AFFILIATE MARKETING

https://binomo.com?a=90810425bb57&t=0

Monday, August 28, 2023

ଆଶ୍ଳୀଳ ମେସେଜ

 COASTAL NEWS Odia 516

ଆଶ୍ଳୀଳ ମେସେଜ



ବଲାଙ୍ଗୀର - ଆଶ୍ଳୀଳ ମେସେଜ। କୌଣସି ଉତ୍ତର ନପାଇବାରୁ ପର୍ଣ୍ଣ ଭିଡ଼ିଓ ପଠାଇଥିଲା। ସେଥିରେ ମଧ୍ୟ ଯୁବତୀଙ୍କଠାରୁ କୌଣସି ରିପ୍ଲାଏ ପାଇଲେ ନାହିଁ। କଥା ହେବା ପାଇଁ ବ୍ୟଗ୍ର ଥିବା ଯୁବକ ରାତିରେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ଶେଷରେ ଭିଡିଓ କଲ୍‌ କରି ଶାରୀରିକ ସମ୍ପର୍କ ରଖିବା ପାଇଁ ଯୁବତୀଙ୍କୁ ନିବେଦନ କରିଥିଲା।

ଗତ ୨୫ ତାରିଖ ସକାଳେ ଯୁବତୀ ଜଣକ ଏନେଇ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ସାଇବର ଥାନା ପୁଲିସ୍‌ ହ୍ୱାଟ୍ସଆପ୍‌ ମେସେଜ୍‌ ଓ ମୋବାଇଲ୍‌ ନମ୍ୱରକୁ ଖେଳାଇଥିଲା। ଆଉ ସେଇଥିରୁ ଅଭିଯୁକ୍ତ ଯୁବକଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା।

ଅଭିଯୁକ୍ତ ଯୁବକ ହେଉଛି ପୁଇଁତଲା ଥାନା ବାହାଲବୁକା ଗାଁର ଗିରିଧାରୀ କୁଅଁର ଓରଫ କାହ୍ନା। ତା’ପରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରି ଗିରିଧାରୀକୁ ଧରିଥିଲା। ତା’ଠାରୁ ମୋବାଇଲ ଫୋନ ଜବତ କରିଥିଲା। ପୁଲିସ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଦେଇଛି।

ଏନେଇ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ କହିଛନ୍ତି, ବର୍ତ୍ତମାନ ବହୁଳ ପରିମାଣରେ ସୋଶାଲ ମିଡ଼ିଆର ବ୍ୟବହାର ଯୋଗୁ ଯୁବକ ଯୁବତୀ ଅସୁବିଧାରେ ପଡୁଛନ୍ତି। ବିଶ୍ୱାସରେ ଫଟୋ ସେୟାର କରୁଛନ୍ତି। ପରେ ବ୍ଲାକମେଲର ଶିକାର ହେଉଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...