AFFILIATE MARKETING

https://binomo.com?a=90810425bb57&t=0

Wednesday, October 22, 2025

କାହଁକି ଦୀପାବଳୀ ପାଳନ କରୁ ନ ଥିଲେ ଜୟଲଳିତା ?

କାହଁକି ଦୀପାବଳୀ ପାଳନ କରୁ ନ ଥିଲେ ଜୟଲଳିତା ?   
ମାଣ୍ଡ୍ୟାମ ଆୟଙ୍ଗର ବ୍ରାହ୍ଣଣ ମାନେ ଆଜି ମଧ୍ୟ ପାଳନ କରନ୍ତି ନାହିଁ ଦୀପାବଳୀ 
ଏହା ପଛରେ ରହିଛି ଇସଲାମୀ ଧର୍ମାନ୍ଧ ଟିପୁ ସୁଲତାନର ବର୍ବରତାର କାହାଣୀ 
ଯାହାକୁ ଆଜି ମଧ୍ୟ ଶୁଣିଲେ ଲୋମ ଟାଙ୍କୁରି ଉଠିବ  

ଭାରତର ଉତ୍ତର ଠାରୁ ଦକ୍ଷିଣ ଯାଏ, ପୂର୍ବରୁ ପଶ୍ଚିମ ଯାଏ  ପବିତ୍ର ଦୀପାବଳୀ ପର୍ବ ଧୁମଧାମରେ ପାଳନ କରାଯାଇଥାଏ ।  
ତେବେ ତାମିଲ ମୂଳର ମାଣ୍ଡ୍ୟାମ ଆୟଙ୍ଗର ବ୍ରାହ୍ଣଣ ମାନେ ଆଜି ମଧ୍ୟ ଦୀପାବଳୀ ପର୍ବ ପାଳନ କରନ୍ତି ନାହିଁ । ସେମାନେ ମଧ୍ୟ କେବେ ଏହି ପର୍ବକୁ ଧୁମଧାମରେ ପାଳନ କରୁଥିଲେ. କିନ୍ତୁ ତାଙ୍କ ସହ ଯାହା ହୋଇଥିଲା ତା ପରେ ସେମାନେ ଏହାକୁ ପାଳନ କରି ନ ଥାନ୍ତି । ଆଜି ଦୀପାବଳୀ ଅବସରରେ ଆମେ ସେହି ଅନାଲୋଚିତ ବିଷୟ ଉପରେ ଆଲୋଚନା  କରିବା । 

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଦୀପାବଳୀ ପର୍ବ ପାଳନ କରୁ ନ ଥିଲେ । ଜୟଲଳିତା ହେଉଛନ୍ତି ମାଣ୍ଡ୍ୟାମ ଆୟଙ୍ଗର ବ୍ରାହ୍ଣଣ । କର୍ଣାଟକରେ ମେଲକୋଟ ନାମକ ସ୍ଥାନରେ ତାମିଲ ମୂଳର ମାଣ୍ଡ୍ୟାମ ଆୟଙ୍ଗର ବ୍ରାହ୍ଣଣ ମାନେ ଦୀର୍ଘ ଦିନ ଧରି ରହିଆସି ଥିଲେ । ସେତେବେଳେ ଟିପୁ ସୁଲତାନର ଶାସକ ଥିଲେ। ଦୀପାବଳୀ ପର୍ବ ପାଖେଇ ଆସୁଥାଏ । ମେଲକୋଟରେ ମାଣ୍ଡ୍ୟାମ ଆୟଙ୍ଗର ବ୍ରାହ୍ଣଣ ମାନେ ଦୀପାବଳୀ ପର୍ବ ପାଳନ କରିବାକୁ ଜୋର ସୋରରେ ପ୍ରସ୍ତୁତି କରୁଥାନ୍ତି । ଦୀପାବଳୀର ଠିକ ପୂର୍ବରୁ ସେତେବେଳେ ଟିପୁ ସୁଲତାନ ତାର ସୈନିକ ମାନଙ୍କୁ ନେଇ ମେଲକୋଟ ସହର ଉପରେ ଆକ୍ରମଣ କରି ଥିଲେ । ଅଳ୍ପ କିଛି ସମୟ ମଧ୍ୟରେ ୮ ଶହରୁ ଉର୍ଧ ଲୋକଙ୍କୁ ହତ୍ୟା କରାଗଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ଥିଲେ । ସେମାନେ ଟିପୁ ଓ ତାର ସୈନିକ ମାନଙ୍କୁ ଛାଡି ଦେବାକୁ ଆକୁଳ ନିବେଦନ କରୁଥିଲେ । ମାତ୍ର ଟିପୁ ଓ ତାର ସୈନିକ ମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁ ନ ଥିଲା । କିଛି ଲୋକ କ୍ରୁର ଟିପୁ ଓ ତାଙ୍କର ସୈନିକ ମାନଙ୍କ ଆଖିରୁ ଖସି ଚାଲିଗଲେ । ଯିଏ ଚାଲିଗଲା ସେମାନେ ତାଙ୍କର ଜୀବନ ରକ୍ଷା କରି ପାରିଥିଲେ । ଉତ୍ସବର ବାତାବରଣ ଶୋକର ବାତାବରଣରେ ପରିଣତ ହୋଇ ଗଲା । କୁହାଯାଏ ଯେ ମେଲକୋଟ ସହର ଭୂତଙ୍କ ସହରରେ ପରିଣତ ହୋଇଗଲା । ଯେଉଁ ମାନେ ମେଲକୋଟ ଛାଡି କୌଣସି ପ୍ରକାର ଚାଲି ଯାଇଥିଲେ ସେମାନେ ମଧ୍ୟ ମେଲକୋଟ ଫେରିଲେ ନାହିଁ । ଯେ ପର୍ଯ୍ୟନ୍ତ ଟିପୁ ସୁଲତାନର ଶାସନ ଥିଲା ସେମାନେ ଫେରି ନ ଥିଲେ । ଏହି ଲୋମହର୍ଷଣକାରୀ ଘଟଣା ପରେ ଟିପୁର ଏହି ନୃଶଂସତା ଓ ବର୍ବରତା ବିରୁଦ୍ଧରେ ମାଣ୍ଡ୍ୟାମ ଆୟଙ୍ଗର ବ୍ରାହ୍ଣଣ ମାନେ ଆଜି ପର୍ଯ୍ୟନ୍ତ ଦୀପାବଳୀ ପାଳନ କରି ନ ଥାନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟା ଜେ. ଜୟଲଳିତା ମଧ୍ୟ ଏହି ବର୍ଗର ଥିଲେ । ତେଣୁ ସେ ମଧ୍ୟ କେବେ ହେଲେ ଦୀପାବଳୀ ପାଳନ କରୁ ନ ଥିଲେ । 
କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆଜି ମଧ୍ୟ ଟିପୁ ସୁଲତାନ ଭଳି ଜଣ ବର୍ବର, ହିନ୍ଦୁ ବିରୋଧୀ ମତାନ୍ଧ ବ୍ୟକ୍ତିକୁ ମହାନ ବୋଲି ପ୍ରଚାର କରାଯାଇଥାଏ ।

No comments:

COASTAL NEWS

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ, ଲାଭଦାୟକ । ଚା...