AFFILIATE MARKETING

https://binomo.com?a=90810425bb57&t=0

Sunday, October 12, 2025

ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା

ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା

ବିବାହ ପ୍ରସ୍ତାବ ନେଇ ଆସିଥିବା ସୁବ୍ରତ କାହିଁକି ଯୁବତୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ? ଏହା ପଛର କାରଣ କ'ଣ ? ଉଭୟ ପୂର୍ବରୁ ପରସ୍ପରକୁ ଚିହ୍ନିଥିଲେ କି ? ନା ଘର ଭିତରେ କୌଣସି ପ୍ରଶ୍ନ କିମ୍ବା ପ୍ରଶ୍ନର ଉତ୍ତରକୁ ନେଇ ସୁବ୍ରତ, ଯୁବତୀଙ୍କ ଗଳା କାଟିଲା ? ଯୁବତୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ରଖି ପୂର୍ବରୁ ଛୁରୀ ନେଇ ଆସିଥିଲା କି ସୁବ୍ରତ ?

ଆଳି (କେନ୍ଦ୍ରାପଡ଼ା): ବିବାହ ପ୍ରସ୍ତାବ ନେଇ ଆସିଥିଲେ । ଝିଅ ସହ ଏକାନ୍ତରେ କଥା ହେବାକୁ କହିଲେ । ଆଉ କବାଟ ବନ୍ଦ କରି ଛୁରିରେ କାଟିଦେଲା ଯୁବତୀଙ୍କ ଗଳା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଜୟନଗର ପଞ୍ଚାୟତ କୁଜିପୁର ଗାଁରେ ।


ସୂଚନା ଅନୁସାରେ, କୁଜିପୁରୁ ଗାଁର କିଶୋର ଦାସଙ୍କ ଭାଣିଜୀଙ୍କୁ ନିକଟସ୍ଥ ଗାରଡ଼ପୁର ଗାଁର ସୁବ୍ରତ ନାୟକ ଓ ତାଙ୍କ ମାଆ ମନୋରମା ନାୟକ ଦେଖିବାକୁ ଆସିଥିଲେ । ଝିଅ ସହ କିଛି କଥା ହେବା ଲାଗି ଦେଖିବାକୁ ଆସିଥିବା ପୁଅ ସୁବ୍ରତ କହିଥିଲା । ଏହା ପରେ ପୁଅ, ଝିଅ ଗୋଟିଏ କୋଠରିକୁ ଯାଇଥିଲେ ।


ଆଉ ସେହି କୋଠରିକୁ ଯିବା ପରେ ସୁବ୍ରତ କବାଟ ବନ୍ଦ କରି ଦେଇଥିଲେ । ଏହା ପରେ ବନ୍ଦ କୋଠରିରେ ଏକ ଛୁରିରେ ଝିଅର ଗଳା କାଟି ଦେଇଥିଲା । ପରିବାର ଲୋକେ ଝିଅର ଚିତ୍କାର ଶୁଣି ଘର କବାଟ ଭାଙ୍ଗି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଝିଅକୁ ମେଡିକାଲ୍ ନେବା ସହ ଦେଖିବାକୁ ଆସିଥିବା ପୁଅ ସୁବ୍ରତକୁ କାବୁ କରି ନେଇଥିଲେ ।


ଅଭିଯୁକ୍ତ ସୁବ୍ରତକୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ରାଜକନିକା ଥାନା ପୋଲିସ ଗାଁରେ ପହଞ୍ଚି ଯୁବତୀଙ୍କୁ ମେଡିକାଲ୍ ପଠାଇବା ସହ ଯୁବକଙ୍କୁ ଗିରଫ କରିଛି । ସୁବ୍ରତ ବିବାହ ପ୍ରସ୍ତାବ ନେଇ ଆସି ଭାଣିଜୀର ଗଳା କାଟିଥିବା ନେଇ ମାମୁ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି । ଏବେ ଯୁବତୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ତେବେ ବିବାହ ପ୍ରସ୍ତାବ ନେଇ ଆସିଥିବା ସୁବ୍ରତ କାହିଁକି ଯୁବତୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲା ? ଏହା ପଛର କାରଣ କ'ଣ ? ଉଭୟ ପୂର୍ବରୁ ପରସ୍ପରକୁ ଚିହ୍ନିଥିଲେ କି ? ନା ଘର ଭିତରେ କୌଣସି ପ୍ରଶ୍ନ କିମ୍ବା ପ୍ରଶ୍ନର ଉତ୍ତରକୁ ନେଇ ସୁବ୍ରତ, ଯୁବତୀଙ୍କ ଗଳା କାଟିଲା ? ଯୁବତୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ରଖି ପୂର୍ବରୁ ଛୁରୀ ନେଇ ଆସିଥିଲା କି ସୁବ୍ରତ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ତଦନ୍ତ ହିଁ ସ୍ପଷ୍ଟ କରିବ କ'ଣ ରହିଥିଲା ସୁବ୍ରତର ଉଦ୍ଦେଶ୍ୟ ।

No comments:

COASTAL NEWS

୭୯ ବର୍ଷରେ ନବୀନ..

୭୯ ବର୍ଷରେ ନବୀନ ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ଏଥର ନବୀନ...