AFFILIATE MARKETING

https://binomo.com?a=90810425bb57&t=0

Thursday, August 31, 2023

ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’

 COASTAL NEWS Odia 548

‘ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’


 


ନୂଆଦିଲ୍ଲୀ,୩୧।୧: ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି ଯେ, ଜମ୍ମୁ କଶ୍ମୀରରେ ତିନୋଟି ନିର୍ବାଚନ ବାକି ଅଛି। ପ୍ରଥମ ତିନି ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହେବା ମାତ୍ରେ ପଞ୍ଚାୟତ ପାଇଁ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ।

ସୁପ୍ରିମକୋର୍ଟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଲେହ ହିଲ ବିକାଶ ପରିଷଦ ନିର୍ବାଚନ ଶେଷ ହୋଇଛି ଏବଂ କାରଗିଲ ନିର୍ବାଚନ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।

କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାର ସମୟ ସୀମା ନିର୍ଦ୍ଦିଷ୍ଟ କହି ହେବ ନାହିଁ। ତେବେ କେନ୍ଦ୍ର ସ୍ପଷ୍ଟ କରିଛି ଯେ, ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀ ସ୍ଥିତି ସାମୟିକ ଏବଂ ଏହାକୁ ପୂର୍ଣ୍ଣ ରାଜ୍ୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି।



#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...