AFFILIATE MARKETING

https://binomo.com?a=90810425bb57&t=0

Wednesday, October 22, 2025

*ଖବର ଆଜିର, ୨୨ ଅକ୍ଟୋବର, ବୁଧବାର*

*ଖବର ଆଜିର, ୨୨ ଅକ୍ଟୋବର, ବୁଧବାର*
=======================
ମୌସୁମୀ ଫେରିଯିବା ପରେ ବଙ୍ଗୋପସାଗରରେ ଆସୁଛି ଲଘୁଚାପ। ୨୫ ତାରିଖରୁ ରାଜ୍ୟରେ ବର୍ଷା ହେବ। ବାତ୍ୟାର ସମ୍ଭାବନା

ଦୀପାବଳି ପରଦିନ ବି ଜୋର ବାଣ ଫୁଟିଲା। ଭୁବନେଶ୍ୱରରେ ପ୍ରଦୂଷଣ ମାନ ୧୮୦କୁ ଖସିଲା। କଟକଣାକୁ କେହି ମାନିଲେନି, କିମ୍ବା କେହି କାହାକୁ ଜଗିଲେ ନାହିଁ

ଯାଜପୁରରେ କାଳୀପୂଜା, ଡିଜେ ଏବଂ ମଦ କାରବାର ଉପରେ ସଂପୁର୍ଣ୍ଣ କଟକଣା ଲାଗିଲା।

ଅଦିନିଆ ରଥଯାତ୍ରା ମାନୁନାହିଁ ଇସ୍କନ, ପୁଣି ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ।

ପୁଣି ଶ୍ରୀମନ୍ଦିର ହେଲା ଖେଳଘର। ମୋବାଇଲରେ ଫଟୋ ଉଠାଇବା​‌ ସମୟରେ ଜଣେ ଗୁମାସ୍ତା ଅଟକ। ମନ୍ଦିରକୁ ମୋବାଇଲ ଗଲା କେମିତି, ଚାଲିଛି ତଦନ୍ତ।

କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟସେବା ବିଗିଡିଗଲାଣି, ତିନି ମାସ ହେଲା ଡିଜିଟାଲ ଏକ୍ସ-ରେ ଅଚଳ

କଟକ ଜଗତପୁର ଥାନା ଅଧିକାରୀଙ୍କ କୋଠରୀ ବାହାରେ ଜଗିଥିଲା ପୁଲିସ, ସ୍କାଏଲାଇଟ ଭାଙ୍ଗି ଥାନାରୁ ଚମ୍ପଟ ମାରିଲା ଚୋର

କଟକ ଚୌଦ୍ବାର ଜେଲ୍‌ରେ ଦୁଇ କଏଦୀଙ୍କ ମାରପିଟ୍‌, ଜଣଙ୍କ ମୁଣ୍ତ ଫାଟି କଟକ ମେଡ଼ିକାଲରେ ଭର୍ତ୍ତି। ଆଗରୁ ଦୁଇ ବିହାରୀ କଏଦୀ ଚମ୍ପଟ ମାରିଥିଲେ  

ବାଲେଶ୍ବର ଜିଲ୍ଲାର ସୋର ସବ୍‌ଜେଲ୍‌ରୁ ଜଣେ ଝାଡଖଣ୍ଡୀ ବନ୍ଦୀ ଫେରାର୍‌ ହୋଇଯାଇଛି।

ନୟାଗଡରେ ପୁଲିସ ଡ୍ରେସ୍ ପିନ୍ଧି ମଦ୍ୟପାନ କରି ଦୁଇଜଣ ପୋଲିସ କର୍ମଚାରୀ ନିଲମ୍ବିତ।

ଭୁବନେଶ୍ବର ଏୟାରପୋର୍ଟରେ ୨୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଧରାପଡ଼ିଲା, ତିନିଜଣ ଅଟକ

ଜଗତସିଂହପୁରରେ ବିଜେଡି ମହିଳା କର୍ମୀ ରଶ୍ମିତା ପରିଜାଙ୍କୁ ବିଜେପି ସମର୍ଥକଙ୍କ ଆକ୍ରମଣ ଅଭିଯୋଗ। ମୁଣ୍ଡ ଫାଟି ସିରିଜ ସିଲେଇ ହେଲା

ପୁରୀ ବୀରଗୋବିନ୍ଦପୁର ଦକ୍ଷିଣ କାଳୀଙ୍କ ପୀଠରେ ରାତି ୧୨ଟାରେ ପୂଜା ସମୟରେ ବିଦ୍ୟୁତ ଆଘାତ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ

ଗଂଜାମ ଜିଲ୍ଲା ଧରାକୋଟରେ ସିରିଜ ଦୁର୍ଘଟଣା ଘଟାଇଥିବା କାର ଚାଳକ ଓ ବସିଥିବା ବ୍ୟକ୍ତିଙ୍କୁ କାବୁ କରି ସ୍ଥାନୀୟ ଲୋକେ ନିର୍ଧୁମ ପିଟିଲେ

ଭୁବନେଶ୍ୱରରେ ଝାଡଖଣ୍ଡୀ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ରେଡ୍ ଫ୍ଲାଗ୍ କରାଯିବ ବୋଲି ଡିଜିପିଙ୍କ ନିର୍ଦ୍ଦେଶ।

ବାଲେଶ୍ଵର ସୋରରେ ଜବତ ବାଣ ନିଷ୍କ୍ରିୟ ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ୬ ଗାଁର ଶତାଧିକ ଘରଦ୍ୱାର କ୍ଷତିଗ୍ରସ୍ତ। ଲୋକେ ପୋଲିସ ନାମରେ ଅଭିଯୋଗ କଲେ

କଳାହାଣ୍ଡି ଲାଞ୍ଜିଗଡରେ ଘର ଭାଙ୍ଗିଲେ ହାତୀ, ବାସହରା ହେଲେ ୩ ଅନାଥ ଶିଶୁ

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର

ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟରେ ଉଭୟ ହାତୀ ଓ କଲରାପତରିଆ ବାଘ  ଥିବା ଭୟରେ ଗ୍ରାମବାସୀ ଓ ପର୍ଯ୍ୟଟକ 

କଟକରେ ସମ୍ପର୍କ ନିଶା ନିବାରଣ କେନ୍ଦ୍ରରେ ଅଘଟଣ। ଯୁବକଙ୍କୁ ତଣ୍ଟି ଚିପି ମାରିଦେଲେ ୪ ଅନ୍ତେବାସୀ

ମୟୁରଭଞ୍ଜ ବେତନଟୀରେ ମାଟିତଳେ ଲୁଚାଇ ରଖାଯାଇଥିବା ବିପୁଳ ନକଲି ବିଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରରେ ଛତିଶଗଡ଼ ପ୍ରଭାବ। ଓଡ଼ିଆ ନେତାଙ୍କ ଠାରୁ ଅଧିକ ଛତିଶଗଡ଼ ନେତା। ବୁଲୁଛି ମାଳ ମାଳ ଛତିଶଗଡ଼ ଗାଡ଼ି।

ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ଗଣଦୁଷ୍କର୍ମ ପୀଡ଼ିତା ଡିସ୍‌ଚାର୍ଜ ହେଲେ। ଏ ପର୍ଯ୍ୟନ୍ତ ଘଟଣାରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ପୁଲିସ୍ 

ମଧ୍ୟପ୍ରଦେଶର ଇନ୍ଦୋରରେ ୨୪ଜଣ କିନ୍ନର ଏକାଠି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

ମହାରାଷ୍ଟ୍ର ଶାନିବାର ୱାଡା ଦୁର୍ଗରେ କିଛି ମହିଳା ନମାଜ ପାଠ କରିବା ପରେ ହିନ୍ଦୁ ସଙ୍ଗଠନ ମାନେ ଗୋମୂତ୍ର ଛିଞ୍ଚିଲେ

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୧ତମ କିସ୍ତି ଟଙ୍କା ନପାଇ ଚାଷୀ ଚିନ୍ତିତ। ନଭେମ୍ବର ପ୍ରଥମ ସପ୍ତାହରେ ଚାଷୀଙ୍କ ଖାତାରେ ଜମା ହୋଇପାରେ

ଭାରତରେ ଦୀପାବଳି ଯୋଗୁଁ ପାକିସ୍ତାନର ଲାହୋର, ଫୈସଲାବାଦ,ଗୁରଜନଓ୍ୱାଲା, ସହିଓ୍ୱାଲ, ମୁଲତାନ ଅଞ୍ଚଳରେ ବାୟୁ ପ୍ରଦୁଷଣ ବୃଦ୍ଧି


No comments:

COASTAL NEWS

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ, ଲାଭଦାୟକ । ଚା...