AFFILIATE MARKETING

https://binomo.com?a=90810425bb57&t=0

Thursday, October 23, 2025

ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।

ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ତାହା ସଫଳ ନହେବାରୁ ପୁଣି ଯୋଜନା ପ୍ରସ୍ତୁତ କରାଯାଇଥିଲା ଓ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି। 
ସେ କହିଛନ୍ତି ଯେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ଏକ ଟିମ୍ ଆସି ଗତ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଡେରା ପକାଇଥିଲା। ଏହି ଟିମ୍‌ରେ ୨ ଜଣ ବିହାରୀ ଶୁଟର ଥିଲେ। ଉମା ବିଷୋୟୀ ସେମାନଙ୍କୁ ଆଣିଥିଲା। ଉମା ବିଷୋୟୀ ଜଣେ ଆଣ୍ଟି ସୋଶିଆଲ। ତା’ର ସହଯୋଗୀ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳି ଅଞ୍ଚଳର ବିପିନ ସ୍ୱାଇଁଙ୍କୁ ଡାକିଥିଲା। ବିପିନ ସ୍ୱାଇଁ କିଛି ଶୁଟରଙ୍କୁ ଜାଣିଥିଲା। ସୀମାଞ୍ଚଳ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ଲିଆସିନିଂ ପାଇଁ ଡାକିଥିଲେ।
ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ ୨ ଶୁଟର  ଅଲକାପୁରୀରେ ଏକ ଭଡ଼ା ଘରେ ରହିଥିଲେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ। ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ସେମାନେ ଭଡ଼ାରେ ରହିଥିଲେ। ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ସେ ଏହି ୪ ଜଣଙ୍କୁ ଘରେ ରଖିଥିଲେ ବୋଲି କହିଛନ୍ତି। ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ। ଏହି ୪ ଜଣ ମେଡିକାଲ କାମରେ ଆସିଥିଲେ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ଦୁଇ ଜଣ ବିହାରର ହୋଇଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ଶୂନ୍ୟଚନ୍ଦ୍ର ଦାସ ପୁଣି ଥରେ ମଳୟ ବିଷୋୟୀଙ୍କୁ ଏ ବିଷୟରେ ପଚାରିଥିଲେ। ଏମ୍‌କେସିଜିରେ ସେମାନେ ଦେଖାଇବାକୁ ଆସିଛନ୍ତି ବୋଲି ମଳୟ କହିଥିଲେ। କିନ୍ତୁ ଶୂନ୍ୟଚନ୍ଦ୍ର ଦାସ ଯେତେବେଳେ ଭଡ଼ାଟିଆଙ୍କୁ ପଚାରିଲେ ସେମାନେ କହିଥିଲେ ଯେ ଏକ ଘରୋଇ ହସ୍‌ପିଟାଲରେ ଦେଖାଇବାକୁ ଆସିଛନ୍ତି। ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ତେବେ ମଳୟ ବିଷୋୟୀ କହିଥିବାରୁ ସେ ଆଉ କିଛି କହି ନଥିଲେ। 
ସୁଟରଙ୍କ ଖାଇବା ପିଇବା ଓ ସେମାନଙ୍କୁ ଗାଡ଼ି ଯୋଗାଇବା ବ୍ୟବସ୍ଥା କରିଥିଲେ ଯୋଗେନ୍ଦ୍ର ରାଉତ ଓ ଉମା ବିଷୋୟୀ। ବିହାରୀ ଶୁଟର ଦ୍ୱୟ ପୀତବାସ ପଣ୍ଡାଙ୍କ ଚାମ୍ବର ଦେଖିଥିଲେ। କେଉଁ ରାସ୍ତାରେ ସେ ଯା’ଆସ କରନ୍ତି, ତାହା ଦେଖିଥିଲେ। ମାରିସାରିବା ପରେ କେଉଁ ରାସ୍ତାରେ ଖସିଯିବେ, ତା’ର ବି ପ୍ଲାନ୍ କରିଥିଲେ। ପୀତବାସଙ୍କୁ ମାରିବା ପାଇଁ ଶୁଟର ଦ୍ୱୟ ୧୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ। ସେମାନେ କିଛି ଟଙ୍କା ଅଗ୍ରୀମ ନେଇଥିଲେ।
୧୪ ତାରିଖରେ ସେମାନେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥା’ନ୍ତେ। କିନ୍ତୁ ବିହାରରୁ ଆସିଥିବା ଏହି ଦୁଇ ଶୁଟରଙ୍କ ମଧ୍ୟରୁ ଜଣଙ୍କର ମେଡିକାଲ ଏମର୍ଜେନ୍ସୀ ପଡ଼ିଗଲା। ତା’ ସ୍ତ୍ରୀର ଆବର୍ସନ ହୋଇଥିଲା। ସେଥିପାଇଁ ସେ ସଙ୍ଗେ ସଙ୍ଗେ ପଳେଇଥିଲା। ତେଣୁ ଯୋଜନା ଅନୁଯାୟୀ ସେହି ଦିନ ପୀତବାସଙ୍କୁ ସେମାନେ ମାରିପାରି ନଥିଲେ।
ଏହା ପରେ ଉମା ବିଷୋୟୀ ଏକ ନୂଆ ଟିମ୍ ଗଠନ କରିଥିଲା। ଏଥର ବିହାରୀ ଶୁଟର ବଦଳରେ ଲୋକାଲ ଶୁଟରଙ୍କୁ କାମରେ ଲଗାଯାଇଥିଲା। ଯୋଜନା ମୁତାବକ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। 
ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଜି ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି, ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର ମଳୟ ବିଷୋୟୀ ଓ ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇ ପ୍ରମୁଖ। ସେମାନଙ୍କ ସହିତ ୨ ଶାର୍ପ ଶୁଟର, ଜଣେ ସ୍ଥାନୀୟ ଶୁଟର ଓ ରେକି କରୁଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଆଉ ୩ ଜଣ ଫେରାର ଅଛନ୍ତି।

No comments:

COASTAL NEWS

ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।

ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲ...