AFFILIATE MARKETING

https://binomo.com?a=90810425bb57&t=0

Monday, August 21, 2023

ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ: ଡିସେମ୍ବର ସୁଦ୍ଧା ଶେଷ ହେବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ

 COASTAL NEWS Odia 453

ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ: ଡିସେମ୍ବର ସୁଦ୍ଧା ଶେଷ ହେବ ସ୍କୁଲ ରୂପାନ୍ତରଣ କାର୍ଯ୍ୟ




ରାଜ୍ୟରେ ଥିବା ପ୍ରାୟ ୫୦ହଜାରରୁ ଅଧିକ ପ୍ରାଥମିକ ସ୍କୁଲରେ ପାଠପଢ଼ା ଢାଞ୍ଚା ବଦଳିବ। ପିଲାଙ୍କୁ ଯେପରି ଗୁଣାତ୍ମକ ଶିକ୍ଷା ମିଳିବ ସେନେଇ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସପ୍ତାହକୁ ୬ଦିନ କେମିତି ପିଲା‌ଙ୍କୁ କି କି ପାଠ ପଢ଼ାଯିବ ସେନେଇ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି। ସପ୍ତାହର ପ୍ରଥମ ୪ଦିନ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୧୨୦ମିନିଟ ଲେଖାଏ ମୌଳିକ ଭାଷା ପଢ଼ାଯିବ।


ଏଥିରେ ପିଲାଙ୍କ ଭାଷାଜ୍ଞାନ ବଢ଼ାଯିବ। ସେହିପରି ୯୦ମିନିଟ ଲେଖାଏ ପିଲାଙ୍କୁ ଗଣିତ ପଢ଼ାଯିବ। ୫ମ ଦିନରେ ଏହାର ପୁନରାବୃତ୍ତି କରାଯିବ। ୬ଷ୍ଠ ଦିନରେ ପିଲାଙ୍କର ମୂଲ୍ୟାୟନ କରାଯିବ। ଏନେଇ ମାଷ୍ଟର ଟ୍ରେନରମାନଙ୍କୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ସଚିବ ଅଶ୍ବଥୀ ଏସ୍‌ ସୂଚନା ଦେଇଛନ୍ତି।


ଆଜି ମୁଖ୍ୟମନ୍ତ୍ରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଚିବ କହିଥିଲେ ଯେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲରେ ଆଇଟି ଲ୍ୟାବ୍ ପ୍ରତିଷ୍ଠା ହେବ। ସବୁ ହାଇସ୍କୁଲର ୫ଟି ରୂପାନ୍ତରଣ କାର୍ଯ୍ୟ ଶେଷ ହେବ। ସେହିପରି ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ମାଧ୍ୟମିକ ସ୍କୁଲ ଭଳି ହାଉସ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଛାତ୍ରଛାତ୍ରୀଙ୍କୁ ୪ଟି ହାଉସ୍‌ରେ ବିଭକ୍ତ କରାଯିବ। ଏଥିପାଇଁ ଟି-ସାର୍ଟ ଏବଂ ଟ୍ରାକ୍ ପ୍ୟାଣ୍ଟ ଯୋଗାଇ ଦିଆଯିବ। କିପରି ଏହା କାର୍ଯ୍ୟ କରିବ ଏନେଇ ସପ୍ତାହକ ମଧ୍ୟରେ ଗାଇଡଲାଇନ୍ ଜାରି ହେବ। ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯିବ।


ଏହାସହ ସ୍କୁଲରେ ଏକାଡେମିକ କ୍ୟାଲେଣ୍ଡର ରହିବ। କେଉଁଦିନ କ'ଣ ହେବ ତାହା ଆଗୁଆ ପିଲା ଓ ଅଭିଭାବକଙ୍କୁ ଜଣାଇ ଦିଆଯିବ। ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଦୂରତା କମାଇବାକୁ ଷ୍ଟୁଡେଣ୍ଟ ଡାଏରି ବ୍ୟବସ୍ଥା ଆରମ୍ଭ ହେବ। ସଚିବ କହିଥିଲେ ଯେ, ଗତବର୍ଷ ୧୩ହଜାର ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ଚଳିତବର୍ଷ ଏହା ଆହୁରି ବଢ଼ିବ। ନକଲି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ଦୂର କରିବା ଏବଂ ପିଲାଙ୍କ ସାର୍ଟିଫିକେଟ୍‌କୁ ସୁରକ୍ଷିତ ରଖିବା ପାଇଁ ଡିଜିଲକର୍‌ରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ସାର୍ଟିଫିକେଟ୍ ଉପଲବ୍ଧ ହେବ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...