AFFILIATE MARKETING

https://binomo.com?a=90810425bb57&t=0

Tuesday, April 28, 2026

ଲିଭି ଲିଭି ଯାଇଛି

* ଶ୍ରୀ ଜଗନ୍ନାଥ *
*ଜଗତ ନାଥ *
*ଓଡିଆ ପ୍ରାଣ *
*ଆରତ ତ୍ରାଣ *
*ଆମ ଐତିହ୍ୟ *
*ସଦା ଅକ୍ଷୟ *
*ଲିଭି ଯାଇଛି *
*ମନେ ରହିଛି *
*ଆମରି କଥା *
*ଗୌରବ ଗାଥା *
*ଆମ ସଂସ୍କୃତି,*
*ବଞ୍ଚି ରହିଛି *
(verse 1)
*ଧରମ ବନ୍ଧୁ,*
*ସିନ୍ଦୂର ବିନ୍ଦୁ*
*ପଖିଆ କାନ୍ଧୁ,*
*ନୈଷ୍ଠିକ ହିନ୍ଦୁ*
*କମାର ଶାଳ,*
*ହଳ ଲଙ୍ଗଳ*
*ଲାଉର ଥାଳ,*
*କଉଡ଼ି ଖେଳ*
*ଧାନ ବେଙ୍ଗଳା,*
*ଅମଳ ଖଳା*
*ବାଡି ପାଞ୍ଚଣ *
*କଚଡା ଛଣ*
*କଳେଇ କୁଟା *
*ଅଗାଡି କଠା *
*ତେଲର ପଳା,*
*କୂଅ ଉଝୁଳା*
*ପାଦେ ଅଳତା,*
*ରିବନ ଫିତା*
*ବରଡା ଛତା,*
*ମଞ୍ଜା ରାଇତା*
(verse 2)
*ବରଡା ଚଟ,*
*ଗୁରୁଜୀ ଛାଟ*
*ଖଡ଼ି ସିଲଟ,*
*ଝିଅଙ୍କ ଜଟ*
*ବୋହୂ ବୋହୂକା *
*ଲୁଚୁକାଳି କା *
*ବଉଳ ବେଣୀ *
*ଆଇ କାହାଣୀ *
*ମାଆ ପଣତ,*
*କଙ୍କଣ ହାତ*
*କେନ୍ଦରା ଗୀତ,*
*ନାଉରୀ କାତ*
*ଢ଼ିଙ୍କି ପାହାର,*
*ପାଲିଙ୍କି ବର*
*ଡାଆଣୀ ଡର,*
*ଭୂତ ନଜର*
*କଲମ କାଳି,*
*ଘର ଛୁଆଳି*
*ଗାୟକ ଅଳି,*
*ଚନ୍ଦନ ଥାଳି*
(verse 3)
*କାଠ କଠଉ,*
*ଚୁଲି ପିଠଉ*
*ଆରିଶା ପିଠା)*
*ପିଠା ଗଇଁଠା *
*ବାସୀ ପଖାଳ *
*ଆମ୍ବୁଲ ଝୋଳ *
*ଲେଖା ଚିଟଉ,*
*ପକ୍ଷୀ ଜଟାୟୁ*
*ଚିଲ ଶାଗୁଣା,*
*କାନ୍ଥରେ ଠଣା*
*ଖୋଲୁଅ ଘଣା,*
*କାନ୍ଥ ଆଲଣା*
*ବିବାହ ଝୋଟି,*
*ପିଲାଙ୍କ ଖଟି*
*ପଲମ ରୁଟି,*
*ରିବନ ଚୁଟି*
(verse 4)
*କୂଅର ପାଣି,*
*ବୋହୁ ଓଢ଼ଣୀ*
*ପର୍ବ ପର୍ବାଣୀ,*
*ଗାଈ ତୋରାଣି*
*ଶଗଡ଼ ଗାଡି,*
*ଗୁଣି ଗାରେଡ଼ି*
*ପାରାଙ୍କ ଭାଡ଼ି,*
*ବଇଦ ନାଡ଼ି*
*କୃଷି ଦର୍ଶନ,*
*ରେଡ଼ିଓ ଗାନ*
*ଖଣିରେ ଧାନ,*
*କୁଣିଆ ପାନ*
*ଗୋବର ପାଣି,*
*ଆଈ କାହାଣୀ*
*ମାଟି ଘୋଡଣୀ,*
*ମାଠିଆ ପାଣି*
(verse 5)
*ବେରୁହାଁ ହେଁସ *
*ବରଡା ଚଟ *
*ବିଲି କମଳ *
*ରେଜେଇ ଖୋଳ *
*ହାତ ବିଞ୍ଚଣା,*
*ବାହା କାନ୍ଦଣା*
*ହେଁସ ମଶିଣା,*
*ସିକା ଚାରଣା*
*ସଞ୍ଜ ଗୋଧୂଳି,*
*ପିଠା ଚକୁଳି*
*ରଜର ଦୋଳି,*
*ଦେବତା ବଳି*
*ଚୁଲିରେ ଜାଳ,*
*ଫୁଙ୍କିଲା ନଳ*
*ହାଣ୍ଡି ପଖାଳ,*
*ଢିଙ୍କି ଚାଉଳ*
(verse 6)
*ଚଟ ଆସନ,*
*ଅର୍କର ପାନ*
*ସାଧୁ ସମ୍ମାନ,*
*ଭିକ୍ଷୁଙ୍କୁ ଦାନ*
*ଶିକାରେ ଦହି,*
*ଲଙ୍ଗଳ ମହି*
*ପୁରାଣ ବହି,*
*ଉଖୁଡା ଖଇ*
*ବତି ଲଣ୍ଠନ,*
*ବଟୁଆ ପାନ*
*ପୋଇ ମଥାନ,*
*ଅମାର ଧାନ*
*ପତର ପୋଥି,*
*ମଙ୍ଗଳ ତିଥି*
*ବନ୍ଧୁ ଅତିଥି,*
*ଦୁଃଖର ସାଥୀ*
(verse 7)
*ଶିଳ ବାଟଣ,*
*ଛାଇଵା ଛଣ*
*ପଡୋଶୀ ତୁଣ,*
*ମାପ ମହଣ*
*ବୁଢ଼ା ଶଙ୍ଖାରୀ,*
*କାହାଣୀ ପରୀ*
*ପୂଜା ବାଛୁରୀ,*
*ସହିଷ୍ନୁ ନାରୀ*
*ଲୁଣ କାଠୁଆ,*
*ମାଟି ମାଠିଆ*
(verse 8)
*ନାଲି ଚା ମଜା,*
*ଚାଉଳ ଭଜା*
*ପାଚିଲା କେନ୍ଦୁ,*
*ଅଜଣା ବନ୍ଧୁ *
*ଗାଞ୍ଜିଆ ଖୋଳ *
*ବାଗୁଡ଼ି ଖେଳ *
*ନଇ ପହଁରା *
*ଗାଈ ପାଳିଆ *
*ବନ୍ଧା ହଳୁଆ *
*ଧାନ କଟାଳି *
*ଘର ଛାଆଳି *
*ଓଡିଶା କଥା *
*ଗୌରବ ଗାଥା *
*ଓଡ଼ିଆ ଜାତି *
*ଆମ ସଂସ୍କୃତି *
*ଆମେ ଓଡ଼ିଆ *
*ଭାରି ବଢିଆ *

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...