AFFILIATE MARKETING

https://binomo.com?a=90810425bb57&t=0

Monday, October 27, 2025

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି

୨୪ ଘଣ୍ଟିଆ ନିରୀକ୍ଷଣ ଓ ସମନ୍ୱୟ ସହିତ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଟିପିସିଓଡିଏଲ। ବାତ୍ୟାଜନିତ କ୍ଷୟକ୍ଷତି ରୋକିବା ପାଇଁ ସରକାରୀ କଳ ସହ ସମନ୍ୱୟରେ କାମ କରୁଛି କମ୍ପାନୀ।

ଜରୁରୀକାଳୀନ ସହାୟତା ପାଇଁ ୨୪ ଘଣ୍ଟିଆ ଟୋଲ୍‌-ଫ୍ରି ନମ୍ବର ଜାରି

ଭୁବନେଶ୍ୱର, ୨୭/୧୦: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା

ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟା ‘ମୋନ୍ଥା’ ର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଏହା ସେବା ଯୋଗାଉଥିବା ଅଞ୍ଚଳ ଗୁଡ଼ିକରେ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ।

ଏହାର ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ଅଧୀନରେ, ଟିପିସିଓଡିଏଲ୍ ଜରୁରୀକାଳୀନ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ପାଇଁ ଏକ ବ୍ୟାପକ ପ୍ରତିକ୍ରିୟା ଢାଞ୍ଚା ସ୍ଥାପନ କରିଛି । କମ୍ପାନୀ ପ୍ରତି ମୂହୁର୍ତ୍ତର ପାଣିପାଗ ଅପଡେଟ୍ ଉପରେ କଡ଼ା ନଜର ରଖିଛି ଏବଂ ଦ୍ରୁତ ପ୍ରତିକ୍ରିୟା ଓ ପୁନରୁଦ୍ଧାର ପାଇଁ ବାତ୍ୟା ପୂର୍ବରୁ ଓ ପରେ କିପରି ପଦକ୍ଷେପ ନିଆଯିବ ସେଥିପାଇଁ ସ୍ପଷ୍ଟ ନିୟମ ଜାରି କରିଛି ।

ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ସକ୍ରିୟ ପଦକ୍ଷେପ

ଟିପିସିଓଡିଏଲ୍ ଉଭୟ ବିତରଣ ଏବଂ ପ୍ରାଇମେରୀ ସବ୍‌-ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି । ବାତ୍ୟା ସମୟରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସଫର୍ମର, ସୁଇଚ ଗିୟର ଏବଂ କଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ଉପକରଣର ପର୍ଯ୍ୟାପ୍ତ ଷ୍ଟକ୍ ସୁରକ୍ଷିତ ରଖାଯାଇଛି । ବିଦ୍ୟୁତ୍ ବିଭ୍ରାଟ ହେଲେ ଶୀଘ୍ର ପୁନରୁଦ୍ଧାର ପାଇଁ ସମସ୍ତ ଡିଭିଜନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ହସ୍ପିଟାଲ, ଜଳ ଯୋଗାଣ କେନ୍ଦ୍ର ଓ ବିପର୍ଯ୍ୟୟ ପ୍ରତିକ୍ରିୟା କେନ୍ଦ୍ର ଭଳି ମୁଖ୍ୟ ସଂସ୍ଥାଗୁଡ଼ିକୁ ଅବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।

 

୨୪ ଘଣ୍ଟିଆ ଜରୁରୀକାଳିନ ସହାୟତା

୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିସିଓଡିଏଲ୍ । ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ତୁରନ୍ତ ଏବଂ ଦକ୍ଷତାର ସହିତ ସମାଧାନ କରିବା ପାଇଁ କମ୍ପାନୀ ବିଭିନ୍ନ ଜୋନ୍‌ରେ ଜରୁରୀକାଳୀନ-ରେସପନ୍ସ ଟିମ୍ ନିୟୋଜିତ କରିଛି ।

ଉପଭୋକ୍ତାମାନଙ୍କ ପାଇଁ ସୁରକ୍ଷା ପରାମର୍ଶ

ବାତ୍ୟା ମୋନ୍ଥା ପାଖେଇ ଆସୁଥିବାରୁ, ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏବଂ ଜରୁରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି:

ବର୍ଷା କିମ୍ବା ବନ୍ୟା ଭଳି ପରିସ୍ଥିତିରେ ବିଦ୍ୟୁତ୍ ଖୁଣ୍ଟ, ତାର କିମ୍ବା ବିଦ୍ୟୁତ୍ ଉପକରଣକୁ ଛୁଅନ୍ତୁ ନାହିଁ ।

ପ୍ରବଳ ପବନ ସମୟରେ ଘର ଭିତରେ ରୁହନ୍ତୁ ଏବଂ ଗଛ କିମ୍ବା ଅସ୍ଥାୟୀ ଗୃହ ଠାରୁ ଦୂରରେ ରୁହନ୍ତୁ ।

ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ ।

ଖୋଲା ଡ୍ରେନ୍ ଏବଂ ଜଳବନ୍ଦୀ ଅଞ୍ଚଳରୁ ପିଲାମାନଙ୍କୁ ଦୂରରେ ରଖନ୍ତୁ ।

ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ଆମର ସର୍ବୋଚ୍ଚ ପ୍ରାଥମିକତା । ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ଏବଂ ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଆମେ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟରେ କାର୍ଯ୍ୟ କରୁଛୁ । ବାତ୍ୟା ମୋନ୍ଥାରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ଜରୁରୀକାଳିନ-ରେସପନ୍ସ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।”

ଟିପିସିଓଡିଏଲ୍‌, ସକ୍ରିୟ ଯୋଜନା, ତ୍ୱରିତ ପ୍ରତିକ୍ରିୟା ଏବଂ ସରକାରୀ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ମାଧ୍ୟମରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ । ମଜବୁତ ପରିଚାଳନା ବ୍ୟବସ୍ଥା ଓ ପ୍ରସ୍ତୁତି ସହିତ କମ୍ପାନୀ ବାତ୍ୟା ସମୟରେ ଉଭୟ ଉପଭୋକ୍ତା ଓ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।

No comments:

COASTAL NEWS

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି ୨୪ ଘଣ୍ଟିଆ ନିରୀକ୍ଷଣ ଓ ସମନ୍ୱୟ ସହିତ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହ...