AFFILIATE MARKETING

https://binomo.com?a=90810425bb57&t=0

Wednesday, October 22, 2025

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

‘ଝିଅମାନେ ରାତିରେ ବାହାରକୁ ଯିବା ଅନୁଚିତ’

କୋଲକାତା, ୧୨/୧୦: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଘଟିଥିବା ସ୍ପର୍ଶକାତର ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଯେ, ରାତିରେ ଝିଅମାନଙ୍କୁ ବାହାରକୁ ଯିବା ଉଚିତ୍ ନୁହେଁ।

ମମତା କହିଛନ୍ତି, ଜଣେ ଝିଅକୁ ରାତିରେ ବାହାରକୁ ଯିବାକୁ ଦିଆଯିବା ଉଚିତ୍ ନୁହେଁ। ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା ଅଛି? ଏପରିକି ଦୁଷ୍କର୍ମ ଘଟଣାରେ ତାଙ୍କ ସରକାରକୁ ଟାଣିବା ଅନୁଚିତ ମୁଁ ଯେତିକି ଜାଣିଛି ଘଟଣାଟି ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି। ଘରୋଇ ମେଡିକାଲ୍‌ କଲେଜ ଝିଅମାନଙ୍କ ଦାୟିତ୍ବ ଠିକ୍‌ ଭାବେ ନେବା ଦରକାର। ସେମାନେ ନିଜେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ। ଏହି ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅନ୍ୟ ରାଜ୍ୟଗୁଡ଼ିକରେ ଏହା ଘଟିଲେ ମଧ୍ୟ ନିନ୍ଦନୀୟ। ଏଥିରେ ଯେଉଁମାନେ ଦୋଷୀ କାହାକୁ କ୍ଷମା କରାଯିବ ନାହିଁ। ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି, କାହାକୁ ଛାଡ଼ାଯିବ ନାହିଁ।

ଏପରିକି ମମତା ବାନାର୍ଜୀ ନିଜ ରାଜ୍ୟ ଉପରୁ ଦୋଷ ଝାଡ଼ିବା ପାଇଁ ଓଡ଼ିଶା ଉପରେ ଆହୁରି ପ୍ରଶ୍ନ ଲଦିଛନ୍ତି। ସେ କହିଛନ୍ତି ଯେ କେବଳ ତାଙ୍କ ସରକାରଙ୍କୁ କାହିଁକି ପ୍ରଶ୍ନ କରାଯାଉଛି? ପ୍ରାୟ ଏକ ମାସ ପୂର୍ବେ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣାର ଉଲ୍ଲେଖ କରି ସେ ପଚାରିଥିଲେ, “ଓଡିଶା ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି? ଏହିପରି ଘଟଣା ମଣିପୁର, ଉତ୍ତରପ୍ରଦେଶ, ବିହାର, ଓଡ଼ିଶାରେ ଘଟିଛି। ଆମେ ମଧ୍ୟ ଭାବୁଛୁ ଯେ ସେଠାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ ତାରିଖ ରାତିରେ କୋଲକାତାରୁ ପ୍ରାୟ ୧୭୦ କିଲୋମିଟର ଦୂର ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଏମବିବିଏସ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ହସ୍ପିଟାଲ ପଛପଟେ ଏକ ନିର୍ଜନ ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଥିଲା। ବର୍ତ୍ତମାନ ସେ ସ୍ଥାନୀୟ ଏକ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ଛାତ୍ରୀଙ୍କ ବାପା କହିଛନ୍ତି, ମୋ ଝିଅ ଏଠାରେ ସୁରକ୍ଷିତ ନୁହେଁ। ମୁଁ ମୋ ଝିଅକୁ ଓଡ଼ିଶା ଫେରାଇ ନେବି। ସେ ସେଠାରେ ହିଁ ତା’ର ଶିକ୍ଷା ଜାରି ରଖିବ।

No comments:

COASTAL NEWS

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ, ଲାଭଦାୟକ । ଚା...