AFFILIATE MARKETING

https://binomo.com?a=90810425bb57&t=0

Tuesday, October 21, 2025

ଖବର ଆଜିର, 22 ଅକ୍ଟୋବର, ବୁଧବାର *

*ଖବର ଆଜିର, 22 ଅକ୍ଟୋବର, ବୁଧବାର *
ରାଜ୍ୟରେ ଆଗାମୀ ୫-୭ ଦିନ ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ହେବ।

ନଭେମ୍ବର ୧ ରୁ ୧୫ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସଡ଼କ ସୁରକ୍ଷା ପାଇଁ ପରିବହନ ବିଭାଗ 'ଶୂନ ମୃତ୍ୟୁ ପକ୍ଷ' ଅଭିଯାନ କରିବ

ଜାନୁୟାରୀ ମାସରେ ଜେଇଇ ମେନ ପରୀକ୍ଷା। ଏନଟିଏ ପକ୍ଷରୁ ମାର୍ଗଦର୍ଶିକା ଜାରି।

ଦୀପାବଳି କଟକଣା ସତ୍ତ୍ୱେ ଅମାନିଆ ଭୁବନେଶ୍ୱର ବାସୀ ଡେରି ରାତି ପର୍ଯ୍ୟନ୍ତ ବାଣ ଫୁଟାଇ ଚାଲିଲେ। ପୋଲିସ ପର୍ଯ୍ୟବେକ୍ଷଣ ଶୁନ

ନୟାଗଡ଼ ଦଶପଲ୍ଲାରୁ ପୁରୀ ସ୍ୱତନ୍ତ୍ର ଟ୍ରେନ ଚାଲିଲା

ନୂଆପଡାରେ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ। କହିଲେ ନୂଆପଡା ମୋର ମାଆ ଘର, ମୁଁ ଗୁଜୁରାଟୀ ନୁହେଁ

ଭୁବନେଶ୍ୱରରେ ବିଏମସି ଦ୍ୱାରା ବିଭିନ୍ନ ଅଞ୍ଚଳରେ ଖାଇବା ଦୋକାନରେ ଯାଞ୍ଚ ଜାରି ରହିବ, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା

ଖୋର୍ଦ୍ଧା ଠାରୁ ବ୍ରହ୍ମପୁର ମଧ୍ୟରେ ୧୬ନମ୍ବର ଜାତୀୟ ରାଜପଥର  ଅନେକ ସ୍ଥାନର ଏମରଜେନ୍ସି କଲ୍‌ବକ୍ସକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। 

ମୟୁରଭଞ୍ଜ ବାମନଘାଟୀ ଉପଖଣ୍ଡରେ ଥିବା କାହ୍ନୁ, ଖଡ଼ଖାଇ, ଗୁଡ଼ିଆ ନଦୀର ବାଲି ଘାଟରୁ ପ୍ରତିଦିନ ବେଆଇନ୍ ବାଲି ଉଠୁଛି। ନିଦ୍ରାରେ ତହସିଲ ଓ ପ୍ରଶାସନ

ବ୍ରହ୍ମପୁରରେ ଆଡଭୋକେଟ ଓ ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ମେୟରଙ୍କୁ ଗିରଫ କଲା ପୋଲିସ।

ଜଗତସିଂହପୁର କୁଜଙ୍ଗ ପଙ୍କପାଳରେ ମନ୍ଦିର ଷ୍ଟୋରରୁ ପୂଜା ସାମଗ୍ରୀ ଚୋରି ଅଭିଯୋଗରେ ୬ ଜଣ ଗିରଫ

କେନ୍ଦୁଝର ଆନନ୍ଦପୁରରେ ଦୁର୍ଘଟଣାରେ ଚାଲିଗଲେ ସ୍ବାମୀ, ସ୍ତ୍ରୀ ଓ ଝିଅ। ପୁରା ପରିବାର ଉପରେ ଅକାଳ ଦୁର୍ଦ୍ଦଶା

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ମେଡିକାଲ ପରିସରରୁ ଅପହରଣ ହେବାର ୮ ଘଣ୍ଟା ପରେ ଯୁବକ ଉଦ୍ଧାର ହେଲେ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା। ଚପଲ କିଣିବା ଆଳରେ ଡ଼ାକି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପକର୍ମ ଅଭିଯୋଗ

ଗଞ୍ଜାମ ଖଲ୍ଲିକୋଟ ଅଂଚଳରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଯୁବକଙ୍କ ଗୋଡ଼ ଛିଣ୍ଡି ମୃତ୍ୟୁବରଣ କଲେ

ସୁବର୍ଣ୍ଣପୁର ବିନିକାରେ ପାରିବାରିକ କଳହରୁ ଦାଦାର ଛୁରାମାଡରେ ପୁତୁରା ଓ ପୁତୁରା ବୋହୁ ଗୁରୁତର ହୋଇଛନ୍ତି।

ଭଦ୍ରକର ହିନ୍ଦୀ ଶିକ୍ଷକ ଇନଷ୍ଟାଗ୍ରାମରେ ନାଚ ଭିଡିଓ ପୋଷ୍ଟ କଲାପରେ ଦୁଇମାସରେ ଚାରି ଟ୍ରାନ୍ସଫର ହୋଇଛି

କେନ୍ଦୁଝର ସହରରେ ଅପକର୍ମ ରାକେଟ ଧରା ହେଲେ। ପାଞ୍ଚଜଣ ଗିରଫ, ପାଞ୍ଚ ମହିଳା ଉଦ୍ଧାର

କେନ୍ଦୁଝର ଯୋଡ଼ାରେ ମାଙ୍କଡ଼ ଉପଦ୍ରବ। ଆକ୍ରମଣରେ ସାତଜଣ ଆହତ

ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଗଲା ସୂଚନା।

ରାହୁଲଙ୍କ ଅଭିଯୋଗକୁ ସତ କହି, ମହାରାଷ୍ଟ୍ରରେ ୯୬ ଲକ୍ଷ 'ନକଲି' ଭୋଟର ଥିବା କହିଲେ ରାଜ ଠାକରେ

ପ୍ରସିଦ୍ଧ ହାସ୍ୟ ଅଭିନେତା ଆସରାନି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ହେଲେ ପରଲୋକ

ରୋଜଗାର କରୁଥିବା ସ୍ତ୍ରୀଙ୍କୁ ଭରଣପୋଷଣ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ

ଦୀପାବଳିରେ ସାରା ବିଶ୍ୱରେ ଇଣ୍ଟରନେଟ୍ ବିଭ୍ରାଟ ଯୋଗୁ ଆମାଜନ, ଗୁଗୁଲ, ସ୍ନାପଚାଟ ସମେତ ବହୁ ଆପ୍ ଡାଉନ

ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ ବିଶ୍ୱକପରେ ବାଂଲାଦେଶକୁ ୭ ରନରେ ପରାସ୍ତ କଲା ଶ୍ରୀଲଙ୍କା।

ଉତ୍ତର-ପଶ୍ଚିମ ପାକିସ୍ତାନରେ ତାଲିବାନ ଆକ୍ରମଣରେ ୫ ପାକିସ୍ଥାନୀ ସୈନିକ ମୃତ।

ଋଷିଆ ଠାରୁ ତେଲ କିଣୁ ଥିବାରୁ, ଭାରତକୁ ଧମକ ଦେଇ ଅଧିକ ଶୁଳ୍କ ଲାଗୁ କରିବାକୁ କହିଲେ ଟ୍ରମ୍ପ


No comments:

COASTAL NEWS

ଖବର ଆଜିର, 22 ଅକ୍ଟୋବର, ବୁଧବାର *

*ଖବର ଆଜିର, 22 ଅକ୍ଟୋବର, ବୁଧବାର * ରାଜ୍ୟରେ ଆଗାମୀ ୫-୭ ଦିନ ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ଓ ଝଟକା...