AFFILIATE MARKETING

https://binomo.com?a=90810425bb57&t=0

Friday, October 17, 2025

ଓଡ଼ିଶା ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !

ହାଇଦ୍ରାବାଦରେ ଚାଞ୍ଚଲ୍ୟ ; ଓଡ଼ିଶା ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !

 ଅକ୍ଟୋବର 17, 2025

 ହାଇଦ୍ରାବାଦରେ ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ । ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଭରତପୁର ଅଞ୍ଚଳରେ ରହୁଥିବା ମହିଳା ଜଣକ ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ୪ ବର୍ଷର ପୁଅଟିଏ ରହିଛି । ସ୍ୱାମୀ ପେଟବଶିରାବାଦର କୋମପାଲି ଅଞ୍ଚଳରେ ନିର୍ମାଣ କାମ କରୁଥିବା ଏକ କମ୍ପାନୀରେ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିଲେ । ୬ ମାସ ପୂର୍ବେ ପତ୍ନୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ପତ୍ନୀ କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢ଼ାଇବା ସହ କମ୍ପାନୀ ପରିସରରେ ଥିବା କ୍ୱାର୍ଟର୍ସରେ ସ୍ୱାମୀ ଓ ପୁଅ ସହ ରହୁଥିଲେ। ନିକଟରେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ସ୍ଥିର ହୋଇ ଯାଇଥିଲା । ହେଲେ ପାସପୋର୍ଟରେ ତ୍ରୁଟି ଥିବାରୁ ଦୁବାଇ ଯିବାରେ ଅସୁବିଧା ହୋଇଥିଲା।

ପାସପୋର୍ଟରେ ନାମ ସଂଶୋଧନ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ନେଇ ଗତ ଶନିବାର ହାଇଦ୍ରାବାଦରୁ ବାହାରି ରବିବାର ଦିନ ଭୁବନେଶ୍ଵରରେ ପହଞ୍ଚିଥିଲେ। ହେଲେ ଗତକାଲି ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ। ସ୍ୱାମୀ ଅନ୍ୟ କୌଣସି ଉପାୟ ନପାଇ ଗୁରୁବାର ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...