AFFILIATE MARKETING

https://binomo.com?a=90810425bb57&t=0

Sunday, April 12, 2026

ଶାନ୍ତି ଆଲୋଚନା ବିଫଳ: ପୁଣି ଆରମ୍ଭ ହେଲା ଏୟାର ଷ୍ଟ୍ରାଇକ

ଏକାଧିକ ମୃତ, ଭିଡ଼ିଓ ଜାରି କଲା ଆଇଡିଏଫ

ନୂଆଦିଲ୍ଲୀ, ୧୨/୦୪: ଇରାନ-ଆମେରିକା ଶାନ୍ତି ଆଲୋଚନାରେ ବାହାରିଲାନି ନିଷ୍କର୍ଷ। ପାକିସ୍ତାନର ରାଜଧାନୀ ଇସଲାମାବାଦ୍ ରେ ହୋଇଥିବା ଏହି ବୈଠକରେ ପରସ୍ପରର କୌଣସି ଦାବି ପୂରଣ ପାଇଁ ରାଜି ନାହାନ୍ତି ଉଭୟ ଦେଶ। ୨୧ ଘଣ୍ଟା ଧରି ଚାଲିଥିଲା ଏହି ଶାନ୍ତି ଆଲୋଚନାରେ କୌଣସି ସମାଧାନ ନ ବାହାରିବାରୁ ଶେଷରେ ଆମେରିକା ଫେରି ଯାଇଛନ୍ତି ଉପରାଷ୍ଟ୍ରପତି ଜେଡି ଭାନ୍ସ।

ଇରାନ ଦାବି କରୁଥିବା କୌଣସି ସର୍ତ୍ତକୁ ଆମେରିକା ମାନି ପାରିବନି ବୋଲି କହିଛନ୍ତି ଜେଡି ଭାନ୍ସ। ସେହିପରି ଇରାନ ମଧ୍ୟ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ସର୍ତ୍ତକୁ ମାନିନାହିଁ। ଏପରିକି ହର୍ମୁଜକୁ ଖୋଲା ରଖିବାକୁ ମଧ୍ୟ ରାଜି ନାହିଁ ଇରାନ୍।

ଭାନ୍ସ କହିଛନ୍ତି ଯେ, ଆମେ ଇରାନକୁ ଆମର ସର୍ବୋତ୍ତମ ପ୍ରସ୍ତାବ ପ୍ରଦାନ କରିଥିଲୁ କିନ୍ତୁ ଇରାନ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ଉଭୟ ଦେଶର ନେତା ନିଜ ନିଜ ଦାବିରେ ଅଟଳ ରହିଥିଲେ। ଏହି ସମୟରେ, ହର୍ମୁଜରେ ଆମେରିକା ଏବଂ ଇରାନ ନୌସେନା ମଧ୍ୟରେ ମୁହାଁମୁହିଁ ହେବାର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି।

ଇରାନ ତାର ଫ୍ରିଜ୍ ହୋଇଥିବା ସମ୍ପତ୍ତି ମୁକ୍ତ କରିବାକୁ ଦାବି କରୁଛି ଏବଂ କହିଛି ଯେ ଏହା ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକରୁ ଟୋଲ୍ ଆଦାୟ ଜାରି ରଖିବ। ଏହି ସମୟରେ, ଆମେରିକା ଏହି ସର୍ତ୍ତଗୁଡ଼ିକୁ ଗ୍ରହଣ କରିବାକୁ ଅନିଚ୍ଛୁକ।

ଆମେରିକା ସହିତ ଶାନ୍ତି ଆଲୋଚନା ବିଫଳ ହେବା ପରେ, ଇରାନୀ ପ୍ରତିନିଧି ଦଳ ମଧ୍ୟ ଇସଲାମାବାଦରୁ ତେହେରାନ ଅଭିମୁଖେ ଯାତ୍ରା କରିଛନ୍ତି, ଯାହା ଫଳରେ ଯୁଦ୍ଧବିରତିର ଆଶା ମଉଳି ଯାଇଛି।

ଅନ୍ୟପଟେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଆକ୍ରମଣ ଜାରି ରଖିଛି। ଟେଫାହତା ସହରରେ ହୋଇଥିବା ଆକ୍ରମଣରେ ଅତି କମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏୟାର ଷ୍ଟ୍ରାଇକ୍ ର ଭିଡ଼ିଓ ଜାରି କଲା ଆଇଡିଏଫ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...