AFFILIATE MARKETING

https://binomo.com?a=90810425bb57&t=0

Thursday, October 9, 2025

ଇସ୍ରାଏଲ-ଗାଜା ଯୁଦ୍ଧ ଶେଷ

ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ବାକ୍ଷରିତ

ଜେରୁଜେଲମ, ୯/୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଲାଗିଲା ବ୍ରେକ୍। ଉଭୟ ଦେଶ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ଏବେ ଶେଷ ହୋଇଛି। ଇସ୍ରାଏଲ ଏବଂ ହମାସ ଉଭୟ ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଚୁକ୍ତିନାମାକୁ ଗ୍ରହଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ, ଇସ୍ରାଏଲ ଏବଂ ହମାସ ଶାନ୍ତି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟରେ ସ୍ୱାକ୍ଷର କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ନିଜେ ଏହି ସୂଚନା ଦେଇଛନ୍ତି। ଏହି ଚୁକ୍ତିନାମା ବର୍ଷ ବର୍ଷ ଧରି ଚାଲିଥିବା ଗାଜା ଯୁଦ୍ଧରେ ଏକ ନୂଆ ମୋଡ଼ ହେବାକୁ ଯାଉଛି।

ଏହି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ମୁଖ୍ୟତଃ ମାନବିକ ଦିଗ ଉପରେ ଧ୍ୟାନ ଦେଇଛି। ଏଥିରେ ବନ୍ଧକଙ୍କ ମୁକ୍ତି ଏବଂ ଇସ୍ରାଏଲୀ ସେନା ପ୍ରତ୍ୟାହାର ଭଳି ପ୍ରସ୍ତାବ ଅନ୍ତର୍ଭୁକ୍ତ ରହିଛି।

ପ୍ରଥମେ, ଚୁକ୍ତିନାମା ଅନୁଯାୟୀ, ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବ। ହମାସ ଦ୍ୱାରା ବନ୍ଦୀ ଥିବା ଇସ୍ରାଏଲୀ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତ କରାଯିବ। ଏହି ପ୍ରକ୍ରିୟାରେ ୧୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରାଯିବ। ଯେଉଁଥିରେ ମହିଳା, ଶିଶୁ ଏବଂ ବୃଦ୍ଧ ବ୍ୟକ୍ତି ସାମିଲ ଅଛନ୍ତି। ତଥାପି, ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ହମାସ ଚଳିତ ସପ୍ତାହ ଶେଷ ସୁଦ୍ଧା ସମସ୍ତ ୨୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ। ଇସ୍ରାଏଲ ମଧ୍ୟ ଗାଜାର ଅଧିକାଂଶ ଅଞ୍ଚଳରୁ ପ୍ରତ୍ୟାହାର କରିବ। ବନ୍ଧକମାନଙ୍କୁ ସୁରକ୍ଷିତ ଭାବରେ ସେମାନଙ୍କ ପରିବାରକୁ ଫେରାଇବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ।

ଏହି ସମୟରେ, ଇସ୍ରାଏଲ ପାଲେଷ୍ଟାଇନୀ ବନ୍ଦୀମାନଙ୍କୁ ମଧ୍ୟ ମୁକ୍ତ କରିବ। କିନ୍ତୁ କେତେ ସଂଖ୍ୟାରେ ମୁକ୍ତ କରିବ, ତାହା ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ବର୍ତ୍ତମାନ ଚୁକ୍ତି ହୋଇସାରିଥିବାରୁ, ଏହି ମୁକ୍ତି ପ୍ରକ୍ରିୟା ୭୨ ଘଣ୍ଟା ମଧ୍ୟରେ ସମାପ୍ତ ହେବା ଆବଶ୍ୟକ।

ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଅନୁଯାୟୀ, ଇସ୍ରାଏଲୀ ତା ସୈନ୍ୟମାନଙ୍କୁ ଗାଜା ଷ୍ଟ୍ରିପର କିଛି ଅଂଶରୁ ପ୍ରତ୍ୟାହାର କରିବ। କିନ୍ତୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ଶାନ୍ତିରକ୍ଷା ବାହିନୀ ନିୟୋଜିତ ହୋଇପାରେ। ଏହା ବ୍ୟତୀତ, ଗାଜାରେ ମୌଳିକ ଭିତ୍ତିଭୂମି, ଯେପରିକି ପାଣି, ବିଦ୍ୟୁତ୍ ଏବଂ ଚିକିତ୍ସା ଯୋଗାଣ ପୁନରୁଦ୍ଧାର ଉପରେ ଧ୍ୟାନ ଦିଆଯିବ।

ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି ଯେ ପ୍ରତ୍ୟାହାର ପରେ ଗାଜାରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ, ଯାହା ଯୁଦ୍ଧବିଧ୍ୱସ୍ତ ଅଞ୍ଚଳଗୁଡ଼ିକୁ ପୁନଃନିର୍ମାଣ କରିବାରେ ସାହାଯ୍ୟ କରିବ। ଏଥିସହ ତୁରନ୍ତ ଯୁଦ୍ଧବିରତି ସୁନିଶ୍ଚିତ କରିବା ସହ ହମାସ ଏବଂ ଇସ୍ରାଏଲ ଆଗାମୀ ୩୦ ଦିନ ମଧ୍ୟରେ ଏହି ପ୍ରଥମ ପର୍ଯ୍ୟାୟ ସମାପ୍ତ କରିବାର ଲକ୍ଷ୍ୟ ରଖିଛନ୍ତି।

ଟ୍ରମ୍ପ ଘୋଷଣା କରି କହିଛନ୍ତି ଯେ, “ମୁଁ ବହୁତ ଗର୍ବର ସହ ଘୋଷଣା କରୁଛି ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ସ୍ୱାକ୍ଷର କରିଛନ୍ତି। ଏହାର ଅର୍ଥ ସମସ୍ତ ବନ୍ଧକଙ୍କୁ ବହୁତ ଶୀଘ୍ର ମୁକ୍ତ କରାଯିବ, ଏବଂ ଇସ୍ରାଏଲ ଗାଜା ସୀମାରୁ ତାର ସୈନ୍ୟ ପ୍ରତ୍ୟାହାର କରିବ। ଏହା ଏକ ଦୃଢ଼ ଏବଂ ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ। ସମସ୍ତ ପକ୍ଷଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ଏହା ଆରବ ଏବଂ ମୁସଲିମ ରାଷ୍ଟ୍ର, ଇସ୍ରାଏଲ, ସମସ୍ତ ପଡ଼ୋଶୀ ଦେଶ ଏବଂ ଆମେରିକା ପାଇଁ ଏକ ଐତିହାସିକ ଏବଂ ଆନନ୍ଦର ଦିନ। ଆମେ କତାର, ମିଶର ଏବଂ ତୁର୍କୀର ମଧ୍ୟସ୍ଥିମାନଙ୍କୁ ଧନ୍ୟବାଦ ଜଣାଉଛୁ ଯେଉଁମାନେ ଆମ ସହିତ ମିଶି ଏହି ଐତିହାସିକ ଏବଂ ଅନନ୍ୟ ଚୁକ୍ତିକୁ ସମ୍ଭବ କରିଛନ୍ତି।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...