AFFILIATE MARKETING

https://binomo.com?a=90810425bb57&t=0

Wednesday, October 22, 2025

ପୀତବାସ ହତ୍ୟାକାଣ୍ଡ: ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ

ସମୁଦ୍ର ବାଲିରୁ ମିଳିଲା ବନ୍ଧୁକ


ବ୍ରହ୍ମପୁର, ୨୨/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଦିନକୁ ଦିନ ଗୁମର ଖୋଲିବାରେ ଲାଗିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଛାତ୍ରନେତା, କର୍ପୋରେଟର, ସାର୍ପସୁଟର ଓ ସୁପାରୀ କିଲରଙ୍କୁ ଘନଘନ ଜେରା କରୁଛି ବ୍ରହ୍ମପୁର ପୋଲିସ। ସନ୍ଦେହରେ ଶତାଧିକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଦୁଇ ଶହରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କଲାଣି ପୋଲିସ। ସେପଟେ ଦିନେ ଦୁଇ ଦିନ ଭିତରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି।

ଗତ ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଛି ପୋଲିସ। ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ଘନଘନ ପଚରାଉଚରା କରୁଛି ପୋଲିସ। ଏହି ଘଟଣାରେ ତାଙ୍କର କ’ଣ ସମ୍ପୃକ୍ତି ରହିଛି ତାହା ଜଣା ପଡିନଥିବା ବେଳେ ପୋଲିସ ତାଙ୍କୁ ବିଳମ୍ବିତ ରାତି ଯାଏଁ ପଚରାଉଚରା କରିଥିବା ଜଣାପଡିଛି। ତେବେ ବିକ୍ରମ ପଣ୍ଡାଙ୍କୁ ସମର୍ଥକମାନେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି।

ଏହା ସହ ପୁରୀରୁ ଜଣେ ସାର୍ପ ସୁଟରକୁ ଉଠାଇ ନେଇ ପୋଲିସ ପଚରାଉଚରା କରିଛି। ତାଙ୍କ ବୟାନ ଆଧାରରେ ପୁରୀ ବେଳାଭୂମି ବାଲିରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି, ପୀତବାସଙ୍କ ହତ୍ୟାରେ ଏହି ବନ୍ଧୁକ ବ୍ୟବହୃତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ତାଙ୍କ ଚାମ୍ବରରୁ ରୁମକୁ ଯିବା ବେଳେ ପ୍ରାୟ ୮ଟା ୫୮ରେ ବୈକୁଣ୍ଠନଗରରେ ତାଙ୍କ ଉପରକୁ ପଏଣ୍ଟ ବ୍ଲାଙ୍କରେ ଗୁଳି କରିଥିଲେ ଦୁର୍ବୃତ୍ତ। ଏହା ପରେ ତୁରନ୍ତ ସେଠାରୁ ଚମ୍ପଟ ମାରିଥିଲେ।

ଏହି ଘଟଣାରେ ଏପର୍ଯ୍ୟନ୍ତ ବିହାରର ୪ ଜଣ, ଜଣେ କର୍ପୋରେଟର, ଜଣେ ସମର୍ଥକ, ରାଜନେତା, ଛାତ୍ରନେତା ଓ ସାର୍ପ ସୁଟରଙ୍କୁ ବିଭିନ୍ନ ସ୍ଥାନରୁ ଧରି ପଚରାଉଚୁରା କରୁଛି ବ୍ରହ୍ମପୁର ପୋଲିସ।

No comments:

COASTAL NEWS

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ, ଲାଭଦାୟକ । ଚା...