AFFILIATE MARKETING

https://binomo.com?a=90810425bb57&t=0

Monday, March 31, 2025

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

କଟକ, ୩୦/୦୩: କଟକ ଚୌଦ୍ୱାର ନିର୍ଗୁଣ୍ଡି ନିକଟରେ ଆଜି ଏକ ସୁପରଫାଷ୍ଟ ରେଳ ଦୁର୍ଘଟଣା ଘଟିଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୂର୍ବତଟ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (ସିପିଆରଓ) ଅଶୋକ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ରିପୋର୍ଟରେ କେହି ମୃତାହତ ହୋଇନାହାନ୍ତି। ତେବେ କିଛି ଜଣ ଆହତ ହୋଇଥିବା ପାସେଞ୍ଜର ମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥର ଜିଏମ୍, ଖୋର୍ଦ୍ଧା ଡିଭିଜନ ଡିଆରଏମ୍, ଅନ୍ୟ ଜରୁରୀକାଳୀନ ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଅଟକି ରହିଥିବା ପାସେଞ୍ଜର ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ହେଲ୍ପଲାଇନ୍ 8991124238 ଜାରି କରାଯାଇଛି।

ଆଳି ବାର ଆସୋସିଏସନ ର ନିର୍ବାଚନ ଫଳାଫଳ

ଆଳି ବାର ଆସୋସିଏସନ ନିର୍ବାଚନ 

ଆଳି - 29/03/2025
ୱାନ୍ ବାର ୱାନ୍ ଇଲେକ୍ସନ ପରିପ୍ରେକ୍ଷୀରେ ଆଳି ବାର ଆସୋସିଏସନ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ପ୍ରିଜାଇଡିଂ ଅଫିସର ଭାବେ ଆଡଭୋକେଟ ଶରତ ମହାନ୍ତି ଓ ସହଯୋଗୀ ନିର୍ବାଚନ ପରିଚାଳନାରେ ଆଡଭୋକେଟ ରାଧାକାନ୍ତ ବିଶ୍ଵାଳ ଏହି ନିର୍ବାଚନ ପରିଚାଳନା କରିଥିଲେ l

ସମସ୍ତ ସାତଟି ପଦବୀ ମଧ୍ୟରୁ ଚାରିଗୋଟି ପଦବୀରେ ଚାରିଜଣ ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ l ତିନିଜଣ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ବାଚନ ମାଧ୍ୟମରେ ନିର୍ଦ୍ଧାରିତ ହୋଇଛି l

ଆଜି ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଶ୍ରୀ ବସନ୍ତ କୁମାର ନାୟକ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଶ୍ରୀ ମୃତ୍ୟୁଞ୍ଜୟ ସାମଲଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ସମ୍ପାଦକ ଭାବେ ଶ୍ରୀ ଅକ୍ଷୟ କୁମାର ମଲିକ ତାଙ୍କ ପ୍ରତିଦ୍ଵନ୍ଦୀ ଶ୍ରୀ ଅଜୟ କୁମାର ସେଠୀଙ୍କୁ ପରାସ୍ତ କରି ବିଜଯ ଲାଭ କରିଛନ୍ତି l ଉପସଭାପତି ଭାବେ ଶ୍ରୀମତୀ ପ୍ରତିଭା ପାତ୍ର ଶ୍ରୀମତୀ ପଦ୍ମିନୀ ଆଚାର୍ଯ୍ଯଙ୍କୁ ପରାସ୍ତକରି ବିଜୟ ଲାଭ କରିଛନ୍ତି l ଜଏଣ୍ଟ ସେକ୍ରେଟାରୀ ଭାବେ ଶ୍ରୀ ଅଣାକର ବାରିକ, ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଶ୍ରୀ ସୂର୍ଯ୍ୟମଣୀ ସାମଲ ଓ ଲାଇବ୍ରେରୀ ସେକ୍ରେଟାରୀ ଭାବେ ପ୍ରଦୀପ କୁମାର ଦାଶ ଓ ଏକଜିକ୍ୟୁଟିଭ ବଡ଼ି ସଦସ୍ୟ ଭାବେ ଶ୍ରୀ ଭିକାରୀ ଚରଣ ସାମଲ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l

ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଭବ୍ୟ ଏବଂ ଦିବ୍ୟ ଆକାରରେ ପାଳିତ ହେବ ଓଡ଼ିଆ ପକ୍ଷ: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

୧୪ ଦିନ ଧରି ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ


ଭୁବନେଶ୍ୱର - ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆଡ଼ମ୍ବରର ସହ “ଓଡ଼ିଆ ପକ୍ଷ” ପାଳନ କରାଯିବ। ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ବ୍ଲକ ସ୍ତରରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯିବ। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷକୁ ପାଳନ କରାଯିବ”, ବୋଲି କହିଛନ୍ତି ସଂସ୍କୃତିମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଆ ପକ୍ଷ ପାଳନକୁ ନେଇ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଆ ପକ୍ଷରେ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା :

 

ଏପ୍ରିଲ ୧

ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।

 

ଏପ୍ରିଲ ୨

ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।

 

ଏପ୍ରିଲ ୩

ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।

 

ଏପ୍ରିଲ ୪

ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।

 

ଏପ୍ରିଲ ୫

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

 

ଏପ୍ରିଲ ୬

ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ।


ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ।

 

ଏପ୍ରିଲ ୮

ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନ ରକ୍ତଦାନ ଅଭିଯାନ ପାଳନ କରାଯିବ।

 

ଏପ୍ରିଲ ୯

ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୦

ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୧

ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।

 

ଏପ୍ରିଲ ୧୨

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ।

 

ଏପ୍ରିଲ ୧୩

ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ। ପଞ୍ଚାୟତିରାଜ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ ।

 

ଏପ୍ରିଲ ୧୪

ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।

 

ଏଥିସହ ସଫଳତାର ସହ ଓଡ଼ିଆ ପକ୍ଷ ପାଳନକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଓଡ଼ିଆ ପକ୍ଷକୁ ଯେପରି ସୁଚାରୁ ରୂପେ ମହା ଆଡ଼ମ୍ବରର ସହ ପାଳନ କରାଯିବ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Sunday, March 30, 2025

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

କଟକ, ୩୦/୦୩: କଟକ ଚୌଦ୍ୱାର ନିର୍ଗୁଣ୍ଡି ନିକଟରେ ଆଜି ଏକ ସୁପରଫାଷ୍ଟ ରେଳ ଦୁର୍ଘଟଣା ଘଟିଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୂର୍ବତଟ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (ସିପିଆରଓ) ଅଶୋକ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ରିପୋର୍ଟରେ କେହି ମୃତାହତ ହୋଇନାହାନ୍ତି। ତେବେ କିଛି ଜଣ ଆହତ ହୋଇଥିବା ପାସେଞ୍ଜର ମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥର ଜିଏମ୍, ଖୋର୍ଦ୍ଧା ଡିଭିଜନ ଡିଆରଏମ୍, ଅନ୍ୟ ଜରୁରୀକାଳୀନ ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଅଟକି ରହିଥିବା ପାସେଞ୍ଜର ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ହେଲ୍ପଲାଇନ୍ 8991124238 ଜାରି କରାଯାଇଛି।

ଓଡିଶା ସରକାରଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା ଘୋଷିତ 

ଭୁବନେଶ୍ୱର, ୨୭/୦୩: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଥିବା କଲ୍ୟାଣମୂଳକ ସୁବିଧା ବିଷୟରେ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେକୌଣସି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ୭ଟି କଲ୍ୟାଣକାରୀ ସୁବିଧା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା-୨୦୧୬ ଅଧିନରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ସେହିପରି ମୃତ ସାମ୍ବାଦିକଙ୍କ ପିଲାଙ୍କ ସ୍କୁଲ ଖର୍ଚ୍ଚ ପାଇଁ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ସହାୟତାର ବ୍ୟବସ୍ଥା ରହିଛି।

ସ୍ଥାୟୀ ଭାବେ ଭିନ୍ନକ୍ଷମ ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଦିଲ୍ଲୀସ୍ଥିତ ଓଡ଼ିଶା ବାସଭବନ, କୋଲକାତାର ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡ଼ିଶା ଭବନ ଓ ସରକାରୀ ଡାକଘରେ ସରକାରୀ ଦରରେ ରହିବାର ସୁବିଧା ଯୋଗାଇ ଦେବାକୁ ଉକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ରିହାତି ରେଳ ଯାତ୍ରା ପାଇଁ ଅଣସ୍ଵିକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଆବଶ୍ୟକୀୟ ପାସ୍ ପ୍ରଦାନ କରିବାକୁ ରେଳ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ସାମ୍ବାଦିକମାନେ ରଥଯାତ୍ରାର ବିବରଣୀ ସଂଗ୍ରହ କରିବା ପାଇଁ ପୁରୀ ଯିବାର ବ୍ୟବସ୍ଥା କରାଯାଇଛି।

କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ କୋଭିଡ୍-୧୯ ସଂକ୍ରମଣରେ ମୃତ୍ୟୁବରଣ କରିଥିବା କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ସଚିବାଳୟକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ପାସ୍ ଦେବାକୁ ଗୃହ ବିଭାଗକୁ ସୁପାରିସ କରାଯାଇଛି।

Thursday, March 27, 2025

ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଗୃହିତ

 ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ ୨୦୨୫ 

ନୂଆଦିଲ୍ଲୀ, ୨୭/୦୩: ଆଜି ଲୋକସଭାରେ ପାରିତ ହୋଇଯାଇଛି ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫। ଏହି ବିଲ ଉପରେ ବିତର୍କ ହେଉଥିବା ବେଳେ ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ପର୍ଯ୍ୟଟକ ଭାବରେ କିମ୍ବା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବ୍ୟବସାୟ ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରିବେ ସରକାର। କିନ୍ତୁ ଯେଉଁମାନେ ବିପଦ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁମାନେ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଆମ ଦେଶ ଏକ ‘ଧର୍ମଶାଳା’ ନୁହେଁ। ଯଦି କେହି ଦେଶର ବିକାଶରେ ଯୋଗଦାନ ଦେବା ପାଇଁ ଦେଶକୁ ଆସନ୍ତି, ତେବେ ସେମାନଙ୍କୁ ସର୍ବଦା ସ୍ୱାଗତ କରାଯିବ।

ମିଆଁମାର ଏବଂ ବାଂଲାଦେଶୀମାନେ ବ୍ୟକ୍ତିଗତ ଫାଇଦା ପାଇଁ ଭାରତରେ ଆଶ୍ରୟ ନେଉଛନ୍ତି। ଯାହା ଫଳରେ ସେମାନେ ଦେଶକୁ ଅସୁରକ୍ଷିତ କରିଦେଇଛନ୍ତି। ଯଦି ଅନୁପ୍ରବେଶକାରୀମାନେ ଭାରତରେ ଅଶାନ୍ତି ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରସ୍ତାବିତ ଆଇନ ଦେଶର ସୁରକ୍ଷାକୁ ସୁଦୃଢ କରିବ। ଅର୍ଥନୀତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ସୃଷ୍ଟି କରିବ। ଏହି ବିଲ୍ ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ସବୁଠାରୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସାହାଯ୍ୟ କରିବ।

ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଅନୁପ୍ରବେଶକାରୀଙ୍କ ପ୍ରତି ଦୟା ବଢ଼ୁଛି। ପଶ୍ଚିମବଙ୍ଗ ବାଂଲାଦେଶ ସୀମାରେ ୨୨୦୦ କିଲୋମିଟରର ସ୍ଥଳ ସୀମା ମଧ୍ୟରୁ ଅଧିକ ବାଡ଼ ଲାଗିବା କାମ ସରିଥିବା ବେଳେ ୪୫୦ କିଲୋମିଟର ବାଡ଼ ଲାଗିବା କାମ ବାକି ରହିଛି। ପଶ୍ଚିମବଙ୍ଗ ସରକାର ବାଡ଼ ତିଆରି ପାଇଁ ଜମି ଦେଉନଥିବାରୁ ଏହି କାମ ବାକି ରହିଛି। ଯେତେବେଳେ ବି ବାଡ଼ ଲାଗିବା ପ୍ରକ୍ରିୟା ଚାଲୁ ହେଉଛି, ସେତେବେଳେ ଶାସକ ଦଳର କର୍ମୀମାନେ ଗୁଣ୍ଡାଗର୍ଦ୍ଦି କରି କାମକୁ ଅଟକାଉଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ୧୧ଟି ଚିଠି ଲେଖିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ଅଧିକାରୀଙ୍କ ସହ ୭ ଥର ଆଲୋଚନା କରିସାରିଲେଣି। କିନ୍ତୁ ତାହା ଫଳପ୍ରଦ ହେଉନାହିଁ। ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଆମେ ନିଶ୍ଚୟ ବାଡ଼ ଲଗାଇବୁ।

ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଅନୁଯାୟୀ ଯଦି ବାହାର ଦେଶର କେହି ଜାଲ୍ ପାସପୋର୍ଟ କିମ୍ବା ଭିସା ବ୍ୟବହାର କରି ଭାରତରେ ପ୍ରବେଶ କରିବେ ଏବଂ ଦେଶରେ ରହିବେ ତାହାଲେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ।

ସେହିଭଳି ବୈଧ ପାସପୋର୍ଟ କିମ୍ବା ଭିସା ସମେତ ଟ୍ରାଭେଲ ଡକ୍ୟୁମେଣ୍ଟ ବିନା କୌଣସି ବିଦେଶୀ ଭାରତର କୌଣସି ଅଞ୍ଚଳକୁ ପ୍ରବେଶ କରନ୍ତି, ତେବେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।

ଏହି ବିଲ୍ ରେ ଇମିଗ୍ରେସନ୍ ଏବଂ ବିଦେଶୀଙ୍କ ସମ୍ବନ୍ଧୀୟ ସେବାଗୁଡିକୁ ନିୟନ୍ତ୍ରଣ କରୁଥିବା ୪ଟି ପ୍ରଚଳିତ ଆଇନ ଫରେନର୍ସ ଆକ୍ଟ (୧୯୪୬), ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ (୧୯୨୦), ବିଦେଶୀ ପଞ୍ଜୀକରଣ ଆଇନ (୧୯୩୯) ଏବଂ ଇମିଗ୍ରେସନ (କ୍ୟାରିୟର୍ସ ଲାଏବିଲିଟି) ଆକ୍ଟ (୨୦୦୦)କୁ ଉଚ୍ଛେଦ କରାଯିବା ପାଇଁ ପ୍ରସ୍ତାବ ରହିଛି।

ଦେଶରେ ପ୍ରବେଶ କରୁଥିବା ବିଦେଶୀଙ୍କ ଟ୍ରାକିଂ କରିବା ପାଇଁ ହୋଟେଲ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ନର୍ସିଂହୋମ ଭଳି ଅନୁଷ୍ଠାନ ବିଦେଶୀ ନାଗରିକଙ୍କ ବିଷୟରେ ବାଧ୍ୟତାମୂଳକ ଭାବେ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ପଡିବ।

Wednesday, March 19, 2025

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ


ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ

ଭୁବନେଶ୍ୱର: ୧୭/୦୩/୨୦୨୫ :କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ପିତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର । ନିଜ ପିତାଙ୍କୁ ହରାଇବା ଦୁଃଖ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ । ଏଭଳି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇ ଭାରତ ସରକାରଙ୍କ ଭୂପୃଷ୍ଠ ପରିବହନ ଏବଂ ରାଜପଥ, କୃଷି ମନ୍ତ୍ରୀରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ, ସୁଦକ୍ଷ ସାଙ୍ଗଠନିକ କାର୍ଯ୍ୟଶୈଳୀ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଭୂପୃଷ୍ଠ ପରିବହନ, କୃଷି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ଦେଶ ତଥା ରାଜ୍ୟର ବିକାଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।

ତାଙ୍କର ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଲୋତକାପ୍ଳୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।” ଓଁ ଶାନ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l
ଏକ ଶୋକ ବାର୍ତାରେ ବାଚସ୍ପତି କହିଛନ୍ତିଯେ, ଜଣେ ଜନପ୍ରତିନିଧି ଓ ସାଂସଦ ଭାବେ ସେ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ l ସେ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପାର୍ଲିଆମେଣ୍ଟାରିଆନ ଥିଲେ l ୧୯୯୯ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି l ରାଜ୍ୟର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l
ରାଜ୍ୟ ବିଜେପି ସଭାପତି ଭାବେ ଓଡ଼ିଶାରେ ଭାରତୀୟ ଜନତାପାର୍ଟି କୁ ସୁଦୃଢ କରି ଆଗେଇ ନେବାରେ ତାଙ୍କର ଅବଦାନ ସ୍ବର୍ଗତ ପ୍ରଧାନଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ l
ବାଚସ୍ପତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି l

Saturday, March 15, 2025

ହାଜତକୁ ଗଲେ ବ୍ୟବସାୟୀ ତଥା ବିଜେଡ଼ି ନେତା ରାଜା ଚକ୍ର

ବିଚାର ବିଭାଗୀୟ ହାଜତକୁ ଗଲେ ରାଜା ଚକ୍ର

ବିଚାର ବିଭାଗୀୟ ହାଜତକୁ ଗଲେ ବ୍ୟବସାୟୀ ତଥା ବିଜେଡ଼ି ନେତା ରାଜା ଚକ୍ର। ଆଜି ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତାଙ୍କୁ ୯ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ପାଇଁ ଇଓଡବ୍ଲ୍ୟୁ କୌଣସି ପିଟିସନ ଦାଖଲ କରିନାହିଁ। ସେହିପରି ରାଜା ଚକ୍ର ଜାମିନ ପାଇଁ ଆବେଦନ କରିନାହାନ୍ତି। ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର।

ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏବଂ ଏଜେନ୍ସିର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଗ୍ରାମବାସୀଙ୍କ କଲ୍ୟାଣ ଉଦ୍ଦିଷ୍ଟ ସମବାୟ ସମିତି ପାଣ୍ଠିର ମଧ୍ୟ ଅପବ୍ୟବହାର କରିଥିବା ଅଭିଯୋଗ ରହିଥିଲା। ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଶାଖା ଇଓଡବ୍ଲୁ ଗତ କାଲି ଗିରଫ କରିଥିଲା। ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ଏବଂ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ଗତ କାଲି ତାଙ୍କୁ ଗିରଫ କରିବା ପରେ ରାତି ସାରା ଜେରା କରାଯାଇଥିଲା। ପରେ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଜାତିରୁ ବାସନ୍ଦ ହୋଇଛନ୍ତି ପ୍ରଦୀପ ମାଝୀ। ପ୍ରଦୀପ ମାଝୀ

ପୁର୍ବତନ ସାଂସଦ ତଥା ବିଜେଡ଼ି ନେତା ବାହା ହୋଇ ଦଣ୍ଡିତ ହୋଇଛନ୍ତି। ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିରୁ ବାସନ୍ଦ ହୋଇଛନ୍ତି ପ୍ରଦୀପ ମାଝୀ। ପ୍ରଦୀପ ମାଝୀ ଭତରା ସମ୍ପ୍ରଦାୟର ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାର ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ଗତ ୧୨ ତାରିଖରେ ଗୋଆରେ ବିବାହ କରିଥିଲେ। ସୁଶ୍ରୀ ସଙ୍ଗୀତା ଅନ୍ୟ ଜାତିର ହୋଇଥିବାରୁ ଆଜି ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କୁ ସାମାଜିକ ବାସନ୍ଦର ଦଣ୍ଡରେ ଦଣ୍ଡିତ କରାଯାଇଛି। ଅନ୍ୟ ଜାତିରେ ବିବାହ କରି ପ୍ରଦୀପ ମାଝୀ ନିଜ ଜାତିକୁ ଅସମ୍ମାନ ତଥା ନିଜ ସମ୍ପ୍ରଦାୟ ପ୍ରତି ଘୃଣାଭାବ ରଖୁଥିବା କମିଟି ଅଭିଯୋଗ ଆଣିଛି‌। ତେବେ ଏ ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୋୖଣସି ପ୍ରତିକ୍ରିୟା ମିଳିନାହିଁ।

Wednesday, March 5, 2025

କର୍ମଫଳ ନା ପ୍ରାରବ୍ଧ

*କର୍ମଫଳ ନା ପ୍ରାରଵ୍ଧ !!*

କିଏ ଜଣେ ବିଦ୍ବାନ ଏକଦା କହିଥିଲେ, *"ଜନ୍ମ' ମଣିଷର ଅସଲ ପରିଚୟ ନୁହେଁ,ମଣିଷର ଅସଲ ପରିଚୟ ହେଉଛି ତା'ର କର୍ମ।"* 

ସେଇଥିପାଇଁ ମହାଭାରତରେ ମହାରଥୀ କର୍ଣ୍ଣ କହିଥିଲେ, *"ଉଚ୍ଚକୁଳରେ ଜାତ ହେବା ଦୈବର ଅଧୀନ ହୋଇପାରେ,ମାତ୍ର ପୁରୁଷକାର ମୋର ଅଧୀନ ଅଟେ।''* 

ଗୀତାରେ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି, *"ମୁଁ କାହାର ଭାଗ୍ୟ ତିଆରି କରେନାହିଁ,ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ।"*

ଆମେ ଆଜି ଯାହା କରୁଛେ,ତା'ର ଫଳ କାଲି ପାଇବା। ଆମେ ଆଜି ଯାହା ପାଇଛେ,ତାହା ଆମର ଗତକାଲି କରିଥିବା କର୍ମର ଫଳ। *କିଏ କହିଲା ମଣିଷ ଖାଲି ହାତରେ ଆସେ ଏବଂ ଖାଲି ହାତରେ ଏ ସଂସାରରୁ ଫେରିଯାଏ ??* ଏହା ସତ୍ୟ ନୁହେଁ। ସତ୍ୟ ହେଉଛି ଏହା ଯେ, *ମଣିଷ ତା'ର ଭାଗ୍ୟ ନେଇ ଆସିଥାଏ ଏବଂ କର୍ମଫଳ ନେଇ ଫେରିଯାଏ।* ପ୍ରତ୍ୟେକ ମଣିଷ ତା'ର କର୍ମର ଫଳ ଅବଶ୍ୟ ପାଇବ, କିଏ ଏବେ ତ,ଆଉ କିଏ କିଛି କାଳ ପରେ। 

ଏକଦା ଉଇଲିୟମ ସେକ୍ସପିଅର କହିଥିଲେ, *"ମଣିଷର ଭାଗ୍ୟ କୋଉ ରାଶି କି ନକ୍ଷତ୍ରରେ ନ ଥାଏ,ସେ ନିଜେ ହିଁ ନିଜ ଭାଗ୍ୟର ନିର୍ମାତା।"* ଏଣୁ ରାଶିଫଳ ଉପରେ ବିଶ୍ବାସ ନ କରି,ନିଜ କର୍ମ ଉପରେ ବିଶ୍ବାସ ରଖିଵା ଉଚିତ ; କାହିଁକି ନା, *ରାଶି ତ ରାମ ଓ ରାବଣ ଉଭୟଙ୍କର ଗୋଟିଏ ଥିଲା,କିନ୍ତୁ ନିୟତି ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ* କରିଥିଲା। 

କେହି ଆମର ଅନିଷ୍ଟ କରିବ, ସେଇଟା ତା'ର *କର୍ମ* ଅଟେ। ମୁଁ କାହାରି ଅନିଷ୍ଟ କରିବି ନାହିଁ,ତାହା ମୋର *ଧର୍ମ* ଅଟେ। ଆମେ ଆଜି ଯାହା ଅନ୍ୟକୁ ଦେଉଛେ,ତାହା ଆମକୁ କେବେ ନା କେବେ ନିଶ୍ଚିତ ମିଳିବ। ସେ *ତାଳି ହେଉକି ଗାଳି।* 
ଗୋଟିଏ କଥା ମନେ ରଖିଥିବା : *ଅନ୍ୟର ଆଖିର ଲୁହରେ ତିଆରି ସୁଖ ବେଶିଦିନ ତିଷ୍ଠି ରହେନା।* ଏ ସଂସାରର ସବୁଠାରୁ *ମୂଲ୍ୟବାନ ତରଳ ପଦାର୍ଥ ହେଉଛି 'ଲୁହ'।* ଲୁହରେ ଏକ ଭାଗ ଜଳ,ବାକି ଅନେଶତ ଭାଗ *ଭାବାବେଗ* ଥାଏ। ତେଣୁ କାହା ଆଖିରେ ଲୁହ ଦେବା ପୂର୍ବରୁ ଶହେଥର ଭାବିଵା ଵିଧେୟ। କାରଣ *କର୍ମଫଳ ବଡ଼ ନିଷ୍ଠୁର,ସେ କାହାକୁ ବି କ୍ଷମା ଦିଏନା। ସୁଧମୂଳ ସମସ୍ତଙ୍କୁ ଫେରେଇଦିଏ।*

ଆଲେକ୍‌ଜାଣ୍ଡର ପୋପ୍‌ ଏକଦା କହିଥିଲେ, *''ଭୁଲ କରିବା ହେଉଛି ମଣିଷର 'ପ୍ରକୃତି'(To err is human); କିନ୍ତୁ ଭୁଲ୍‌କୁ ମାନିନେବା ହେଉଛି ମଣିଷର 'ସଂସ୍କୃତି' ଏବଂ ଭୁଲ୍‌କୁ ସଂଶୋଧନ କରିନେବା ହେଉଛି ମଣିଷର 'ପ୍ରଗତି'।* 

ସରଳ ମଣିଷଙ୍କ ସହ ଛଳ କପଟ କରି ଖୁସି ହେଉଥିବା ବ୍ୟକ୍ତି ନିଜକୁ କେତେ ବି ଚାଲାଖ ଭାବନ୍ତୁ ନା କାହିଁକି,ଅଜାଣତରେ ସେ ନିଜ ବରବାଦିର ସମସ୍ତ ଦ୍ବାର ଖୋଲି ଦେଇଥା'ନ୍ତି। *ଯେଉଁ କର୍ମର ବିଚାର ଅଦାଲତ କରିପାରେ ନାହିଁ,ତା'ର ବିଚାର ସମୟ ହିଁ କରିଦିଏ।* ଆଉ ସମୟ ଯେତେବେଳେ ବିଚାର କରେ, ସେତେବେଳେ *ସାକ୍ଷୀ ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ।* କର୍ମ ପାଖରେ ନା ଅଛି କାଗଜ,ନା କଲମ ; କିନ୍ତୁ *ଅନବରତ ସେ ମଣିଷର ଭାଗ୍ୟ ଲେଖିଚାଲିଛି।*

ମନେରଖିଵା କଥା ଯେ,*ଯେଉଁ ବ୍ୟକ୍ତି ଏବେ ଦୁଃଖ,କଷ୍ଟ ଓ ଅପମାନ ସହୁଛି,ତା'ର ପୂର୍ବ ଜନ୍ମର ପାପ ଲାଘବ* ହେଉଛି। ଯିଏ ଏବେ *ଅନ୍ୟକୁ ଦୁଃଖକଷ୍ଟ ଦେଉଛି,ତା'ର ଆଗାମୀ ଜନ୍ମ ପାଇଁ ପାପ ସଞ୍ଚିତ* ହୋଇରହୁଛି। ଏଣୁ ଯଦି ଆମେ 'କଲମ' ହୋଇ କାହାର ସୁଖ ଲେଖିପାରୁନାହୁଁ, ତା'ହେଲେ ରବର ହୋଇ କାହାର ଦୁଃଖ ଲିଭେଇବା ପାଇଁ ଚେଷ୍ଟା କରିବା ଉଚିତ। 

ଏ କଥା ଵି ବିଶ୍ବାସ କରନ୍ତୁ ବା ନ କରନ୍ତୁ ଯେ,*ଜୀବନରେ ​‌ଯେଉଁ ମଣିଷ ଯାହା କର୍ମ କରେ,ସେ ତା'ର ପରିଣାମ ଭୋଗିବାକୁ ବାଧ୍ୟ।*

*ପିତାମହ* ଭୀଷ୍ମଙ୍କ ଜୀବନର କେବଳ ଗୋଟିଏ ମାତ୍ର ପାପ ଥିଲା ଯେ, *ସେ ଭରା କୁରୁରାଜସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ କ୍ରୋଧ ପ୍ରଦର୍ଶନ କରିନଥିଲେ* ଏବଂ ପକ୍ଷୀରାଜ *ଜଟାୟୁଙ୍କ* ଜୀବନର ଏକମାତ୍ର ପୁଣ୍ୟ ଥିଲା ଯେ, *ସେ ସୀତାହରଣ ସମୟରେ କ୍ରୋଧ ପ୍ରଦର୍ଶନ କରି ରାବଣ ସହ ଲଢ଼ିଥିଲେ।* ପରିଣାମରେ ଜଣକୁ ଦୁର୍ବିସହ ଶରଶଯ୍ୟା ମିଳିଲା ତ, ଅନ୍ୟଜଣକୁ ମିଳିଲା ପ୍ରଭୁ ଶ୍ରୀରାମଙ୍କର ଅଭୟ କୋଳ। ଏଣୁ ଆପଣ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, *କର୍ମଫଳ ଭୋଗ କରିବାକୁ ସମସ୍ତେ ଵାଧ୍ଯ।* ଏ ପରିପ୍ରେକ୍ଷୀରେ ପୁରାଣରୁ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି।👇

କଂସ ନିଧନ ପରେ ଯେତେବେଳେ ଶ୍ରୀକୃଷ୍ଣ ମଥୁରାନଗରୀର ବନ୍ଦୀଶାଳାକୁ ଯାଇ ପିତା ବସୁଦେବ ଓ ମାତା ଦେବକୀଙ୍କୁ ବନ୍ଧନ-ମୁକ୍ତ କଲେ,ସେତେବେଳେ ମା' ଦେବକୀ ଛାତିରେ ଛାତିଏ କୋହ ଓ ଆଖିରେ ଆଖିଏ ଲୁହ ନେଇ ଶ୍ରୀକୃଷ୍ଣଙ୍କୁ ପଚାରିଲେ,''ଧନରେ ! ତୁ ହେଉଛୁ ସ୍ବୟଂ ଭଗବାନ !! ଆମେ ଦୁହେଁ ତୋର ପିତାମାତା। ଆମେ ଏମିତି କି ପାପ କରିଥିଲୁ ଯେ,ଆମକୁ ଚଉଦ ବର୍ଷ କାଳ ଏ ବନ୍ଦୀଶାଳାରେ ରଖି ଏତେ ଦୁଃଖ କଷ୍ଟ ଦେଲୁ?''

ଏ ପ୍ରଶ୍ନରେ👆 ଶ୍ରୀକୃଷ୍ଣ ଅଳ୍ପ ହସି ମାତା ଦେବକୀଙ୍କୁ ପଚାରିଲେ, "ମାଆ ! ମୁଁ ଏମିତି କି ପାପ କରିଥିଲି ଯେ,ତୁମେ ମୋତେ ଚଉଦ ବର୍ଷ ବନବାସ ପଠେଇଦେଲ ? ରାତି ପାହିଥିଲେ ରାଜା ହୋଇଥାନ୍ତି,ମାତ୍ର ତୁମ ପାଇଁ ମୋତେ ଜଟା-ଜୂଟ-ବକଳ ଧରି ବନକୁ ଯିବାକୁ ପଡ଼ିଲା।''

ଏ ପ୍ରଶ୍ନରେ ଚମକି ପଡ଼ି ଦେବକୀ ପଚାରିଲେ,"ମୁଁ ତୋତେ ଚଉଦବର୍ଷ ବନବାସ ପଠେଇଥିଲି ? ତୁ ଏ କ'ଣ କହୁଛୁ ପୁତ୍ର ??" 

ଶ୍ରୀକୃଷ୍ଣ ଉତ୍ତର ଦେଲେ, "ହଁ ମାଆ ! ଗତ ଜନ୍ମରେ ତୁମେ ଥିଲ ମହାରାଣୀ କୈକେୟୀ ଓ ପିତା ବସୁଦେବ ଥିଲେ ମହାରାଜ ଦଶରଥ। ତୁମେ ଦୁହେଁ ମୋତେ ବିନା ଦୋଷରେ ଚଉଦ ବର୍ଷ ବନବାସ ପଠେଇଥିଲ। ସେଥିପାଇଁ ତୁମ ଦୁହିଁଙ୍କୁ ଏ ଜନ୍ମରେ ଏ ବନ୍ଦୀଶାଳା ଭିତରେ ଚଉଦ ବର୍ଷ କଟେଇବାକୁ ପଡ଼ିଲା।" 

ଆଶ୍ଚର୍ଯ୍ୟ ସ୍ବରରେ ଦେବକୀ ପଚାରିଲେ,''ଆଉ ରାଣୀ କୌଶଲ୍ୟା ?" 

ଶ୍ରୀକୃଷ୍ଣ କହିଲେ,"ସେ ହେଉଛନ୍ତି ଏ ଜନ୍ମର ଯଶୋଦା। ଗତ ଜନ୍ମରେ ସେ ଚଉଦ ବର୍ଷ କାଳ ପୁତ୍ର-ବିଚ୍ଛେଦ ସହ୍ୟ କରିଥିବାରୁ,ଏ ଜନ୍ମରେ ମୋତେ ତାଙ୍କ ସହ ଗୋପପୁରରେ ଚଉଦବର୍ଷ କଟେଇବାକୁ ପଡ଼ିଲା।"

ପୁଅ ମୁହଁରୁ ଏ ଉତ୍ତର ଶୁଣି ନୀରବ ହୋଇଗଲେ ଦେବକୀ। *ନିରପେକ୍ଷ, ବିଚାରବନ୍ତ ଭଗବାନ୍‌ ଯେ ନିଜ ପିତାମାତାଙ୍କୁ ପ୍ରାରବ୍ଧ-ଭୋଗରୁ ରକ୍ଷା କରିପାରି ନଥିଲେ,* ଏ କଥାଟି👆 ତା'ର ଜ୍ବଳନ୍ତ ପ୍ରମାଣ। *ଆଜି ନ ହେଲେ କାଲି କର୍ମଫଳ ଭୋଗ ଅନିବାର୍ଯ୍ୟ।* 

👆ଉପର ବର୍ଣ୍ଣିତ ଆଖ୍ୟାନଟିକୁ ଅନେକ ପାଠକ-ପାଠିକା ବିଶ୍ବାସ ନ କରି ବି ପାରନ୍ତି। ମାତ୍ର ଏ କଥା ଚନ୍ଦ୍ରସୂର୍ଯ୍ୟ ଭଳି ସତ୍ୟ ଯେ, *ସ୍ବର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ। ଏଇଠି ସ୍ବର୍ଗ,ଏଇଠି ନର୍କ। ଭଲ କର୍ମ କଲେ ସ୍ବର୍ଗ-ସୁଖ ମିଳେ। ମନ୍ଦ-କର୍ମ ପାଇଁ ନର୍କ-ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ।* ଏ ସମ୍ପର୍କରେ ସତ୍ୟ ଘଟଣାଟିଏ ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରୁଛି।👇

ଅନେକ ଦିନ ତଳେ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ *ଜଷ୍ଟିସ ରଙ୍ଗନାଥ ମିଶ୍ର* "ପୁରୀ  ଲ' କଲେଜ୍‌"ରେ ମୁଖ୍ୟ-ଅତିଥି ଭାବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ। ନିର୍ଦ୍ଧାରିତ ଦିନ ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ସିଂହଦ୍ବାର ନିକଟରେ ବସିଥିବା ଜଣେ ଭିକାରି (ଯିଏ କି ଦୁରାରୋଗ୍ୟ ରୋଗ କାରଣରୁ ହାତରେ କନା ଗୁଡ଼େଇଥିଲେ) ବଡ଼ ପାଟିରେ "ରଙ୍ଗନାଥ ବାବୁ", ବୋଲି ନାଁ ଧରି ବାରମ୍ବାର ଡାକିଲେ। ଜଷ୍ଟିସ ମିଶ୍ର ହଠାତ୍‌ କିଛି ବୁଝିପାରିଲେନି। ଏ ସିଂହଦ୍ବାରରେ ମୋତେ ସତରେ କିଏ ଡାକୁଛି,ନା' ଆଉ କାହାକୁ ଡାକୁଛି !! ଦ୍ବିଧାରେ ପଡ଼ିଗଲେ ଜଷ୍ଟିସ ମିଶ୍ର। ବାରମ୍ବାର ଡାକ ଶୁଣି ପଛକୁ ଚାହିଁ ଦେଖିଲେ : ଜଣେ ଭିକାରି ଡାକୁଛି। ଭିକାରିଜଣକୁ ଦେଖି ଜଷ୍ଟିସ ମିଶ୍ର ପଚାରିଲେ,"ତମେ କିଏ ? କ'ଣ ପାଇଁ ମୋତେ ଡାକୁଛ ?'' 

ଏଥର ଭିକାରିଜଣକ କହିଲେ,"ସାର୍‌ ଆଜ୍ଞା ! ମୋତେ କ'ଣ ଚିହ୍ନିପାରୁନାହାନ୍ତି ? ମୁଁ ପରା ସେଇ *କୁଳିଆ ଡାକୁ।* ଆପଣ ଓଡ଼ିଶାରେ ଓକିଲାତି କଲାବେଳେ, ମୋର ଡକାଏତି କେସ୍‌ ବୁଝୁଥିଲେ। ଗୋଟିଏ ଡକାଏତି କେସ୍‌ରେ ମୋତେ ତଳକୋର୍ଟରେ ଆଜୀବନ କାରାଦଣ୍ଡ ହୋଇଥିଲା ; କିନ୍ତୁ ଆପଣ କେସ୍‌ ଲଢ଼ି ମୋତେ ହାଇକୋର୍ଟରେ ନିର୍ଦୋଷରେ ଖଲାସ କରି ଦେଇଥିଲେ। ସେଇ କେସ୍‌ରେ ସତରେ ମୁଁ ଡକାଏତି ଓ ହତ୍ୟା କରିଥିଲି। ଏମିତି କେତେ କେସ୍‌ରେ ମୁଁ ଖଲାସ ହୋଇ ଯାଇଥିଲି। ସାର୍‌ ! ଏଠା କୋର୍ଟରେ ସିନା ଖଲାସ ହୋଇଗଲି,ହେଲେ ଉପରବାଲା ତା' କୋର୍ଟରେ ମୋତେ ଛାଡ଼ିଲାନି। ଏହି ଦୁରାରୋଗ୍ୟ ବ୍ୟାଧି ଦେଇଦେଲା। ଏହି ରୋଗ ହେବାରୁ ଘରେ... ବାହାରେ.... ସମସ୍ତେ ମୋତେ ଘୃଣା କଲେ। ବାଧ୍ୟ ହୋଇ ଘରଛାଡ଼ି ଏହି ସିଂହଦ୍ବାରରେ ପ୍ରଭୁଙ୍କୁ ଆଶ୍ରାକରି ଭିକ୍ଷାମାଗୁଛି। *ମିଳିଲେ ଖାଉଛି,ନ ମିଳିଲେ ନାହିଁ।''*

ଜଷ୍ଟିସ ମିଶ୍ର ଏସବୁ ନୀରବରେ ଶୁଣି ପକେଟରୁ ଗୋଟିଏ ଶହେ ଟଙ୍କିଆ ନୋଟ୍‌ କାଢ଼ି ତା' ହାତରେ ଦେଇ ଲ'-କଲେଜ୍‌ ଉତ୍ସବକୁ ଚାଲିଗଲେ। ସେଠାରେ ତାଙ୍କ ବକ୍ତବ୍ୟରେ ଏହି ଘଟଣାର ବର୍ଣ୍ଣନା କରି କହିଲେ, ''ଆମେ ସବୁ ବିଚାରପତି କୋର୍ଟରେ ବସି ବିଚାର କରୁଛୁ ; କିନ୍ତୁ *ଆମ କୋର୍ଟ ଉପରେ ଆଉ ଗୋଟିଏ କୋର୍ଟ ଅଛି। ସେଠି ଆଉ ଜଣେ ବିଚାରପତି ଅଛନ୍ତି।* ଜଣେ ଆମ କୋର୍ଟରୁ ଖସିଯାଇପାରେ,ମାତ୍ର *ଭଗବାନଙ୍କ କୋର୍ଟରୁ ଖସିପାରିବନି। ଦୋଷୀକୁ ଦଣ୍ଡ ଅବଶ୍ୟ ମିଳିବ।''* ଏ କଥା କହିସାରିଲା ବେଳକୁ ଜଷ୍ଟିସ ମିଶ୍ରଙ୍କ ଆଖିରେ ଆଖିଏ ଲୁହ।

ପାଠକେ ! ମଣିଷର ମୃତ୍ୟୁ ପରେ ପତ୍ନୀ ଏ ରୁଣ୍ଡିବନ୍ଧ ଯାଏ, ଆତ୍ମୀୟ-ସ୍ବଜନ ଶ୍ମଶାନ ଯାଏ ଓ ପୁତ୍ର ଅଗ୍ନିଦାନ ଯାଏ ଯାଆନ୍ତି ; କିନ୍ତୁ କେବଳ *ଗୋଟିଏ ମାତ୍ର ଜିନିଷ ମଣିଷ ସହ ଈଶ୍ବରଙ୍କ ନିକଟକୁ ଯାଏ। ତାହା ହେଉଛି ମଣିଷର କର୍ମ।* 

ଏଣୁ *ଈଶ୍ବରଙ୍କୁ ନୁହେଁ,ନିଜ କର୍ମକୁ ହିଁ ଡରନ୍ତୁ। ଈଶ୍ବର ହୁଏତ ଆପଣଙ୍କୁ କ୍ଷମା କରି ଦେଇପାରନ୍ତି, ମାତ୍ର କର୍ମ ନୁହେଁ।*

ବାଛୁରୀ ଯେମିତି ଶହ-ଶହ ଗାଈଙ୍କ ଭିତରେ ନିଜ ମାଆ ଗାଈକୁ ଚିହ୍ନିନିଏ,ସେମିତି *କର୍ମଫଳ କର୍ତ୍ତାଙ୍କୁ ହିଁ ଖୋଜିନିଏ।* 

ଏଣୁ ଶାସ୍ତ୍ର କହେ : 

*"କର୍ମ କରିବ କଷ୍ଟ ସହି,*
*କର୍ମରେ ଭଲ ମନ୍ଦ ନାହିଁ।*
*ସତ୍ୟ କର୍ମରେ ଧର୍ମ ଅଛି,*
*ଧର୍ମ କରିବ କର୍ମ ବାଛି।''*

*ନୀରବରେ କର୍ମ କରି ଚାଲିଲେ,କର୍ମ ଅନୁସାରେ ଫଳ ଅବଶ୍ୟ ମିଳିବ।* 

ପ୍ରତିଶୋଧ ନେବା ପାଇଁ ବ୍ୟସ୍ତ ହେଵା ଅପେକ୍ଷା କେବଳ ଚୁପ୍‌ଚାପ୍‌ ଅପେକ୍ଷା କରିଵା ଉଚିତ। *ଯିଏ ଅନ୍ୟର ଆଖିରେ ଲୁହ ଦେଇଛି,ସିଏ ନିଶ୍ଚିତ କାନ୍ଦିବ।* ଆଉ ଯଦି ଆମେ ଭାଗ୍ୟବାନ ହୋଇଥିବା,ତା' ହେଲେ ଆମେ ତାହା ନିଜ ଆଖିରେ ଦେଖିବା। କାରଣ କର୍ମଫଳ ବଡ଼ ନିଷ୍ଠୁର। ସେ ନିିମିଷକରେ *ରଙ୍କକୁ ରାଜା କରିଦିଏ,ଆଉ ରାଜାକୁ କରିଦିଏ ଲଙ୍ଗଳା ଫକିର।*

            

ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ହେବ ଡୋର-ଟୁ-ଡୋର ସର୍ଭେ

 ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ହେବ ଡୋର-ଟୁ-ଡୋର ସର୍ଭେ

ସର୍ଭେ ପରେ ହେବ ଫିଲ୍ଡ ଭେରିଫିକେସନ

ଭୁବନେଶ୍ୱର, ୦୫/୦୩: ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ। ମାର୍ଚ୍ଚ ୩୧ ତାରିଖରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ଏହି ସର୍ଭେ କାମ ଆରମ୍ଭ ହେବ। ସର୍ଭେ ପରେ ଫିଲ୍ଡ ଭେରିଫିକେସନ କରାଯିବ। ଏହା ପରେ ବଞ୍ଚିତ ହିତାଧିକାରୀଙ୍କୁ ରକ୍ଷାବନ୍ଧନରେ ଏକାଥରକେ ୩ଟି କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିଛନ୍ତି। ସେଥିରୁ ୫ଟି ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ମହିଳାଙ୍କୁ କିସ୍ତି ପ୍ରଦାନ କରାଯିବ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ଯାହା ପରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ

ଆଜି ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସମାରୋହ

ବିରୋଧୀ ଦଳ ନେତା ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର - ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବହୁ ଆଡମ୍ବର ସହକାରେ ପାଳନ କରିବେ ରାଜ୍ୟ ସରକାର। ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ ବିଜୁ ବାବୁଙ୍କ ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଯୋଗ ଦେବାକୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ‌ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ନବୀନ।

ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଭବ୍ୟ ଢଙ୍ଗରେ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ଏବେ ଏପ୍ରିଲ ୨୪ରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଯାହାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧର କରିଛନ୍ତି।

ବିଜୟାନନ୍ଦ ପଟ୍ଟନାୟକ (୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭), ବିଜୁ ପଟ୍ଟନାୟକ ନାମରେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ, ବୈମାନିକ ଓ ଶିଳ୍ପପତି ଥିଲେ । ସେ ଦୁଇଥର ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାର୍ଚ୍ଚ ୧୯୭୭ ରୁ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ କେନ୍ଦ୍ର କୋଇଲା, ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ। ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇ ଶେଷରେ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ମୁଖ୍ୟ ହୋଇଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଜୁ ବାବୁଙ୍କ ଦ୍ୱାରା ଅନେକ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି। ତାଙ୍କ ଜୀବନୀ ଉପରେ ‘ବିଜୁ ବାବୁ’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା।

ଆଜି ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଓଡ଼ିଶାର ବିକାଶରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରିଛି ବିଜେଡ଼ି। ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିରୋଧୀ ଦଳ‌ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ଏଥିରେ ଯୋଗ ଦେଇ ବିଜେପି ସରକାର ଉପରେ ଟାର୍ଗେଟ କରିଛନ୍ତି ନବୀନ।

ନବୀନ କହିଛନ୍ତି, ବିଜୁ ବାବୁ; ଏହି ଦୁଇଟି ଶବ୍ଦ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଫୁଲେ ଉଠେ ଓ ସାହସ ଆସେ। ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ କ୍ରୀଡ଼ା ସମ୍ମାନର ନାଁ ବଦଳାଇବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନବନ୍ଦରର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରା ପଡିଲେନି। ୧୯୯୩ରୁ ଓଡ଼ିଶାରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଆପଣ ନାଁ ବଦଳାଇ ପାରନ୍ତି, ହେଲେ ଲୋକଙ୍କ ହୃଦୟରେ ଥିବା ବିଜୁ ବାବୁଙ୍କ ପ୍ରତି ଭଲପାଇବା ନୁହେଁ। ପାରାଦୀପ ପୋର୍ଟ ବଦଳାଇ ପାରିବେ କି? ହାଲ୍, ଏନଟିପିସି ତାଳଚେର, ଏନଆଇଟି ରାଉରକେଲାକୁ ବଦଳାଇ ପାରିବେ‌ କି? ଏହା ବିଜେପିର କ୍ଷୁଦ୍ର ମନୋଭାବକୁ ପ୍ରକାଶ କରୁଛି। ଏହା ଅପରିପକ୍ଵ ରାଜନୀତି। ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ କୌଣସି ପଦପଦବୀ ପାଇଁ ରାଜନୀତିକୁ ଆସିନଥିଲେ। ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର କଥା ହେଉ, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ ବିଜୁବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ଗାଁର ମୁଖ୍ୟମନ୍ତ୍ରୀ କହୁଥିଲେ ବିଜୁ ବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବାକୁ ବିଜୁବାବୁଙ୍କ ଉଦ୍ୟମକୁ ଅଣଦେଖା କରାଯାଇ ପାରିବ ନାହିଁ। କିଛି ବର୍ଷ ହେଲା କିଛି ବ୍ୟକ୍ତି ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ତାହା ସଫଳ ହେବା ନାହିଁ। ଇତିହାସ ହେଉଛି ସମୟର ଖୋଲା ବହି। ସରକାର ଆସିବ ଯିବ, କିନ୍ତୁ ବିଜୁବାବୁ ଓଡିଆଙ୍କ ହୃଦୟରେ ରହିବେ। ଓଡ଼ିଶାବାସୀ ତାଙ୍କ ପ୍ରତି ଗର୍ବିତ ବୋଲି ନବୀନ‌ କହିଛନ୍ତି।

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...