AFFILIATE MARKETING

https://binomo.com?a=90810425bb57&t=0

Saturday, August 19, 2023

ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ନିଜ ଆଙ୍ଗୁଠି କାଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି

 COASTAL NEWS 427

ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ନିଜ ଆଙ୍ଗୁଠି କାଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି



ମହାରାଷ୍ଟ୍ର - ମୋ’ ଭାଇ, ଭାଉଜ ଆତ୍ମହତ୍ୟା କରିଥିବା ବେଳେ ଉଜଡ଼ିଗଲା ମୋ’ ପରିବାର। ହେଲେ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି ପୁଲିସ୍‌। ତେଣୁ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ମୁଁ ପ୍ରତି ସପ୍ତାହରେ ମୋ’ ଶରୀରର ଏକ ଅଙ୍ଗ କାଟିବି।’ ଭିଡିଓରେ ଏପରି କହି ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ନିଜ ଆଙ୍ଗୁଠି କାଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଆଙ୍ଗଠିକୁ ସେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଏପରି ଏକ ଘଟଣା ମହାରାଷ୍ଟ୍ରର ଉଲ୍ଲାସ ନଗରରେ ଘଟିଛି। 

ଭିଡିଓରେ ଦେଖିବାକୁ ମିଳିଛି ଧନଞ୍ଜୟ ନାନାବରେ ନାମକ ବ୍ୟକ୍ତି କହୁଛନ୍ତି, ମୋ’ ଭାଇ, ଭାଉଜ ଆତ୍ମହତ୍ୟା ପୂର୍ବରୁ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ସମସ୍ତ ଅଭିଯୁକ୍ତଙ୍କ ନାମ କହି ସାରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ କ୍ଷମତାଶାଳୀ ଲୋକ ଥିବାରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତେଣୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ମୁଁ ପ୍ରତି ସପ୍ତାହରେ ଏହିପରି ମୋ’ ଶରୀରର ଅଙ୍ଗ କାଟୁଥିବି।

ଧନଞ୍ଜୟଙ୍କ ଭାଇ ନନ୍ଦ କୁମାର ଓ ଭାଉଜ ଉର୍ମିଳା ନିଜ ପରିବାର ସହ ଉଲ୍ଲାସନଗରରେ ରହୁଥିଲେ। ନନ୍ଦକୁମାର ପ୍ରଥମେ ପୂର୍ବତନ ବିଧାୟକ ଜ୍ୟୋତି କଲାନୀଙ୍କ ବ୍ୟକ୍ତିଗତ ସହାୟକ ରୂପେ କାମ କରୁଥିଲେ। ଏହାପରେ ସେ ବିଧାୟକ ବାଲାଜୀ କିନିକରଙ୍କ ବ୍ୟକ୍ତିଗତ ସହାୟକ ରୂପେ କାମ କରୁଥିଲେ।

ମାତ୍ର ୨୦ ଦିନ ପୂର୍ବେ ନନ୍ଦ କୁମାର ନିଜ ପତ୍ନୀ ଉର୍ମିଳାଙ୍କ ସହ ମିଶି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ଧନଞ୍ଜୟ ଏକ ଭିଡିଓ କରିଥିବା ବେଳେ ସେଥିରେ ସେ କିଛି ବ୍ୟକ୍ତିଙ୍କ ନାମ ନେଇଛନ୍ତି। ସଂଗ୍ରାମ ନିକଲଜେ, ରଞ୍ଜିତସିଂହ ନାଇକ ନିମ୍ବାଲକର, ଜ୍ଞାନେଶ୍ୱର ଦେଶମୁଖ ଓ ନିତୀନ ଦେଶମୁଖ ନାମକ ବ୍ୟକ୍ତିମାନେ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ସେ କହିଛନ୍ତି। ଏଥିସହ ଏ ସଂକ୍ରାନ୍ତୀୟ ଏକ ଚିଠି ବି ସେ ନିଜ ପକେଟରେ ରଖିଥିଲେ।

ସବୁ ପ୍ରମାଣ ଥାଇ ବି ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି। ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲିଣି। ହେଲେ କିଛି ଫଳ ମିଳୁନି। ତେଣୁ ନିଜ ଆଙ୍ଗୁଠି କାଟିବାକୁ ବାଧ୍ୟ ହେଉଛି। ପୁଲିସ୍‌ ଘଟଣାର ତଦନ୍ତ ନ କରି ଅଭିଯୁକ୍ତଙ୍କୁ ଗିରଫ ନ କଲେ ସବୁ ସପ୍ତାହରେ ଶରୀରର ଏପରି ଗୋଟିଏ ଲେଖା ଅଙ୍ଗ କାଟୁଥିବା ବୋଲି ସେ କହିଛନ୍ତି ।

ଖବର ପାଇ ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...