ଓଜନ କମାଇବ , କୋଲେଷ୍ଟ୍ରୋଲ୍ କାଟିବ : ରୋଗକୁ ମାରିବ ମସୁର ଡାଲି
ଅନେକ ଔଷଧୀୟ ଗୁଣରେ ଭରପୂର ମସୁର ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାର୍ବୋହାଇଡ୍ରେଟ ଏବଂ ଡାଇଟାରୀ ଫାଇବରରେ ଭରପୂର ଏହି ଡାଲି ସେବନ ଦ୍ୱାରା ଓଜନ କମିଥାଏ ଏବଂ ହଜମ ପ୍ରକ୍ରିୟା ଠିକ୍ ରହିଥାଏ ।
/kanak/media/media_files/2025/09/13/masoor-dal-2025-09-13-11-35-10.jpg)
କନକ ବ୍ୟୁରୋ : ବର୍ତ୍ତମାନର ସମୟ ଏମିତି ହେଲାଣି ଯେ ଘରେ ଘରେ ରୋଗୀଙ୍କ ସଂଖ୍ୟା ବଢ଼ିଲାଣି । ଛୋଟ ଛୋଟ ସମସ୍ୟାରୁ ଆରମ୍ଭ ଏହି ରୋଗ କେବେ ଡାଏବେଟିସ୍ , ଗ୍ୟାଷ୍ଟ୍ରିକ୍ , ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ସମସ୍ୟାର ରୂପ ନେଉଛି ତାହା ଜାଣିବା କଷ୍ଟକର । ତେବେ ପ୍ରତିଦିନର ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ଆଣିଲେ ଏଭଳି ସମସ୍ୟାରୁ ମୁକ୍ତି ମିଳିପାରିବ । ନିତିଦିନ ଔଷଧ ଖାଇବାଠାରୁ ଭଲ ଶସ୍ୟଜାତୀୟ ଖାଦ୍ୟ , ସବୁଜ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରିବା । ତେବେ ଆପଣ ଜାଣିଛନ୍ତି କି ଖାଦ୍ୟରେ ଏକ ବିଶେଷ ପ୍ରକାରର ଡାଲି ଖାଇଲେ ଏଭଳି ରୋଗରୁ ମୁକ୍ତି ମିଳିପାରିବ । ଯାହାର ନାଁ ହେଉଛି ମସୁର ଡାଲି । ଅନେକ ଔଷଧୀୟ ଗୁଣରେ ଭରପୂର ମସୁର ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାର୍ବୋହାଇଡ୍ରେଟ ଏବଂ ଡାଇଟାରୀ ଫାଇବରରେ ଭରପୂର ଏହି ଡାଲି ସେବନ ଦ୍ୱାରା ଓଜନ କମିଥାଏ ଏବଂ ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ମସୁର ଡାଲି ମଧୁମେହ ରୋଗୀଙ୍କ ପାଇଁ ଆହୁରି ଅଧିକ ଭଲ । ଏହାଛଡ଼ା ହାଡ଼ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଏହା ଖୁବ୍ ଲାଭକାରୀ । ତେଣୁ ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଡାଲିକୁ ଡାଏଟରେ ସାମିଲ କରନ୍ତୁ ।
ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଏହି ଡାଲି ଖାଇବା ଦ୍ୱାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ୍ ରହିଥାଏ ଯାହା ଫଳରେ ଭୋକ କମ୍ ଲାଗେ । ଏହି କାରଣରୁ ମସୁର ଡାଲି ଓଜନ କମାଇବାରେ ସହାୟକ ହୋଇଥାଏ । ଏହା ସହିତ ଡାଲିରେ ଫାଇବର ଥିବାରୁ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ରହିଥାଏ । ମସୁର ଡାଲି ଶରୀରରେ ବଢ଼ିଥିବା କୋଲେଷ୍ଟ୍ରଲକୁ କମ୍ କରିଥାଏ, ଯାହା ଫଳରେ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ଯଥେଷ୍ଟ କମିଯାଏ । ଯେହେତୁ ଏହି ଡାଲିରେ ପ୍ରଚୁର ପରିମାଣରେ ଫାଇବର ଥାଏ ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ମସୁର ଡାଲି ଆଣ୍ଟିମାଇକ୍ରୋବିଆଲ୍ ଗୁଣରେ ଭରପୂର, ଯାହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହି ଡାଲିରେ କ୍ୟାଲସିୟମ୍, ମାଗ୍ନେସିୟମ୍ ଏବଂ ଫସଫରସ ମଧ୍ୟ ଥାଏ, ଯାହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ । ମସୁର ଡାଲିର ସୁପ୍ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ମସୁର ଡ଼ାଲିର ଖେଚୁଡ଼ି କରି ମଧ୍ୟ ଆପଣ ଖାଇପାରିବେ ।
No comments:
Post a Comment