AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୩୦/୧୦: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେବେ। ୨୪ ନଭେମ୍ବର ୨୦୨୫ରେ କାର୍ଯ୍ୟଭାର ଗ୍ରହଣ କରିବେ ଏବଂ ୧୪ ମାସ ପାଇଁ ଅର୍ଥାତ୍ ୯ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ X ରେ ଏ ନେଇ ଘୋଷଣା କରିଥିଲେ।

ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର ଗଭାଇ ୨୩ ନଭେମ୍ବର, ୨୦୨୫ରେ ନିଜ ପଦବୀରୁ ଅବ୍ୟାହତି ନେବାକୁ ଯାଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନିଯୁକ୍ତି ପାଇଁ ସୁପାରିସ୍ କରିଥିଲେ ବି.ଆର ଗଭାଇ।

୧୯୬୨ ମସିହା ଫେବୃଆରୀ ୧୦ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିଆଣାରୁ ଆସିଥିବା ପ୍ରଥମ ପ୍ରଧାନ ବିଚାରପତି ହେବେ।

No comments:

COASTAL NEWS

ମହୁଲ ଝରା ରାତି

ଗୀତର ଶୀର୍ଷକ: "ମହୁଲ ଝରା ରାତି" ​(Style: Modern Sambalpuri Romantic Fusion) ​[Intro] ( sweet bamboo flute sound, with ...