AFFILIATE MARKETING

https://binomo.com?a=90810425bb57&t=0

Tuesday, October 7, 2025

କଟକ ସହର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆରଡିସି

କଟକ ସହର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆରଡିସି

ଭୁବନେଶ୍ବର : କଟକ ସହର ପରିସ୍ଥିତି ବୁଲି ଦେଖିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି । କଟକ ଗୋଷ୍ଠୀ ହିଂସା ଘଟଣାରେ ସାରା ରାଜ୍ୟରେ ହାଇ-ଆଲର୍ଟ ଜାରି ପରେ କେନ୍ଦ୍ରାଞ୍ଚଳ ଆରଡିସି କଟକ ଦରଘାବଜାରରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ପୁଲିସ କମିଶନର ମଧ୍ୟ ଉପସ୍ଥିତ ଥିଲେ। ରାତିରେ ସ୍ଥିତି ନିୟନ୍ତ୍ରଣ ରହିଲେ କର୍ଫ୍ୟୁ କୋହଳ ହୋଇପାରେ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି । ତେବେ ଗିରଫଙ୍କ ସଂଖ୍ୟା ବଢିବା ନେଇ ସୂଚନା ରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକେ ଯେମିତି ହଇରାଣ ନ ହୁଅନ୍ତି ସେଥିପାଇଁ ଗୁରୁତ୍ବ ଦିଆଯିବ। ଲୋକଙ୍କ ପାଖରେ ସହଜରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚି ପାରିବ ତାକୁ ନେଇ ପ୍ରୟାସ ଜାରି ରହିଛି।
କଟକ ଗୋଷ୍ଠୀ ହିଂସା ଘଟଣା ପରେ ରାଜ୍ୟରେ ହାଇ-ଆଲର୍ଟ ଜାରି ହୋଇଛି। ପୁଲିସ ମୁଖ୍ୟାଳୟରୁ ସମସ୍ତ ଜିଲା ଏସ୍‌ପିଙ୍କୁ ସଜାଗ ରହିବା ଲାଗି ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶ ମିଳିବା ପରେ ସାରା ରାଜ୍ୟରେ ବ୍ଲକିଂ ଓ ଚେକିଂକୁ ଜୋରଦାର୍‌ କରାଯାଇଛି। ରାତି ତମାମ ପୁଲିସ ଗାଡ଼ିମୋଟର ଓ ପରିଚୟପତ୍ର ଯାଞ୍ଚ କରୁଛି। ଜିଲା ସୀମାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯାଇଛି। ବିଶେଷକରି ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂପୁର ଜିଲା ସୀମାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। କଟକ ଓ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କୁ ପୁଲିସ ସନ୍ଦେହ ଘେରରେ ରଖିଛି। ଏପଟେ କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ଘରୁ ନ ବାହାରିବା ଲାଗି ପୁଲିସ ସଚେତନ କରୁଛି। ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। କୌଣସି ଜରୁରୀ କାମରେ ଘରୁ ବାହାରିଲେ, ପୁଲିସ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି। ଶାନ୍ତି ଫେରାଇ ଆଣିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ହେଲେ ହାଇ ଆଲର୍ଟ ସମ୍ପର୍କରେ ପୁଲିସ ମୁଖ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

No comments:

COASTAL NEWS

୭୯ ବର୍ଷରେ ନବୀନ..

୭୯ ବର୍ଷରେ ନବୀନ ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ଏଥର ନବୀନ...