AFFILIATE MARKETING

https://binomo.com?a=90810425bb57&t=0

Wednesday, August 30, 2023

ଅଜଣା ରୋଗ

 COASTAL NEWS Odia 532

ଅଜଣା ରୋଗ



ଅଷ୍ଟ୍ରେଲିଆ - ଅଜଣା ରୋଗରେ ଛଟପଟ ହେଉଥିଲେ ମହିଳା । ଦିନ ହେଉ ଅବା ରାତି ଶାନ୍ତିରେ ଟିକେ ଶୋଇପାରୁନଥିଲେ । ନିମୋନିଆ ଭଳି ଲକ୍ଷଣ ରହିଥିଲା । ଏହାଛଡା ପେଟ ଯନ୍ତ୍ରଣା, ଝାଡା ଏବଂ ଶୁଖିଲା କାଶ ଭଳି ସମସ୍ୟାରେ ପୀଡିତ ଥିଲେ । ମହିଳାଙ୍କ ମସ୍ତିଷ୍କ ଏମଆରଆଇ କରି ଦେଖିବା ପରେ ଡାକ୍ତରଙ୍କ ହୋସ ଉଡିଯାଇଥିଲା । ମହିଳାଙ୍କ ମସ୍ତିଷ୍କରେ ଜିଆ ଭଳି କିଛି ପୋକ ଚାଲୁଥିବାର ଦେଖିବାକୁ ମିଳିଥିଲା । ନିଜ କ୍ୟାରିଅର ଭିତର ଏଭଳି କେସ୍‌ କେବେ ଦେଖିନଥିଲେ ଡାକ୍ତର । ଏହି ପୋକ କେବଳ ସାପ ମୁଣ୍ଡରେ ହିଁ ଦେଖିବାକୁ ମିଳିଥାଏ ।

ଖବର ମୁତାବକ, ଅଷ୍ଟ୍ରେଲିଆର ୬୪ ବର୍ଷୀୟ ମହିଳାଙ୍କ ମୁଣ୍ଡରେ ୮ ସେମି ଲମ୍ବା ଜିଆ ଭଳି ପୋକ ଚାଲୁଥିବାର ଦେଖିବାକୁ ପାଇଥିଲେ ଡାକ୍ତର । ଗତ ଦୁଇ ବର୍ଷ ହେଲାଣି ମହିଳା ଜଣକ ଷ୍ଟେରଏଡ ସହାୟତାରେ ଚିକିତ୍ସା କରୁଥିଲେ । କିନ୍ତୁ ୨୦୨୨ ପରେ ମହିଳା ଜଣକ ଡିପ୍ରେସନ ଏବଂ ସ୍ମରଣ ଶକ୍ତି ହରାଇଥିଲେ । ଏହା ପରେ ଡାକ୍ତର ତାଙ୍କୁ MRI କରିବା ପାଇଁ କହିଥିଲେ । ଆଉ ଏହା ରିପୋର୍ଟ ପରେ ଯାହା ଦେଖିଲେ, ତାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ମହିଳାଙ୍କ ମୁଣ୍ଡରେ ଏହି ପୋକ କିଭଳି ପହଞ୍ଚିଲା । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପୋକର ଅଣ୍ଡା କୌଣସି ଗ୍ରୀନ ଶାଗ ଜରିଆରେ ଶରୀରକୁ ପ୍ରବେଶ କରିଛି । ମହିଳା ଜଣକ କିଛି ଜିନିଷ କଞ୍ଚା ଖାଇଛନ୍ତି, ସମ୍ଭବତଃ ଏହା ମହିଳାଙ୍କ ଶରୀରକୁ ପ୍ରବେଶ କରିଛି ।

ଏହି ପୋକ ସାପ ମୁଣ୍ଡରେ ଦେଖିବାକୁ ମିଳିଥାଏ । ବିଶେଷ କରି ଅଜଗର ସାପ ମୁଣ୍ଡରେ । ଅଜଗରର ଏଭଳି ପ୍ରଜାତି ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳିଥାଏ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...