AFFILIATE MARKETING

https://binomo.com?a=90810425bb57&t=0

Thursday, October 9, 2025

ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ: ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ ଡାକରା ଦେଲା ବିଜେଡି

ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ। ଲୋକସେବା ଭବନ ଏବେ ଚାକିରି ବିକ୍ରୟ କେନ୍ଦ୍ର।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜୁ ଯୁବ ଛାତ୍ର ଜନତା ଦଳ

ଭୁବନେଶ୍ୱର, ୦୮/୧୦: ପୋଲିସ ଏସ୍‌ଆଇ ପରୀକ୍ଷାରେ ଜାଲିଆତି ଘଟଣାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ କରାଯିବ ବୋଲି ଆଜି ଦଳ ତରଫରୁ ଘୋଷଣା କରାଯାଇଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଛନ୍ତି, କ୍ୟାସ୍ ଫର୍ ଜବ୍ ସ୍କାମ୍ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ବ୍ୟଥିତ କରିଛି । ତେଣୁ ଏହି ମହାଦୁର୍ନୀତିକୁ ପଦାକୁ ଆଣିବା ପାଇଁ ଆମେ ସିବିଆଇ ତଦନ୍ତ ଦାବି କରିଛୁ । କିନ୍ତୁ, ରାଜ୍ୟ ସରକାର ଏଥିରେ ସମ୍ପୃକ୍ତ ବଡମୁଣ୍ଡ ମାନଙ୍କୁ ଖସାଇ ଦେବା ପାଇଁ ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଛନ୍ତି । ଏହି ମହାଦୁର୍ନୀତିର ଚେର ରାଜ୍ୟର ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ୱିଛି । ଆମେ ମୁଖ୍ୟ ଅଭିଯୁକ୍ତର ଫଟୋ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ସହ ଥିବା ଫଟୋ ଜାରି କରିଥିଲୁ । କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରିବର୍ତ୍ତେ, କିପରି ତଥ୍ୟ ପ୍ରମାଣକୁ ନଷ୍ଟ କରାଯିବ, ସେହି କାମରେ ବ୍ୟସ୍ତ ଅଛି । ରାଜ୍ୟ ସରକାରଙ୍କ ପ୍ରାୟଜନରେ ଚାକିରି ବିକ୍ରିର ନିଲାମ ପାଇଁ ଦୁଇ ସଂସ୍ଥାକୁ ଦାଇତ୍ୱ ଦିଆଯାଇଥିଲା । ଓପିଆରବି କେଉଁ ନିୟମରେ, ଏହି ସଂସ୍ଥା ଗୁଡିକୁ ପରୀକ୍ଷା କରିବା ପାଇଁ ନିଯୁକ୍ତି ଦେଇଥିଲା, ସେ ପ୍ରଶ୍ନର ଉତ୍ତର ସରକାର ରଖୁନାହାନ୍ତି । ବିଜେପି ଏବେ ଲୋକସେବା ଭବନକୁ ଚାକିରି ବିକ୍ରୟ କେନ୍ଦ୍ରରେ ପରିଣତ କରିଛି । ତେଣୁ ସିବିଆଇ ତଦନ୍ତ ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜୁ ଯୁବ ଛାତ୍ର ଜନତା ଦଳ । ତେଣୁ ଏହି ମହାଦୁର୍ନୀତି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଯୁବ ଛାତ୍ର ନ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ଏବଂ ଏହା ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ସାହୁ କହିଥିଲେ ।

ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଥିଲେ, ନିଯୁକ୍ତି ଆଶାରେ ଥିବା ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଏବେ ହତାଶ ଅନୁଭବ କରୁଛନ୍ତି । ସେମାନଙ୍କ ଭିତରୁ ଅନେକ ଆମ ସହ ଯୋଗାଯୋଗରେ ଅଛନ୍ତି । ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଏହି ନ୍ୟାୟ ଆନ୍ଦୋଳନ ପାଇଁ ଡାକରା ଦେଇଛି । ବିଜେପି ତରଫରୁ ସରକାରକୁ ଆସିଲେ ଦୁଇ ବର୍ଷରେ ଦେଢ଼ ଲକ୍ଷ ସରକାରୀ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ, ଚାକିରି ଦେବା ପରିବର୍ତ୍ତେ ଏବେ ଚାକିରି ବିକ୍ରି କରାଯାଉଛି । ଓଡ଼ିଶାର ଯୁବ ଓ ଛାତ୍ର ମାନେ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବେ ଓ ସରକାରଙ୍କୁ ଉଚିତ ଜବାବ ଦେବେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...