AFFILIATE MARKETING

https://binomo.com?a=90810425bb57&t=0

Tuesday, October 7, 2025

ରୋହିତ ଦଳର ସଂସ୍କୃତିକୁ ନଷ୍ଟ କରିଥାଆନ୍ତେ!


ରୋହିତ ଦଳର ସଂସ୍କୃତିକୁ ନଷ୍ଟ କରିଥାଆନ୍ତେ!

ନୂଆଦିଲ୍ଲୀ: ରୋହିତ ଶର୍ମା ଦିନିକିଆ କ୍ରିକେଟ୍‌ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଓପ୍‌ନର। ହେ​‌େ​‌ଲ ନିକଟରେ ତାଙ୍କୁ ଭାରତୀୟ ଦିନିକିଆ ଦଳର ନେତୃତ୍ବରୁ ହଟାଇ ଶୁଭମନ ଗିଲ୍‌ଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ୨୦୨୭ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ମନୋନୟନ କମିଟି ଏହି ନିଷ୍ପତ୍ତି ନେଇଛି ବୋଲି ଦଳ ଘୋଷଣା ବେ‌େ‌ଳ ଅଧ୍ୟକ୍ଷ ଅଜିତ ଆଗରକର କହିଥିଲେ। ହେଲେ ଏ​‌େ​‌ବ ଏକ ନୂଆ ଥିଓରୀ ସାମ୍‌ନାକୁ ଆସିଛି। ଏହା ଅନୁସାରେ; ଦିନିକିଆ ଦଳର ଅଧିନାୟକ ଭାବେ ରୋହିତ ଦଳର ସଂସ୍କୃତିକୁ ନଷ୍ଟ କରି ଦେଇଥାଆନ୍ତେ ବୋଲି ବିସିସିଆଇ ଆଶଙ୍କା କରିଥିଲା; ଯାହା ବିସିସିଆଇ ଚାହୁଁନଥିଲା। ତେଣୁ ରୋହିତଙ୍କୁ ନେତୃତ୍ବରୁ ହଟାଇବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଥିଲା। କାରଣ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବେ ଦଳକୁ ତାଙ୍କ ନିୟନ୍ତ୍ରଣରେ ରଖିଛନ୍ତି। ରୋହିତଙ୍କ ପରି କିମ୍ବଦନ୍ତୀ କ୍ରିକେଟର ପୁଣି ଅଧିନାୟକ ହୋଇଥିଲେ ଗମ୍ଭୀର ତାଙ୍କ ଲକ୍ଷ୍ୟରେ ସଫଳ ହୋଇ ନଥାନ୍ତେ।

ବିସିସିଆଇ ଓ ମନୋନୟନ କମିଟି କଦାପି ଚାହୁଁନଥିଲା ଯେ ଦଳର ସଂସ୍କୃତି ନଷ୍ଟ ହେଉ। ସେମାନେ ଆଶଙ୍କା କରିଥିଲେ ଯେ ରୋହିତଙ୍କ ଭଳି ବଡ଼ କ୍ରିକେଟର ଦଳକୁ ଭୁଲ୍‌ ଦିଗ​‌େ​‌ର ନେଇ ଏହାର ସଂସ୍କୃତିକୁ ପ୍ରଭାବିତ କରିଥାଆନ୍ତି। ରୋହିତଙ୍କ ଭଳି ବଡ଼ କ୍ରିକେଟର ଅଧିନାୟକ ହୋଇଥିଲେ ଡ୍ରେସିଂ ରୁମ୍‌ରେ ତାଙ୍କ ସ୍ବଭାବ ଅନୁସାରେ ଖେଳାଳିଙ୍କୁ ପ୍ରଭାବିତ କରିଥାଆନ୍ତେ। ସୂଚନାଯୋଗ୍ୟ, ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ ଗୌତମ ଗମ୍ଭୀର ପ୍ରଥମ ୬ ମାସରେ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଅଧିକ ସମ୍ମୁଖକୁ ଆସୁ ନଥିଲେ। ହେଲେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ଏବଂ ବିଦେଶରେ ଅଷ୍ଟ୍ରେଲିଆଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ଗମ୍ଭୀର ଦଳକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍‌ଜାକୁ ନେଇଥିଲେ।

ଦଳର ଅଧିକାଂଶ ନିଷ୍ପତ୍ତି ସେ ନିଜେ ନେବା ଆରମ୍ଭ କରିଥିଲେ। ଶୁଭମନ ଗିଲ୍‌ ମଧ୍ୟ ଗମ୍ଭୀରଙ୍କ ଦଳ ସଂସ୍କୃତିରେ ନିଜକୁ ଖାପ୍ ଖୁଆଇ ପାରିଥିଲେ। ଏହାର ଫଳସ୍ବରୂପ ଭାରତୀୟ ଦଳ ଇଂଲଣ୍ଡ ମାଟିରେ ଟେଷ୍ଟ ଶୃଙ୍ଖଳାକୁ ଡ୍ର ରଖି ପାରିଥିଲା ଓ ଏସିଆ କପ୍‌ ଜିତିଥିଲା। ଅଷ୍ଟ୍ରେଲିଆରେ ଉଭୟ ରୋହିତ ଓ ବିରାଟ କୋହଲି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି। ହେଲେ ଏହା ନିଶ୍ଚିତ ଯେ ୨୦୨୭ ଦିନିକିଆ ବିଶ୍ବକପ୍‌ ପର୍ଯ୍ୟନ୍ତ ରୋହିତ ଓ କୋହଲି ଯୋଡ଼ି ଦିନିକିଆ କ୍ରିକେଟ୍‌ ଖେଳିବା ଜାରି ରଖିଥିବେ। ରୋହିତଙ୍କ ବୟସ ଏବେ ୩୮ ବର୍ଷ ହୋଇଥିବା ବେଳେ କୋହଲିଙ୍କ ବୟସ ୩୬ ବର୍ଷ। ତେଣୁ ଆଗରକର ଓ ଗମ୍ଭୀର ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁନଥିଲେ ଯେ ହଠାତ୍‌ ରୋହିତ ଓ କୋହଲିଙ୍କର ଫିଟ୍‌ନେସ ନ ଥିବା କିମ୍ବା ଉଭଯେ ବ୍ୟାଟିଂ ଫର୍ମ ହରାଇଥିଲେ। ତେଣୁ ଶେଷ ମୁହୂର୍ତ୍ତରେ ସେମାନଙ୍କୁ ବିଶ୍ବକପ୍‌ ପାଇଁ ନୂଆ ଅଧିନାୟକ ଖୋଜିବାକୁ ପଡ଼ିଥାଆନ୍ତା। ଦଳର ନେତୃତ୍ବରେ ହଠାତ୍ ସଙ୍କଟ ଦେଖିବାକୁ ମିଳିଥାଆନ୍ତା।

ଇଂଲଣ୍ଡ ଗସ୍ତରେ ଟେଷ୍ଟ ଶୃଙ୍ଖଳା ଖେଳିବାର ଠିକ୍‌ ପୂର୍ବରୁ ଉଭୟ ରୋହିତ ଓ କୋହଲି ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପ​‌େ​‌ର ଜାତୀୟ ମନୋନୟନ କମିଟିର ମୁଣ୍ଡବିନ୍ଧା ବଢ଼ି ଯାଇଥିଲା। ବାଧ୍ୟହୋଇ ସେମାନେ ୨୫ ବର୍ଷ ବୟସ୍କ ଶୁଭମନ ଗିଲ୍‌ଙ୍କ କାନ୍ଧରେ ନେତୃତ୍ବର ଗୁରୁଦାୟିତ୍ବ ପ୍ରଦାନ କରିଥିଲେ। ହେଲେ ସେତେବେଳକୁ ଭାରତୀୟ ଦଳରେ ଗମ୍ଭୀର ଏକ ସଂସ୍କୃତି ଗଢ଼ି ସାରିଥିଲେ। ତେଣୁ ଶୁଭମନ ଗିଲ୍‌ଙ୍କ କାମ ସହଜ ହୋଇଯାଇଥିଲା। ଡ୍ରେସିଂରୁମ୍‌ରେ ଦଳର ସଂସ୍କୃତି ଯେପରି ଭାବେ ମଜ୍‌ଭୁତ ରହିଛି; ତାହା ଜାରି ରଖିବାକୁ ଆଗରକର ଓ ଗମ୍ଭୀର ଚାହିଁଥିଲେ। ତେଣୁ ଦୁହେଁ ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଅଧିନାୟକ ଦାୟିତ୍ବ ଦେବାକୁ ଚାହୁଁନଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...