AFFILIATE MARKETING

https://binomo.com?a=90810425bb57&t=0

Sunday, August 20, 2023

ପାକିସ୍ତାନ ଏକ ଚଳନ୍ତା ବସରେ ନିଆଁ ଲାଗି ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି

COASTAL NEWS 437

ପାକିସ୍ତାନ ଏକ ଚଳନ୍ତା ବସରେ ନିଆଁ ଲାଗି ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି



ପାକିସ୍ତାନ -ପଡୋଶୀ ପାକିସ୍ତାନରୁ ଏକ ଦୁଖଦଃ ସମ୍ବାଦ ଆସିଛି। ଏକ ଚଳନ୍ତା ବସରେ ନିଆଁ ଲାଗି ଯିବା ଫଳରେ ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଜିଓ ନିୟୁଜ ସୂଚନା ଅନୁଯାୟୀ, ପାକିସ୍ତାନ ପଞ୍ଜାବର ପିଣ୍ଡି ଭଟିୟା ସହରରେ ଫୈସଲାଵାଦ ରାସ୍ତାରେ ଆଜି ପାହାନ୍ତା ପ୍ରହରରେ ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ବସଟି କରାଚୀରୁ ଇସ୍ଲାମାବାଦ ଯାଉଥିଲା।

ବସରେ ୪୦ ଜଣ ଯାତ୍ରୀ ଓ ୪ ଜଣ ବସ କର୍ମଚାରୀ ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଜେଲ ବୋଝେଇ ପିକଅପ ଭ୍ୟାନ ସହ ଧକ୍କା ଖାଇଥିଲା। ଡିଜେଲ ବସ ଉପରେ ପଡିଯିବାରୁ ନିଆଁ ଲାଗି ଯାଇଥିଲା। ପାହାନ୍ତା ସମୟ ହୋଇଥିବାରୁ ଯାତ୍ରୀମାନେ ଶୋଇ ଥିବାରୁ ହଠାତ ବାହାରକୁ ବାହାରିବା ସମ୍ଭବ ହୋଇ ନ ଥିଲା।

ସୂଚନା ଅନୁଯାୟୀ, ଉଭୟ ଗାଡିର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକମାନେ ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...