AFFILIATE MARKETING

https://binomo.com?a=90810425bb57&t=0

Friday, August 18, 2023

ଟାଟା ପାୱାର ର ମନମାନି ହନ୍ତସନ୍ତ ହେଉଛନ୍ତି ଖାଉଟି

 COASTAL NEWS 423

ଟାଟା ପାୱାର ର ମନମାନି ହନ୍ତସନ୍ତ ହେଉଛନ୍ତି ଖାଉଟି 



ରାଜଗାଙ୍ଗପୁର - ଘରେ ନା ଅଛି ଏସି ନା ଅଛି ଟିଭି। ନା ଅଛି କୌଣସି ସୌଖିନ ଜିନିଷ। ଘର ବାହାରେ ଓ ଭିତରେ ଜଳୁଛି ଦୁଇଟି ବଲ୍‌। ତଥାପି ଗତ ମାସ ବିଦ୍ୟୁତ ବିଲ୍‌ ଆସିଛି ଅଧିକ ଟଙ୍କା। ଖାଲି ବିଲ୍‌ ଆସିନି, ନାଲି ଆଖି ମଧ୍ୟ ଦେଖାଇଛି ଟାଟା ପାୱାର୍‌। ଯାହାକୁ ନେଇ ଚିନ୍ତାରେ ଖାଉଟି। ଚାଷବାସ କରି ଚଳୁଥିବା ଗରିବ ମଳିମୁଣ୍ଡିଆଟିଏ। ପାଟିକୁ ଦାନା ଓ ଗାଣ୍ଡିକୁ କନା ଖଣ୍ଡିଏ ପାଇଁ କାହିଁ ତେକେ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ଏତେ ଟଙ୍କା ଦେବେ କେମିତି ଜୋସେଫ କୁଜୁର?

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍‌ ସୋନାଖାନ୍‌ ଗାଁରେ ବାସ କରୁଥିଲେ ଜୋସେଫ କୁଜୁର। ଚାଷ କାମ କରି ଚଳୁଥିଲେ। ପରିବାର କହିଲେ ବାପାମାଆ ଓ ଝିଅ। ସକାଳ ହେଲେ ସମସ୍ତେ ଚାଷ କାମ ପାଇଁ ଚାଲି ଯାଉଥିଲେ। ଆଉ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସେହି ରାତି କେଇ ଘଣ୍ଟା ପାଇଁ ବିଦ୍ୟୁତ ବଲ୍‌ ଜଳାଉ ଥିଲେ ଜୋସେଫ୍‌। ୨୦୧୯ ମସିହାରେ ସେ ଘରକୁ ବିଦ୍ୟୁତ ସଂଯୋଗ ନେଇଥିଲେ। ପ୍ରତି ମାସ ଆସୁଥିବା ବିଲ୍‌ ପୈଠ କରୁଥିଲେ। ବେଳେ ବେଳେ କିଛି ବକେୟା ବାକି ରହିଯାଉଥିଲା। ତେବେ ୨୦୨୧ ମସିହାରେ ତାଙ୍କ ଘରକୁ ୬୯୯୯ ଟଙ୍କାର ବକେୟା ବିଲ୍‌ ଆସିଥିଲା। ଜୋସେଫ୍‌ ଜାଣିବା ପରେ ସମ୍ପୂର୍ଣ୍ଣ ବିଲ୍‌ ପୈଠ କରିଥିଲେ।

ପରବର୍ତ୍ତୀ ସମୟରେ ଜୋସେଫଙ୍କ ପରିବାର ମାଲିଢି ପଞ୍ଚାୟତ ଶୁଖାନଳା ଗାଁକୁ ପଳାଇ ଆସିଥିଲେ। ସେଠାରେ ଘର କରି ଆଜି ପର୍ଯ୍ୟନ୍ତ ରହି ଆସୁଛନ୍ତି। ଘରକୁ ନୂଆ ବିଦ୍ୟୁତ ସଂଯୋଗ ନେଇଥିଲେ। ସେଥିପାଇଁ ଆବଶ୍ୟକ ହୋଇଥିବା ଅର୍ଥ ମଧ୍ୟ ଜମା କରିଥିଲେ। ବିଦ୍ୟୁତ କନେକ୍‌ସନ୍‌ ନେଲା ପରେ ଘରେ କେବଳ ଦୁଇଟି ବଲ୍‌ ଜଳାଉଥିଲେ। ତାହା ପୁଣି ରାତିରେ କେଇ ଘଣ୍ଟା ପାଇଁ। ସେଥିପାଇଁ ତାଙ୍କ ଘରକୁ ପ୍ରତି ମାସ ୧୧୩ ବା ୧୧୫ ଟଙ୍କା ବିଲ୍‌ ଆସୁଥିଲା। ହେଲେ ଜୁଲାଇ ମାସରେ ଜୋସେଫଙ୍କ ଘରକୁ ୩୦,୯୦୮ ଟଙ୍କାର ବିଲ୍‌ ଆସିଥିଲା। ବିଲ୍‌ ପୈଠ କରିବା ପାଇଁ ତାଗିଦ୍‌ କରିଥିଲା ବିଦ୍ୟୁତ ବିତରଣ କମ୍ପାନୀ TPWODL। ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଘରେ କୌଣସି ସୌଖୁନ୍‌ ସାମଗ୍ରୀ ନାହିଁ, ଦୁଇଟି ବଲ୍‌ ଜଳୁଛି, ତଥାପି ଏତେ ବିଲ୍‌ କେମିତି ଆସିଲା? TPWODL ଜାଣିଶୁଣି ଏମିତି ବିଲ୍‌ ପଠାଇଛି ନା ଅଜାଣତରେ ପଠାଇଛି। ଏହାକୁ ନେଇ ନାନା ପ୍ରଶ୍ନ ଉଠିଥିବା ବେଳେ ସ୍ଥାନୀୟ ଲୋକେ କହିଛନ୍ତି, TPWODL ଏମିତି ବିଲ୍‌ ପଠାଇ ଗରିବ ଲୋକଙ୍କୁ ହଇରାଣ ହରକତ କରୁଛି। ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ତେବେ ଏନେଇ TPWODL ଏସ୍‌ଡିଇଓ ପବିତ୍ର ମୁଖାର୍ଜୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ସଙ୍ଗେ ସଙ୍ଗେ ଜୋସେଫ୍‌ଙ୍କ ବିଲ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା, ତାଙ୍କର ବକେୟା ବିଲ୍‌ ପୈଠ ହୋଇଛି। ତେବେ ଜୁଲାଇ ମାସରେ କାହିଁକି ଏତେ ବିଲ୍‌ ଆସିଛି? ମିଟରରେ କେଉଁଠି ତ୍ରୁଟି ଥାଇପାରେ ବୋଲି ସେ କହିଛନ୍ତି।


No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...