AFFILIATE MARKETING

https://binomo.com?a=90810425bb57&t=0

Tuesday, October 7, 2025

ବିଜେପି ନେତାଙ୍କୁ ଗୁଳିମାଡ଼

ଗୁଳି ଚାଳନା କରି ୨ ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର, ୬/୧୦: ବ୍ରହ୍ମପୁରରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ ହୋଇଛି। ବ୍ରହ୍ମନଗରରେ ଗୁଳିମାଡ଼ କରି ୨ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି। ବାଇକରେ ଆସି ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପୀତବାସ ତାଙ୍କ ଘରକୁ ଫେରୁଥିବା ବେଳେ ଘର ପାଖରେ ହିଁ ଦୁଇ ଜଣ ଯୁବକ ବାଇକରେ ଆସି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ତେବେ କେଉଁ କାରଣ ପାଇଁ ଗୁଳିମାଡ଼ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୂର୍ବ ଶତ୍ରୁତା କି ରାଜନୈତିକ କାରଣ ପାଇଁ ଗୁଳିମାଡ଼ ହୋଇଛି, ସେ ନେଇ ଜଣା ପଡିନାହିଁ।

ରାଜନୈତିକ କ୍ୟାରିୟର କଥା କହିଲେ, ପୀତବାସ ପୂର୍ବରୁ କଂଗ୍ରେସ ଦଳରେ ଥିଲେ ହେଁ ଗତ ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ସେ ଜଣେ ବରିଷ୍ଠ ଓକିଲ ମଧ୍ୟ ରହିଛନ୍ତି।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...