AFFILIATE MARKETING

https://binomo.com?a=90810425bb57&t=0

Thursday, April 9, 2026

ଆମ ଓଡ଼ିଶା

କେଡେ ସୁନ୍ଦର ଓଡିଶା ଭୂଇଁ !

କେଡେ ସୁନ୍ଦର ଓଡିଶା ଭୂଇଁ !
ସବୁଜିମା ଭରା ଶ୍ୟାମଳ କେଦାର
ଖରା ଛାଇ ଘେରା ସୁନୀଳ ଅମ୍ବର
ହସେ ଶୋଭାର ସମ୍ଭାର ନେଇ l

ଫୁଲେଇ ଫଗୁଣ ନେଇଛି ମେଲାଣି
ମଳୟରେ ମାଟି ଧୋଇ l
ଚଇତାଳି ବାଆ ବହୁଛି ବିଥିରେ
ବହକେଇ ବନଭୂଇଁ l
ଫୁଲ ଫଳେ ଭରା ଆଜି ମହୀ l
କୃଷ୍ଣଚୂଡ଼ା ହସେ କଅଁଳ ପତରେ
ଚଉଦିଗ ମହକେଇ l

ଗିରି ଛାତି ଚିରି ଗିରିଜା ସୁନ୍ଦରୀ
ଝରଣାରୁ ହୋଇ ନଈ l
ବହି ଆସେ ଧରି ସରଗ ସୁଷମା
ବିଥିକାରେ ଭରି ଦେଇ l
ଡାଳେ କଅଁଳ ପତର ନେଇ l
ହସେ ଶ୍ୟାମଳିମା ସବୁଜ ବନାନୀ
ବୈଭବରେ ଭରି ଭୂଇଁ l

ବାହୁ ବଳୟରେ ଲତିକା ହସନ୍ତି
ମହମହ ବାସ୍ନା ନେଇ l
ହଳଦୀ ବସନ୍ତ ମୋହି ନିଏ ଚିତ୍ତ
ଡାଳରୁ ଡାଳକୁ ଡେଇଁ l
ଚଳ ଚଞ୍ଚଳ ଦିଶେ ଏ ମହୀ l
ଆଜିବି କୋଇଲି ମହୁଲି ନିଶାରେ
ଝୁମେ ଗୀତ ଗାଇ ଗାଇ l

ପ୍ରକୃତି କୋଳରେ ଶୋଭାର ସମ୍ଭାର
ଭରେ ଚଇତାଳି ବହି l
ଜୁଇ ଜାଇ ହେନା ମଣ୍ଡନ୍ତି ଅଗଣା
ସୁନା ପାଖୁଡା ଝରେଇ l
ମୃଦୁ ସମୀରଣ ଗଲେ ଛୁଇଁ l
ସୋରିଷ ଫୁଲର କ୍ଷେତ ହସି ଉଠେ
ସୁନା ଫୁଲେ ଲହରେଇ l

ସୁନ୍ଦର ତୃପ୍ତିର ଅବସାନ ନାହିଁ
ଅନେକ ସ୍ମୃତିକୁ ନେଇ l
କାରୁ କଳା କିର୍ତ୍ତୀ ଗାଏ ଜାତି ଗୀତି
ଗୌରବ ଗାରିମା ବହି l
ଏଇ ମାଟି ମୋ ସରଗ ଭୂଇଁ l
ଯହିଁ ସୂର୍ଯ୍ୟ ସ୍ପର୍ଶେ ପଦ୍ମ ଫୁଟି ବାସେ
ଜହ୍ନ ଦେଖି ହସେ କଇଁ l

କଳା କୃତିରେ ଏ ଜଗତେ ବିଦିତ
ଉପମା ଯାହାର ନାହିଁ l
ପଥର ଛାତିରେ ଫୁଲ ଫୁଟି ହସେ
ଅନୁପମ ଶୋଭା ନେଇ l
କାଳ ପାରିନି କଳାକୁ ଧୋଇ l
ଆଜିବି ଗାଉଛି ଗଉରବ ଗାଥା
ରହିଛି ଜୀବନ୍ତ ହୋଇ l

ଏ ମାଟିର ବାସ୍ନା ଭରିଦିଏ ତୃଷ୍ଣା
ମଥାରେ ଦେଲେ ଲଗେଇ l
ଯାଇଛି ଶୈଶବ ବାର୍ଦ୍ଧକ୍ୟ ଆସିବ
ଯୌବନକୁ ଦେଇ ଦ୍ୱାହି l
ସରି ଏନ୍ତୁଡ଼ି ଜଳିବ ଜୁଇ l
ପାଉଁଶ ହୋଇବି ଏଠି ହସୁଥିବି
ତୋ କୋଳେ ମୁଁ ଜନ୍ମ ନେଇ l
Please write a song like this song lyrics in odia language and comand in English language

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...