AFFILIATE MARKETING

https://binomo.com?a=90810425bb57&t=0

Thursday, October 30, 2025

ବ୍ରାଜିଲରେ ଡ୍ରଗ୍‌ସ ଗ୍ୟାଙ୍ଗ୍‌ ଉପରେ ଚଢ଼ଉ, ୬୪ ମୃତ

ବ୍ରାଜିଲରେ ଡ୍ରଗ୍‌ସ ଗ୍ୟାଙ୍ଗ୍‌ ଉପରେ ଚଢ଼ଉ, ୬୪ ମୃତ
ବ୍ରାସିଲିଆ: ବ୍ରାଜିଲ ପୁଲିସ ମଙ୍ଗଳବାର ରିଓ ଡି’ ଜେନିରୋ ସହରରେ ସକ୍ରିୟ ଥିବା ଏକ ଡ୍ରଗ୍‌ସ କାରବାର ଗ୍ୟାଙ୍ଗ୍‌ ଉପରେ ଚଢଉ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୪ ପୁଲିସ ସମେତ ମୋଟ ୬୪ ଜଣ ପ୍ରାଣ ହରାଇଛନ୍ତି। ଚଢଉ ଅଭିଯାନରେ ୮୧ ଡ୍ରଗ୍‌ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ବ୍ରାଜିଲ ପୁଲିସର ପ୍ରାୟ ୨୫୦୦ ଅଧିକାରୀ କମ୍ପ୍ଲେକ୍ସୋ ଡୋ’ ଆଲେମାଓ ଅଞ୍ଚଳରେ ସକ୍ରିୟ ଥିବା ‘ରେଡ୍‌ କମାଣ୍ଡ’ ଗ୍ରୁପ୍‌ ଉପରେ ଚଢଉ କରିଥିଲା। ଉଭୟପକ୍ଷ ମଧ୍ୟରେ ପ୍ରାୟ ସାତ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ନିକଟ ଅତୀତରେ ବ୍ରାଜିଲ ଅପରାଧ ଇତିହାସରେ ଏହା ସବୁଠାରୁ ରକ୍ତାକ୍ତ ସଂଘର୍ଷ ବୋଲି କୁହାଯାଇଛି। ଗିରଫ ଡ୍ରଗ୍‌ସ ମାଫିଆଙ୍କ ନିକଟରୁ ୯୩ଟି ରାଇଫଲ ଏବଂ ୫ କ୍ବିଣ୍ଟାଲ ଡ୍ରଗ୍‌ସ ଜବତ କରାଯାଇଛି। ଅପରପକ୍ଷରେ ବ୍ରାଜିଲ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଜାତିସଂଘ ମାନବାଧିକାର କମିସନ ସମାଲୋଚନା କରିଛି।

No comments:

COASTAL NEWS

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ

ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ ସୂତ ଉବାଚ ସୂତ କହନ୍ତି ଶୁଦ୍ଧ ଚିତ୍ତେ । ହରଷେ ମୁନିଙ୍କ ଅଗ୍ରତେ ॥ ଶୁଣ ସକଳ ମୁନି...