AFFILIATE MARKETING

https://binomo.com?a=90810425bb57&t=0

Sunday, March 30, 2025

ଓଡିଶା ସରକାରଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା ଘୋଷିତ 

ଭୁବନେଶ୍ୱର, ୨୭/୦୩: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଥିବା କଲ୍ୟାଣମୂଳକ ସୁବିଧା ବିଷୟରେ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେକୌଣସି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ୭ଟି କଲ୍ୟାଣକାରୀ ସୁବିଧା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା-୨୦୧୬ ଅଧିନରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ସେହିପରି ମୃତ ସାମ୍ବାଦିକଙ୍କ ପିଲାଙ୍କ ସ୍କୁଲ ଖର୍ଚ୍ଚ ପାଇଁ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ସହାୟତାର ବ୍ୟବସ୍ଥା ରହିଛି।

ସ୍ଥାୟୀ ଭାବେ ଭିନ୍ନକ୍ଷମ ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଦିଲ୍ଲୀସ୍ଥିତ ଓଡ଼ିଶା ବାସଭବନ, କୋଲକାତାର ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡ଼ିଶା ଭବନ ଓ ସରକାରୀ ଡାକଘରେ ସରକାରୀ ଦରରେ ରହିବାର ସୁବିଧା ଯୋଗାଇ ଦେବାକୁ ଉକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ରିହାତି ରେଳ ଯାତ୍ରା ପାଇଁ ଅଣସ୍ଵିକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଆବଶ୍ୟକୀୟ ପାସ୍ ପ୍ରଦାନ କରିବାକୁ ରେଳ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ସାମ୍ବାଦିକମାନେ ରଥଯାତ୍ରାର ବିବରଣୀ ସଂଗ୍ରହ କରିବା ପାଇଁ ପୁରୀ ଯିବାର ବ୍ୟବସ୍ଥା କରାଯାଇଛି।

କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ କୋଭିଡ୍-୧୯ ସଂକ୍ରମଣରେ ମୃତ୍ୟୁବରଣ କରିଥିବା କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ସଚିବାଳୟକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ପାସ୍ ଦେବାକୁ ଗୃହ ବିଭାଗକୁ ସୁପାରିସ କରାଯାଇଛି।

No comments:

COASTAL NEWS

ଶଙ୍ଖ ଭବନରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା

ଶଙ୍ଖ ଭବନରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା ବରପୁତ୍ରଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡିଲେ ଓଡ଼ିଶାର ମଙ୍ଗଳ ହେବ: ନବୀନ ପଟ୍ଟନାୟକ...