭଗତ ॥ ୫୩
ସେ ଏକଦିନେ ପ୍ରାତଃକାଳେ ।
ସ୍ନାହାନ ସାରି ଗଙ୍ଗାଜଳେ ॥ ୫୪
ଏକାନ୍ତେ ବଦରିକାଶ୍ରମେ ।
ବସିଣ ନିଶ୍ଚଳ ଆସନେ ॥ ୫୫
ପର ଅପର ଜ୍ଞାନ ଜାଣେ ।
ସକଳ-ଶାସ୍ତ୍ର ପରିମାଣେ ॥ ୫୬
ଯେ କାଳ ପୁରୁଷର ବଳେ ।
ଯୁଗେ ଉଡ଼ନ୍ତି ଅନ୍ତରାଳେ ॥ ୫୭
ତାହାକୁ ନ ଦେଖନ୍ତି କେହି ।
ବ୍ରହ୍ମା ମଧ୍ୟେ ଦେହ ବହି ॥ ୫୮
ପ୍ରାଣୀଙ୍କ ବଳ ନିତ୍ୟେ ହରେ ।
ଯୁଗ ସ୍ୱଭାବ ଅନୁସାରେ ॥ ୫୯
କଳି-ଆଗମେ ପ୍ରାଣିଙ୍କର ।
ଯେମନ୍ତ ହୋଇବ ବେଭାର ॥ ୬୦
ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ।
ଦୁର୍ବଳ ହୋଇବେ ଶରୀରେ ॥ ୬୧
ବୁଦ୍ଧି ହୋଇବ ଲୋଭେ ଗ୍ରାସ ।
ସ୍ୱଭାବେ ଅଳପ ଆୟୁଷ ॥ ୬୨
ଦୁର୍ଭଗା ହୋଇବେ ସକଳେ ।
ଏହା ଜାଣିଲେ ଯୋଗବଳେ ॥ ୬୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ ।
କଳି ବଞ୍ଚିବେ ଯେଉଁ ଧମେ ॥ ୬୪
ବେଦ ଉଚିତ ଶୁଦ୍ଧକର୍ମ ।
ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ॥ ୬୫
ଜୀବର ଶୁଦ୍ଧେ ଅର୍ଥ କରି ।
ଯେମନ୍ତେ ବିଷ୍ଣୁମାୟା ତରି ॥ ୬୬
ଧର୍ମ ସାଧିବେ ଯଜ୍ଞମତେ ।
ଏମନ୍ତ ଭାଳି ମୁନି ଚିତ୍ତେ ॥ ୬୭
ବେଦକୁ କଲେ ଚାରିଖଣ୍ଡ ।
ମଧ୍ୟେ ଭିଆଇ କର୍ମକାଣ୍ଡ ॥ ୬୮
ଋକ ଯଜୁ ସାମ ଅଥର୍ବ ।
ଏ ରୂପେ କରି ଭିନ୍ନଭାବ ॥ ୬୯
ପଞ୍ଚମ ବେଦ ଇତିହାସ ।
ବ୍ରହ୍ମ ପୁରାଣ ଅଷ୍ଟାଦଶ ॥ ୭୦
ପଇଲ ମୁନିଙ୍କି ଆଣିଲେ ।
ପ୍ରଥମବେଦ ପଢ଼ାଇଲେ ॥ ୭୧
ଜଇମିନିଙ୍କି ଦେଲେ ସାମ ।
ଯଜୁ ଯେ ବଇଶମ୍ପାୟନ ॥ ୭୨
ଅଙ୍ଗିରାମୁନି ଅଥର୍ବଣେ ।
ମୋ ପିତା ରୋମହରଷଣେ ॥ ୭୩
ପୁରାଣ ଅଷ୍ଟାଦଶ ଦେଲେ ।
ଏମନ୍ତେ କର୍ମ ସମ୍ପାଦିଲେ ॥ ୭୪
ସେ ଶିଷ୍ୟେ ବିଚାରି ନିଶ୍ଚଳେ ।
ବେଦ-ବୃକ୍ଷକୁ ଯୋଗବଳେ ॥ ୭୫
ଅନେକ ଶାଖା ଭିଆଇଲେ ।
ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ॥ ୭୬
ଅଳପ ବୁଦ୍ଧି ନର ଯେତେ ।
ବେଦ ଧରିବେ ଦୃଢ଼ଚିତ୍ତେ ॥ ୭୭
ତେଣୁ ଏ ବେଦ ଭାଗ କଲେ ।
ଯେ ଯାହା ମତି ଅନୁସାରେ ॥ ୭୮
ସ୍ତ୍ରୀ-ଶୂଦ୍ରଜନ ଏ ଜଗତେ ।
ଯୋଗ୍ୟ ନୁହନ୍ତି ବେଦପଥେ ॥ ୭୯
ତାହାଙ୍କ ନିସ୍ତାରଣ ଅର୍ଥେ ।
ଉପାୟ ଚିନ୍ତି ଦୟାଚିତ୍ତେ ॥ ୮୦
ବୁଦ୍ଧି-ମନ୍ଥନେ ବେଦ ମନ୍ଥି ।
ଭାରତ ପଦବନ୍ଧେ ଗୁନ୍ଥି ॥ ୮୧
ବେଦୁ ଉଦ୍ଧାରି ସାରଅର୍ଥ ।
ସୃଜିଲେ ପୁରାଣ ଭାରତ ॥ ୮୨
ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ।
କାନନେ ମିଳିଲେ ନିଶ୍ଚିନ୍ତେ ॥ ୮୩
କଲେ ହେଁ ସର୍ବଧର୍ମ ଯେତେ ।
ତୋଷ ନୋହିଲେ ହୃଦ ଗତେ ॥ ୮୪
ଆଶ୍ରିତ ସରସ୍ୱତୀ କୂଳେ ।
ମନ ନ ରହଇ ନିଶ୍ଚଳେ ॥ ୮୫
ଯୋଗେ ନ ପାରି ଚିତ୍ତ ଧରି ।
ଚଞ୍ଚଳେ ଏମନ୍ତ ବିଚାରି ॥ ୮୬
ଅତି କଠୋରେ ବେଦ ଘେନି ।
ଗୁରୁ ଅନଳେ ଚିତ୍ତ ମାନି ॥ ୮୭
ଯେବା ଭାରତ କଲି ସାର ।
ସ୍ତ୍ରୀ-ଶୂଦ୍ରଜନଙ୍କ ନିସ୍ତାର ॥ ୮୮
ତେବେ ନିର୍ମଳ ନୋହେ ମନ ।
ଚିନ୍ତା ଅନଳେ ଛନ ଛନ ॥ ୮୯
ଏ ମନ ଧରିବି କେମନ୍ତେ ।
ନିଶ୍ଚଳ କରି ଜ୍ଞାନ ପଥେ ॥ ୯୦
ଯେତେ ଚିନ୍ତିଲି ବେଦଧର୍ମ ।
ବିଚାରେ ଏ ସେ ମାୟାଭ୍ରମ ॥ ୯୧
ଏ ମାୟା ତୁଟଇ ଯେମନ୍ତେ ।
ଶ୍ରୀକୃଷ୍ଣ-ଭକ୍ତି-ଯୋଗ ପଥେ ॥ ୯୨
କହିବି ଭାଗବତ ଧର୍ମ ।
ଯେଣେ ନ ଲାଗେ ମାୟାଭ୍ରମ ॥ ୯୩
ଏମନ୍ତ ହୃଦୟେ ବିଚାରି ।
ମନକୁ ନ ପାରନ୍ତି ଧରି ॥ ୯୪
ଏମନ୍ତ ସମୟେ ନାରଦ ।
ଆସନ୍ତେ ଶୁଭେ ବୀଣାନାଦ ॥ ୯୫
ତକ୍ଷଣେ ସରସ୍ୱତୀ ତଟେ ।
ମିଳିଲେ ବ୍ୟାସଙ୍କ ନିକଟେ ॥ ୯୬
ନାରଦ ଆଗମନ ଦେଖି ।
ତକ୍ଷଣେ ଆସନ ଉପେକ୍ଷି ॥ ୯୭
କେତେ ହେଁ ଦୂର ଆଗସରି ।
ନାରଦ କରେ କର ଧରି ॥ ୯୮
ବସାଇ ଉତ୍ତମ ଆସନେ ।
ପୂଜିଲେ ଅତିଥି ବିଧାନେ ॥ ୯୯
ସେ ବ୍ୟାସ-ନାରଦଙ୍କ ପାଦେ ।
ସୁଜନେ ପ୍ରଣମ ଆନନ୍ଦେ ॥ ୧୦୦
ଯାର ଚିନ୍ତନେ ପାପନାଶ ।
ନମଇଁ ଜଗନ୍ନାଥ ଦାସ ॥ ୧୦୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଚତୁର୍ଥୋଽଧ୍ୟାୟଃ ॥

Monday, August 31, 2026

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ

ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ
ଅବତାର ଚରିତ

ସୂତ ଉବାଚ

ସୂତ କହନ୍ତି ଶୁଦ୍ଧ ଚିତ୍ତେ ।
ହରଷେ ମୁନିଙ୍କ ଅଗ୍ରତେ ॥
ଶୁଣ ସକଳ ମୁନିଜନେ ।
ହରିଚରିତ ସାବଧାନେ ॥
ସୃଷ୍ଟିର କାଳେ ସେ ମୁରାରି ।
ମହାପୁରୁଷ ରୂପ ଧରି ॥
ମହତ ଆଦି ଅଙ୍ଗେ ମିଶି ।
ବିରାଟ ରୂପେ ବ୍ରହ୍ମରାଶି ॥
କଳା ବହଇ ଷଡ଼ଦଶ ।
ଅନାଦି-ପରମ-ପୁରୁଷ ॥
ବୁଦ୍ଧି ଚେତନା ଅହଙ୍କାର ।
ମନ ଅନ୍ତରୀକ୍ଷ ସମୀର ॥
ଅନଳ ଜଳ ବସୁମତୀ ।
ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି ॥
ଜୀବ ପରମ ଏ ଷୋଡ଼ଶ ।
ଏ ଆଦି ସୃଷ୍ଟି ଉପଦେଶ ॥
ସେ ସୃଷ୍ଟିସର୍ଗ ଇଚ୍ଛା କରି ।
ଜଳେ ଯୋଗନିଦ୍ରା ବିସ୍ତାରି ॥
ତା ନାଭିକମଳୁ କମଳ ।
ପ୍ରକାଶି ଆଚ୍ଛାଦିଲା ଜଳ ॥
ବ୍ରହ୍ମା ହୋଇଲା ତହୁଁ ଜାତ ।
ଯେ ପ୍ରଜାପତିଙ୍କର ନାଥ ॥
ତାର ଶରୀରୁ ସୃଷ୍ଟ ଲୋକ ।
ବିସ୍ତାର ହୋଇଲା ଅନେକ ॥
ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ରୂପ ।
ଯାହା ଭିଆଣ ମାୟାକଳ୍ପ ॥
ଜ୍ଞାନଚକ୍ଷୁର ଦ୍ୱାରେ ଭରି ।
ଯେ ରୂପ ଦେଖେ ବ୍ରହ୍ମଚାରୀ ॥
ସହସ୍ର ପାଦ ଉରୁ ଭୁଜ ।
ଶିର ବଦନ ନାସା ତେଜ ॥
ସହସ୍ର ଲୋଚନ ଶ୍ରବଣ ।
ବସନ କୁଳ ଭୂଷଣ ॥
ମଣି କଙ୍କଣ ଝଟକନ୍ତି ।
ଦିଶଇ ଅତି ରୂପ କାନ୍ତି ॥
ଏ ସୃଷ୍ଟି ମଧ୍ୟେ ମାୟାଧର ।
କରଇ ଯେତେ ଅବତାର ॥
ତାହାଙ୍କ ମୂଳବୀଜ ଏହି ।
ଜଗତେ ବ୍ରହ୍ମା ସେ ବୋଲାଇ ॥
ଯାହାର ଅଂଶାଅଂଶ ବଳେ ।
ଗଗନ ପୃଥିବୀ ପାତାଳେ ॥
ଦେବ ମନୁଷ୍ୟ ପଶୁ ଆଦି ।
ନିଗମ ଗୋଚରେ ସମ୍ପାଦି ॥
ପ୍ରଥମେ କୁମାର ରୂପେ ସେ ।
ସୃଷ୍ଟି ଉଦୟ ଉପଦେଶେ ॥
ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେ ।
ତପ ସାଧିଲା ଦୃଢ଼ଚିତ୍ତେ ॥
ଦ୍ୱିତୀୟେ ସୃଷ୍ଟିର ଆଗମେ ।
ସାଧିଲା ଯଜ୍ଞେଶ୍ୱର ନାମେ ॥
ପୂର୍ବ ପ୍ରଳୟକାଳ ବେଳେ ।
ମହୀ ଯେ ଥିଲା ରସାତଳେ ॥
ତାର ଉଦ୍ଧାରେ ନରହରି ।
ତକ୍ଷଣେ କୋଳରୂପ ଧରି ॥
ଉଦ୍ଧରି ଜଳେ ବସାଇଲା ।
ବରାହକଳ୍ପ ବୋଲାଇଲା ॥
ତୃତୀୟେ ଋଷିସର୍ଗେ ହରି ।
ନାରଦ ମୁନି ରୂପ ଧରି ॥
କୃଷ୍ଣଭକତ ଜନହିତ ।
ନିଷ୍କାମ ଶାସ୍ତ୍ର କଲେ ଉକ୍ତ ॥
ଚତୁର୍ଥେ ଜନ୍ମ ଧର୍ମକଳା ।
ଦେବ ଉଦ୍ଦେଶ୍ୟେ କର୍ମ କଲା ॥

ସେ ରୂପ ନର ନାରାୟଣ ।
ସୃଜିଲେ ଧର୍ମ ଆଚରଣ ॥
ତପ ସାଧିଲେ ଦୃଢ଼ଚିତ୍ତେ ।
ସୃଷ୍ଟିକଳ୍ପନା ଅଭିମତେ ॥
ପଞ୍ଚମେ ସିଦ୍ଧ ଅବତାରେ ।
ଜନ୍ମିଲେ କର୍ଦ୍ଦମର ଘରେ ॥


ନାମେ ସେ କପିଳ ବୋଲାଇ ।
ପିତାମାତାଙ୍କୁ ଜ୍ଞାନ କହି ॥
ଷଷ୍ଠେ ସେ ଅତ୍ରିପୁତ୍ର ହୋଇ ।
ଅନସୂୟାଙ୍କ ମାତା ପାଇ ॥
ପ୍ରହ୍ଲାଦ ଆଦି ଦୈତ୍ୟଗଣେ ।
ଜ୍ଞାନ କହିଲେ ଜଣେ ଜଣେ ॥
ସପ୍ତମସର୍ଗେ ନରହରି ।
ଆକୂତି ଗର୍ଭେ ଅବତରି ॥
ଅନେକ ଜ୍ଞାନଶାସ୍ତ୍ର କଲେ ।
ସ୍ୱାୟମ୍ବୁ ମନ୍ୱନ୍ତ୍ର ପାଳିଲେ ॥
ଅଷ୍ଟମେ ନାଭିଗୃହେ ଜାତ ।
ଋଷଭ ମେରୁଦେବୀ ସୁତ ॥
ଅତି କଠୋର ତପ କଲେ ।
ଜ୍ଞାନୀଙ୍କି ପଥ ଦେଖାଇଲେ ॥
ନବମେ ପୃଥୁ ରୂପ ଧରି ।
ବଳେ ଦୁହିଁଲେ ବସୁନ୍ଧରୀ ॥
କ୍ଷୀରେ ଧରଣୀ କଲେ ସମ ।
ନାମ ବହିଲେ ଉଶମ ॥
ଦଶମେ ମତ୍ସ୍ୟରୂପ ହୋଇ ।
ନାବ ପ୍ରଳୟ ଜଳେ ବାହି ॥
ପ୍ରଳୟ ଜଳେ ବିହରିଲେ ।
ରବିର ବଂଶକୁ ରଖିଲେ ॥
ଏକାଦଶରେ ଚକ୍ରଧର ।
ଯେ ରୂପେ ଜନ ଉପକାର ॥
ଇନ୍ଦ୍ରର ଅର୍ଥେ ଦେବାସୁରେ ।
କ୍ଷୀରସମୁଦ୍ର ମନ୍ଥିବାରେ ॥
କପଟେ କୂର୍ମ ରୂପ ହୋଇ ।
ମନ୍ଦରଗିରି ପୃଷ୍ଠେ ବହି ॥
ଦ୍ୱାଦଶସର୍ଗେ ବିଶ୍ୱକଳ୍ପେ ।
ଜନ୍ମିଲେ ଧନ୍ୱନ୍ତରୀ ରୂପେ ॥
ଅମୃତ କ୍ଷୀରାର୍ଣ୍ଣବୁ ଆଣି ।
ଦେବଙ୍କୁ ପିଆଇଲେ ପୁଣି ॥
ମୋହିନୀ ରୂପେ ତ୍ରୟୋଦଶେ ।
ଶଙ୍କର ମୋହେ କାମବଶେ ॥
ଚତୁରଦଶେ ସିଂହବପୁ ।
ବିଦାରେ ହିରଣ୍ୟକଶିପୁ ॥
ବାମନ ରୂପେ ଚତୁର୍ଦ୍ଦଶେ ।
ବଳିକି ଛଳିଲେ ବିଶ୍ୱାସେ ॥



ଷୋଡ଼ଶ ଅବତାରେ ହରି ।
ପରଶୁରାମ ରୂପ ଧରି ॥
ପିତାବଧରେ ଅହଙ୍କାରେ ।
ଧରଣୀ ଏକବିଂଶ ବାରେ ॥
ଭ୍ରମିଲେ ମହାକୋପାନଳେ ।
ରାଜାଙ୍କୁ ଧରି ବାହୁବଳେ ॥
ଦୁଷ୍ଟକ୍ଷତ୍ରିୟ କାଟି ମୁଣ୍ତ ।
ରୁଧିରେ ପୂର୍ଣ୍ଣକରି କୁଣ୍ତ ॥
ତର୍ପଣ କଲେ ପିତୃଗଣେ ।
ତପେ ରହିଲେ ଘୋରବନେ ॥
ସପତଦଶେ ଦେବ କାର୍ଯ୍ୟେ ।
ଜନ୍ମିଲେ ପରାଶର ବୀର୍ଯ୍ୟେ ॥
ନିଗମ ବୃକ୍ଷ ଥିଲା ଏକା ।
ବିଚାରି କଲେ ଶତେଶାଖା ॥
ପ୍ରାଣୀଙ୍କି ଦେଖି ଅଳ୍ପବୁଦ୍ଧି ।
ଯେ ଧର୍ମ ସଂସାରେ ପ୍ରସିଦ୍ଧି ॥

୬୧. ସେ ପୁଣି ଦିବାକର-ବଂଶେ ।


ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ॥

୬୨. ଜଳଧି ବାନ୍ଧି ସୀତା ଛଳେ ।


ଲଙ୍କା ଧ୍ୱଂସିଲେ ଭୁଜବଳେ ॥

୬୩. ରାବଣ ମାରି ଦେବରାଜ ।


ଭଲେ ସମ୍ପାଦି ଦେବ କାର୍ଯ୍ୟ ॥

୬୪. ଊନବିଂଶତି ରୂପେ ହରି ।


ଯାଦବବଂଶେ ଅବତରି ॥

୬୫. କୃଷ୍ଣ ସ୍ୱରୂପେ ରାମ ତୁଲେ ।


ଅବନୀ ଭାରା ଉଶ୍ୱାସିଲେ ॥

୬୬. କଳି ଆଗମେ ଭାବଗ୍ରାହୀ ।


ପାଷା-ଜନ-ମନ ମୋହି ॥

୬୭. ବୁଦ୍ଧ ସ୍ୱରୂପ ଅବତାରେ ।


ଜନ୍ମିବେ କୀକଟ ନଗରେ ॥

୬୮. ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ।


ମୋହିବେ ଅସୁରଙ୍କ ମନ ॥

୬୯. ଏମନ୍ତେ ଜନ୍ମ ଏକବିଂଶ ।


ସୁଜନ ହିତେ ହୃଷୀକେଶ ॥

୭୦. ସେ ପୁଣି କଳିଯୁଗ ଅନ୍ତେ ।


ରାଜାଙ୍କୁ ଦେଖିବେ ଜଗତେ ॥

୭୧. ନିର୍ଦ୍ଦୟ-ହୃଦେ ପ୍ରଜାମାରି ।


ଧନ ଜୀବନ ନ୍ୟନ୍ତି ହରି ॥

୭୨. ସେ କାଳେ ବିଷ୍ଣୁଯଶା ଘରେ ।


ଜନ୍ମିବେ କଳ୍କି-ଅବତାରେ ॥

୭୩. ମନହୁଁ ବେଗ ବଳବନ୍ତ ।


2nd closing 


ଅଶ୍ୱ ଆରୋହି ଜଗନ୍ନାଥ ॥

୭୪. ସୁନନ୍ଦ-ଖଡ୍ଗ କରେ ଧରି ।


ଦୁଷ୍ଟରାଜାଙ୍କୁ ବେଗେ ମାରି ॥

୭୫. ଅଳପ ରାଜା-ଜନ-ଦେଶ ।


ଦୟାରେ କରିଣ ଆଶ୍ୱାସ ॥

୭୬. ସେ ସତ୍ୟନିଧି ମାୟାଧର ।


ଅଶେଷ କରେ ଅବତାର ॥

୭୭. ଯଥା ଜୀମୂତ ବୃଷ୍ଟି ଜଳେ ।


ସହସ୍ର ନଦୀ ମହୀତଳେ ॥

୭୮. ଋଷି ଦେବତା ମନୁରାଜା ।


ଯେ ମନୁ ପୁତ୍ରେ ମହାତେଜା ॥

୭୯. ଏ ଆଦି ଯେତେ ପ୍ରଜାପତି ।


କୃଷ୍ଣର ଅଂଶେ ଜାତ ହୋନ୍ତି ॥

୮୦. କେ ଅଂଶ କେବା କଳା ହୋଇ ।


ବିଭୂତି ଗୁଣେ କେ ଜନ୍ମଇ ॥

୮୧. ସକଳ ଅବତାର ସାର ।


କି ଅବା ଦେବା ପଟାନ୍ତର ॥

୮୨. ନୀଳ ଜୀମୂତ ଚକ୍ରଧର ।


ସ୍ୱୟଂ ଶ୍ରୀକୃଷ୍ଣ ଅବତାର ॥

୮୩. ଏମନ୍ତେ ନାନାରୂପ ଧରି ।


ସଂସାରେ ରମେ ନରହରି ॥

୮୪. ଦୁଷ୍ଟର ତେଜ ତେଜେ ହରି ।


ସଂସାରେ ଖେଳଇ ମୁରାରି ॥

୮୫. କୃଷ୍ଣର ଜନ୍ମ-କର୍ମ ବାଣୀ ।


ଯେ ଏହା କର୍ଣ୍ଣପଥେ ଶୁଣି ॥

୮୬. ରାତ୍ର ଦିବସ ମଧ୍ୟେ ଯେବେ ।


କାଳ ବଞ୍ଚଇ କୃଷ୍ଣଭାବେ ॥

୮୭. ସେ ଦୁଃଖ-ସଙ୍କଟୁ ତରନ୍ତି ।


ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥

୮୮. ଏମନ୍ତେ ନାନାରୂପ ଯେତେ ।


ବିଷ୍ଣୁ ଧରନ୍ତି ଏ ଜଗତେ ॥

୮୯. ସ୍ୱଭାବେ ରୂପ ଯାର ନାହିଁ ।


ନିର୍ଲେପ ନିରଞ୍ଜନ ସେହି ॥

୯୦. ମାୟାର ଗୁଣେ ବିରଚିତ ।


ମହତ ଆଦିରୁ ସମ୍ଭୂତ ॥

୯୧. ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ।


ପବନ ବଳେ ସେ ଉଡ଼ନ୍ତି ॥

୯୨. ପାର୍ଥିବ ରେଣୁଏ ଯେମନ୍ତେ ।


ଉଡ଼ନ୍ତି ପବନ ବିଘାତେ ॥

୯୩. ଆକାଶ ଧୂସର ଦିଶଇ ।


ନାନା ବର୍ଣ୍ଣରେ ଆଭାସଇ ॥

୯୪. ତାହାକୁ ଦୃଷ୍ଟିଭେଦେ ଦେଖି ।


ଯେ ସତ୍ୟ ପ୍ରାୟେ ଉପଲକ୍ଷି ॥

୯୫. ସେ ରୂପେ ଆତ୍ମାରେ ଶରୀର ।


କଳ୍ପନା କରନ୍ତି ଯେ ନର ॥

୯୬. ତାହାଙ୍କୁ ବୋଲି ଜ୍ଞାନହୀନ ।


ଏବେ ହୋ ମୁନିଗଣେ ଶୁଣ ॥

୯୭. ସ୍ୱଭାବେ ଦୃଶ୍ୟବସ୍ତୁ ନୋହେ ।


ଗୁଣ ଆବୋରି ଦେହ ବହେ ॥

୯୮. ଏଣୁ ସେ ଜୀବ ରୂପ ବହି ।


ଜନ୍ମ-ମରଣ ପଥେ ଥାଇ ॥

୯୯. ସମ ଅସମ ରୂପ ଯେତେ ।


ସମ୍ଭବେ ବିଷ୍ଣୁ-ମାୟା-ଗ୍ରସ୍ତେ ॥
୧୦୦. ଆତ୍ମାରେ କଳ୍ପିତ ଈଶ୍ୱର ।
ଏ ତତ୍ତ୍ୱେ ବ୍ରହ୍ମର ବିଚାର ॥
୧୦୧. ମାୟା ମିଶ୍ରିତ ମତି ଯେବେ ।
ନିରସ୍ତ ହୋଇ ଜ୍ଞାନ ଭାବେ ॥
୧୦୨. ତେବେ ଆତ୍ମାରେ ଆତ୍ମା ଦେଖି ।
ନିର୍ମଳ ମହିମା ନିରେଖି ॥
୧୦୩. ଏ ମାୟା ଈଶ୍ୱରୁ ପ୍ରକାଶ ।
ଯେବେ ସେ ହୁଅଇ ବିନାଶ ॥
୧୦୪. ପରମାନନ୍ଦ ରୂପେ ଚିତ୍ତ ।
ତେବେ ସେ ହୁଅଇ ଭାବିତ ॥
୧୦୫. ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ ।
ଜାଣଇ ତତ୍ତ୍ୱ ଜ୍ଞାନୀଜନ ॥
୧୦୬. ଏମନ୍ତେ ଜନ୍ମକର୍ମ ଯେତେ ।
ବିଚାର କରି ବେଦପଥେ ॥
୧୦୭. ବୋଲନ୍ତି ଯେତେ ମୁନିଜନେ ।
ଏ ତ ନ ଘଟେ ଅନୁମାନେ ॥
୧୦୮. ସ୍ୱଭାବେ ଯାର ଜନ୍ମ ନାହିଁ ।
ବିଚାର କରିବ ତା କେହି ॥
୧୦୯. ଅମୋଘ-ଲୀଳା ନରହରି ।
ଆତ୍ମାରେ ବିଶ୍ୱମାୟା କରି ॥
୧୧୦. ବ୍ରହ୍ମା ସୃଜଇ ପାଳଇ ।
ଅନ୍ତେ ଆପଣେ ସଂହାରଇ ॥
୧୧୧. ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ ।
ଷଡ଼୍ ବର୍ଗେ ଭୋଗ କରେ ନିତ୍ୟେ ॥
୧୧୨. ଏଣୁ ଈଶ୍ୱର ସେ ବୋଲାଇ ।
କିବା ଉପମା ଦେବି ମୁହିଁ ॥
୧୧୩. ଈଶ୍ୱର-ଲୀଳା-କର୍ମ ଯେତେ ।
କେ ଜାଣି ପାରେ ତର୍କମତେ ॥
୧୧୪. ଏହାର ଅଛି ଯେତେ ନାମ ।
ସ୍ୱଭାବେ ଯେତେ ଗୁଣଗ୍ରାମ ॥
୧୧୫. ଅଜ୍ଞାନେ କେ ଜାଣିବ ତାହା ।
ଦୁରଧିଗମ୍ୟ ବିଷ୍ଣୁ ମାୟା ॥
୧୧୬. ନଟ ଯେସନେ ମାୟା କରି ।
ମୋହଇ କୁହୁକ ବିସ୍ତାରି ॥
୧୧୭. ସେ ଚକ୍ର ପାଣିର ଚରିତ ।
କେ ଜାଣି ପାରେ ତ୍ରିଜଗତ ॥
୧୧୮. ଏ କାଳଚକ୍ର ଯାର ହସ୍ତେ ।
କେ ଯାଇ ପାରେ ତାର ପଥେ ॥
୧୧୯. ସେ ହରି ପାଦପଦ୍ମଗନ୍ଧ ।
ଯେ ନିତ୍ୟେ ପିବେ ମକରନ୍ଦ ॥
୧୨୦. ଧନ୍ୟ ଜୀବନ ତାହାଙ୍କର ।
ଯେ ହରିଚରଣେ କିଙ୍କର ॥
୧୨୧. ସର୍ବ ଆତ୍ମାକୁ ଆତ୍ମଭାବେ ।
ଭଜନ୍ତି ନିତ୍ୟେ ବାସୁଦେବେ ॥
୧୨୨. ଏମନ୍ତ ଭାବେ ଯେ ଭଜଇ ।
ଏ ମାୟା ତାକୁ ନ ଲାଗଇ ॥
୧୨୩. ଏ ଯେ ପୁରାଣ ଭାଗବତ ।
ନିର୍ମଳପଦ ବ୍ରହ୍ମତତ୍ତ୍ୱ ॥
୧୨୪. କୃଷ୍ଣଚରିତ ପରଶଂସି ।
ପ୍ରକାଶ କଲେ ବ୍ରହ୍ମଋଷି ॥
୧୨୫. ଜୀବର ମୋକ୍ଷଫଳ ଅର୍ଥେ ।
ଧନ୍ୟ ମଙ୍ଗଳ ଏ ଜଗତେ ॥
୧୨୬. ସର୍ବ-ନିଗମ ଇତିହାସେ ।
ସାର ଉଦ୍ଧାରି ମନତୋଷେ ॥
୧୨୭. ଆତ୍ମଜ୍ଞାନୀଙ୍କ ମଧ୍ୟେ ବର ।
ଯେ ଶୁକରୂପେ ଅବତାର ॥
୧୨୮. ତାହାଙ୍କୁ ଭାଗବତ ଦୀକ୍ଷା ।
ଦେଇ କହିଲେ ଆତ୍ମଶିକ୍ଷା ॥
୧୨୯. ସେ ପୁଣି ପରୀକ୍ଷିତ ଆଗେ ।
କହିଲେ ଆତ୍ମ-ଅନୁରାଗେ ॥
୧୩୦. ବ୍ରାହ୍ମଣ ଶାପେ ସେ ବିକଳେ ।
ନିବାସ କରି ଗଙ୍ଗାକୂଳେ ॥
୧୩୧. ପରମ-ଋଷି ମେଳେ ଥାଇ ।
କୃଷ୍ଣଚରଣେ ମନ ଦେଇ ॥
୧୩୨. ଏ ଭାଗବତ-ରସ ଶୁଣି ।
ତରିଲା ଭବ-ତରଙ୍ଗିଣୀ ॥
୧୩୩. ଶ୍ରୀକୃଷ୍ଣ ଗଲେ ନିଜଧାମ ।
ସଙ୍ଗତେ ଘେନି ଜ୍ଞାନ ଧର୍ମ ॥
୧୩୪. ଏ କଳିଯୁଗେ ଯେତେ ନରେ ।
ପଡ଼ିବେ ମାୟା ଅନ୍ଧକାରେ ॥
୧୩୫. ତାହାଙ୍କୁ ତପନ ଉଦିତ ।
ହୋଇବ ଭାବେ ଭାଗବତ ॥
୧୩୬. ରାଜା ସଙ୍ଗତେ ଗଙ୍ଗାତଟେ ।
ଅନେକ ଋଷିଙ୍କ ନିକଟେ ॥
୧୩୭. ଏ ଭାଗବତ ତତ୍ତ୍ୱବାଣୀ ।
ଶୁକମୁନିଙ୍କ ମୁଖୁ ଶୁଣି ॥
୧୩୮. ଜାଣିଲି ଶୁକ ଅନୁରାଗେ ।
ଏବେ କହିବା ତୁମ୍ଭ ଆଗେ ॥
ଏ ଭାବେ ଚିନ୍ତି ନରହରି ।
ଘୋର ସଂସାରୁ ଯିବା ତରି ॥
ବୋଲଇ ଦାସ ଜଗନ୍ନାଥ ।
ସୁଜନ-ହିତେ ଭାଗବତ ॥
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ॥
ଜୟ ଶ୍ରୀଜଗନ୍ନାଥ

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ


ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ

ସୂତ ଉବାଚ

ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ।
ହରଷମନେ ମନେ ଗୁଣି ॥
ଗୁରୁଙ୍କୁ ମନେ ମନେ ଧ୍ୟାୟି ।
ପରମ-ପ୍ରୀତି-ବାକ୍ୟେ ଗାଇ ॥
ଜୀବର ହିତେ କୃତକୃତ୍ୟ ।
ହସି କହନ୍ତି ମୁନି ସୂତ ॥
ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥
ପୁତ୍ରର ସ୍ନେହ ମନେ ଧରି ।
ବ୍ୟାସ ଡାକନ୍ତି ଉଚ୍ଚକରି ॥
ପିତାର ସ୍ନେହ ରକ୍ଷା ଅର୍ଥେ ।
ଉତ୍ତର ଦେଲେ ବୃକ୍ଷ ପଥେ ॥
ତାହାଙ୍କୁ ମୋର ନମସ୍କାର ।
ଯେ ହୃଦ ସର୍ବ ପ୍ରାଣୀଙ୍କର ॥
ଜୀବର ପରିତ୍ରାଣ ଅର୍ଥେ ।
କରୁଣା ବହି ଯେହୁ ଚିତ୍ତେ ॥
ଅଖିଳ-ବେଦର ଯେ ସାର ।
ଯେ ଅନୁଭବ ଆପଣାର ॥
କହିଲେ ପୁରାଣର ସାର ।
ତାହାଙ୍କୁ ମୋର ନମସ୍କାର ॥
ବାଣୀ ନର ଯେ ନାରାୟଣ ।
ଯେ ଗ୍ରନ୍ଥ ସଂସାର-ତାରଣ ॥
ଉଦିତ କଲେ ଏ ସଂସାରେ ।
ନମଇଁ ତାହାଙ୍କ ପୟରେ ॥
ଏମନ୍ତେ ନମସ୍କାର କରି ।
କହନ୍ତି ମନେ ମୋଦ ଭରି ॥
ଶୁଣ ସକଳ ମୁନିଜନ ।
ସାଧୁ ଏ ତୁମ୍ଭର ବଚନ ॥
ପରମ-ମଙ୍ଗଳ ଏ ବାଣୀ ।
ଜୀବ ନିସ୍ତରେ ଯାହା ଶୁଣି ॥
ପରମଧର୍ମ ଏ ଜଗତେ ।
କୃଷ୍ଣ ଭକତି ଯେଉଁ ମତେ ॥
ଫଳର ଆଶା ଯହିଁ ନାହିଁ ।
ବିଘ୍ନ ପଶିବ ଅବା କାହିଁ ॥
ଯେ ଭକ୍ତିବଳେ ଏ ସଂସାର ।
ନୁହଇ ପୁଣ ଏ ଜୀବର ॥
ଭକତି କଲେ ଜ୍ଞାନ ହୋଏ ।
ଜୀବ ନ ପଡ଼େ ମାୟାମୋହେ ॥
କୃଷ୍ଣଚରିତ ଶୁଣି ଯେବେ ।
ଭକ୍ତି ନ ଜନ୍ମେ ମୂଢ଼ଭାବେ ॥
କେବଳ ଶ୍ରମ ତାହାଙ୍କର ।
କାହୁଁ ତରିବେ ତମଘୋର ॥
ଅର୍ଥସଞ୍ଚନ୍ତି ଯେତେ ନର ।
କେବଳ ଦୁଃଖ ତାହାଙ୍କର ॥
 ଅର୍ଥେ ନ ପାଇ ଧର୍ମ ମୋକ୍ଷ ।
ସେ କାମ ଲୋଭଟି ପ୍ରତ୍ୟକ୍ଷ ॥
ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ।
ଲୋଭେ ଭ୍ରମର କାମ ଅର୍ଥେ ॥
ଯାବତ ଜୀବନ ଧରଇ ।
କାମ ଲୋଭରେ ସୁଖ କାହିଁ ॥
ଜୀବର ତତ୍ତ୍ୱ ଜାଣିବାରେ ।
କେ ଜ୍ଞାନୀ ଅଛି ଏ ସଂସାରେ ॥
ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ।
ଜ୍ଞାନ କହନ୍ତି ଏ ଜଗତେ ॥
କେହୁ କହନ୍ତି ବ୍ରହ୍ମତତ୍ତ୍ୱ ।
କେ ଅବା ବୋଲେ ପରମାର୍ଥ ॥
କେହୁ ବୋଲନ୍ତି ଭଗବାନ ।
ନିର୍ମଳରସ ଗୋପ୍ୟ-ଜ୍ଞାନ ॥
ସେବୋଲେ ଶ୍ରଦ୍ଧା ଯେ କରନ୍ତି ।
ଜ୍ଞାନବୈରାଗ୍ୟ ଆଚରନ୍ତି ॥
କରନ୍ତି ବିଷ୍ଣୁରେ ଭକତି ।
ଆତ୍ମାରେ ଆତ୍ମାକୁ ଦେଖନ୍ତି ॥
ହରି ଚରଣେ ଭକ୍ତିଜାତ ।
ଅଜ୍ଞାନେ ନ ଜାଣେ ଜଗତ ॥
ଏଣୁ ଏ ଅଖିଳ ଜଗତେ ।
ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥
ସ୍ୱଭାବ ଧର୍ମ ଆଚରଣେ ।
ଭକ୍ତି ଉପୁଜେ ନାରାୟଣେ ॥
ତେଣୁ ସନ୍ତୋଷ କୃଷ୍ଣ ହୋଇ ।
ପ୍ରାଣୀଙ୍କି ଚଉବର୍ଗ ଦେଇ ॥
ଏ ଘେନି ହୋଇ ଏକମନ ।
ଭାବେ ତୋଷିବ ଭଗବାନ ॥
ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ।
ନିତ୍ୟେ ଶୁଣିବ କର୍ଣ୍ଣପଥେ ॥
ନିର୍ମଳ କରି ଦୃଢ଼ମନ ।
ନିରତେ କରିବ କୀର୍ତ୍ତନ ॥
ଧ୍ୟାନେ ଚିନ୍ତିବ କୃଷ୍ଣରୂପେ ।
ପୂଜା କରିବ ସୂକ୍ଷ୍ମକଳ୍ପେ ॥
ଏ ଭାବେ ଭକ୍ତିଯୋଗ ବଢ଼େ ।
କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥
ଏଣୁ ଜଗତେ ଜ୍ଞାନୀ ଯେତେ ।
କୃଷ୍ଣ ନ ଭଜିବେ କେମନ୍ତେ ॥
କୃଷ୍ଣକଥାରେ ରତି ଯାର ।
ସେ ପ୍ରାଣୀ ଭବ ମଧ୍ୟେ ସାର ॥
ହରିଚରଣେ ଯାର ଶ୍ରଦ୍ଧା ।
ତାକୁ ନ ଲାଗେ ଭବବାଧା ॥
ସେପୁଣ୍ୟେ ସାଧୁସଙ୍ଗ ମିଳେ ।
ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥
ଭକତ ସେଙ୍ଗ ଯେବେ ମିଶେ ।
ତେବେ ସେ ହରିରସେ ରସେ ॥
କୃଷ୍ଣର କଥା ଯେ ଶୁଣନ୍ତି ।
ବଦନେ ମହିମା ଗୁଣନ୍ତି ॥
ତାହାଙ୍କ ହୃଦେ ହରି ବସେ ।
ସକଳ କଳ୍ମଷ ବିନାଶେ ॥
ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ ।
ବେଦେ କହନ୍ତି ମୁନିଜନ ॥
ସାଧୁଜନଙ୍କ ମିତ୍ର ହରି ।
ଏଣୁ ଭକତକୁ ଆବୋରି ॥
ହେଳେ ତାରଇ ଭବସିନ୍ଧୁ ।
ଯେଣୁ ଭକତଜନବନ୍ଧୁ ॥
ଭକତଜନ ସେବା ଫଳେ ।
ଦହନ ହୋନ୍ତି ଅମଙ୍ଗଳେ ॥
 ତେଣୁ ସେ ଗୋବିନ୍ଦ ବିଷୟେ ।
ଭକ୍ତି ଉପୁଜେ ନରଦେହେ ॥
 ସ୍ୱଭାବେ ରଜ ତମ ଦୁଇ ।
କାମାଦି ଯେତେ ରିପୁ ଥାଇ ॥
 ଚିତ୍ତୁ ବାହାର ହୋଇଯାନ୍ତି ।
ସାତ୍ତ୍ୱିକଗୁଣ ଆବୋରନ୍ତି ॥
ଏହି ପ୍ରକାରେ ଯେବେ ମନ ।
ହୋଇବ ନିର୍ମଳ ପ୍ରସନ୍ନ ॥
ତେବେ ସେ ଭକ୍ତିଯୋଗ ବଳେ ।
କୃଷ୍ଣଭକତ ସଙ୍ଗମେଳେ ॥
 ନିର୍ମଳ ଜ୍ଞାନ ପ୍ରକାଶଇ ।
ଜନ୍ମ ମରଣ ଆଉ କାହିଁ ॥
ଅଶେଷ-କର୍ମ-ଗଣ୍ଠି-ଛନ୍ଦ ।
ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥
ସର୍ବ ସଂଶୟ ତୁଲେ କର୍ମ ।
ତୁଟଇ ବିଶ୍ୱମାୟାଭ୍ରମ ॥
ଆତ୍ମାରେ ଆତ୍ମାକୁ ଦେଖନ୍ତି ।
ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
ଏଣୁ ପଣ୍ତିତଜନ ଯେତେ ।
ଆନନ୍ଦେ ଭକ୍ତିଯୋଗ ମତେ ॥
ହରି ବିଷୟ ଦୃଢ଼ଚିତ୍ତେ ।
ନିତ୍ୟେ ଭଜନ୍ତି ଆତ୍ମା ହିତେ ॥
ବିଷ୍ଣୁର ମାୟାରୁ ସମ୍ଭୂତ ।
ଆଦି ପ୍ରକୃତି ଜନମାତ ॥
 ଯେ ସତ୍ତ୍ୱ-ରଜ-ତମ ଗୁଣ ।
ସୃଷ୍ଟି ପାଳନ ସଂହାରଣ ॥
ଅନାଦି-ପରମ-ପୁରୁଷ ।
ଏ ତିନିଗୁଣେ ସେ ପ୍ରକାଶ ॥
ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ।
ପାଳନେ ବିଷ୍ଣୁ ସେ ବୋଲାଇ ॥

ସଂହାର କାଳେ ରୁଦ୍ର ରୂପେ ।
ସୁଖେ ବିହରେ ମୋହକଳ୍ପେ ॥
ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ ।
ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥
କାଷ୍ଠ ସଂଯୋଗେ ଧୂମ ଜାତ ।
ଧୂମରୁ ଅନଳ ସମ୍ଭୂତ ॥
ତୃତୀୟ ଅଙ୍ଗାର ପ୍ରମାଣ ।
ତାମସ ରଜ ସତ୍ତ୍ୱ ଗୁଣ ॥
ଏ ଭାବେ ବ୍ରହ୍ମ ପରିମାଣି ।
ଭବସାଗର ତରେ ପ୍ରାଣୀ ॥
ନିର୍ମଳଚେତା ମୁନି ଯେତେ ।
ବିଚାର କରି ଆତ୍ମାହିତେ ॥
ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି ।
ଭଜିଲେ ମୋକ୍ଷ ପରିମାଣି ॥
ତାମସ ରଜଗୁଣେ ଯେତେ ।
ଯେ ଭୂତପତି ଏ ଜଗତେ ॥
 ସ୍ୱଭାବେ ଘୋର ଭୟଙ୍କର ।
ଏଣୁ ନ ଭଜେ ସାଧୁନର ॥
ଅହିଂସା ଶାନ୍ତିଗୁଣେ ଥାନ୍ତି ।
ହରି ଚରିତ ଚିତ୍ତେ ଚିନ୍ତି ॥
ଧନ ସମ୍ପଦେ ଯାର ଇଚ୍ଛା ।
ସେ କରେ ଭୂତପ୍ରେତ ଦୀକ୍ଷା ॥
ସଂସାରେ ଦେବଯଜ୍ଞ ଯେତେ ।
ଯୋଗସାଧନ କ୍ରିୟାମତେ ॥
ପରମଜ୍ଞାନ ତପ ଆଦି ।
କଠୋର ଯେତେ ଧର୍ମ ସାଧି ॥
 ଏ ସର୍ବଗତି ନାରାୟଣ ।
ଏବେ ହୋ ମୁନିଗଣେ ଶୁଣ ॥
ଏ ସର୍ବବିଧି ଧର୍ମ ଯେତେ ।
କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥
ଏ ତିନିଗୁଣେ ନାରାୟଣ ।
ସୃଷ୍ଟି ପାଳନ ସଂହାରଣ ॥
 ଏମନ୍ତେ ବିଶ୍ୱରୂପ ଧରେ ।
ମାୟାସଂସାରେ ସେ ବିହରେ ॥
ସ୍ୱଭାବେ ନିର୍ଗୁଣ ମୁରାରି ।
ଖେଳଇ ତ୍ରିଗୁଣ ଆବୋରି ॥
ସକଳ ଜୀବ ମଧ୍ୟେ ଥାଇ ।
ଅଜ୍ଞାନେ ଜୀବ ନ ଜାଣଇ ॥
 ଅଶେଷ ମହିମା ଯେ ଧରେ ।
କିବା ଉପମା ଦେବା ତାରେ ॥
ସେ ହରି-ଚରଣ-ପଙ୍କଜ ।
ସୁଜନଜନ ନିତ୍ୟେ ଭଜ ॥
କହଇ ଦାସ ଜଗନ୍ନାଥ ।
ଗୀତ-ପ୍ରବନ୍ଧେ ଭାଗବତ ॥

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ 
ପାରମହଂସ୍ୟାଂ ସଂହିତାୟାଂ 
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ 
ଦ୍ୱିତୀୟୋଽଧ୍ୟାୟଃ ॥ 
**ଜୟ ଶ୍ରୀଜଗନ୍ନାଥ।

ଶ୍ରୀମଦ ଭାଗବତ ପ୍ରଥମ ଷ୍କନ୍ଧ ପ୍ରଥମ ଅଧ୍ୟାୟ

ଓଁ ନମୋ ଭଗବତେ ବାସୁଦେବାୟ
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ।
ଦେବୀ ସରସ୍ଵତୀ ବ୍ୟାସଂ ତତୋଜୟ ମୁଦୀରୟେତ୍ ।
ମୂକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିଂ ।
ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ||
ଶ୍ରୀମଦ୍ଭାଗବତ
ପ୍ରଥମ ସ୍କନ୍ଧ — ପ୍ରଥମ ଅଧ୍ୟାୟ
ଶ୍ରୀ ଗଣେଶାୟ ନମଃ


ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥୧॥
ଯା ବିନୁ ଆଦି ମଧ୍ୟ ଅନ୍ତେ । ବିଚାର ନ ଘଟେ ଜଗତେ ॥୨॥
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥୩॥
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥୪॥
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥୫॥
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥୬॥
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥୭॥
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥୮॥
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥୯॥
ଆତ୍ମା ପ୍ରକାଶେ ଜନ୍ମ ହୋଇ । ନିରତେ କୁହୁକ ବୋଲାଇ ॥୧୦॥
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥୧୧॥
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥୧୨॥
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥୧୩॥
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥୧୪॥
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥୧୫॥
ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥୧୬॥
କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥୧୭॥
ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥୧୮॥
କପଟ ଧର୍ମ ଯାର ନାହିଁ । ସ୍ୱଭାବେ ଶାସ୍ତ୍ର ସେ ବୋଲାଇ ॥୧୯॥
ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥୨୦॥
ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥୨୧॥
ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥୨୨॥
ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥୨୩॥
ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୨୪॥
ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତପ କ୍ଷୟ ଯାଇ ॥୨୫॥
ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥୨୬॥
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥୨୭॥
ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥୨୮॥
ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥୨୯॥
ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥୩୦॥
ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥୩୧॥
କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥୩୨॥
ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥୩୩॥
ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥୩୪॥
ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥୩୫॥
ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥୩୬॥
ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥୩୭॥
ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥୩୮॥
ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥୩୯॥
ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥୪୦॥
ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥୪୧॥
କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥୪୨॥
ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷ ଅରଣ୍ୟେ ॥୪୩॥
କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥୪୪॥
ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥୪୫॥
ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥୪୬॥
ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥୪୭॥
ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥୪୮॥
ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥୪୯॥
ଋଷିଗଣ ଉବାଚ
ହେ ସୂତ ଶୁଣ ସାବଧାନେ । ତୁମ୍ଭ ମହିମା ଅନୁମାନେ ॥୫୦॥
ସର୍ବ-ପୁରାଣ ଇତିହାସ । ଶୁଣିଲୁ ତୁମ୍ଭର ସକାଶ ॥୫୧॥
ସଂସାରେ ଧର୍ମଶାସ୍ତ୍ର ଯେତେ । ସର୍ବ ଗୋଚର ତୁମ୍ଭମତେ ॥୫୨॥
ବେଦବିଦଙ୍କ ମଧ୍ୟେ ଶ୍ରେଷ୍ଠ । ଯେ ବ୍ୟାସମୁନି ତପୋନିଷ୍ଠ ॥୫୩॥
ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ । ଏ କଥା ଭଲେ ଜାଣୁ ଆମ୍ଭେ ॥୫୪॥
ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଚନ ତୁମ୍ଭେ ଶୁଣି ॥୫୫॥
ସକଳ ଶାସ୍ତ୍ର ତୁମ୍ଭ ତହିଁ । ବେଦପୁରାଣେ ଯେତେ କହି ॥୫୬॥
ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥୫୭॥
ଦଇବେ ଅଛି ଏହି ମତ । ଯେ ଶିଷ୍ୟ ଗୁରୁରେ ଭକତ ॥୫୮॥
ଶିଷ୍ୟ ଭକ୍ତିରେ ଦୟା ବହେ । ସକଳ ଗୂଢ଼ତତ୍ତ୍ୱ କହେ ॥୫୯॥
ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ॥୬୦॥
ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ । ଏ ଜୀବ ତରିବ ଯେମନ୍ତେ ॥୬୧॥
ଯେଣେ ତୁଟଇ ବିଷ୍ଣୁ ମାୟା । କହ ଆମ୍ଭଙ୍କୁ ଯେବେ ଦୟା ॥୬୨॥
ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥୬୩॥
ସ୍ୱଭାବେ ମନ୍ଦମତି ହୋନ୍ତି । ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥୬୪॥
ଯୁଗ ବେଭାରେ ପରିମାଣି । ସକଳ ଧର୍ମ ତୁମ୍ଭେ ଜାଣି ॥୬୫॥
ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ଦୃଢ଼ଚିତ୍ତେ ॥୬୬॥
କହ ସଂସାରେ ପ୍ରାଣୀଙ୍କର । ଯେମନ୍ତେ ମାୟାରୁ ନିସ୍ତାର ॥୬୭॥
ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧାରି ॥୬୮॥
କର ଏ ମାୟାରୁ ନିସ୍ତାର । ଏ ଜୀବମାନଙ୍କୁ ଉଦ୍ଧାର ॥୬୯॥
ତୁମ୍ଭ ପ୍ରସନ୍ନେ ଯୋଗବଳେ । ପ୍ରକାଶ କର ମହୀତଳେ ॥୭୦॥
କି ପ୍ରୟୋଜନ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ॥୭୧॥
ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ॥୭୨॥
ସଂସାରେ ଯାର ଅବତାର । ପ୍ରାଣୀ-ମଙ୍ଗଳ-ବୃଦ୍ଧିକର ॥୭୩॥
ଜଗତ ପାର ସେ ଚରିତ । ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ॥୭୪॥
ଘୋର-ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର-ପଥ ହୁଡ଼ି ॥୭୫॥
ଯାହାର ନାମ ଉଚ୍ଚାରିଲେ । ସଙ୍କଟୁ ତରିଯାନ୍ତି ଭଲେ ॥୭୬॥
ଯେ ଭୟ ଜୀବ ତେଜ ହରେ । ସେ ହରି ନାମ ଶୁଣି ଡରେ ॥୭୭॥
ଯାର ଚରଣେ ଆଶ୍ରେ କରି । ପବିତ୍ର ହୋନ୍ତି ବ୍ରହ୍ମଚାରୀ ॥୭୮॥
ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନପାନେ ॥୭୯॥
ଯାହାର ଯଶ ପୁଣ୍ୟଶ୍ଳୋକେ । ସୁଖେ ଗୁଣନ୍ତି ଜ୍ଞାନୀଲୋକେ ॥୮୦॥
କଳିକଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ॥୮୧॥
ଯା ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ॥୮୨॥
ଯେ ହରି ବ୍ରହ୍ମାଣ୍ଡ ଭିତରେ । ଲୀଳା ସରାଗେ ଅବତରେ ॥୮୩॥
ବିଶ୍ୱ-ଉତ୍ପତ୍ତି-ସ୍ଥିତି-ନାଶ । କି ରୂପେ କର ତା ପ୍ରକାଶ ॥୮୪॥
ମତ୍ସ୍ୟାଦି ଅବତାରମାନ । ଧରିଣ ପ୍ରଭୁ ଭଗବାନ ॥୮୫॥
ଆତ୍ମାର ଯୋଗମାୟା ବଳେ । ବିହରେ ଅବନୀ-ମଣ୍ତଳେ ॥୮୬॥
ସେ ହରି ସ୍ୱଚ୍ଛ ଶୁଭ କଥା । କହ ହେ ସୂତ ଧର୍ମଜ୍ଞାତା ॥୮୭॥
ତାର ମହିମା ଶୁଣି ନିତ୍ୟେ । ତୋଷ ନଲଭୁ ଆମ୍ଭଚିତ୍ତେ ॥୮୮॥

ଜିହ୍ୱା ଯେସନ ସୁଧାରସ । ପିବନ୍ତେ ନୁହଇ ସନ୍ତୋଷ ॥୮୯॥
ଅନନ୍ତ ସଙ୍ଗେ ଥାଇ ହରି । ଜଗତେ ଯେତେ କର୍ମ କରି ॥୯୦॥
କପଟେ ନରରୂପ ଧରି । ଅତିମାନୁଷ କର୍ମ କରି ॥୯୧॥
କଳି ଆଗମ ଆମ୍ଭେ ଦେଖି । ସକଳ ସମ୍ପଦ ଉପେକ୍ଷି ॥୯୨॥
ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ॥୯୩॥
କରି ତରିବୁ ବିଷ୍ଣୁ ମାୟା । ଭୋ ମୁନି ତୁମ୍ଭେ କର ଦୟା ॥୯୪॥
ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥୯୫॥
ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁ ଭବଜଳେ ॥୯୬॥
ଏ ଜଳୁ ତୁମ୍ଭେ କର ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ॥୯୭॥
ଯେ ହରି ବ୍ରହ୍ମାଣ୍ଡ-ବକ୍ଷଳ । ସର୍ବଦେବଙ୍କ ଆଦିମୂଳ ॥୯୮॥
ଧର୍ମ-କବଚ ଯାର ଅଙ୍ଗେ । ସୁଖେ ବିହରେ ନାନାରଙ୍ଗେ ॥୯୯॥
କଳି ଆଗମେ ଭଗବାନ । ଗମିଲେ ଆପଣା ଭୁବନ ॥୧୦୦॥
ଯେ ଧର୍ମ ସଂସାର ରଖିବ । ସେ କାହିଁ ଶରଣ ପଶିବ ॥୧୦୧॥
ଏ କଥା କହ ମୁନିବର । ଆମ୍ଭ ସଂଶୟ ଯାଉ ଦୂର ॥୧୦୨॥
ଏମନ୍ତେ ନଇମିଷ ବନେ । ସର୍ବମୁନିଙ୍କ ସନ୍ନିଧାନେ ॥୧୦୩॥
ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ॥୧୦୪॥
ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟ ଭାଗବତ ॥୧୦୫॥
ସୁଜନଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ॥୧୦୬॥
ଏ ଘୋର ଭବ ଦୁସ୍ତରରୁ ଲ ଉଦ୍ଧର ବାଞ୍ଛା କଳ୍ପତରୁ ll 107 ll


ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ

 ॥ 

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ

ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ
ସୂତ ଉବାଚ
୧. ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ।
ହରଷମନେ ମନେ ଗୁଣି ॥
୨. ଗୁରୁଙ୍କୁ ମନେ ମନେ ଧ୍ୟାୟି ।
ପରମ-ପ୍ରୀତି-ବାକ୍ୟେ ଗାଇ ॥
୩. ଜୀବର ହିତେ କୃତକୃତ୍ୟ ।
ହସି କହନ୍ତି ମୁନି ସୂତ ॥
୪. ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥
୫. ପୁତ୍ରର ସ୍ନେହ ମନେ ଧରି ।
ବ୍ୟାସ ଡାକନ୍ତି ଉଚ୍ଚକରି ॥
୬. ପିତାର ସ୍ନେହ ରକ୍ଷା ଅର୍ଥେ ।
ଉତ୍ତର ଦେଲେ ବୃକ୍ଷ ପଥେ ॥
୭. ତାହାଙ୍କୁ ମୋର ନମସ୍କାର ।
ଯେ ହୃଦ ସର୍ବ ପ୍ରାଣୀଙ୍କର ॥
୮. ଜୀବର ପରିତ୍ରାଣ ଅର୍ଥେ ।
କରୁଣା ବହି ଯେହୁ ଚିତ୍ତେ ॥
୯. ଅଖିଳ-ବେଦର ଯେ ସାର ।
ଯେ ଅନୁଭବ ଆପଣାର ॥
୧୦. କହିଲେ ପୁରାଣର ସାର ।
ତାହାଙ୍କୁ ମୋର ନମସ୍କାର ॥
୧୧. ବାଣୀ ନର ଯେ ନାରାୟଣ ।
ଯେ ଗ୍ରନ୍ଥ ସଂସାର-ତାରଣ ॥
୧୨. ଉଦିତ କଲେ ଏ ସଂସାରେ ।
ନମଇଁ ତାହାଙ୍କ ପୟରେ ॥
୧୩. ଏମନ୍ତେ ନମସ୍କାର କରି ।
କହନ୍ତି ମନେ ମୋଦ ଭରି ॥
୧୪. ଶୁଣ ସକଳ ମୁନିଜନ ।
ସାଧୁ ଏ ତୁମ୍ଭର ବଚନ ॥
୧୫. ପରମ-ମଙ୍ଗଳ ଏ ବାଣୀ ।
ଜୀବ ନିସ୍ତରେ ଯାହା ଶୁଣି ॥
୧୬. ପରମଧର୍ମ ଏ ଜଗତେ ।
କୃଷ୍ଣ ଭକତି ଯେଉଁ ମତେ ॥
୧୭. ଫଳର ଆଶା ଯହିଁ ନାହିଁ ।
ବିଘ୍ନ ପଶିବ ଅବା କାହିଁ ॥
୧୮. ଯେ ଭକ୍ତିବଳେ ଏ ସଂସାର ।
ନୁହଇ ପୁଣ ଏ ଜୀବର ॥
୧୯. ଭକତି କଲେ ଜ୍ଞାନ ହୋଏ ।
ଜୀବ ନ ପଡ଼େ ମାୟାମୋହେ ॥
୨୦. କୃଷ୍ଣଚରିତ ଶୁଣି ଯେବେ ।
ଭକ୍ତି ନ ଜନ୍ମେ ମୂଢ଼ଭାବେ ॥
୨୧. କେବଳ ଶ୍ରମ ତାହାଙ୍କର ।
କାହୁଁ ତରିବେ ତମଘୋର ॥
୨୨. ଅର୍ଥସଞ୍ଚନ୍ତି ଯେତେ ନର ।
କେବଳ ଦୁଃଖ ତାହାଙ୍କର ॥
୨୩. ଅର୍ଥେ ନ ପାଇ ଧର୍ମ ମୋକ୍ଷ ।
ସେ କାମ ଲୋଭଟି ପ୍ରତ୍ୟକ୍ଷ ॥
୨୪. ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ।
ଲୋଭେ ଭ୍ରମର କାମ ଅର୍ଥେ ॥
୨୫. ଯାବତ ଜୀବନ ଧରଇ ।
କାମ ଲୋଭରେ ସୁଖ କାହିଁ ॥
୨୬. ଜୀବର ତତ୍ତ୍ୱ ଜାଣିବାରେ ।
କେ ଜ୍ଞାନୀ ଅଛି ଏ ସଂସାରେ ॥
୨୭. ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ।
ଜ୍ଞାନ କହନ୍ତି ଏ ଜଗତେ ॥
୨୮. କେହୁ କହନ୍ତି ବ୍ରହ୍ମତତ୍ତ୍ୱ ।
କେ ଅବା ବୋଲେ ପରମାର୍ଥ ॥
୨୯. କେହୁ ବୋଲନ୍ତି ଭଗବାନ ।
ନିର୍ମଳରସ ଗୋପ୍ୟ-ଜ୍ଞାନ ॥
୩୦. ସେବୋଲେ ଶ୍ରଦ୍ଧା ଯେ କରନ୍ତି ।
ଜ୍ଞାନବୈରାଗ୍ୟ ଆଚରନ୍ତି ॥
୩୧. କରନ୍ତି ବିଷ୍ଣୁରେ ଭକତି ।
ଆତ୍ମାରେ ଆତ୍ମାକୁ ଦେଖନ୍ତି ॥
୩୨. ହରି ଚରଣେ ଭକ୍ତିଜାତ ।
ଅଜ୍ଞାନେ ନ ଜାଣେ ଜଗତ ॥
୩୩. ଏଣୁ ଏ ଅଖିଳ ଜଗତେ ।
ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥
୩୪. ସ୍ୱଭାବ ଧର୍ମ ଆଚରଣେ ।
ଭକ୍ତି ଉପୁଜେ ନାରାୟଣେ ॥
୩୫. ତେଣୁ ସନ୍ତୋଷ କୃଷ୍ଣ ହୋଇ ।
ପ୍ରାଣୀଙ୍କି ଚଉବର୍ଗ ଦେଇ ॥
୩୬. ଏ ଘେନି ହୋଇ ଏକମନ ।
ଭାବେ ତୋଷିବ ଭଗବାନ ॥
୩୭. ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ।
ନିତ୍ୟେ ଶୁଣିବ କର୍ଣ୍ଣପଥେ ॥
୩୮. ନିର୍ମଳ କରି ଦୃଢ଼ମନ ।
ନିରତେ କରିବ କୀର୍ତ୍ତନ ॥
୩୯. ଧ୍ୟାନେ ଚିନ୍ତିବ କୃଷ୍ଣରୂପେ ।
ପୂଜା କରିବ ସୂକ୍ଷ୍ମକଳ୍ପେ ॥
୪୦. ଏ ଭାବେ ଭକ୍ତିଯୋଗ ବଢ଼େ ।
କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥
୪୧. ଏଣୁ ଜଗତେ ଜ୍ଞାନୀ ଯେତେ ।
କୃଷ୍ଣ ନ ଭଜିବେ କେମନ୍ତେ ॥
୪୨. କୃଷ୍ଣକଥାରେ ରତି ଯାର ।
ସେ ପ୍ରାଣୀ ଭବ ମଧ୍ୟେ ସାର ॥
୪୩. ହରିଚରଣେ ଯାର ଶ୍ରଦ୍ଧା ।
ତାକୁ ନ ଲାଗେ ଭବବାଧା ॥
୪୪. ସେପୁଣ୍ୟେ ସାଧୁସଙ୍ଗ ମିଳେ ।
ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥
୪୫. ଭକତ ସେଙ୍ଗ ଯେବେ ମିଶେ ।
ତେବେ ସେ ହରିରସେ ରସେ ॥
୪୬. କୃଷ୍ଣର କଥା ଯେ ଶୁଣନ୍ତି ।
ବଦନେ ମହିମା ଗୁଣନ୍ତି ॥
୪୭. ତାହାଙ୍କ ହୃଦେ ହରି ବସେ ।
ସକଳ କଳ୍ମଷ ବିନାଶେ ॥
୪୮. ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ ।
ବେଦେ କହନ୍ତି ମୁନିଜନ ॥
୪୯. ସାଧୁଜନଙ୍କ ମିତ୍ର ହରି ।
ଏଣୁ ଭକତକୁ ଆବୋରି ॥
୫୦. ହେଳେ ତାରଇ ଭବସିନ୍ଧୁ ।
ଯେଣୁ ଭକତଜନବନ୍ଧୁ ॥
୫୧. ଭକତଜନ ସେବା ଫଳେ ।
ଦହନ ହୋନ୍ତି ଅମଙ୍ଗଳେ ॥
୫୨. ତେଣୁ ସେ ଗୋବିନ୍ଦ ବିଷୟେ ।
ଭକ୍ତି ଉପୁଜେ ନରଦେହେ ॥
୫୩. ସ୍ୱଭାବେ ରଜ ତମ ଦୁଇ ।
କାମାଦି ଯେତେ ରିପୁ ଥାଇ ॥
୫୪. ଚିତ୍ତୁ ବାହାର ହୋଇଯାନ୍ତି ।
ସାତ୍ତ୍ୱିକଗୁଣ ଆବୋରନ୍ତି ॥
୫୫. ଏହି ପ୍ରକାରେ ଯେବେ ମନ ।
ହୋଇବ ନିର୍ମଳ ପ୍ରସନ୍ନ ॥
୫୬. ତେବେ ସେ ଭକ୍ତିଯୋଗ ବଳେ ।
କୃଷ୍ଣଭକତ ସଙ୍ଗମେଳେ ॥
୫୭. ନିର୍ମଳ ଜ୍ଞାନ ପ୍ରକାଶଇ ।
ଜନ୍ମ ମରଣ ଆଉ କାହିଁ ॥
୫୮. ଅଶେଷ-କର୍ମ-ଗଣ୍ଠି-ଛନ୍ଦ ।
ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥
୫୯. ସର୍ବ ସଂଶୟ ତୁଲେ କର୍ମ ।
ତୁଟଇ ବିଶ୍ୱମାୟାଭ୍ରମ ॥
୬୦. ଆତ୍ମାରେ ଆତ୍ମାକୁ ଦେଖନ୍ତି ।
ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
୬୧. ଏଣୁ ପଣ୍ତିତଜନ ଯେତେ ।
ଆନନ୍ଦେ ଭକ୍ତିଯୋଗ ମତେ ॥
୬୨. ହରି ବିଷୟ ଦୃଢ଼ଚିତ୍ତେ ।
ନିତ୍ୟେ ଭଜନ୍ତି ଆତ୍ମା ହିତେ ॥
୬୩. ବିଷ୍ଣୁର ମାୟାରୁ ସମ୍ଭୂତ ।
ଆଦି ପ୍ରକୃତି ଜନମାତ ॥
୬୪. ଯେ ସତ୍ତ୍ୱ-ରଜ-ତମ ଗୁଣ ।
ସୃଷ୍ଟି ପାଳନ ସଂହାରଣ ॥
୬୫. ଅନାଦି-ପରମ-ପୁରୁଷ ।
ଏ ତିନିଗୁଣେ ସେ ପ୍ରକାଶ ॥
୬୬. ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ।
ପାଳନେ ବିଷ୍ଣୁ ସେ ବୋଲାଇ ॥
୬୭. ସଂହାର କାଳେ ରୁଦ୍ର ରୂପେ ।
ସୁଖେ ବିହରେ ମୋହକଳ୍ପେ ॥
୬୮. ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ ।
ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥
୬୯. କାଷ୍ଠ ସଂଯୋଗେ ଧୂମ ଜାତ ।
ଧୂମରୁ ଅନଳ ସମ୍ଭୂତ ॥
୭୦. ତୃତୀୟ ଅଙ୍ଗାର ପ୍ରମାଣ ।
ତାମସ ରଜ ସତ୍ତ୍ୱ ଗୁଣ ॥
୭୧. ଏ ଭାବେ ବ୍ରହ୍ମ ପରିମାଣି ।
ଭବସାଗର ତରେ ପ୍ରାଣୀ ॥
୭୨. ନିର୍ମଳଚେତା ମୁନି ଯେତେ ।
ବିଚାର କରି ଆତ୍ମାହିତେ ॥
୭୩. ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି ।
ଭଜିଲେ ମୋକ୍ଷ ପରିମାଣି ॥
୭୪. ତାମସ ରଜଗୁଣେ ଯେତେ ।
ଯେ ଭୂତପତି ଏ ଜଗତେ ॥
୭୫. ସ୍ୱଭାବେ ଘୋର ଭୟଙ୍କର ।
ଏଣୁ ନ ଭଜେ ସାଧୁନର ॥
୭୬. ଅହିଂସା ଶାନ୍ତିଗୁଣେ ଥାନ୍ତି ।
ହରି ଚରିତ ଚିତ୍ତେ ଚିନ୍ତି ॥
୭୭. ଧନ ସମ୍ପଦେ ଯାର ଇଚ୍ଛା ।
ସେ କରେ ଭୂତପ୍ରେତ ଦୀକ୍ଷା ॥
୭୮. ସଂସାରେ ଦେବଯଜ୍ଞ ଯେତେ ।
ଯୋଗସାଧନ କ୍ରିୟାମତେ ॥
୭୯. ପରମଜ୍ଞାନ ତପ ଆଦି ।
କଠୋର ଯେତେ ଧର୍ମ ସାଧି ॥
୮୦. ଏ ସର୍ବଗତି ନାରାୟଣ ।
ଏବେ ହୋ ମୁନିଗଣେ ଶୁଣ ॥
୮୧. ଏ ସର୍ବବିଧି ଧର୍ମ ଯେତେ ।
କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥
୮୨. ଏ ତିନିଗୁଣେ ନାରାୟଣ ।
ସୃଷ୍ଟି ପାଳନ ସଂହାରଣ ॥
୮୩. ଏମନ୍ତେ ବିଶ୍ୱରୂପ ଧରେ ।
ମାୟାସଂସାରେ ସେ ବିହରେ ॥
୮୪. ସ୍ୱଭାବେ ନିର୍ଗୁଣ ମୁରାରି ।
ଖେଳଇ ତ୍ରିଗୁଣ ଆବୋରି ॥
୮୫. ସକଳ ଜୀବ ମଧ୍ୟେ ଥାଇ ।
ଅଜ୍ଞାନେ ଜୀବ ନ ଜାଣଇ ॥
୮୬. ଅଶେଷ ମହିମା ଯେ ଧରେ ।
କିବା ଉପମା ଦେବା ତାରେ ॥
୮୭. ସେ ହରି-ଚରଣ-ପଙ୍କଜ ।
ସୁଜନଜନ ନିତ୍ୟେ ଭଜ ॥
୮୮. କହଇ ଦାସ ଜଗନ୍ନାଥ ।
ଗୀତ-ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥ �
Wikisource
**ଜୟ ଶ୍ରୀଜଗନ୍ନାଥ।

second

ଶ୍ରୀମଦ୍ ଭାଗବତ
ପ୍ରଥମ ସ୍କନ୍ଧ — ଦ୍ୱିତୀୟ ଅଧ୍ୟାୟ
ସୂତ ଉବାଚ
ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ।
ହରଷମନେ ମନେ ଗୁଣି ॥
ଗୁରୁଙ୍କୁ ମନେ ମନେ ଧ୍ୟାୟି ।
ପରମ-ପ୍ରୀତି-ବାକ୍ୟେ ଗାଇ ॥
ଜୀବର ହିତେ କୃତକୃତ୍ୟ ।
ହସି କହନ୍ତି ମୁନି ସୂତ ॥
ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥
ପୁତ୍ରର ସ୍ନେହ ମନେ ଧରି ।
ବ୍ୟାସ ଡାକନ୍ତି ଉଚ୍ଚକରି ॥
ପିତାର ସ୍ନେହ ରକ୍ଷା ଅର୍ଥେ ।
ଉତ୍ତର ଦେଲେ ବୃକ୍ଷ ପଥେ ॥
ତାହାଙ୍କୁ ମୋର ନମସ୍କାର ।
ଯେ ହୃଦ ସର୍ବ ପ୍ରାଣୀଙ୍କର ॥
ଜୀବର ପରିତ୍ରାଣ ଅର୍ଥେ ।
କରୁଣା ବହି ଯେହୁ ଚିତ୍ତେ ॥
ଅଖିଳ-ବେଦର ଯେ ସାର ।
ଯେ ଅନୁଭବ ଆପଣାର ॥
କହିଲେ ପୁରାଣର ସାର ।
ତାହାଙ୍କୁ ମୋର ନମସ୍କାର ॥
ବାଣୀ ନର ଯେ ନାରାୟଣ ।
ଯେ ଗ୍ରନ୍ଥ ସଂସାର-ତାରଣ ॥
ଉଦିତ କଲେ ଏ ସଂସାରେ ।
ନମଇଁ ତାହାଙ୍କ ପୟରେ ॥
ଏମନ୍ତେ ନମସ୍କାର କରି ।
କହନ୍ତି ମନେ ମୋଦ ଭରି ॥
ଶୁଣ ସକଳ ମୁନିଜନ ।
ସାଧୁ ଏ ତୁମ୍ଭର ବଚନ ॥
ପରମ-ମଙ୍ଗଳ ଏ ବାଣୀ ।
ଜୀବ ନିସ୍ତରେ ଯାହା ଶୁଣି ॥
ପରମଧର୍ମ ଏ ଜଗତେ ।
କୃଷ୍ଣ ଭକତି ଯେଉଁ ମତେ ॥
ଫଳର ଆଶା ଯହିଁ ନାହିଁ ।
ବିଘ୍ନ ପଶିବ ଅବା କାହିଁ ॥
ଯେ ଭକ୍ତିବଳେ ଏ ସଂସାର ।
ନୁହଇ ପୁଣ ଏ ଜୀବର ॥
ଭକତି କଲେ ଜ୍ଞାନ ହୋଏ ।
ଜୀବ ନ ପଡ଼େ ମାୟାମୋହେ ॥
କୃଷ୍ଣଚରିତ ଶୁଣି ଯେବେ ।
ଭକ୍ତି ନ ଜନ୍ମେ ମୂଢ଼ଭାବେ ॥
କେବଳ ଶ୍ରମ ତାହାଙ୍କର ।
କାହୁଁ ତରିବେ ତମଘୋର ॥
ଅର୍ଥସଞ୍ଚନ୍ତି ଯେତେ ନର ।
କେବଳ ଦୁଃଖ ତାହାଙ୍କର ॥
 ଅର୍ଥେ ନ ପାଇ ଧର୍ମ ମୋକ୍ଷ ।
ସେ କାମ ଲୋଭଟି ପ୍ରତ୍ୟକ୍ଷ ॥
ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ।
ଲୋଭେ ଭ୍ରମର କାମ ଅର୍ଥେ ॥
ଯାବତ ଜୀବନ ଧରଇ ।
କାମ ଲୋଭରେ ସୁଖ କାହିଁ ॥
ଜୀବର ତତ୍ତ୍ୱ ଜାଣିବାରେ ।
କେ ଜ୍ଞାନୀ ଅଛି ଏ ସଂସାରେ ॥
ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ।
ଜ୍ଞାନ କହନ୍ତି ଏ ଜଗତେ ॥
କେହୁ କହନ୍ତି ବ୍ରହ୍ମତତ୍ତ୍ୱ ।
କେ ଅବା ବୋଲେ ପରମାର୍ଥ ॥
କେହୁ ବୋଲନ୍ତି ଭଗବାନ ।
ନିର୍ମଳରସ ଗୋପ୍ୟ-ଜ୍ଞାନ ॥
ସେବୋଲେ ଶ୍ରଦ୍ଧା ଯେ କରନ୍ତି ।
ଜ୍ଞାନବୈରାଗ୍ୟ ଆଚରନ୍ତି ॥
କରନ୍ତି ବିଷ୍ଣୁରେ ଭକତି ।
ଆତ୍ମାରେ ଆତ୍ମାକୁ ଦେଖନ୍ତି ॥
ହରି ଚରଣେ ଭକ୍ତିଜାତ ।
ଅଜ୍ଞାନେ ନ ଜାଣେ ଜଗତ ॥
ଏଣୁ ଏ ଅଖିଳ ଜଗତେ ।
ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥
ସ୍ୱଭାବ ଧର୍ମ ଆଚରଣେ ।
ଭକ୍ତି ଉପୁଜେ ନାରାୟଣେ ॥
ତେଣୁ ସନ୍ତୋଷ କୃଷ୍ଣ ହୋଇ ।
ପ୍ରାଣୀଙ୍କି ଚଉବର୍ଗ ଦେଇ ॥
ଏ ଘେନି ହୋଇ ଏକମନ ।
ଭାବେ ତୋଷିବ ଭଗବାନ ॥
ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ।
ନିତ୍ୟେ ଶୁଣିବ କର୍ଣ୍ଣପଥେ ॥
ନିର୍ମଳ କରି ଦୃଢ଼ମନ ।
ନିରତେ କରିବ କୀର୍ତ୍ତନ ॥
ଧ୍ୟାନେ ଚିନ୍ତିବ କୃଷ୍ଣରୂପେ ।
ପୂଜା କରିବ ସୂକ୍ଷ୍ମକଳ୍ପେ ॥
ଏ ଭାବେ ଭକ୍ତିଯୋଗ ବଢ଼େ ।
କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥
ଏଣୁ ଜଗତେ ଜ୍ଞାନୀ ଯେତେ ।
କୃଷ୍ଣ ନ ଭଜିବେ କେମନ୍ତେ ॥
କୃଷ୍ଣକଥାରେ ରତି ଯାର ।
ସେ ପ୍ରାଣୀ ଭବ ମଧ୍ୟେ ସାର ॥
ହରିଚରଣେ ଯାର ଶ୍ରଦ୍ଧା ।
ତାକୁ ନ ଲାଗେ ଭବବାଧା ॥
ସେପୁଣ୍ୟେ ସାଧୁସଙ୍ଗ ମିଳେ ।
ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥
ଭକତ ସେଙ୍ଗ ଯେବେ ମିଶେ ।
ତେବେ ସେ ହରିରସେ ରସେ ॥
କୃଷ୍ଣର କଥା ଯେ ଶୁଣନ୍ତି ।
ବଦନେ ମହିମା ଗୁଣନ୍ତି ॥
ତାହାଙ୍କ ହୃଦେ ହରି ବସେ ।
ସକଳ କଳ୍ମଷ ବିନାଶେ ॥
ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ ।
ବେଦେ କହନ୍ତି ମୁନିଜନ ॥
ସାଧୁଜନଙ୍କ ମିତ୍ର ହରି ।
ଏଣୁ ଭକତକୁ ଆବୋରି ॥
ହେଳେ ତାରଇ ଭବସିନ୍ଧୁ ।
ଯେଣୁ ଭକତଜନବନ୍ଧୁ ॥
ଭକତଜନ ସେବା ଫଳେ ।
ଦହନ ହୋନ୍ତି ଅମଙ୍ଗଳେ ॥
 ତେଣୁ ସେ ଗୋବିନ୍ଦ ବିଷୟେ ।
ଭକ୍ତି ଉପୁଜେ ନରଦେହେ ॥
୫୩. ସ୍ୱଭାବେ ରଜ ତମ ଦୁଇ ।
କାମାଦି ଯେତେ ରିପୁ ଥାଇ ॥
 ଚିତ୍ତୁ ବାହାର ହୋଇଯାନ୍ତି ।
ସାତ୍ତ୍ୱିକଗୁଣ ଆବୋରନ୍ତି ॥
ଏହି ପ୍ରକାରେ ଯେବେ ମନ ।
ହୋଇବ ନିର୍ମଳ ପ୍ରସନ୍ନ ॥
ତେବେ ସେ ଭକ୍ତିଯୋଗ ବଳେ ।
କୃଷ୍ଣଭକତ ସଙ୍ଗମେଳେ ॥
 ନିର୍ମଳ ଜ୍ଞାନ ପ୍ରକାଶଇ ।
ଜନ୍ମ ମରଣ ଆଉ କାହିଁ ॥
ଅଶେଷ-କର୍ମ-ଗଣ୍ଠି-ଛନ୍ଦ ।
ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥
ସର୍ବ ସଂଶୟ ତୁଲେ କର୍ମ ।
ତୁଟଇ ବିଶ୍ୱମାୟାଭ୍ରମ ॥
ଆତ୍ମାରେ ଆତ୍ମାକୁ ଦେଖନ୍ତି ।
ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥
ଏଣୁ ପଣ୍ତିତଜନ ଯେତେ ।
ଆନନ୍ଦେ ଭକ୍ତିଯୋଗ ମତେ ॥
ହରି ବିଷୟ ଦୃଢ଼ଚିତ୍ତେ ।
ନିତ୍ୟେ ଭଜନ୍ତି ଆତ୍ମା ହିତେ ॥
ବିଷ୍ଣୁର ମାୟାରୁ ସମ୍ଭୂତ ।
ଆଦି ପ୍ରକୃତି ଜନମାତ ॥
 ଯେ ସତ୍ତ୍ୱ-ରଜ-ତମ ଗୁଣ ।
ସୃଷ୍ଟି ପାଳନ ସଂହାରଣ ॥
ଅନାଦି-ପରମ-ପୁରୁଷ ।
ଏ ତିନିଗୁଣେ ସେ ପ୍ରକାଶ ॥
ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ।
ପାଳନେ ବିଷ୍ଣୁ ସେ ବୋଲାଇ ॥
ସଂହାର କାଳେ ରୁଦ୍ର ରୂପେ ।
ସୁଖେ ବିହରେ ମୋହକଳ୍ପେ ॥
ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ ।
ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥
କାଷ୍ଠ ସଂଯୋଗେ ଧୂମ ଜାତ ।
ଧୂମରୁ ଅନଳ ସମ୍ଭୂତ ॥
ତୃତୀୟ ଅଙ୍ଗାର ପ୍ରମାଣ ।
ତାମସ ରଜ ସତ୍ତ୍ୱ ଗୁଣ ॥
ଏ ଭାବେ ବ୍ରହ୍ମ ପରିମାଣି ।
ଭବସାଗର ତରେ ପ୍ରାଣୀ ॥
ନିର୍ମଳଚେତା ମୁନି ଯେତେ ।
ବିଚାର କରି ଆତ୍ମାହିତେ ॥
ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି ।
ଭଜିଲେ ମୋକ୍ଷ ପରିମାଣି ॥
ତାମସ ରଜଗୁଣେ ଯେତେ ।
ଯେ ଭୂତପତି ଏ ଜଗତେ ॥
 ସ୍ୱଭାବେ ଘୋର ଭୟଙ୍କର ।
ଏଣୁ ନ ଭଜେ ସାଧୁନର ॥
ଅହିଂସା ଶାନ୍ତିଗୁଣେ ଥାନ୍ତି ।
ହରି ଚରିତ ଚିତ୍ତେ ଚିନ୍ତି ॥
ଧନ ସମ୍ପଦେ ଯାର ଇଚ୍ଛା ।
ସେ କରେ ଭୂତପ୍ରେତ ଦୀକ୍ଷା ॥
ସଂସାରେ ଦେବଯଜ୍ଞ ଯେତେ ।
ଯୋଗସାଧନ କ୍ରିୟାମତେ ॥
ପରମଜ୍ଞାନ ତପ ଆଦି ।
କଠୋର ଯେତେ ଧର୍ମ ସାଧି ॥
 ଏ ସର୍ବଗତି ନାରାୟଣ ।
ଏବେ ହୋ ମୁନିଗଣେ ଶୁଣ ॥
ଏ ସର୍ବବିଧି ଧର୍ମ ଯେତେ ।
କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥
ଏ ତିନିଗୁଣେ ନାରାୟଣ ।
ସୃଷ୍ଟି ପାଳନ ସଂହାରଣ ॥
 ଏମନ୍ତେ ବିଶ୍ୱରୂପ ଧରେ ।
ମାୟାସଂସାରେ ସେ ବିହରେ ॥
ସ୍ୱଭାବେ ନିର୍ଗୁଣ ମୁରାରି ।
ଖେଳଇ ତ୍ରିଗୁଣ ଆବୋରି ॥
ସକଳ ଜୀବ ମଧ୍ୟେ ଥାଇ ।
ଅଜ୍ଞାନେ ଜୀବ ନ ଜାଣଇ ॥
 ଅଶେଷ ମହିମା ଯେ ଧରେ ।
କିବା ଉପମା ଦେବା ତାରେ ॥
ସେ ହରି-ଚରଣ-ପଙ୍କଜ ।
ସୁଜନଜନ ନିତ୍ୟେ ଭଜ ॥
କହଇ ଦାସ ଜଗନ୍ନାଥ ।
ଗୀତ-ପ୍ରବନ୍ଧେ ଭାଗବତ ॥

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ 
ପାରମହଂସ୍ୟାଂ ସଂହିତାୟାଂ 
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ 
ଦ୍ୱିତୀୟୋଽଧ୍ୟାୟଃ ॥ 
**ଜୟ ଶ୍ରୀଜଗନ୍ନାଥ।

Sunday, August 30, 2026

ଗୋଳାବନ୍ଧ

ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ — ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି
ତାରିଖ: ୨୭ ଅଗଷ୍ଟ ୨୦୨୬
ନମସ୍କାର ଦର୍ଶକବନ୍ଧୁ। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ସହିତ ଅଛି ଶେଖର ସୁମନ୍ ଦାସ ।
ଆଜି ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧ ଠାରେ ବିଭିନ୍ନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ ପ୍ରଦାନ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ବିକାଶରେ ଗୁରୁତ୍ୱ ରଖିଥିଲେ ମଧ୍ୟ, ପ୍ରକଳ୍ପ ପାଇଁ ଜମି ହରାଇଥିବା ଓ ବିସ୍ଥାପିତ ହୋଇଥିବା ପରିବାରମାନଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ପଡ଼ିଥାଏ।
ଏହି ପରିପ୍ରେକ୍ଷୀରେ ବିସ୍ଥାପିତ ପରିବାରଙ୍କୁ କେବଳ କ୍ଷତିପୂରଣ ନୁହେଁ, ବରଂ ସେମାନଙ୍କ ପୁନର୍ବାସ, ଜୀବିକା ଓ ଭବିଷ୍ୟତ ସୁରକ୍ଷାକୁ ଗୁରୁତ୍ୱ ଦେଇ ଥଇଥାନ ପ୍ୟାକେଜ ପ୍ରଦାନ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ରହିଛି।
ଗୋଳାବନ୍ଧରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ଲୋକଙ୍କ ସମସ୍ୟା, ସେମାନଙ୍କ ଅଧିକାର ଏବଂ ପୁନର୍ବାସ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଗୁରୁତ୍ୱ ରହିଛି।
ସରକାରୀ ପ୍ରକଳ୍ପ ଓ ବିକାଶ କାର୍ଯ୍ୟ ଆଗକୁ ବଢ଼ିବା ସହିତ ବିସ୍ଥାପିତ ପରିବାରମାନେ ଯେପରି ସମ୍ମାନର ସହିତ ନୂଆ ଜୀବନ ଆରମ୍ଭ କରିପାରିବେ, ସେଥିପାଇଁ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥାର ଗୁରୁତ୍ୱ ଅଧିକ।
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗୋଳାବନ୍ଧ ଗସ୍ତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।
ଦର୍ଶକବନ୍ଧୁ, ଏହି କାର୍ଯ୍ୟକ୍ରମରୁ ଆଗାମୀ ଦିନରେ ବିସ୍ଥାପିତ ପରିବାରମାନଙ୍କ ପୁନର୍ବାସ ଓ ଥଇଥାନ ନେଇ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

“ଗୋଳାବନ୍ଧ ମାଟିରେ ଆଜି, ନୂଆ ଆଶାର ଆଲୋକ... ବିସ୍ଥାପିତ ପରିବାର ପାଇଁ, ପୁନର୍ବାସର ନୂଆ ସଙ୍କଳ୍ପ...
ବିକାଶ ସହ ମାନବିକତା, ସରକାରଙ୍କ ଏହି ପ୍ରୟାସ... ଥଇଥାନର ନୂଆ ଅଧ୍ୟାୟ, ଲୋକଙ୍କ ମୁହଁରେ ନୂଆ ବିଶ୍ୱାସ...”

ଏହି ଖବର ସମ୍ପର୍କରେ ଆପଣଙ୍କ ମତାମତ କଣ? ଆମକୁ କମେଣ୍ଟ କରି ଜଣାନ୍ତୁ।
ଯଦି ଆପଣ କୋଷ୍ଟାଲ ନିଉଜ ରେ ପ୍ରଥମେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ଥାନୀୟ ଖବର ଓ ତାଜା ଅପଡେଟ୍ ପାଇବାକୁ ଚାହୁଁଛନ୍ତି, ତେବେ ଆମ ୟୁଟ୍ୟୁବ ଚ୍ୟାନେଲକୁ ଲାଇକ , ସେୟାର ଓ ସବସ୍କ୍ରାଇବ କରନ୍ତୁ।
ଆପଣଙ୍କ ଗୋଟିଏ ଲାଇକ , ଗୋଟିଏ ସେୟାର ଏବଂ ସବସ୍କ୍ରାଇବ ଆମକୁ ଆହୁରି ଭଲ ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ପ୍ରେରଣା ଦେଇଥାଏ।
ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ବେଲ ଆଇକନ୍ ଦବାଇବାକୁ ଭୁଲନ୍ତୁ ନାହିଁ।
ମୁଁ ଆପଣଙ୍କ ସହିତ ଥିଲି। ଆପଣ ଦେଖୁଥିଲେ କୋଷ୍ଟାଲ ନିଉଜ୍।
ଖବର ସହିତ ରୁହନ୍ତୁ, ସତ୍ୟ ସହିତ ରୁହନ୍ତୁ।
ଧନ୍ୟବାଦ। ନମସ୍କାର। 🇮🇳

ବାତ୍ୟା

ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ 

ମୁଁ ଆପଣଙ୍କ ଶେଖର ସୁମନ ଦାସ ନେଇ ଆସିଛି ଓଡ଼ିଶାର ପାଣିପାଗକୁ ନେଇ ଏହି ସମୟର ସବୁଠାରୁ ବଡ଼ ଖବର।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ବଢ଼ିବା ସହିତ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ ପବନର ଆଶଙ୍କା ରହିଛି।
ତେବେ ପ୍ରଶ୍ନ ହେଉଛି—
ଏହି ଲଘୁଚାପ କ’ଣ ଚକ୍ରବାତର ରୂପ ନେବ?

🌊 ବଙ୍ଗୋପସାଗରରେ ଲଘୁଚାପ
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ରହିଛି।
ଏହି ପାଣିପାଗ ପ୍ରଣାଳୀ ଆଗାମୀ ସମୟରେ ଅଧିକ ସ୍ପଷ୍ଟ ହୋଇ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଦିଗକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ।
⛈️ ଆଜିଠାରୁ ବଢ଼ିବ ବର୍ଷା
ଆଇ ଏମ୍ ଡି ର ଆଜିର ଚେତାବନୀ ଅନୁସାରେ, ଅଗଷ୍ଟ ୩୦ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ।
ସେହିପରି ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ଅତି ପ୍ରବଳ ବର୍ଷା, ଏବଂ ସେପ୍ଟେମ୍ବର ୨ ଓ ୩ ତାରିଖରେ ମଧ୍ୟ ପ୍ରବଳ ବର୍ଷାର ଚେତାବନୀ ରହିଛି।
ଏହା ସହିତ ବଜ୍ରପାତ ଓ ଝଡ଼ପବନ ନେଇ ମଧ୍ୟ ସତର୍କ କରାଯାଇଛି।
୭ ଦିନ ଧରି ବର୍ଷିବ ପ୍ରଳୟଙ୍କରୀ ବର୍ଷା: ୪ ଜିଲ୍ଲାକୁ ରେଡ୍ ଆଲର୍ଟ, ସମୁଦ୍ର
ଯିବାକୁ ବାରଣ
ଆଗାମୀ ଏକ ସପ୍ତାହ ଯାଏଁ ସାରା ରାଜ୍ୟରେ ଲାଗି ରହିବ ପ୍ରଳୟଙ୍କରୀ ବର୍ଷା
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଅଗଷ୍ଟ
୩୦ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭୟଙ୍କର ବର୍ଷା ସହିତ ଘଡ଼ଘଡ଼ି
ଓ ଝଟକା ପବନ ଆତଙ୍କ ଖେଳାଇବ ବିଶେଷ କରି ଅଗଷ୍ଟ ୩୦ ତାରିଖରେ
ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା
ପାଇଁ 'ରେଡ୍ ୱା ଆଲର୍ଟ ' ଜାରି କରାଯାଇଛି। ସେହିପରି ୩୧ ତାରିଖରେ ବାଲେଶ୍ବର,
କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରଳୟଙ୍କରୀ ବର୍ଷା ଆଶଙ୍କା ରହିଛି। ପରବର୍ତ୍ତୀ
ସମୟରେ ବର୍ଷାର ପ୍ରକୋପ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର
ଓ ବରଗଡ଼ ଜିଲ୍ଲା ଆଡ଼କୁ ଗତି କରିବ ଅନ୍ୟପଟେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା
ସହ ଉପକୂଳରେ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା
ରହିଛି। ଏହାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର
ମଧ୍ୟକୁ ଯିବା ଉପରେ କଡ଼ା କଟକଣା ଲଗାଯାଇଛି। ସମସ୍ତ ଜିଲ୍ଲା ପ୍ରଶାସନକୁ
ହାଇଆଲର୍ଟରେ ରଖାଯାଇଛି ।
⚠️ ଚକ୍ରବାତ ହେବ କି?
ଏବେ ସବୁଠାରୁ ବଡ଼ ପ୍ରଶ୍ନ—
ଲଘୁଚାପ ଚକ୍ରବାତରେ ପରିଣତ ହେବ କି?
ବର୍ତ୍ତମାନ ଉପଲବ୍ଧ ଆଇ ଏମ୍ ଡି ଦ୍ଵାରା ଏହାକୁ ନିଶ୍ଚିତ ଭାବେ ଚକ୍ରବାତ ବୋଲି ଘୋଷଣା କରାଯାଇନାହିଁ।
ତେଣୁ ସୋସିଆଲ ମିଡିଆରେ ଘୁରୁଥିବା “ବଡ଼ ଚକ୍ରବାତ ଆସୁଛି” ଭଳି ଅପ୍ରମାଣିତ ଖବରକୁ ନେଇ ଲୋକେ ଭୟଭୀତ ନହୋଇ, କେବଳ ଆଇ ଏମ୍ ଡି ର ସରକାରୀ ସୂଚନା ଉପରେ ଭରସା କରନ୍ତୁ।
ପାଣିପାଗ ପ୍ରଣାଳୀର ଗତି ଓ ତୀବ୍ରତା ଅନୁସାରେ ଆଗାମୀ ବୁଲେଟିନରେ ପରିସ୍ଥିତି ସ୍ପଷ୍ଟ ହେବ।
🌧️ କେଉଁଠି ଅଧିକ ପ୍ରଭାବ?
ଲଘୁଚାପ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ରହିଥିବାରୁ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହିତ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ।
କେତେକ ସ୍ଥାନରେ ଅଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ହେଲେ ରାସ୍ତାରେ ପାଣି ଜମିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ନଦୀନାଳାର ଜଳସ୍ତର ବଢ଼ିବା ଭଳି ସମସ୍ୟା ଦେଖାଦେଇପାରେ।
ବିଶେଷକରି ପୂର୍ବରୁ ବନ୍ୟା ଓ ଅତିବର୍ଷାର ପ୍ରଭାବ ଦେଖିଥିବା ଅଞ୍ଚଳଗୁଡ଼ିକରେ ପ୍ରଶାସନ ଓ ଲୋକମାନଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ।
🌾 ଚାଷୀଙ୍କ ପାଇଁ ସତର୍କତା
ବର୍ଷାକୁ ନେଇ ଚାଷୀମାନଙ୍କ ପାଇଁ ମଧ୍ୟ ସତର୍କତା ଜରୁରୀ।
ଅତ୍ୟଧିକ ବର୍ଷା ଆଶଙ୍କା ଥିବା ଅଞ୍ଚଳରେ ଜମିରୁ ଅତିରିକ୍ତ ପାଣି ନିଷ୍କାସନ ପାଇଁ ନାଳୀ ବ୍ୟବସ୍ଥା କରିବା, ପାକ ଅବସ୍ଥା ଅନୁଯାୟୀ କୃଷି ବିଭାଗର ପରାମର୍ଶ ନେବା ଏବଂ ଜରୁରୀ କୃଷି ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବା ଭଲ।
ମତ୍ସ୍ୟଜୀବୀଙ୍କୁ ସତର୍କତା
ସମୁଦ୍ର ଅଞ୍ଚଳରେ ପାଣିପାଗ ଖରାପ ରହିପାରୁଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ  ଆଇ ଏମ୍ ଡି ସମୁଦ୍ର ପାଣିପାଗ ସୂଚନା ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ।
ସମୁଦ୍ର ଉତ୍ତାଳ ଥିଲେ କୌଣସି ପରିସ୍ଥିତିରେ ବିପଦକୁ ଅଣଦେଖା କରି ସମୁଦ୍ରକୁ ଯିବା ଉଚିତ ନୁହେଁ।
⚡ ବଜ୍ରପାତରୁ ସାବଧାନ
ବର୍ଷା ସହିତ ବଜ୍ରପାତର ମଧ୍ୟ ଆଶଙ୍କା ରହିଛି।
ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳେ, ପୋଖରୀ କିମ୍ବା ନଦୀ କୂଳରେ ରହନ୍ତୁ ନାହିଁ।
ସମ୍ଭବ ହେଲେ ଘର ଭିତରେ ସୁରକ୍ଷିତ ରୁହନ୍ତୁ ଏବଂ ଆବଶ୍ୟକ ନଥିଲେ ବର୍ଷା ସମୟରେ ଯାତାୟାତ ଏଡ଼ାନ୍ତୁ।
କୋଷ୍ଟାଲ ନିଉଜ୍  ର ବିଶେଷ ଅନୁରୋଧ
ଦର୍ଶକ ବନ୍ଧୁ, ବର୍ତ୍ତମାନର ପରିସ୍ଥିତିରେ ଭୟଭୀତ ହେବା ନୁହେଁ, ବରଂ ସଚେତନ ଓ ସତର୍କ ରହିବା ହିଁ ସବୁଠାରୁ ବଡ଼ ସୁରକ୍ଷା।
ପାଣିପାଗର ପରିସ୍ଥିତି ଖୁବ ଶୀଘ୍ର ବଦଳିପାରେ। ତେଣୁ ନୂଆ ଚେତାବନୀ ଆସିଲେ ତାହାକୁ ଗୁରୁତ୍ୱ ଦିଅନ୍ତୁ।
ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇଥିଲେ କୋଷ୍ଟାଲ ନିଉଜ୍  କୁ ଲାଇକ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ।

ଆପଣ ଦେଖୁଥିଲେ କୋଷ୍ଟାଲ ନିଉଜ୍ ।
ଧନ୍ୟବାଦ।
ସୁରକ୍ଷିତ ରୁହନ୍ତୁ, ସଚେତନ ରୁହନ୍ତୁ। 🙏

Saturday, August 29, 2026

ସୁଭଦ୍ରା

ନୟାଗଡ଼ରୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି | ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ ୫,୧୬୩ କୋଟିରୁ ଅଧିକ ସହାୟତା

ନମସ୍କାର…
ଆପଣ ଦେଖୁଛନ୍ତି କୋଷ୍ଟାଲ୍ ନିଉଜ୍ 
ମୁଁ ଶେଖର ସୁମନ ଦାସ ।
ଆଜିର ବଡ଼ ଖବର—ନୟାଗଡ଼ରୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ୧୬୩ କୋଟିରୁ ଅଧିକ ଟଙ୍କା ପଠାଯାଇଛି।
ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ହିତାଧିକାରୀ ଏହି ପଞ୍ଚମ କିସ୍ତିରେ ସାମିଲ ହୋଇଛନ୍ତି।
🎥 [
ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।
ନୟାଗଡ଼ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏହି କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ—
ସୁଭଦ୍ରା ଯୋଜନା କେବଳ ଟଙ୍କା ଆବଣ୍ଟନର ଏକ ଯୋଜନା ନୁହେଁ।
ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ସରକାରଙ୍କ ପ୍ରତିବଦ୍ଧତା।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ମହିଳାଙ୍କୁ କେବଳ ଆର୍ଥିକ ସହାୟତା ଦେବା ହିଁ ସଶକ୍ତିକରଣ ନୁହେଁ।
ବରଂ ମହିଳାମାନେ ନିଜ ପାଇଁ ନିଜେ ନିଷ୍ପତ୍ତି ନେଇପାରିବା, ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ଏବଂ ସାମାଜିକ, ଆର୍ଥିକ ଓ ରାଜନୈତିକ ସ୍ତରରେ ସଶକ୍ତ ହେବା ହିଁ ପ୍ରକୃତ ନାରୀ ସଶକ୍ତିକରଣ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାରେ ଆଇଆଇଏମ୍ ସମ୍ବଲପୁର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭେକୁ ଉଦ୍ଧୃତ କରାଯାଇଛି।
ସର୍ଭେ ଅନୁସାରେ, ପ୍ରାୟ ୮୦ ପ୍ରତିଶତ ମହିଳା ସୁଭଦ୍ରା ସହାୟତାକୁ କେବଳ ଦୈନନ୍ଦିନ ଖର୍ଚ୍ଚରେ ନ ଲଗାଇ ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି।
ସେହିପରି ୮୭.୧୯ ପ୍ରତିଶତ ହିତାଧିକାରୀ ସୁଭଦ୍ରା ଯୋଜନାକୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଛନ୍ତି।

ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ଓଡ଼ିଶାରେ ୨୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ଏବଂ ଏ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ଥିବା ସେ କହିଛନ୍ତି।
ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ମହିଳା ଉଦ୍ୟୋଗୀ ବ୍ୟବସ୍ଥା ମାଧ୍ୟମରେ ବ୍ୟବସାୟ ଆରମ୍ଭ ପାଇଁ ମାର୍ଗଦର୍ଶନ, ଦକ୍ଷତା ପ୍ରଶିକ୍ଷଣ, ବଜାର ସଂଯୋଗ ଓ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ନୟାଗଡ଼ ଚିନି କଳ ପ୍ରତିଷ୍ଠା କରାଯିବା ସହିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଏହା ନୟାଗଡ଼ ଜିଲ୍ଲାର କୃଷି, ଶିଳ୍ପ ଓ ରୋଜଗାର କ୍ଷେତ୍ରକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ସହାୟତା ପ୍ରଦାନକୁ ନେଇ ମୁଖ୍ୟମନ୍ତ୍ରୀ ଏକ ଭାବପ୍ରବଣ କଥା ମଧ୍ୟ କହିଥିଲେ।
ତାଙ୍କ କହିବା ଅନୁସାରେ—
ଭାଇ ଯେପରି ରକ୍ଷା ବନ୍ଧନରେ ନିଜ ଭଉଣୀଙ୍କୁ ଉପହାର ଦିଏ, ସେହିପରି ଓଡ଼ିଶାର ମାଆ ଓ ଭଉଣୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରି ସେ ଜଣେ ଭାଇର କର୍ତ୍ତବ୍ୟ ସମ୍ପାଦନ କରୁଥିବା ଭଳି ଅନୁଭବ କରୁଛନ୍ତି।

କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ସୁଭଦ୍ରା ହେଉଛି ମାଆ ଓ ଭଉଣୀମାନଙ୍କ ସ୍ୱପ୍ନ, ସମ୍ମାନ ଓ ସ୍ୱାବଲମ୍ବନର ପ୍ରତୀକ।
ସେହିପରି ମାତୃଶକ୍ତିର ଜାଗରଣ ହେଲେ ସମାଜର ବିକାଶ ହୁଏ ବୋଲି କହିଥିଲେ କନ୍ଧମାଳ ସାଂସଦ।

ତେବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ମାଧ୍ୟମରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ହଜାର ହଜାର କୋଟି ଟଙ୍କା ଯିବା ସହିତ, ନାରୀ ସଶକ୍ତିକରଣ ଓ ମହିଳା ଉଦ୍ୟୋଗୀକରଣକୁ ଆହୁରି ଗତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ନୟାଗଡ଼ରେ ଚିନି କଳ ଓ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ସମ୍ପର୍କିତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛି।
ଏହା ଥିଲା ଆଜିର ପ୍ରମୁଖ ଖବର।
ଆପଣ ଦେଖୁଥିଲେ କୋଷ୍ଟାଲ୍ ନିଉଜ୍ ।
ଖବରଟି ଭଲ ଲାଗିଥିଲେ ଲାଇକ, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ।
ନୂଆ ନୂଆ ଖବର ପାଇଁ ଆମ କୋଷ୍ଟାଲ୍ ନିଉଜ୍ ସହିତ ଯୋଡ଼ି ରୁହନ୍ତୁ।
ଧନ୍ୟବାଦ। ନମସ୍କାର।

Tuesday, August 18, 2026

ବନ୍ୟା ବିପନ୍ନଙ୍କ ପାଇଁ ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରନ୍ଧା, ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ଯୋଗାଣ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିବା ପରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାରମ୍ଭିକ ଆକଳନ ଆଧାରରେ ବନ୍ୟା ପ୍ରଭାବିତଙ୍କ ପାଇଁ ହଜାର କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପ୍ୟାକେଜ୍‌ର ପରିମାଣ ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।

ବନ୍ୟାରେ ସର୍ବାଧିକ ପ୍ରଭାବିତ ଚାଷୀ, ମତ୍ସ୍ୟଜୀବୀ, ପଶୁପାଳକ, ହସ୍ତଶିଳ୍ପୀ ଏବଂ ଅନ୍ୟ କ୍ଷତିଗ୍ରସ୍ତଙ୍କୁ ପ୍ୟାକେଜ୍‌ ମାଧ୍ୟମରେ ସହାୟତା ଯୋଗାଇ ଦିଆଯିବ। ବିଶେଷକରି କୃଷି କ୍ଷେତ୍ରର କ୍ଷୟକ୍ଷତି ପୂରଣ ସହ ଚାଷୀଙ୍କୁ ପରବର୍ତ୍ତୀ ଚାଷ ପାଇଁ ଆବଶ୍ୟକ ସହାୟତା ଦିଆଯିବ।

୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କା ସହାୟତା ଦିଆଯିବ।

ସେହିପରି ୧୨ ମାସୀ ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ। ବନ୍ୟାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ମଧ୍ୟ ସରକାର ଆର୍ଥିକ ସହାୟତା ଦେବେ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ପନିପରିବା ମିନି କିଟ୍‌ ଯୋଗାଇ ଦିଆଯିବ। ବନ୍ୟା ପରେ ରୋଗପୋକ ଯୋଗୁଁ ଫସଲରେ ହେଉଥିବା କ୍ଷତି ପାଇଁ ୭୫ ପ୍ରତିଶତ ସବସିଡି ଦିଆଯିବ।

ବନ୍ୟାରେ କ୍ଷତିଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ଏହାଦ୍ୱାରା ଆଗାମୀ ଚାଷ ଋତୁରେ ଚାଷୀମାନେ ଯେପରି ଜଳସେଚନ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ତ୍ୱରିତ ପଦକ୍ଷେପ ନିଆଯିବ।

ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ନଷ୍ଟ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ମିଳିବ। ଏହା ଦ୍ୱାରା ବନ୍ୟାରେ ପ୍ରଭାବିତ ମତ୍ସ୍ୟଜୀବୀମାନେ ପୁଣିଥରେ ନିଜ ଜୀବିକା ଆରମ୍ଭ କରିପାରିବେ।

ବନ୍ୟାରେ ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଥିଲେ ସେଥିପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯିବ। ପଶୁପାଳନ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକୁ ବନ୍ୟା ପରେ ଆର୍ଥିକ ଭାବେ ସହାୟତା କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

ବନ୍ୟାରେ କ୍ଷତିଗ୍ରସ୍ତ ଏବଂ ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପମିଆଦି ଖରିଫ ଋଣକୁ ମଧ୍ୟମମିଆଦି କୃଷି ଋଣରେ ପରିବର୍ତ୍ତନ କରାଯିବ। ଫଳରେ ବନ୍ୟା ଯୋଗୁଁ ଚାଷ ନଷ୍ଟ ହୋଇଥିବା ଚାଷୀଙ୍କ ଉପରେ ତୁରନ୍ତ ଋଣ ପରିଶୋଧର ଚାପ କିଛିଟା ହ୍ରାସ ପାଇବ।

ବନ୍ୟାରେ ହସ୍ତଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହା ଦ୍ୱାରା ବନ୍ୟା ପ୍ରଭାବିତ ହସ୍ତଶିଳ୍ପୀମାନେ ନଷ୍ଟ ହୋଇଥିବା ସାମଗ୍ରୀ ଓ କାର୍ଯ୍ୟ ଉପକରଣକୁ ପୁଣିଥରେ ବ୍ୟବସ୍ଥିତ କରି ଜୀବିକା ଆରମ୍ଭ କରିପାରିବେ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ଯୋଗାଣ ଜାରି ରହିବ। ଆବଶ୍ୟକତା ଅନୁଯାୟୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟା କ୍ଷୟକ୍ଷତିର ପ୍ରକୃତ ଚିତ୍ର ଜାଣିବା ପାଇଁ ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ। ଏଥିପାଇଁ ସେ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି। ପ୍ରାରମ୍ଭିକ ଆକଳନ ଆଧାରରେ ବର୍ତ୍ତମାନ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଛି। ଜିଲ୍ଲାସ୍ତରୀୟ ଏବଂ ଗ୍ରାଉଣ୍ଡ ସର୍ଭେର ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ପରିମାଣ ଅନୁଯାୟୀ ପ୍ୟାକେଜ୍‌ର ଅର୍ଥରାଶି ଆହୁରି ବଢ଼ିବାର ସମ୍ଭାବନା ରହିଛି।

ବନ୍ୟା ପରେ ଚାଷୀ ଓ ଅନ୍ୟ ପ୍ରଭାବିତ ବର୍ଗଙ୍କ ଜୀବନଜୀବିକାକୁ ପୁଣିଥରେ ସ୍ୱାଭାବିକ କରିବା ଏହି ପ୍ୟାକେଜ୍‌ର ମୁଖ୍ୟ ଲକ୍ଷ୍ୟ। ତୁରନ୍ତ ରିଲିଫ୍ ସହ କୃଷି, ମତ୍ସ୍ୟଚାଷ, ପଶୁପାଳନ ଓ ଅନ୍ୟ ଜୀବିକା କ୍ଷେତ୍ରର ପୁନରୁଦ୍ଧାର ଉପରେ ସରକାର ଫୋକସ୍‌  କରିଛନ୍ତି।

Monday, August 17, 2026

jajpur cm in flood

ଯାଜପୁର ବନ୍ୟାଞ୍ଚଳ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ..... 

"ନମସ୍କାର, କୋଷ୍ଟାଲ୍ ନ୍ୟୁଜ୍‌କୁ ସ୍ୱାଗତ କରୁଛି... ଶେଖର ସୁମନ ଦାସ ।
....... 
ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ବହୁ ନିଶ୍ଚଳ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏହି ସଙ୍କଟଜନକ ସ୍ଥିତିରେ ଆଜି ସ୍ଥିତି ପରଖିବାକୁ ସରଜମିନ ଅନୁଧ୍ୟାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।"  

ଯାଜପୁର ବନ୍ୟା ପରିସ୍ଥିତି, ବୈତରଣୀ ଓ ବ୍ରାହ୍ମଣୀ ନଦୀର ଉଫାନ୍, ଏବଂ ନାଆରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, 

"ଆଜି ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକ୍‌ର କାସପା ଓ ତାରାପଡ଼ା ପଞ୍ଚାୟତରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ରାମଚନ୍ଦ୍ରପୁର, ବାଲ୍ଦା ଏବଂ ଧୋବାବିଲି ଗାଁର ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କ ସୁଖ-ଦୁଃଖ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଡଙ୍ଗାରେ ବସି ଗାଁ ଗାଁ ବୁଲି ବନ୍ୟା ପରିସ୍ଥିତି ଓ ଘାଇ ସ୍ଥିତିର ସମୀକ୍ଷା କରିଛନ୍ତି।"
​ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହୋଇଥିଲେ ଓ  ରିଲିଫ୍ ବଣ୍ଟନ କାର୍ଯ୍ୟ ତଦାରଖ କରିଥିଲେ 
"ବନ୍ୟା ବିପନ୍ନଙ୍କୁ ତୁରନ୍ତ ସୁଖିଲା ଓ ରନ୍ଧା ଖାଦ୍ୟ ସହ ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପ୍ରତ୍ୟେକ ବନ୍ୟା ବିପନ୍ନଙ୍କ ସହ ଅଛନ୍ତି ଏବଂ ଉଦ୍ଧାର, ରିଲିଫ୍ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ଏହାସହ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।"
​"ଲୋକଙ୍କ ନିକଟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଅଛି। ପାଣି ଛାଡ଼ିବା ପରେ କ୍ଷତିପୂରଣ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।"

"ଯାଜପୁର ସମେତ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆଗାମୀ ଅପଡେଟ୍‌ ପାଇଁ ସବସ୍କ୍ରାଇବ୍ କରନ୍ତୁ 'କୋଷ୍ଟାଲ୍ ନ୍ୟୁଜ୍'। ଧନ୍ୟବାଦ।"

କୋଷ୍ଟାଲ୍ ନିଉଜ୍
ବନ୍ଦେ ଉତ୍କଳ ଜନନୀ 

Friday, August 14, 2026

ବିଭାଜନ ର ବିଭିଷିକା

*ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଷ୍ଟାଲ୍ ନିଉଜ୍ 
ଉପସ୍ତାପକ ଶେଖର ସୁମନ ଦାସ 

*ବିଭାଜନର ବିଭୀଷିକା*

ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରଠାରେ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି। 

ଏହା କେବଳ ସ୍ମୃତି ଦିବସ ନୁହେଁ, ବରଂ ଦେଶର* 
*ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ଦିବସ*

*ଯୁବପିଢ଼ି ଜାଣନ୍ତୁ ସତ୍ୟ: ଏନସିଇଆରଟି ପାଠ୍ୟ ପୁସ୍ତକ ରେ ସ୍ଥାନ ପାଇଛି* 


ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ  ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ବିଭିନ୍ନ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ପ୍ରାୟ ଦେଢ଼ କୋଟି ଲୋକ ନିଜର ଭିଟାମାଟି ଛାଡ଼ି ଦେଶାନ୍ତର ହୋଇଥିଲେ। ଏହି ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ୫ ଲକ୍ଷରୁ ୨୦ ଲକ୍ଷ ନିରୀହ ଲୋକଙ୍କର ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। 

ପାକିସ୍ତାନରୁ ଆସୁଥିବା ‘ବ୍ଲଡ୍ ଟ୍ରେନ୍’ ଓ ‘ଘୋଷ୍ଟ୍ ଟ୍ରେନ୍’ଗୁଡ଼ିକରେ କେବଳ ମୃତଦେହ ଭରି ରହିଥିଲା, ଯାହାର ପ୍ରଭାବ ଆଜି ବି ସେମାନଙ୍କ ବଂଶଧରଙ୍କ ମନରେ ରହିଛି।

ବ୍ରିଟିଶ ସରକାରଙ୍କ ଡିଭାଇଡ ଆଣ୍ଡ ରୁଲ଼ ନୀତି ଏବଂ ସେତେବେଳର ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲୋଭ ଯୋଗୁଁ ଏହି ବିଭାଜନ ଘଟିଥିଲା। ସେ ସମୟରେ ମୁସ୍‌ଲିମ୍‌ ଲିଗ୍ ଓ କଂଗ୍ରେସର ନିଷ୍ପତ୍ତି ହିଁ ବିଭାଜନର ମୂଳ କାରଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। 

ଆଜି ବି ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ନଗଣ୍ୟ ହୋଇଯାଇଥିବା ବେଳେ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଯେଉଁମାନେ ଏହି ବିଭୀଷିକାକୁ ସାଧାରଣ ଭାବେ ଦେଖୁଛନ୍ତି କିମ୍ବା ଶତ୍ରୁ ଭାବାପନ୍ନ ଦେଶ ସହ ବନ୍ଧୁତ୍ୱ ପାଇଁ ଆଗ୍ରହୀ, ସେମାନଙ୍କୁ ସ୍ୱାର୍ଥପର ଓ ଦେଶବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି।

ଏହି ଛପାଯାଇଥିବା ଇତିହାସକୁ ଆଜିର ଯୁବପିଢ଼ି ଆଗରେ ଉଜାଗର କରିବା ପାଇଁ NCERT ପାଠ୍ୟପୁସ୍ତକରେ ବିଭାଜନର ବିଭୀଷିକାକୁ ସ୍ଥାନିତ କରାଯାଇଛି, ଯାହାଦ୍ୱାରା ଯୁବଶକ୍ତି ଭ୍ରମିତ ନ ହୋଇ ପ୍ରକୃତ ସତ୍ୟ ଜାଣିପାରିବେ। ଅପରପକ୍ଷରେ, ଦେଶାନ୍ତର ହୋଇ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରୁ ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗୀୟ ମନମୋହନ ସିଂହ ଏବଂ ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂହ ନିଜ କଠିନ ପରିଶ୍ରମ ବଳରେ ଶୀର୍ଷରେ ପହଞ୍ଚିଥିବା ବେଳେ, ପାକିସ୍ତାନ ଯାଇଥିବା ମୁସଲମାନମାନଙ୍କୁ ଆଜି ବି ସେଠାରେ ‘ମୋହାଜିର୍’ ଭାବେ ନିନ୍ଦିତ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୧ରୁ ଆରମ୍ଭ କରାଯାଇଥିବା ଏହି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଆମକୁ ଘୃଣା ଓ ବିଦ୍ୱେଷର ପରିଣାମ ପ୍ରତି ସଚେତନ କରାଏ। ଆସନ୍ତାକାଲି ସ୍ୱାଧୀନତା ଦିବସ ଆନନ୍ଦର ସହ ପାଳନ କରିବା ସହ ଦେଶର ସାର୍ବଭୌମତ୍ୱ, ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଏହି କଳା ଇତିହାସର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିଭାଜନର  ଯନ୍ତ୍ରଣା, ବିଚ୍ଛେଦ ଓ ବଳିଦାନକୁ ମନେ ପକାଇ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ, ଆଜିର ଦିନଟି କେବଳ ଏକ ସାଧାରଣ ଦିବସ ନୁହେଁ, ବରଂ ଏହା ଇତିହାସର ଏକ କଳା ଅଧ୍ୟାୟ ଯେଉଁଥିରେ ଅସଂଖ୍ୟ ନିରୀହ ଲୋକ ହିଂସାର ଶିକାର ହୋଇଥିଲେ । ଆମେ ଏହି ଇତିହାସକୁ କଦାପି ଭୁଲିବା ଉଚିତ ନୁହେଁ, କାରଣ ଇତିହାସକୁ ଭୁଲିଗଲେ ଆମେ ତାହା ପ୍ରଦାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ବି ଭୁଲିଯିବା। ଆମ ସମସ୍ତଙ୍କର ଗୋଟିଏ ବଡ଼ ପରିଚୟ ହେଉଛି ଆମେ ‘ଭାରତୀୟ’ ଏବଂ ଏକ ନୂତନ, ସମୃଦ୍ଧ ଭାରତ ଗଠନରେ ସେହି ନିରୀହ ବଳିଦାନୀଙ୍କ ଅବଦାନ ସଦା ସ୍ମରଣୀୟ । ତେଣୁ ବିଭାଜନ ନୁହେଁ, ବରଂ ଏକତା ଓ ଅଖଣ୍ଡତା ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା, ଅର୍ଗାନାଇଜର ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ କେତ୍‌କର୍, ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମହଲା, ଭାରତୀୟ ଇତିହାସ ସଂକଳନ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କେଶରୀ ମହାପାତ୍ର, ବହୁ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
କୋଷ୍ଟାଲ୍ ନିଉଜ୍ 
ବନ୍ଦେ ଉତ୍କଳ ଜନନୀ 

Thursday, August 13, 2026

କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
​ଭୁବନେଶ୍ୱର (କୋଷ୍ଟାଲ ନ୍ୟୁଜ୍):
ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସମ୍ପର୍କରେ ଉନ୍ନୟନ କମିଶନର ଅନୁ ଗାର୍ଗ ସୂଚନା ଦେଇଛନ୍ତି।
​୧. OSWAS 3.0 ପ୍ରକଳ୍ପ:
ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ 'ଓସୱାସ ୩.୦' (OSWAS 3.0) କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫାଇଲ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଅନଲାଇନ୍ ଓ ପେପରଲେସ୍ କରିବା ପାଇଁ ଏହି ପ୍ରକଳ୍ପକୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଉଛି। ₹୧୨୨.୬୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ 'TCS' ଦ୍ୱାରା ପରିଚାଳିତ କରାଯିବ। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାମିଲ କରାଯିବା ସହ ବିନା VPN ରେ ମଧ୍ୟ କାର୍ଯ୍ୟ କରିହେବ, ଯାହା ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବ।
​୨. ସେମିକଣ୍ଡକ୍ଟର ନୀତିରେ ସଂଶୋଧନ:
କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍ ସେମିକଣ୍ଡକ୍ଟର ମିଶନ (ISM 2.0) ସହ ତାଳଦେଇ ରାଜ୍ୟର ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଂ ନୀତିରେ ସଂଶୋଧନ କରାଯାଇଛି। ଏଥିରେ ସେମିକଣ୍ଡକ୍ଟର ଉପକରଣ, କେମିକାଲ୍, ସ୍ପେଶାଲିଟି ଗ୍ୟାସ୍ ଓ ଆଡଭାନ୍ସଡ୍ ମ୍ୟାଟେରିଆଲକୁ ସାମିଲ କରାଯିବା ସହ ଆବଶ୍ୟକୀୟ କ୍ୟାପେକ୍ସ (CapEx) ଉପରେ ୨୫% ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
​୩. ଶକ୍ତି ବିଭାଗ ନୀତି ସଂଶୋଧନ:
​ଅକ୍ଷୟ ଶକ୍ତି ନୀତି (Renewable Energy Policy): ରାଜ୍ୟ ଭିତରେ ନେଟ୍ ମିଟରିଂ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଶୁଳ୍କ ଛାଡ଼ (ୟୁନିଟ୍ ପିଛା ୫୦ ପଇସା) କୁ ୧୦ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ପାଇଁ ୨୦ ପଇସା ଛାଡ଼ ମିଳିବ। ପବନ ଶକ୍ତି (Wind Power) ପ୍ରକଳ୍ପ ପାଇଁ ପୂର୍ବରୁ ଥିବା ୫୦୦ ମେଗାୱାଟର କ୍ୟାପିଂ ସୀମା ହଟାଯାଇ ସୋଲାର ପାର୍କ ଭଳି ୱିଣ୍ଡ ପାୱାର ପାର୍କକୁ ପ୍ରୋତ୍ସାହନ ଦିଆଯିବ।
​ପମ୍ପଡ୍ ଷ୍ଟୋରେଜ୍ ନୀତି (Pumped Storage Policy): ଦୀର୍ଘମିଆଦୀ ଏନର୍ଜି ଷ୍ଟୋରେଜ୍ ପାଇଁ ନିୟମାବଳୀକୁ ଆହୁରି ସରଳ କରାଯାଇଛି ଏବଂ ପଞ୍ଜୀକରଣ ଅବଧିକୁ ୩ ସପ୍ତାହରୁ ୩ ମାସକୁ ବୃଦ୍ଧି କରାଯାଇଛି।
​୪. ଜଳସମ୍ପଦ ବିଭାଗର ବଡ଼ ନିଷ୍ପତ୍ତି:
​ପାର୍ବତୀ ଗିରି ମେଗା ଲିଫ୍ଟ ସିଞ୍ଚନ ପ୍ରକଳ୍ପ: ରାଜ୍ୟର ଉଚ୍ଚାଡ଼ ଅଞ୍ଚଳରେ ଜଳସେଚନ ପାଇଁ ₹୧୨,୪୫୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୨୦୩୧ ମସିହା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାରେ ୧୬୧ଟି ମେଗା ଲିଫ୍ଟ ପ୍ରକଳ୍ପ ମାଧ୍ୟମରେ ୨.୬୨ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ, ଯାହାଦ୍ୱାରା ୭ ଲକ୍ଷ ଚାଷୀ ଉପକୃତ ହେବେ।
​କ୍ଷୁଦ୍ର ଜଳସେଚନ ଓ ପୋଖରୀର ପୁନରୁଦ୍ଧାର: ₹୩୮୯ କୋଟି ଟଙ୍କାରେ ୫୧୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (MIP) ଓ ୧୬୫ଟି ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରାଯାଇ ୧୫,୭୦୦ ହେକ୍ଟର ଜମିର ଜଳସେଚନ କ୍ଷମତା ପୁନରୁଦ୍ଧାର କରାଯିବ।
​୫. ମହିଳା ଓ ଶିଶୁ ବିକାଶ ବିଭାଗ:
​ଯଶୋଦା ଓ ଆଶୀର୍ବାଦ ଯୋଜନା: ଅନାଥ, ଗୁରୁତର ରୋଗାକ୍ରାନ୍ତ ବା କୋଭିଡରେ ଅଭିଭାବକ ହରାଇଥିବା ଶିଶୁଙ୍କ ପାଠପଢ଼ା, ବୃତ୍ତି ଓ ସାମାଜିକ ସୁରକ୍ଷା ପାଇଁ ଏହି ଯୋଜନାକୁ ₹୨୯୬.୯୯ କୋଟି ବ୍ୟୟବରାଦ ସହ ଆଗାମୀ ୫ ବର୍ଷ ପାଇଁ ସମ୍ପ୍ରସାରିତ କରାଯାଇଛି।
​ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା: ଅଙ୍ଗନବାଡ଼ିର ୩ରୁ ୬ ବର୍ଷର ଶିଶୁଙ୍କୁ ମାଗଣାରେ ୨ ଜୋଡ଼ା ୟୁନିଫର୍ମ, ୨ ଯୋଡ଼ା ମୋଜା, ୧ ଯୋଡ଼ା ଜୋତା ଓ ୧ଟି ସ୍ୱେଟର ଯୋଗାଇ ଦେବା ପାଇଁ ₹୫୮୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାଦ୍ୱାରା ୧୪.୭୬ ଲକ୍ଷ ଶିଶୁ ଉପକୃତ ହେବେ।
​୬. ବେସାମରିକ ସେବା ପୁନର୍ବାସ ସହାୟତା ନିୟମାବଳୀ (୨୦୨୬):
ସରକାରୀ କର୍ମଚାରୀଙ୍କ ଅସମୟରେ ବିୟୋଗ ହେଲେ ସେମାନଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି। ପୂର୍ବରୁ ଥିବା ୧୦୦-ପଏଣ୍ଟ ମୂଲ୍ୟାୟନ ବ୍ୟବସ୍ଥା ଓ ଗ୍ରୁପ୍-ଡି ପଦବୀ ପାଇଁ ଥିବା ୫୦% କ୍ୟାପିଂ ସୀମାକୁ ଉଚ୍ଛେଦ କରାଯାଇଛି।

Saturday, July 18, 2026

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ

ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୮/୦୭: ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ସୃଷ୍ଟି ହୋଇଛି ଏକ ନୂଆ ଇତିହାସ। ଦେଶର ପ୍ରଥମ ଘରୋଇ ରକେଟ ‘ବିକ୍ରମ-୧’ (Vikram-1) ର ସଫଳ ଉତକ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସହାୟତାରେ ଏହି ମାଇଲଖୁଣ୍ଟ ହାସଲ ହୋଇପାରିଛି।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହି ଅତ୍ୟାଧୁନିକ ରକେଟର ଉତକ୍ଷେପଣ କରାଯାଇଥିଲା। ତେବେ ଉତକ୍ଷେପଣ ପୂର୍ବରୁ କିଛି ବୈଷୟିକ କାରଣ ପାଇଁ ପ୍ରକ୍ରିୟାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସମସ୍ତ ଯାଞ୍ଚ ପରେ ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ବିଳମ୍ବରେ ରକେଟ୍‌ଟି ମହାକାଶ ଅଭିମୁଖେ ସଫଳତାର ସହ ଉଡ଼ାଣ ଭରିଥିଲା।

ଏହି ରକେଟ୍‌କୁ ହାଇଦ୍ରାବାଦ ଭିତ୍ତିକ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍‌ ଏରୋସ୍ପେଶ’ (Skyroot Aerospace) ନିର୍ମାଣ କରିଛି। ଭାରତୀୟ ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ପାଇଁ ଖୋଲାଯିବା ପରେ ଏହା ଦେଶର ପ୍ରଥମ ସଫଳ ଘରୋଇ ମିଶନ ହୋଇଛି।

ଏହି ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍ ସହ ସିଧାସଳଖ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତାଙ୍କୁ ଏହି ବଡ଼ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଭାରତର ମହାକାଶ କ୍ଷେତ୍ରକୁ ଏହା ଆହୁରି ମଜବୁତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Friday, July 17, 2026

ଭାରତୀୟ ରେଳବାଇର ନୂଆ ଯୁଗ: ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ବିନା ଡିଜେଲ ଓ କୋଇଲାରେ ଚାଲିବ ଟ୍ରେନ୍, ଧୂଆଁ ବଦଳରେ ବାହାରିବ ପବନ

ନୂଆଦିଲ୍ଲୀ, ୧୭/୦୭: ଭାରତୀୟ ରେଳବାଇ ଇତିହାସରେ ଏକ ନୂତନ ଏବଂ ସବୁଜ ଯୁଗର ଆରମ୍ଭ ହୋଇଛି। ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅତ୍ୟାଧୁନିକ ଏବଂ ପରିବେଶ ଅନୁକୂଳ ଟ୍ରେନର ଶୁଭାରମ୍ଭ ହୋଇଛି।

ଏହି ଟ୍ରେନ୍ ହରିୟାଣାର ଜିନ୍ଦ୍-ସୋନିପତ ରୁଟ୍ ମଧ୍ୟରେ ଚାଲିବ। ଏହି ସମ୍ପୂର୍ଣ୍ଣ ରୁଟର ଦୂରତା ହେଉଛି ୮୯ କିଲୋମିଟର। ଏହି ଟ୍ରେନ ଜିନ୍ଦ୍ ସିଟି, ପାଣ୍ଡୁ ପିଣ୍ଡାରା, ଲଲିତ ଖେରା, ଭାମ୍ବେଭା, ଇଶାପୁର ଖେରୀ, ବୁଟାନା, ଖାନ୍ଦ୍ରାଇ, ଗୋହାନା, ରାଭ୍ରା, ଲାଠ୍, ମୋହାନା ଏବଂ ବରୱାସନି ଭଳି ପ୍ରମୁଖ ଷ୍ଟେସନରେ ରହିବ।ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୭୫ ରୁ ୧୧୦ କିଲୋମିଟର ରହିବ।

ଏଥିରେ ୨ଟି ଡ୍ରାଇଭିଂ ପାୱାର କାର୍ ଏବଂ ୮ଟି ଯାତ୍ରୀବାହୀ କୋଚ୍ ମିଶି ସମୁଦାୟ ୧୦ଟି କୋଚ୍ ରହିଛି। ଏହା ଏକ ସମୟରେ ପ୍ରାୟ ୨,୬୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ।

ଏହା କିପରି ଚାଲିବ?

ଏହି ଟ୍ରେନ୍‌ ପାରମ୍ପରିକ ଡିଜେଲ କିମ୍ବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ବିନା କାମ କରିଥାଏ। ଟ୍ରେନ୍ ଭିତରେ ଥିବା ସିଲିଣ୍ଡରରୁ ହାଇଡ୍ରୋଜେନ୍ ଏବଂ ବାୟୁମଣ୍ଡଳରୁ ଅକ୍ସିଜେନ୍ ମିଶ୍ରିତ ହୋଇ ଫ୍ୟୁଲ ସେଲ୍ ଭିତରେ ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରନ୍ତି।ଏହି ପ୍ରତିକ୍ରିୟା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ, ଯାହା ଟ୍ରେନର ମୋଟରକୁ ଚଲାଇଥାଏ।

ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକ୍ରିୟାରେ କୌଣସି କ୍ଷତିକାରକ ଧୂଆଁ ବାହାରେ ନାହିଁ। ଏଥିରୁ କେବଳ ଜଳୀୟ ବାଷ୍ପ ଏବଂ ଗରମ ପବନ ନିର୍ଗତ ହୋଇଥାଏ, ଯାହା ପରିବେଶ ପାଇଁ ସମ୍ପୂର୍ଣ୍ଣ ନିରାପଦ।

ହରିୟାଣାର ଜିନ୍ଦ୍ ରେଲୱେ ଜଙ୍କସନଠାରେ ଭାରତର ପ୍ରଥମ ଓ ସବୁଠାରୁ ବଡ଼ ରେଳ ହାଇଡ୍ରୋଜେନ ରିଫ୍ୟୁଲିଂ ଷ୍ଟେସନ ଓ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏହି ପ୍ଲାଣ୍ଟରେ ପାଣିରୁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନକୁ ଇଲେକ୍ଟ୍ରୋଲାଇସିସ୍ ପ୍ରକ୍ରିୟାରେ ଅଲଗା କରି ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତ କରାଯାଏ। ଏହି ଗ୍ୟାସକୁ ଅତ୍ୟଧିକ ଚାପରେ ପ୍ରା଼ୟ ୫୦୦ ବାରରେ ସାଇତି ରଖାଯାଏ ଏବଂ ଟ୍ରେନରେ ୩୫୦ ବାର ଚାପରେ ଭର୍ତ୍ତି କରାଯାଏ।

ହାଇଡ୍ରୋଜେନ୍ ଅତ୍ୟନ୍ତ ଜ୍ୱଳନଶୀଳ ହୋଇଥିବାରୁ, ଭାରତୀୟ ରେଳବାଇ ଏଥିରେ ମଲ୍ଟି-ଲେୟାର ସୁରକ୍ଷା ପ୍ରଣାଳୀ ଖଞ୍ଜିଛି। ଲିକ୍ ଡିଟେକ୍ଟର: ଯଦି କେଉଁଠି ସାମାନ୍ୟତମ ହାଇଡ୍ରୋଜେନ୍ ଲିକ୍ ହୁଏ, ତେବେ ସେନ୍ସର ତୁରନ୍ତ ଏହାକୁ ଚିହ୍ନଟ କରିବ।ଅଟୋମେଟିକ୍ ସଟ୍-ଡାଉନ୍: କୌଣସି ବିପଦ ଆଭାସ ମିଳିଲେ ସୁରକ୍ଷା ପ୍ରଣାଳୀ ଆପେ ଆପେ ହାଇଡ୍ରୋଜେନ୍ ଯୋଗାଣ ବନ୍ଦ କରିଦେବ। ନିରନ୍ତର ଭେଣ୍ଟିଲେସନ୍: ଟ୍ରେନ୍ ଭିତରେ ସବୁବେଳେ ବାୟୁ ଚଳାଚଳ ଜାରି ରହିବ, ଯାହାଫଳରେ ଗ୍ୟାସ୍ ଜମା ହୋଇ ରହିପାରିବ ନାହିଁ।

ଏହି ଟ୍ରେନର ମହତ୍ତ୍ୱ:-

ଏହା ଡିଜେଲ ଉପରେ ନିର୍ଭରଶୀଳତା କମାଇବା ସହ ଭାରତର ନେଟ୍ ଜିରୋ କାର୍ବନ ଏମିସନ ୨୦୭୦ ଲକ୍ଷ୍ୟ ହାସଲ କରିବାରେ ବଡ଼ ସହାୟକ ହେବ। ଏହି ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଭାରତର ସ୍ୱଦେଶୀ ଡିଜାଇନ୍ ଏବଂ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଦ୍ୱାରା ନିର୍ମିତ ହୋଇଛି। ଏହା ସଫଳତାର ସହ ଗଡିଲେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ଐତିହାସିକ ସ୍ଥାନକୁ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଦ୍ୱାରା ଯୋଗାଯୋଗ କରିବାକୁ ଯୋଜନା କରୁଛି।

Tuesday, July 14, 2026

wind power 2

That is a creative reuse of a water purifier booster pump! Since those are permanent magnet DC (PMDC) motors, they work quite well as small-scale wind generators.
​Because wind speed is inherently unpredictable, the voltage your dynamo generates will fluctuate constantly based on how fast the blades spin. To get a stable, constant 12V DC output, you need to regulate the voltage.
​Here is the setup you need to get a stable 12V DC output:
​1. The Core Solution: An Automatic Buck-Boost DC-to-DC Converter
​Since your pump is rated for 24V, it might produce anywhere from 2V (low wind) to over 24V (high wind). A standard step-down regulator won't work when the wind drops.
​What to use: Look for an Automatic Buck-Boost Converter module (like an XL6009 or LM2596-LM2577 combo module) rated for at least 2 Amps.
​How it works: It automatically steps the voltage up when the wind is low and steps it down when the wind is high, maintaining a steady 12V output.
​Setup: Connect the wires from your pump to the IN+ and IN- terminals, use a multimeter on the OUT terminals, and turn the small potentiometer screw on the module until the output reads exactly 12V.
​2. Add a Blocking Diode (Essential for Battery/Load Protection)
​If you connect your dynamo directly to a battery or a smart device without a diode, two problems happen:
​When the wind stops, the battery will feed power back into the motor, causing it to spin like a fan and drain your battery.
​Solution: Place a standard diode (like a 1N5408 or a Schottky diode for higher efficiency) on the positive wire between the pump and the converter, with the silver stripe facing toward the converter.
​3. Use a 12V Battery for True "Constant" Power
​Even with a buck-boost converter, if the wind drops completely, the power cuts out. To get true, reliable 12V power, you should introduce a small storage buffer:
​The Flow: Dynamo \rightarrow Diode \rightarrow Buck-Boost Converter (set to ~13.8V for charging) \rightarrow 12V Lead-Acid or LiFePO4 Battery \rightarrow Your 12V Load.
​This ensures your devices run smoothly even during brief lulls in the wind.
​Summary Wiring Guide

[ Pump / Dynamo ] ---> [ Diode (A ->|-- K) ] ---> [ Buck-Boost Converter ] ---> [ 12V Battery / Load ]



Using your wind-powered dynamo to run a 12V light and fan is a fantastic, practical application!
​Because a fan (which has its own motor) and lights require a steady, uninterrupted flow of current to run smoothly without flickering or stalling, incorporating a small 12V rechargeable battery into your system is highly recommended. The wind will charge the battery, and the battery will provide stable, reliable power to your light and fan.
​Here is the step-by-step setup to make this work safely and efficiently:
​1. The Wiring Layout
​To connect everything safely, follow this layout. The battery acts as a "buffer" so your light and fan don't turn off every time the wind slows down.
​Dynamo to Diode: Connect the positive (red) wire of your booster pump dynamo to the positive input of your converter. Put a blocking diode (like a 1N5408) in line on this wire (with the silver stripe pointing away from the pump) to prevent the battery from spinning the pump when the wind stops.
​Diode to Buck-Boost Converter: Connect the wires to the IN+ and IN- terminals of your DC-to-DC Buck-Boost converter.
​Adjust the Voltage: Before connecting your battery, spin your wind turbine (or use a drill on the shaft to spin it), test the OUT terminals of the converter with a multimeter, and adjust the converter's dial until it outputs exactly 13.8V to 14.2V (the standard charging voltage for a 12V lead-acid battery).
​Converter to Battery: Connect the OUT+ and OUT- of the converter to the corresponding terminals of a 12V Lead-Acid battery (like a motorcycle or UPS battery).
​Battery to Light and Fan: Connect your 12V DC light and 12V DC fan directly to the battery terminals, ideally through a simple on/off switch.
​2. Sizing Your Components
​To make sure your system runs smoothly without overheating, keep these electrical limits in mind:
​The Fan & Light Power: Your booster pump dynamo can realistically generate about 10 to 15 Watts of continuous power in good wind (roughly 0.8\text{ A} to 1.0\text{ A} at 12\text{V}).
​Choosing the Light: Use highly efficient 12V LED bulbs (usually 3W to 5W). They draw very little current and will run for hours.
​Choosing the Fan: A small 12V DC brushless fan (like a car cooling fan, a cabin fan, or a high-velocity 12V PC fan) typically draws around 3W to 6W.
​Battery Size: A small 12V 7Ah (Amp-hour) battery (commonly used in home UPS systems or emergency lights) is perfect for this. It is affordable, easy to charge with your pump, and can run a 5W light and 5W fan together for about 6 to 8 hours on a full charge even if there is absolutely no wind.
​3. Quick Safety Tip
​Always place a simple 3-Amp or 5-Amp fuse on the wire coming out of the battery's positive terminal before it goes to your light and fan. This protects your wiring and components in case there is ever a short circuit.
​How do you plan to mount the blades to the pump's shaft? If you need ideas for a simple pulley or hub connection, let me know!

କୋଠ ଭୋଗ ଖିଆ

କୋଠ ଭୋଗ ଖିଆ..
କୋଠ ଭୋଗ ଖିଆ ମୋ ଚକା ଆଖିଆ
କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ.. ॥

ତୁଳସୀର ମାଳ ଦୟଣାର ଚୂଳ
ଉଭା ଘେନି ଦେବଦାସୀ
ଉଭା ଘେନି ଦେବଦାସୀ
ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ
ଉଭା ହୋଇଲେଣି ଆସି
ମଣିମା ମଣିମା ଡାକ ପଡ଼ୁଅଛି
ମଣିମା ମଣିମା ଡାକ ପଡ଼ୁଅଛି
ଛାମୁ ଦରଶନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ.. ॥୧॥ 

ନିଦା ପଥର ହେ ନିଦେ କେ ଶୋଇଲ
ଷାଠିଏ ପଉଟି ଖାଇ
ଷାଠିଏ ପଉଟି ଖାଇ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଅନାଥ ଜନଙ୍କ ଡାକ ନ ଶୁଣୁଛ
ଜଗତର ନାଥ ହୋଇ
ଆରତି ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନଭୋଗୀ
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ.. ॥୨॥  

ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁନାହିଁ
ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ
କୁହ ତେବେ କାହା ଲାଗି
ହେବାକୁ ଚନ୍ଦନ ଲାଗି

କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି
କୋଠ ଭୋଗ ଖିଆ..
କୋଠ ଭୋଗ ଖିଆ ମୋ ଚକା ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି ॥୩॥


Suno AI Command (English)

Title: Kotha Bhoga Khia Mo Chaka Akhia (Traditional Jagannath Bhajan)

Prompt:

Create a 7-minute long traditional Odia Jagannath devotional bhajan inspired by the sacred atmosphere of Shree Jagannath Temple, Puri.

The song should have a slow devotional beginning, gradually building into an emotional congregational kirtan. Maintain deep bhakti throughout.

Musical Style

Traditional Odia Bhajan

Jagannath Temple devotional style

Nadiya–Puri Sankirtan influence

Soft Folk-Classical fusion

Grand spiritual atmosphere

Royal temple ambience

Emotional yet majestic

Vocals

Warm expressive male lead singer

Soft female chorus responses

Devotee group chanting during chorus

Rich temple-style call and response

Clear Odia pronunciation

Instruments

Mardala

Mridanga

Harmonium

Bamboo Flute

Veena

Santoor

Violin ensemble

Tanpura drone

Kartal

Jhanja (large temple cymbals)

Temple bells

Ghanta

Conch (Shankha)

Deep orchestral strings

Soft devotional choir

Song Structure (Approx. 7 Minutes)

00:00–00:45 Temple ambience Birds Conch Temple bells Tanpura drone Soft flute improvisation

00:45–01:30 Slow instrumental introduction Harmonium Mardala enters gently Violin pads

01:30–02:30 Verse 1 Gentle rhythm

02:30–03:00 Instrumental interlude Flute solo Temple bells

03:00–04:00 Verse 2 Female chorus joins

04:00–04:40 Extended devotional music Veena Violin Mardala variations

04:40–05:40 Verse 3 Full chorus Emotional singing

05:40–06:20 Instrumental climax Conch Temple bells Large choir chanting "Jaya Jagannatha" "Hari Bol"

06:20–07:00 Final chorus repeated slowly Fade with flute Temple bells Tanpura Soft conch Peaceful ending

Mood

Sacred Divine Emotional Royal Temple worship Morning Chandan Lagi Seva atmosphere Devotional Soulful Timeless

Audio Quality

Professional studio recording High dynamic range Wide stereo mix Warm acoustic sound Natural temple reverb Cinematic devotional production

Lyrics

Use the provided Odia lyrics exactly as written, without changing the wording. Repeat the chorus naturally where needed to achieve a total duration of approximately 7 minutes, inserting the instrumental sections described above between verses while keeping the lyrics fully intelligible and devotional.

COASTAL NEWS

ଶ୍ରୀମଦ୍ଭାଗବତପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ

🕉️ ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ ଏମନ୍ତେ ଭାଗବତବାଣୀ । ସୂତମୁନିଙ୍କ ମୁଖୁ ଶୁଣି ॥ ୧ ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ । ଶୌନକ ନାମେ କୁ...