AFFILIATE MARKETING

https://binomo.com?a=90810425bb57&t=0

Thursday, August 31, 2023

ଚକୋ ବାର ଡବାରେ ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ

 COASTAL NEWS Odia 543


 ଚକୋ ବାର ଡବାରେ ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ



 
ତ୍ରିଚି – ସୁନା ଚୋରା ଚାଲାଣର ବିଭିନ୍ନ ଉପାୟ ବିଷୟରେ ଆପଣ ଜାଣିଥିବେ । କିଏ ଟ୍ରଲିବ୍ୟାଗର ମେଟାଲ୍‌ ପାଇପ୍‌ ତ କିଏ ପେଟର ପାଚନତନ୍ତ୍ର ଆଉ କେତେବେଳେ ଗୋଡ ହାତ ଭାଙ୍ଗିଛି କହି ବ୍ୟାଣ୍ଡେଜ୍‌ ଭିତରେ ସୁନା ଚୋରା ଚାଲାଣ କରୁଛନ୍ତି । ଏପରି କି ହାଡ ଭାଙ୍ଗିଛି ମେଟାଲ ଲାଗିଛି କହି ସେଥିରେ ବି ସୁନା ଚୋରା ଚାଲାଣ କରୁଛନ୍ତି । ଏବେ ତାମିଲନାଡୁର ତ୍ରିଚିରେ ନ୍ୟୁଟେଲା ଚକୋବଟର ଜାରରେ ଖାଣ୍ଟି ସୁନା ବିଦେଶରୁ ଚୋରା ଚାଲାଣ ବେଳେ ଧରାପଡିଛି ।

ନ୍ୟୁଟେଲା ଜାର ଭିତରେ ଚକୋବଟରେ ସୁନା ଗୁଣ୍ଡ ଗୋଳାଯାଇଥିବା ବେଳେ କିଛିଟା ଖାଣ୍ଟି ସୁନା ଖଣ୍ଡ ବି ଥିଲା । କୁଆଲାମ୍ପୁରରୁ ଏହି ଯାତ୍ରୀମାନେ ଭାରତ ଆସିଥିଲେ । ହେଲେ ସୁନା ଚୋରା ଚାଲାଣ ବିଷୟରେ କଷ୍ଟମ ବିଭାଗକୁ ଆଗରୁ ସୂଚନା ମିଳିଥିଲା ।
ଯାତ୍ରୀମାନେ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଯାଞ୍ଚ କରାଯାଇଥିଲା । ସୁନା ମିଳି ନ ଥିଲା । ପରେ ନ୍ୟୁଟେଲା ଚକୋବଟର ଜାରକୁ ଯାଞ୍ଚ କରାଯିବାରୁ ସୁନା ମିଳିଥିଲା । ସୁନା ଚୋରା ଚାଲାଣ ଅଭିଯୋଗରେ ଏହି ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଛି ।


#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...