AFFILIATE MARKETING

https://binomo.com?a=90810425bb57&t=0

Wednesday, October 8, 2025

ଆସୁଛି ଘୂର୍ଣ୍ଣିବଳୟ, ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହେବ ପ୍ରବଳ ବର୍ଷା ସହ ୪୦ କିଲୋମିଟର ବେଗରେ ବହିବ ପବନ

ଆସୁଛି ଘୂର୍ଣ୍ଣିବଳୟ, ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହେବ ପ୍ରବଳ ବର୍ଷା ସହ ୪୦ କିଲୋମିଟର ବେଗରେ ବହିବ ପବନ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା। ବିଜୁଳି ଘଡ଼ଘଡି଼ ସାଙ୍ଗକୁ ପ୍ରବଳ ବର୍ଷା ନେଇ ଆଜି ଆଉ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି।
 
ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏଁ ଏହା ସକ୍ରିୟ ରହିବ।  
 
ଆଜି  କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର  ଓ ଆନ୍ଧ୍ର ଉପକୂଳ ଠାରୁ  ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇପାରେ।
 
୧୦ ତାରିଖ ବେଳକୁ ୨ ଟି ଯାକ ଘୃର୍ଣ୍ଣିବଳୟ ମିଶି ବିସ୍ତୁତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 
 
ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 
 
ଏହି ୨ ଦିନ ମଧ୍ୟରେ ରାଜ୍ୟର ହାରାହାରି ୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏବଂ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 
 
ଏହା ପର  ଦୁଇ ଦିନ  ଅର୍ଥାତ୍ ୧୦ ଓ  ୧୧ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ  ସ୍ବଳ୍ପ ବର୍ଷା( ୧୫ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ। 
 
୧୨ ଓ ୧୩ ତାରିଖରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ସମେତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ  ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।  
 
ଆଜି ଠାରୁ ୧୧ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର  ସମ୍ଭାବନା ରହିଛି।  
 
ଆଜି ବିଶେଷକରି, ବରଗଡ଼ , ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ, କେନ୍ଦୁଝର, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ, କଟକ ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
 
ଏହାସହ ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ବେଗରେ ପବନ ପହିବା ନେଇ ସତର୍କତା ଜାରି କରାଯାଇଛି। 
 
ସେହିପରି, ଆସନ୍ତାକାଲି, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର,ଭଦ୍ରକ,ଯାଜପୁର,କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ,ଗଜପତି, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

 ଆସୁଛି ଘୂର୍ଣ୍ଣିବଳୟ, ପ୍ରଭାବରେ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ସହ ୪୦ କିମି ବେଗରେ ବହିବ ପବନ

No comments:

COASTAL NEWS

ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କରି ଚମକାଇଲା ବିଜେଡି

ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କରି ଚମକାଇଲା ବିଜେଡି   ଭୁବନେଶ୍ୱର,୧୫ା୧୦/ ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ସବୁ କଳ୍ପନାଜଳ୍ପନ...