AFFILIATE MARKETING

https://binomo.com?a=90810425bb57&t=0

Sunday, August 27, 2023

ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

 COASTAL NEWS Odia 513

ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ



ଉତ୍ତର ୨୪ ପ୍ରଗଣା- ପଶ୍ଚିମବଙ୍ଗ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମର ଛାତ ଉଡିଯାଇଛି। ଆଜି ସକାଳେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଫ୍ୟାକ୍ଟ୍ରିରେ ଅନେକ କର୍ମଚାରୀ ଥିଲେ। କିଛି କର୍ମଚାରୀ ଫସି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ 10ଟା ସମୟରେ ଉତ୍ତର ୨୪ ପ୍ରଗଣା ଦତ୍ତପୁକୁର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। କାରଖାନାର ଛାତ ଉଡିଯିବାରୁ ଅନୁମାନ କରାଯାଉଛି ବିସ୍ଫୋରଣ କେତେ ଭୟଙ୍କର ଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ, ଟିଏମସି ନେତାଙ୍କ ସହାୟତାରେ ଏହି ବେଆଇନ ବାଣ କାରଖାନା ଚାଲିଛି ଏବଂ ଏଥିପାଇଁ ପୁଲିସକୁ ମଧ୍ୟ ଟଙ୍କା ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅନ୍ୟ ଏକ ବାଣ କାରଖାନାକୁ ନଷ୍ଟ କରି ଦେଇଥିବା ସୂଚନା ମିଳିଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...